Posted inଫୁରସତ

ଜମିରେ ନାଗମଣି ଦେଖି ଲୋକଙ୍କ ପୂଜାର୍ଚ୍ଚନା

କର୍ନାଟକ: ଦୁନିଆରେ ପ୍ରତିଦିନ କିଛି ନା କିଛି ନୂଆ ଘଟଣା ଦେଖିବାକୁ ମିଳୁଛି। କିଛି ଘଟଣାକୁ ଲୋକେ ଚମତ୍କାର ଆଖ୍ୟା ଦେଇ ପୂଜାର୍ଚ୍ଚନା କରିଥାନ୍ତି। ଏମିତି ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି କର୍ନାଟକରେ। କର୍ନାଟକର ଏକ ଗାଁର ଲୋକେ ଚାଷଜମିକୁ ଯାଇଥିବାବେଳେ ଦୁର୍ଲଭ ନାଗସାପ ଦେଖିବାକୁ ପାଇଥିଲେ। ଏହି ସାପ ମୁଣ୍ଡରେ ମଣି ଥିବାରୁ ଏହା ଚିକ୍‌ଚିକ୍‌ କରୁଥିଲା। ଲୋକେ ଏହାକୁ ଚମତ୍କାର କହି ପୂଜା କରିବାରେ ଲାଗିଛନ୍ତି। ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


ସ୍ଥାନୀୟ ଲୋକେ କୁହନ୍ତି, ଜମି ନିକଟରେ କୁକୁର ବାରମ୍ବାର ଭୁକିବାରେ ଲାଗିଲେ। କୁକୁରକୁ ଚୁପ୍‌ କରିବା ପାଇଁ ଲୋକେ ଚେଷ୍ଟା କରି ମଧ୍ୟ ପାରି ନ ଥିଲେ। ତେବେ କୁକୁରର ମାଲିକ ଘଟଣା ସମ୍ପର୍କରେ ଜାଣିବା ପାଇଁ ଚାହିଁବାରୁ ଜମିରେ ଏକ ସାପ ଦେଖିବାକୁ ପାଇଥିଲେ। ସାପ ମୁଣ୍ଡରେ ମଣି ଥିଲା, ଯେଉଁଥିପାଇଁ ଏଥିରୁ ଜ୍ୟୋତି ବାହାରୁଥିଲା। ସାପକୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଲାଗିବା ସହ ପୂଜାର୍ଚ୍ଚନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖୁସି ଖବର: ପୁଣି ଆସୁଛି ପବ୍‌ଜୀ

ନୂଆଦିଲ୍ଲୀ,୭।୫: ଭାରତରେ ପବ୍‌ଜୀ ଗେମ୍‌ ବହୁ ଲୋକପ୍ରିୟ। ମାତ୍ର ସୁରକ୍ଷା ଦୃଷ୍ଟିରୁ ଏହାକୁ ଗତବର୍ଷ ବ୍ୟାନ୍‌ କରାଯାଇଥିଲା। ଫଳରେ ଏହାର ପ୍ରଶଂସକମାନେ ନିରାଶ ହୋଇଥିଲେ। ବର୍ତ୍ତମାନ...

ଏଏସ୍‌ଆଇ ପରିଚୟ ଦେଇ ମାସ୍କ ପିନ୍ଧି ନ ଥିବା ଲୋକଙ୍କ ଚାଲାଣ କାଟୁଥିଲେ ଏହି ମହିଳା, ଧରାପଡ଼ିବା ପରେ..

କରୋନା କଟକଣାକୁ ନେଇ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ହେଲେ ଏହାର ଫାଇଦା ଉଠାଉଥିବା ଜଣେ ମହିଳାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ସେ ନିଜକୁ...

ଷ୍ଟାଚ୍ୟୁ ଅଫ୍‌ ୟୁନିଟିରେ ବେଟି ବଚାଓ-ବେଟି ପଢ଼ାଓ ବାର୍ତ୍ତା

ଗାନ୍ଧିନଗର: ସରକାର ‘ବେଟି ବଚାଓ-ବେଟି ପଢ଼ାଓ’ ଯୋଜନା ଆରମ୍ଭ କରିଛନ୍ତି। ଏନେଇ ସଚେତନତା ବାର୍ତ୍ତା ଦେଶବ୍ୟାପୀ ଜାରି ରହିଛି। ଗୁଜରାଟ କଓ୍ବେଡ଼ିଆଠାରେ ଥିବା ସର୍ଦ୍ଦାର ବଲ୍ଲଭଭାଇ...

ଘର ସାମ୍ନାରେ ଅମିତାଭଙ୍କ ମୂର୍ତ୍ତି

ଆମେରିକାର ନ୍ୟୁଜର୍ସିରେ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଗୋପୀ ସେଠ୍‌ ନିଜ ଘର ସାମ୍ନାରେ ବଲିଉଡ୍‌ ଖ୍ୟାତନାମା ଅଭିନେତା ଅମିତାଭ ବଚ୍ଚନଙ୍କ ମୂର୍ତ୍ତି ସ୍ଥାପନ କରିଛନ୍ତି। ମୂର୍ତ୍ତିର...

କ୍ଷୀର ଦେଲା ନାହିଁ ମଇଁଷି, ଥାନାକୁ ଗଲେ ମାଲିକ:ଆଉ ତା’ପରେ…

ଭୋପାଳ,୧୫।୧୧: ମଧ୍ୟ ପ୍ରଦେଶର ଭିଣ୍ଡ୍‌ ଜିଲାରେ ଏକ ରୋଚକ ଘଟଣା ଘଟିଛି। ମଇଁଷି କ୍ଷୀର ନ ଦେବାରୁ ମାଲିକ ଥାନାରେ ପହଞ୍ଚିଛନ୍ତି। ଯାଦୁକର ପ୍ରଭାବରେ ମଇଁଷି...

ଟିଭି ଦେଖୁଥିଲା ବିଲେଇ, ସାମ୍ନାରେ ଚଢ଼େଇ ଦେଖି କଲା ଏମିତି; ଭିଡିଓ ଦେଖିଲେ…

ଅନେକ ସମୟରେ ସୋସିଆଲ ମିଡିଆରେ ପଶୁପକ୍ଷୀମାନଙ୍କର ମଜାଳିଆ ଭିଡିଓ ଭାଇରାଲ ହୋଇଥାଏ। ବେଳେବେଳେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖିଲେ ହସ ରୋକି...

ମଣିଷ ପିଲା ପରି କ୍ଷୀର ପିଉଛି କୁକୁର, ଭିଡିଓ ଦେଖିଲେ…

କୁକୁର ଏବଂ ମଣିଷ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ସ୍ବତନ୍ତ୍ର। କୁକୁରମାନେ ଯେତେ ବଡ଼ ହେଲେ ମଧ୍ୟ ସେମାନେ ନିଜ ମାଲିକଙ୍କ ସାମ୍ନାରେ ସବୁବେଳେ ଛୋଟ ପିଲାଙ୍କ...

Advertisement
Archives

Model This Week