ଜମିପଟ୍ଟା ପାଇଁ ଜିଲାପାଳଙ୍କୁ ଗୁହାରି କଲେ: ଆମରଣ ଅନଶନ ସ୍ଥଗିତ କଲେ

ନୂଆପଡା ଅଫିସ,୧୭ା୯
ନୂଆପଡ଼ା ଜିଲା ଖଡିଆଳ ଏନଏସି ଅନ୍ତର୍ଗତ ବିଭିନ୍ନ ୱାର୍ଡରେ ପୁରୁଷାନୁକ୍ରମେ ଶତାଧିକ ପରିବାର ଲୋକ ଘର କରି ରହୁଥିବାବେଳେ ସେମାନଙ୍କ ନିକଟରେ ସରକାରୀ ଜମିପଟା ନାହିଁ ା ସେଥିପାଇଁ ସୋମବାର ନୂଆପଡା ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଗୁହାରୀ ଜଣାଇଛନ୍ତି । ଏହା ଉପରେ ଅତିରିକ୍ତ ଜିଲାପାଳ ଆଲୋଚନା କରିବା ସହ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ପ୍ରତିଶ୍ରୁତିଦେବା ପରେ ସେମାନେ ଫେରିଯାଇଛନ୍ତି । ଆଗକୁ ଆମରଣ ଅନଶନ କରିବେ ବୋଲି ସିଦ୍ଧାନ୍ତ ନେଇଥିବାବେଳେ ଏହାକୁ ସ୍ଥଗିତ କରିଛନ୍ତି ।
ମହିଳା ନେତ୍ରୀ ମମତା ମଞ୍ଜରୀ ଥପା ଏବଂ ଦଳିତ ଅଧିକାର ମଞ୍ଚର ସଭାପତି କମଳ ଚରଣ ତାଣ୍ଡିଙ୍କ ନେତୃତ୍ୱରେ ହିତାଧିକାରୀମାନେ ନୂଆପଡା ଆସିଥିଲେ । ଏଠାରେ ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ସୀତାରାମ ପଟେଲଙ୍କୁ ଭେଟି ଦାବି ଜଣାଇଥିଲେ। ଏଥିରେ ଏହି ଅଧିବାସୀମାନେ ଜମି ପଟ୍ଟା ଟିକକ ନ ଥିବାରୁ ବିଭିନ୍ନ ସମୟରେ ସରକାରୀ ସୁବିଧା ସୁଯୋଗରୁ ବଞ୍ଚତ୍ତ ରହୁଛନ୍ତି । ଏପଟେ ସରକାର ସେମାନଙ୍କୁ ବାସଚ୍ୟୁତ କରିବାର ଯୋଜନା ମଧ୍ୟ କରୁଛନ୍ତି । ଅନ୍ୟପକ୍ଷେ ଏମାନଙ୍କୁ ଜମିପଟା ପ୍ରଦାନ କରିବାକୁ ଦାବି ହୋଇଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନ ଥିବାରୁ ଆନ୍ଦୋଳନ ଦାନା ବାନ୍ଧୁଛି । ଏହା ଉପରେ କାର୍ଯ୍ୟାନୁଷ୍ଠାନ ନ କଲେ ଆଗକୁ ଆମରଣ ଅନଶନ କରିବେ ବୋଲି ହିତାଧିକାରୀମାନେ ଚେତାବନୀ ଦେବା ପରେ ଅତିରିକ୍ତ ଜିଲାପାଳ ସେମାନଙ୍କୁ ଡକାଇଥିଲେ । ଆଗକୁ ଖୁବ ଶୀଘ୍ର ଏହା ଉପରେ ପଦକ୍ଷେପ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୫୦ଜଣଙ୍କୁ ପଟ୍ଟା ପ୍ରଦାନ କରାଯିବ। ପର୍ଯ୍ୟାୟକ୍ରମେ ସମସ୍ତଙ୍କୁ ସାମିଲ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହ ଆନ୍ଦୋଳନରୁ ଓହରିଯିବାକୁ ଅନୁରୋଧ କରିଥିଲେ । ଏହା ଉପରେ ତୁରନ୍ତ ଫୋନ ଯୋଗେ ଖଡିଆଳ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସୁରେଶ କୁମାର ସାହୁଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଅତିରିକକ୍ତ ଜିଲାପାଳଙ୍କ ନିର୍ଭର ପ୍ରତିଶ୍ରୁତି ପରେ ଆନ୍ଦୋଳନକୁ ସ୍ଥଗିତ କରାଯାଇଥିବା ସଭାପତି ତାଣ୍ଡି କହିଛନ୍ତି ।

ଫଟୋ


Enter your email to get our daily news in your inbox.

All Right Reserved By Dharitri.Com

ନକଲି କରୋନା ଔଷଧ ଜବତ ଘଟଣା: ସୁଦୀପଙ୍କ ରିମାଣ୍ଡ ପାଇଁ ଏସ୍‌ଟିଏଫ୍‌ର ଆବେଦନ

ଭୁବନେଶ୍ୱର,୫ା୭(ବ୍ୟୁରୋ): ରାଜ୍ୟରେ ନକଲି କରୋନା ଔଷଧ ଜବତ ଘଟଣାରେ କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ର଼୍ୟାକେଟ୍‌ର ମୁଖ୍ୟ କାର୍ପଟଦାର ମୁମ୍ବାଇର ସୁଦୀପ ବାର୍ନାଜୀଙ୍କୁ ୧୦ ଦିନିଆ ରିମାଣ୍ଡରେ...

ଶିକ୍ଷକ ଆନ୍ଦୋଳନ: ଅଡୁଆରେ ସରକାର

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ): ଶିକ୍ଷକ ଆନ୍ଦୋଳନ ସରକାରଙ୍କ ଅଡୁଆ ବଢ଼ାଇ ଦେଇଛି। ଦାବି ପୂରଣ ନେଇ ସଚିବ ଓ ମୁଖ୍ୟ ଶାସନ ସଚିବ ସ୍ତରରେ ଆଲୋଚନା ଜାରି ରହିଥିଲେ...

ବାଲ୍ୟବିବାହମୁକ୍ତ ଓଡ଼ିଶା ଗଠନକୁ ଗୁରୁତ୍ୱ

ଭୁବନେଶ୍ୱର, ୨୧। ୧୧(ବ୍ୟୁରୋ): ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ଶୁକ୍ରବାର ବିଶ୍ୱ ଶିଶୁ ଅଧିକାର ଦିବସ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ...

ଫାଷ୍ଟ୍‌ଟ୍ରାକ୍‌ କୋର୍ଟରେ ବିଳମ୍ବିତ ବିଚାର: ରାଜ୍ୟରେ ପଡ଼ି ରହିଛି ୩ହଜାର ୨୪୪ ମାମଲା

ଭୁବନେଶ୍ୱର, ୨୦।୨(ବ୍ୟୁରୋ): ଦେଶରେ ବଢି ଚାଲିଥିବା ଆପରାଧିକ ମାମଲା ଉପରେ ନଜର ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଫାଷ୍ଟ-ଟ୍ରାକ୍‌ କୋର୍ଟ (ଏଫ୍‌ଟିସି) ସ୍ଥାପନ କରାଯାଇଛି। ୨୦୦୦...

ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବୈଠକ

ଭୁବନେଶ୍ୱର,୧୦।୨(ବ୍ୟୁରୋ): ଚଳିତବର୍ଷ ଓଡ଼ିଶାର ବିଭିନ୍ନ ରେଳ ପ୍ରକଳ୍ପ ଲାଗି କେନ୍ଦ୍ର ସରକାର ବଜେଟରେ ୪୩୭୩ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହା ଗତବର୍ଷ ବ୍ୟୟ ବରାଦଠାରୁ...

୪୦ ଡିଗ୍ରୀ ଉପରେ ୭ ସହର

ଭୁବନେଶ୍ୱର,୧୬ା୪(ବ୍ୟୁରୋ): ଗତ କିଛି ଦିନ ହେବ ରାଜ୍ୟରେ ତାତିର ପ୍ରକୋପ ବହୁ ମାତ୍ରାରେ ବଢିଯାଇଛି। ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ୍‌ ଉପରକୁ ଟପିଛି।...

ପ୍ରେମିକ ମା’ଙ୍କ କଟୁ କଥା ସହି ନ ପାରି ଘରୁ ଚାଲିଯାଇଥିଲେ ଯୁବତୀ, କୂଅରୁ ଉଦ୍ଧାର ହେଲା ମୃତଦେହ

ଖୋର୍ଦ୍ଧା ଅଫିସ,୨୫।୬: ଖୋର୍ଦ୍ଧା ଟାଉନ ଅନ୍ତର୍ଗତ ଜରିପୁଟ ସ୍କୁଲ କ୍ୟାମ୍ପସରେ ଥିବା କୂଅରୁ ପୋଲିସ ଗୁରୁବାର ଜଣେ ଯୁବତୀ ଙ୍କ ମୃତଦେହ ଉଦ୍ଧାର କରିଛି। ସେ...

ସି-ଶୋର’ର ସମ୍ପତ୍ତି ବାଜ୍ୟାପ୍ତ କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

କଟକ,୨୬।୨: ବହୁ ଚର୍ଚ୍ଚିତ ସି ଶୋର ଚିଟ୍‌ଫଣ୍ଡ ସଂସ୍ଥାର ସ୍ଥାବର ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ଲାଗି ଶୁକ୍ରବାର ସ୍ବତନ୍ତ୍ର ଚିଟ୍‌ଫଣ୍ଡ ଅଦାଲତ ନିର୍ଦ୍ଦେଶ ଜାରି କରିଛନ୍ତି।...

Advertisement
Archives

Model This Week