ଜମି କିଣିବା ନାଁରେ ୧୫ ଲକ୍ଷ ଠକେଇ; ୧୦ ବର୍ଷ ପରେ ଜମି ପାଇଲେ ମହିଳା

ଗୋପାଳପୁର,୭ା୧୧-ଜଣେ ମହିଳାଙ୍କ ନାଁରେ ଜମି କିଣିବା ପାଇଁ ସମ୍ପର୍କୀୟ ଭାଇ ମହିଳାଙ୍କଠାରୁ ୧୫ ଲକ୍ଷ ଟଙ୍କା ନେଇଥିଲେ। ପରେ ଜମି କିଣି ସମ୍ପୃକ୍ତା ମହିଳାଙ୍କ ନାଁରେ ନ କରି ନିଜ ଭଣଜାଙ୍କ ନାଁରେ କରି ଦେଇଥିଲେ। ଏ ନେଇ ଦୀର୍ଘ ୧୦ ବର୍ଷ ପରେ ମହିଳା ଜଣକ ଗତ ଏକ ସପ୍ତାହ ତଳେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କଠାରେ ଅଭିଯୋଗ କରିଥିଲେ। ପୋଲିସର ହସ୍ତକ୍ଷେପପରେ ମହିଳା ଜମି ପାଇଛନ୍ତି।
ଯେ, ଗୋପାଳପୁର ଥାନା କରାପଲ୍ଲୀ ଗ୍ରାମର କାମେଶ୍ୱରୀ (୫୫)ଙ୍କ ସ୍ବାମୀ ଭାରତୀୟ ସେନା ବାହିନୀରେ ଯବାନ ରୂପେ କାର୍ଯ୍ୟ କରୁଥିଲେ। କାର୍ଯ୍ୟରତ ଥିବାବେଳେ ତାଙ୍କ ସ୍ବାମୀ ଶହୀଦ ହୋଇଯାଇଥିଲେ। ଏଥିପାଇଁ କାମେଶ୍ୱରୀଙ୍କୁ ୨୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ମିଳିଥିଲା। ସେତେବେଳେ ତାଙ୍କ ସମ୍ପର୍କୀୟ ଭାଇ ପୁରୁଷୋତ୍ତମ ସାହୁ ଏକ ଜମି ତୁମ ନାମରେ କିଣାଯିବ କହି ଟଙ୍କା ନେଇଥିଲେ। ଜମି କିଣିବା ପରେ ତାଙ୍କ ଭଣଜା ଅନୀଲ ସାହୁଙ୍କ ନାମରେ କରି ଦେଇଥିଲେ, ଏବଂ ତୁମର ସମୟ ଭଲ ନାହିଁ ବୋଲି କାମେଶ୍ୱରୀଙ୍କୁ କହି ବାରମ୍ବାର ଭଣ୍ଡେଇ ଚାଲିଥିଲେ। ୧୦ ବର୍ଷ ପରେ ମହିଳା ଜଣକ ବ୍ରହ୍ମପୁର ଏସ୍‌ପିଙ୍କୁ ଜଣାଇବା ପରେ ସେ ଗୋପାଳପୁର ଥାନାକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗୋପାଳପୁର ପୋଲିସ ଏହାର ତଦନ୍ତ କରି ଉଭୟ ପକ୍ଷକୁ ଡାକିଥିଲା। ଅନିଲ ଓ ପୁରୁଷୋତ୍ତମ ନିଜ ଭୁଲ ମାନି ଉକ୍ତ ଜାଗାକୁ କାମେଶ୍ୱରୀଙ୍କ ନାମରେ ରେଜିଷ୍ଟ୍ରେଶନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିତ୍ରକୋଣ୍ଡାରେ ଧର୍ମଘଟ ଆରମ୍ଭ

ଚିତ୍ରକୋଣ୍ଡା, ୮।୧(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସହରରେ ଭାରତ ବନ୍ଦ ଡାକରାର ପ୍ରଭାବ ପଡିଛି। ସ୍ଥାନୀୟ ଚିତ୍ରକୋଣ୍ଡା ସ୍ପିଲବାଇ, ଡାଲଖାଇ ଛକ ପାଖରେ ବିଭିନ୍ନ ସଂଗଠନ...

ଗଣବଳାତ୍କାର ପରେ, ଅଶ୍ଳୀଳ ଫଟୋ ଭାଇରଲ ମାମଲା: ପୂର୍ବତନ ସରପଞ୍ଚଙ୍କ ସହ ୪ ନିର୍ଦ୍ଦୋଷରେ ଖଲାସ

ଭଞ୍ଜନଗର,୨୫।୯(ଡି.ଏନ.ଏ.)-ସୋରଡ଼ା ଥାନା ଅଞ୍ଚଳରେ ୨୦୧୫ ମସିହାରେ ଜଣେ ମହିଳାଙ୍କୁ ଗଣବଳତ୍କାର ପରେ ଅଶ୍ଳୀଳ ଫଟୋ ଭାଇରଲ ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ଭଞ୍ଜନଗର ସବ୍‌ଜଜ୍‌...

ସେବାୟତଙ୍କ ମଧ୍ୟରେ ବିବାଦ: ୪ ଦିନ ଧରି ବନ୍ଦ ରହିଥିଲା ମା’ ହରଚଣ୍ଡୀ ମନ୍ଦିର, ଦେବୋତ୍ତର ବିଭାଗ ହସ୍ତକ୍ଷେପ ପରେ ନୀତିକାନ୍ତି ଆରମ୍ଭ

ନିଶ୍ଚିନ୍ତକୋଇଲି,୧୬।୫(ସ୍ବ.ପ୍ର.): ନିଶ୍ଚିନ୍ତକୋଇଲି ବ୍ଲକ କେରିଲୋ ପଞ୍ଚାୟତ ଛପଚିକଣା ମା’ ହରଚଣ୍ଡୀଙ୍କ ପୀଠରେ ନାଜିବନ୍ତ ସେବାୟତଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ଅନ୍ତର୍ଦ୍ୱନ୍ଦ୍ୱକୁ କେନ୍ଦ୍ରକରି ଗତ ସୋମବାରଠାରୁ ମନ୍ଦିରରେ...

ବାରିପଦାରେ କରୋନା ନିର୍ଦ୍ଦେଶକୁ ଅଣଦେଖା: ଏଟିଏମ୍‌ କାଉଣ୍ଟରରେ ନାହିଁ ସାନିଟାଇଜର ବ୍ୟବସ୍ଥା, ବାଲ୍‌ଟିରେ ରଖାଯାଉଛି ପାଣି

ବାରିପଦା ଅଫିସ, ୭ା୪- ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳାଇଛି। ଏହି ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପମାନ ନିଆଯାଉଛି। ଏହି ପରିପ୍ରେକ୍ଷୀରେ...

ଯତ୍ନ ନେଇପାରୁନି ପ୍ରଶାସନ

ଅନୁଗୋଳ ଅଫିସ, ୨୧।୧୦ –  କୋଭିଡ୍‌-୧୯ର ମୁକାବିଲା ନିମନ୍ତେ ସରକାରଙ୍କ ପକ୍ଷରୁ ଅର୍ଥ ପ୍ରଦାନ କରାଯାଉଛି। ସଂକ୍ରମିତଙ୍କୁ କିପରି ସୁସ୍ଥ କରାଯିବ ସେ ନେଇ ଦୈନିକ...

ବାସୁଦେବପୁରର ୯ ପଞ୍ଚାୟତ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା: ଲୋକଙ୍କୁ ଘରୁ ନ ବାହାରିକାକୁ ନିର୍ଦ୍ଦେଶ

ଭୁବନେଶ୍ୱର/ବାସୁଦେବପୁର ୨୨।୪(ବ୍ୟୁରୋ/ଡି.ଏନ୍‌.ଏ.): ଭଦ୍ରକ ଜିଲାରେ ପୁଣି ୩ କରୋନା ପଜିଟିଭ ମଙ୍ଗଳବାର ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ଆକ୍ରାନ୍ତ ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳର ବୋଲି...

ବୁଢ଼ୀ ମା’ର ଉପରେ ଦିବ୍ୟାଙ୍ଗ ଝି’ର ବୋଝ୍‌: ବଁଚ୍‌ବାର ରାହା ସାଜିଛେ ମୁଢ଼ି ପସରା

ପର୍ଲା, ୯।୩ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଛଞ୍ଚାଣବାହାଲି ପଁଚେତ୍‌ ବେହେରାଗୁଡ଼ା ଗଁାର ବୁରୁଧ୍‌ ବିଧବା ଲୋଚନୀ ନାଏକ(୮୦)। ବଏସର ଶେଷ ମୁଡ଼ସାକେ ପୁହୁଁଚିଲେନ।...

କଟକ ମହାନଗର ନିଗମ ଅଞ୍ଚଳରୁ ଚିହ୍ନଟ ହେଲେ ଆଉ ୧୯୮ ଆକ୍ରାନ୍ତ: ମୋଟ ସଂଖ୍ୟା ୫୦୦୦ ଟପିଲା

କଟକ ଅଫିସ,୧।୯: କଟକ ମହାନଗର ନିଗମ ଅଞ୍ଚଳରୁ ମଙ୍ଗଳବାର ଆଉ ୧୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୬୭ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍‌ କେସ ରହିଥିବା...

Advertisement
Archives

Model This Week