ଜମି ଚିହ୍ନଟ ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ବାରିପଦା ଅଫିସ, ୧୧ା୨- ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟା ବ୍ଲକ ଅଧୀନ ଦୁଧିଆଶୋଳ ଗ୍ରାମବାସୀ ଜମି ପଟ୍ଟା ପାଇଥିବା ବେଳେ ସେମାନଙ୍କ ଜମି ଚିହ୍ନଟ ହୋଇପାରୁ ନାହିଁ। ଫଳରେ କିଛି ଲୋକ ଅନ୍ୟାୟ ଭାବେ ସେମାନଙ୍କ ଜମିକୁ ମାଡ଼ି ବସିଛନ୍ତି। ଏହାର ସମାଧାନ ପାଇଁ ସୋମବାର ଗ୍ରାମବାସୀ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇ ତୁରନ୍ତ ଜାଗା ଚିହ୍ନଟ କରିବାକୁ ଦାବି କରିଥିଲେ। ଗ୍ରାମର ପାର୍ବତୀ କାଳନ୍ଦି, ପ୍ରମିଳା କାଳନ୍ଦି, ଗୁରୁବାରୀ କାଳନ୍ଦି, ସୁକାନ୍ତୀ କାଳନ୍ଦି, ଲକ୍ଷ୍ମୀ କାଳନ୍ଦିଙ୍କ ସମେତ ଏକାଧିକ ମହିଳା ପୁରୁଷ ଏ ନେଇ ଜିଲାପାଳଙ୍କୁ ଅଭିଯୋଗ କରିବାକୁ ଆସିଥିଲେ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ସରକାରଙ୍କ ପକ୍ଷରୁ ୨୦୦୬ ଓ ୨୦୦୮ରେ ସେମାନଙ୍କୁ ୪ ଡିସିମିଲି ଲେଖାଏଁ ଜାଗାର ପଟ୍ଟା ମିଳିଥିଲା। ସେମାନେ ଜାଗା ଚିହ୍ନଟ ପାଇଁ ଦୀର୍ଘ ଦିନ ହେଲା ଶ୍ୟାମଖୁଣ୍ଟା ତହସିଲଦାରଙ୍କଠାରେ ଆବେଦନ କରିଥିଲେ। ୧୬ ସେପ୍ଟେମ୍ବର ୨୦୧୯ରେ ତହସିଲଦାର ଓ ସେମାନଙ୍କ ଟିମ୍‌ ଜାଗା ମାପ କରିବା ପାଇଁ ଯାଇଥିଲେ। ଏହି ସମୟରେ ଗ୍ରାମର କିଛି ଯୁବକ ଗଣ୍ଡଗୋଳ କରି ଜମି ମାପ କରାଇ ଦେଇ ନ ଥିଲେ। ପରେ ଏ ନେଇ ୧୯ ତାରିଖରେ ଗ୍ରାମରେ ବୈଠକ କରାଯାଇ ଯେଉଁମାନେ ଜମି ମାପ କାର୍ଯ୍ୟକୁ ବିରୋଧ କରି ଗଣ୍ଡଗୋଳ କରିଥିଲେ ସେମାନଙ୍କୁ ଜାଗା ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। ଏହିଭଳି ବିଭିନ୍ନ ସମୟରେ ତହସିଲଦାର ମାପ କରିବାକୁ ଯାଇଥିବା ବେଳେ ଜମି ମାପ ହୋଇ ପାରି ନ ଥିଲା। ଫେବୃୟାରୀ ୩ ତାରିଖରେ ରଙ୍ଗମାଟିଆ ଆରଆଇ, ଅମିନ,ସୁପରଭାଇଜର ଯାଇଥିବା ବେଳେ ଗ୍ରାମର କିଛି ଲୋକ ଘେରି ଯାଇ ଯାହାର ଜମି ମପା ଯାଉଥିଲା ସେମାନଙ୍କୁ ଆକ୍ରମଣ କରିଥିଲେ। ସେମାନେ ଆହତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଏ ନେଇ ଆକ୍ରମଣକାରୀ ବ୍ୟକ୍ତିଙ୍କ ବିରୋଧରେ ସଦର ଥାନାରେ ଅଭିଯୋଗ ହୋଇଥିଲା। ହେଲେ ପୋଲିସ ଉକ୍ତ ଆକ୍ରମଣକାରୀମାନଙ୍କୁ ଗିରଫ କରୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେଣୁ ସେମାନଙ୍କ ଜମି ମାପ କରାଇ ନ୍ୟାୟ ଦେବାକୁ ଗ୍ରାମବାସୀ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ କଲାନି ସୁରେଶ, ଅପରାଜିତାଙ୍କ ପ୍ରଭାବ

ଖୋର୍ଦ୍ଧା ଅଫିସ,୨୮ା୩: ଖୋର୍ଦ୍ଧା ପୌର ନିର୍ବାଚନରେ ଶାସକ ଦଳ ବିଜେଡି ବାଜି ମାରି ନେଇଛି। ୪ଟି ପୌର ଆସନରେ ବିଜେଡି ବହୁମତ ହାସଲ କରିଥିବା ବେଳେ...

ଚୂଡ଼ଙ୍ଗଗଡ଼ ଜଙ୍ଗଲରେ ହେବ ବନ୍ୟଜନ୍ତୁ ସଫାରି

ଭୁବନେଶ୍ୱର, ୧୩।୨(ବ୍ୟୁରୋ): ଦେଶର ବୃହତ୍‌ ପ୍ରାକୃତିକ ଚିଡିଆଖାନା ନନ୍ଦନକାନନ ନୂଆ ରୂପ ନେବ। ନନ୍ଦନକାନନ ସହ ନୂତନ ଭାବେ ଯୋଡ଼ି ହୋଇଥିବା ପ୍ରାୟ ୮ବର୍ଗ କିମି...

ଭୁବନେଶ୍ୱରରୁ ଆଜି ୩୦୯ ପଜିଟିଭ ଚିହ୍ନଟ: ସେଥିରୁ ଲୋକାଲ କେସ୍‌ ୨୨୬

ଭୁବନେଶ୍ୱର,୮।୧୦(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୮୩ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୨୬...

ନିଆଁରେ ପୋଡ଼ି ୨ ମୃତ, ୩ ଗୁରୁତର

ରାୟଗଡ଼ା ଅଫିସ,୧୮ା୩: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ସଦର ଅଞ୍ଚଳରେ ଗୁରୁବାର ଘରେ ନିଆଁ ଲାଗି ଗୋଟିଏ ପରିବାରର ୫ ଜଣ ପୋଡ଼ିହୋଇ...

ଖେଳୁଥିବା ବେଳେ କୂଅରେ ପଡ଼ି ୨ ଶିଶୁପୁତ୍ରଙ୍କ ଜୀବନ ଗଲା

ନୟାଗଡ଼ ଅଫିସ, ୨।୭: ନୟାଗଡ଼ ଜିଲା ଭାପୁର ବ୍ଲକ ଫତେଗଡ଼ ଥାନା ନିହଲପ୍ରସାଦ ଗାଁରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ଘଟିଛି। ଖେଳୁଥିବା ବେଳେ ଅସାବଧାନତାବଶତଃ...

କାମ କରୁନି ବାୟୋମେଟ୍ରିକ ଆଟେଣ୍ଡାନ୍ସ ଡିଭାଇସ୍‌; ଲାଭ ଉଠାଉଛନ୍ତି ନର୍ସିଂହୋମକୁ ଯାଉଥିବା ଡାକ୍ତର

ଅନୁଗୋଳ ଅଫିସ, ୬।୬:  ଡାକ୍ତର, କର୍ମଚାରୀଙ୍କ ଉପସ୍ଥାନ ଜାଣିବା ପାଇଁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଲଗାଯାଇଥିବା ବାୟୋମେଟ୍ରିକ ଆଟେଣ୍ଡାନ୍ସ ଡିଭାଇସ ଅଚଳ ହୋଇପଡ଼ିଛି। ଏହା...

ଶୋଭା ପାଇବ ଅଯୋଧ୍ୟା ରାମ ମନ୍ଦିର

ଭୁବନେଶ୍ୱର,୨୭।୯(ବ୍ୟୁରୋ):ରାଜଧାନୀର ଭୁବନେଶ୍ୱରରେ ମା’ ଜଗତ୍‌ଜନନୀଙ୍କ ଆଗମନ ପାଇଁ ପ୍ରସ୍ତୁତି ଏକ ପ୍ରକାର ଶେଷ ହେବାକୁ ବସିଲାଣି। ସଜେଇ ହେଲାଣି ପୂଜା ମଣ୍ଡପ। ମା’ଙ୍କ କରୁଣା ଓ...

ଅସହାୟ ବୃଦ୍ଧ ଦମ୍ପତିଙ୍କ ପାଖରେ ପହଞ୍ଚିଲା ପ୍ରଶାସନ

  ଖଜୁରିପଡା/ବଲସକୁମ୍ପା,୨୪ା୬(ଡି.ଏନ୍‌.ଏ.)- ଖଜୁରିପଡ଼ା ବ୍ଲକ ଟିଟ୍ରାପଙ୍ଗା ପଞ୍ଚାୟତ ଭୁକ୍ତାକନାଲି ଗ୍ରାମର ବୃଦ୍ଧ ଅନ୍ତର୍ଯ୍ୟାମୀ ଦିଗାଲ (୭୫) ଏବଂ ସ୍ତ୍ରୀ ରାଇବାରି (୭୦) ଭଙ୍ଗା କୁଡିଆରେ ଅସହାୟ...

Advertisement
Archives

Model This Week