ଜମି କିଣିବା ନାଁରେ ୧୫ ଲକ୍ଷ ଠକେଇ; ୧୦ ବର୍ଷ ପରେ ଜମି ପାଇଲେ ମହିଳା

ଗୋପାଳପୁର,୭ା୧୧-ଜଣେ ମହିଳାଙ୍କ ନାଁରେ ଜମି କିଣିବା ପାଇଁ ସମ୍ପର୍କୀୟ ଭାଇ ମହିଳାଙ୍କଠାରୁ ୧୫ ଲକ୍ଷ ଟଙ୍କା ନେଇଥିଲେ। ପରେ ଜମି କିଣି ସମ୍ପୃକ୍ତା ମହିଳାଙ୍କ ନାଁରେ ନ କରି ନିଜ ଭଣଜାଙ୍କ ନାଁରେ କରି ଦେଇଥିଲେ। ଏ ନେଇ ଦୀର୍ଘ ୧୦ ବର୍ଷ ପରେ ମହିଳା ଜଣକ ଗତ ଏକ ସପ୍ତାହ ତଳେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କଠାରେ ଅଭିଯୋଗ କରିଥିଲେ। ପୋଲିସର ହସ୍ତକ୍ଷେପପରେ ମହିଳା ଜମି ପାଇଛନ୍ତି।
ଯେ, ଗୋପାଳପୁର ଥାନା କରାପଲ୍ଲୀ ଗ୍ରାମର କାମେଶ୍ୱରୀ (୫୫)ଙ୍କ ସ୍ବାମୀ ଭାରତୀୟ ସେନା ବାହିନୀରେ ଯବାନ ରୂପେ କାର୍ଯ୍ୟ କରୁଥିଲେ। କାର୍ଯ୍ୟରତ ଥିବାବେଳେ ତାଙ୍କ ସ୍ବାମୀ ଶହୀଦ ହୋଇଯାଇଥିଲେ। ଏଥିପାଇଁ କାମେଶ୍ୱରୀଙ୍କୁ ୨୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ମିଳିଥିଲା। ସେତେବେଳେ ତାଙ୍କ ସମ୍ପର୍କୀୟ ଭାଇ ପୁରୁଷୋତ୍ତମ ସାହୁ ଏକ ଜମି ତୁମ ନାମରେ କିଣାଯିବ କହି ଟଙ୍କା ନେଇଥିଲେ। ଜମି କିଣିବା ପରେ ତାଙ୍କ ଭଣଜା ଅନୀଲ ସାହୁଙ୍କ ନାମରେ କରି ଦେଇଥିଲେ, ଏବଂ ତୁମର ସମୟ ଭଲ ନାହିଁ ବୋଲି କାମେଶ୍ୱରୀଙ୍କୁ କହି ବାରମ୍ବାର ଭଣ୍ଡେଇ ଚାଲିଥିଲେ। ୧୦ ବର୍ଷ ପରେ ମହିଳା ଜଣକ ବ୍ରହ୍ମପୁର ଏସ୍‌ପିଙ୍କୁ ଜଣାଇବା ପରେ ସେ ଗୋପାଳପୁର ଥାନାକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗୋପାଳପୁର ପୋଲିସ ଏହାର ତଦନ୍ତ କରି ଉଭୟ ପକ୍ଷକୁ ଡାକିଥିଲା। ଅନିଲ ଓ ପୁରୁଷୋତ୍ତମ ନିଜ ଭୁଲ ମାନି ଉକ୍ତ ଜାଗାକୁ କାମେଶ୍ୱରୀଙ୍କ ନାମରେ ରେଜିଷ୍ଟ୍ରେଶନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କୁ ସଫା କରିବାକୁ ଦିଆଯାଉଛି ଘାସ, ଶୌଚାଳୟ: ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଘେରିଲେ ଅଭିଭାବକ, ବଦଳି ପାଇଁ ଜୋର୍‌ଧରିଲା…

ଛତ୍ରପୁର, ୭।୮(ଦିଲ୍ଲୀପି ସାମଲ /ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌର ପରିଷଦର ଜି. ଏନ. ପାଲମ୍ମା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅବ୍ୟବସ୍ଥା ଘେରରେ ଚାଲିଛି ପାଠପଢା…

ମୋହନ ଭାଗବତ Gen Zଙ୍କୁ ନେଇ ଦେଇଥିବା ବୟାନ ପରେ ରାଜନୀତି ହେଲା ସରଗରମ, ଏବେ RSS ମୁଖ୍ୟ କହିଲେ: ‘ଏହା ଉନ୍ନତି ପାଇଁ…’

ନୂଆଦିଲ୍ଲୀ,୭।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS) ମୁଖ୍ୟ ମୋହନ ଭାଗବତ ସଂରକ୍ଷଣ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ସଂରକ୍ଷଣ ସ୍ଥାୟୀ ବ୍ୟବସ୍ଥା…

ମୋ ସମୁଦିଙ୍କୁ ଫାଶୀ ଦେଇଦିଅ…କାନ୍ଦି କାନ୍ଦି ଏମିତି କାହିଁକି କହିଲେ ଭାଜପା ବିଧାୟକ

ଲକ୍ଷ୍ନୌ,୭।୮: ୟୁପିରେ ଜଣେ ଭାଜପା ବିଧାୟକଙ୍କ ସମୁଦି ଅନୁଜ ତ୍ରିବେଦୀ ଏବଂ ଜ୍ୱାଇଁଙ୍କ ନାଁରେ ମିଥ୍ୟା ପ୍ରଲୋଭନରେ ବିବାହ କରି ମହିଳାଙ୍କୁ ଠକିବା ଏବଂ ନଗଦ ଟଙ୍କା…

ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଲେ ଶିକ୍ଷକ

ବଲାଙ୍ଗୀର,୭ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଓଡ଼ିଶା ସ୍କୁଲ-କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ କମିଟି ପକ୍ଷରୁ ଶୁକ୍ରବାର ବିଭିନ୍ନ ଦାବି ନେଇ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟଠାରେ…

ଓଲଟା ସୂର୍ଯ୍ୟପରାଗ… ଆଶ୍ଚର୍ଯ୍ୟ ହୋଇଗଲେ ବୈଜ୍ଞାନିକ! କହିଲେ ଅଗଷ୍ଟ ୧୨ରେ ଭାରତରେ ଘଟିବ…

ଅଗଷ୍ଟ ୧୨ ରେ ପୂର୍ଣ୍ଣ ସୂର୍ଯ୍ୟପରାଗ ଲାଗୁଛି। କିନ୍ତୁ ଆପଣ ଜାଣନ୍ତି କି ଏହି ସୂର୍ଯ୍ୟପରାଗ ଗୋଟିଏ ବ୍ୟାକୱାର୍ଡ ସୋଲାର ଏକ୍ଲିପ୍ସ (Backward Solar Eclipse) ଅର୍ଥାତ୍…

‘କିସିଂ ସିନକୁ ନେଇ ଉଠିଲା ବିବାଦ’: ପବନ ସିଂହଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ କାଜଲ ରାଘୱାନୀ

ଚେନ୍ନାଇ,୭।୮: କଲର୍ସ ଟିଭିର ନୂଆ ରିଆଲିଟି ଶୋ’ ‘ଭୋଜପୁରୀ ବାୱଲ’ ନିରନ୍ତର ଚର୍ଚ୍ଚାରେ ରହିଛି। ଏହି ଶୋ’ରେ ଭୋଜପୁରୀ ଇଣ୍ଡଷ୍ଟ୍ରିର ଅନେକ ବଡ଼ ତାରକା ଅଛନ୍ତି, ଯେଉଁମାନେ…

୧୨ ଅଗଷ୍ଟରେ ଭୟଙ୍କର ଗ୍ରହଣ ଯୋଗ: ଜ୍ୟୋତିଷଙ୍କ ବଡ଼ ଚେତାବନୀ, ୩ ରାଶି ଭୋଗିବେ କଷ୍ଟ, ପିଛା ଛାଡିବନି…

୧୨ ଅଗଷ୍ଟ ୨୦୨୬ରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ । ସୂର୍ଯ୍ୟ, ଚନ୍ଦ୍ର, ଏବଂ ରାହୁଙ୍କ ସଂଯୋଗରୁ ସୃଷ୍ଟି ହେବ ପରାଗ। ଏହି ପରାଗ ଭାରତରେ ଦେଖାଦେବ ନାହିଁ…

କାହିଁକି ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା କରିଥିଲେ ୩ ଅଭିଯୁକ୍ତ? ବଡ଼ ଖୁଲାସା କଲେ…

ଭବାନୀପାଟଣା,୭।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମ କର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ବାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri