ଜମାକାରୀଙ୍କ ମାଚ୍ୟୁରିଟି ଟଙ୍କାକୁ ନେଇ ହୋହଲ୍ଲା

ବ୍ରହ୍ମପୁର ଅଫିସ,୧୮ା୨ – ସାହାରା ଇଣ୍ଡିଆ ଚିଟଫଣ୍ଡ ସଂସ୍ଥା ଅଧୀନରେ କାର୍ଯ୍ୟ କରୁଥିବା କ୍ଷେତ୍ର କର୍ମଚାରୀ (ଏଜେଣ୍ଟ)ଙ୍କୁ ଜମାକାରୀଙ୍କ ମାଚ୍ୟୁରିଟି ଟଙ୍କା ପ୍ରଦାନକୁ ନେଇ ସୋମବାର ପୁଣି ଅସନ୍ତୋଷ ଦେଖାଦେଇଛି । ଟଙ୍କା ପ୍ରଦାନରେ ତାରତମ୍ୟକୁ ନେଇ ବ୍ରହ୍ମପୁର ଶାଖା କାର୍ଯ୍ୟାଳୟଠାରେ ସଂସ୍ଥା କର୍ତ୍ତୃପକ୍ଷ ଓ ଏଜେଣ୍ଟଙ୍କ ମଧ୍ୟରେ ମୁହଁ।ମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ପୂର୍ବରୁ ମାସିକ ଇନ୍‌କମ ସ୍କିମ (ଏମଆଇଏସ) ଟଙ୍କା ପ୍ରଦାନରେ କର୍ତ୍ତୃପକ୍ଷ ଅଣଦେଖା କରୁଥିବା ବେଳେ ଏବେ ମାଚ୍ୟୁରିଟି ଟଙ୍କା ପ୍ରଦାନରେ ମଧ୍ୟ ପାତରଅନ୍ତର କରାଯାଉଥିବା ଏଜେଣ୍ଟ ଅଭିଯୋଗ କରିଛନ୍ତି।
ଗତ ଜୁଲାଇ ୧୭ରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ହୋଇଥିବା ଆଲୋଚନା ଓ ସାହାରା ଇଣ୍ଡିଆ କର୍ତ୍ତୃପକ୍ଷଙ୍କ ପ୍ରତିଶ୍ରୁତି ପ୍ରକାରେ ଜମାକାରୀଙ୍କ ମାଚ୍ୟୁରିଟି ଟଙ୍କା ପର୍ଯ୍ୟାୟକ୍ରମେ ପ୍ରଦାନ କରାଯାଉଛି । ଏଜେଣ୍ଟକୁ ଦିଆଯାଉଥିବା ଜମାକାରୀଙ୍କ ମାଚ୍ୟୁରିଟି ଟଙ୍କାର ଯଥେଷ୍ଟ ଅଧିକ ଟଙ୍କା କାର୍ଯ୍ୟାଳୟର ୪ ଜଣ ସିନିୟର ଏଜେଣ୍ଟଙ୍କୁ ସଂସ୍ଥା ପ୍ରଦାନ କରୁଥିଲା। ପରେ ସେମାନଙ୍କ ଟଙ୍କାର ପରିମାଣ ସଂସ୍ଥା ହ୍ରାସ କରିଥିଲା। ଏହା ପ୍ରତିବାଦରେ ଉକ୍ତ ୪ ସିନିୟର ଏଜେଣ୍ଟ ୮ ଦିନ ଧରି ଶାଖା କାର୍ଯ୍ୟାଳୟକୁ ବନ୍ଦ କରି ଦେଇଥିଲେ। ସୋମବାର ଅନ୍ୟ ଏଜେଣ୍ଟମାନେ କାର୍ଯ୍ୟାଳୟକୁ ଆସିବାରେ ସମ୍ପୃକ୍ତ ୪ ସିନିୟର ଏଜେଣ୍ଟ ସଂସ୍ଥା ସହ ସଲାସୁତୁରା କରି ଅଧିକ ମାଚ୍ୟୁରିଟି ଟଙ୍କା ହାତଉଥିବା ସାମ୍ନାକୁ ଆସିଥିଲା। ତେଣୁ ସମସ୍ତଙ୍କୁ ସମାନ ମାଚ୍ୟୁରିଟି ଟଙ୍କା ପ୍ରଦାନ କରିବାକୁ ଏଜେଣ୍ଟମାନେ ଦାବି କରିବା ସହ ହଟ୍ଟଗୋଳ କରିଥିଲେ । ଏହାକୁ ନେଇ ସଂସ୍ଥା କର୍ତ୍ତୃପକ୍ଷ-ଏଜେଣ୍ଟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତ ସୃଷ୍ଟି ହୋଇଥିଲା । ଖବରପାଇ ପୋଲିସ ପହଞ୍ଚି ବୁଝାଶୁଝା କରିଥିଲା। ମଙ୍ଗଳବାର ସମସ୍ତ ଏଜେଣ୍ଟଙ୍କ ସହ ଆଲୋଚନା କରାଯାଇ ସମସ୍ତଙ୍କୁ ସମାନ ଭାବେ ଜମାକାରୀଙ୍କ ମାଚ୍ୟୁରିଟି ପ୍ରଦାନ କରିବା ଦିଗରେ ମୁଖ୍ୟ କାର୍ଯ୍ୟାଳୟକୁ ଅବଗତ କରାଯିବ ବୋଲି ଶାଖା ପରିଚାଳକ ବିଭୂତି ଭୂଷଣ ପଟ୍ଟନାୟକ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତ ଶାନ୍ତ ପଡିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତନେଇ ଗାଁରେ ଚାଲିଥିଲା ଜୁଆଖେଳ: ଅତର୍କିତ ଚଢ଼ାଉ କରି ୨ ଜୁଆଡ଼ିଙ୍କୁ ବାନ୍ଧିଲା ପୋଲିସ, ଖସିଗଲେ… ଜବତ ହେଲା…

ଦିଗପହଣ୍ଡି,୧୧।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଟିମ୍‌ ମହୁଡ଼ା ନିକଟ ଅନନ୍ତେଇ ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି…

ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ

କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ…

‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

୩ ଘଣ୍ଟା କହି ୭ ଘଣ୍ଟା କାଟିଲେଣି: ବିଦ୍ୟୁତ ସେବା ନ ପାଇ ଲୋକେ ହଟହଟା

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ପକ୍ଷରୁ ଶନିବାର ବିଦ୍ୟୁତ ମରାମତି ପାଇଁ ସକାଳ ୮ ଟା ରୁ ପୁର୍ବାହ୍ନ ୧୧ ଟା ପର୍ଯ୍ୟନ୍ତ…

ମା’ ଦଣ୍ଡକାଳୀଙ୍କ ଯାତ୍ରା: ମହୁରୀ, ଢୋଲ ଶବ୍ଦରେ ପ୍ରକମ୍ପିତ ହେଲା ସହର

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ) : ଆଉ ଚାରି ଦିନ ପରେ ମା’ ଦଣ୍ଡ କାଳୀଙ୍କ ଯାତ୍ରା ସମାପନ ହେବ । ଆସନ୍ତା ମେରୁ ଯାତ୍ରା ପରେ ନିଜ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri