ଜମାକାରୀଙ୍କ ଟଙ୍କା ଠକେଇ ଘଟଣା: ଜେଲ ଗଲେ ସାଇଲ୍ୟାଣ୍ଡ ଚିଟ୍‌ଫଣ୍ଡ ଏମ୍‌ଡି

ବ୍ରହ୍ମପୁର ଅଫିସ,୧୪ା୨- ସାଇଲ୍ୟାଣ୍ଡ କେଶୁରିଆ ଗ୍ରୁପ ଚିଟଫଣ୍ଡ ସଂସ୍ଥା ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ଗୋପାଳ ଚନ୍ଦ୍ର ରାଉତ(୪୪)ଙ୍କୁ ଟଙ୍କା ଠକେଇ ଅଭିଯୋଗରେ ଗୋଷାଣୀନୂଆଗଁା ପୋଲିସ ୨ ବର୍ଷ ପରେ ଗିରଫ କରିଛି। ମାମଲା ନଂ. ୮୬/୧୭ରେ ଉକ୍ତ ଚିଟଫଣ୍ଡ ସଂସ୍ଥା ଏମ୍‌ଡ଼ି ଗୋପାଳଙ୍କୁ ଗୁରୁବାର ବ୍ରହ୍ମପୁର ଚିଟ୍‌ଫଣ୍ଡ କୋର୍ଟଚାଲାଣ କରାଯାଇଛି ବୋଲି ଥାନାଧିକାରୀ ସୁମିତ କୁମାର ସୋରେନ ସୂଚନା ଦେଇଛନ୍ତି। ଚିଟଫଣ୍ଡ ବିଚାରପତି ଦେବାଶିଷ ପଣ୍ଡା ଅଭିଯୁକ୍ତଙ୍କ ଜାମିନ ନାମଞ୍ଜୁର କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିବା କୋର୍ଟ ସୂତ୍ରରୁ ପ୍ରକାଶ। ଅନ୍ୟପଟେ ଏହି ମାମଲାରେ କମ୍ପାନୀର ଅନ୍ୟ ସଦସ୍ୟଙ୍କ ନାମରେ ଥିବା ବେଳେ ସେମାନେ ଏବେ ଫେରାର ଅଛନ୍ତିି। ଘଟଣାରୁ ପ୍ରକାଶ, ଉକ୍ତ ଅର୍ଥଲଗାଣକରୀ ସଂସ୍ଥା ସୁରଟର ଏମ୍ବ୍ରିଲରେ ମୁଖ୍ୟ କାର୍ଯ୍ୟାଳୟ ଖୋଲିଥିଲା। ଗୋପାଳଙ୍କ ଘର ଗାଙ୍ଗପୁର ଥାନା ଅନ୍ତର୍ଗତ କୁଡ଼ଙ୍ଗୀ ହୋଇଥିବାରୁ ସେ ଗଞ୍ଜାମ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ୨୦୧୦ରେ ଏହି ଅର୍ଥଲଗାଣକାରୀ ସଂସ୍ଥା ଖୋଲିଥିଲେ। ନିରୀହ ଜମାକାରୀଙ୍କୁ ବିଭିନ୍ନ ଏଜେଣ୍ଟଙ୍କ ଦ୍ୱାରା ଲୋଭନୀୟ ସ୍କିମ ଜରିଆରେ ପ୍ରଲୋଭନ ଦେଖାଇଥିଲେ। କାହାକୁ ଜମି ଦେବା ନଁାରେ ତ ଆଉ କାହାକୁ ଜମା ଟଙ୍କାର କମ ଦିନ ଭିତରେ ଦୁଇ ଗୁଣା ଫେରସ୍ତ ଦେବାକୁ ପ୍ରତିଶ୍ରୁତି ଦେଇ ୩ ଶହରୁ ଊର୍ଦ୍ଧ୍ୱ ଜମାକାରୀଙ୍କଠାରୁ ୧ କୋଟି ୫୦ ଲକ୍ଷ ଟଙ୍କା ଠକେଇ କରିଥିଲେ । ଏନେଇ ତାଙ୍କ ନାମରେ ବିଭିନ୍ନ ଥାନାରେ ଅଭିଯୋଗ ହୋଇଥିଲା। ସେହିପରି ୨୦୧୭ ଅକ୍ଟୋବର ୨୨ରେ ଗୋଷାଣୀନୂଆଗଁା ଥାନାରେ ଉକ୍ତ ଚିଟ୍‌ଫଣ୍ଡ ସଂସ୍ଥାରୁ ଠକେଇର ଶିକାର ହୋଇଥିବା ରଜନୀ କାନ୍ତ ପାଢ଼ୀ ଅଭିଯୋଗ କରିଥିଲେ। ପୋଲିସ ନଂ.୮୬/୧୭ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହାତୀଙ୍କୁ ବିପଦ ବିଦ୍ୟୁତ୍‌ ତାର

ବାରିପଦା ଅଫିସ,୨୬।୧୨:ମୟୂରଭଞ୍ଜ ଜିଲା ଶିମିଳିପାଳ ପାଦ ଦେଶ ସମେତ ସମଗ୍ର ବାରିପଦା ବନଖଣ୍ଡରେ ବିପଦସଙ୍କୁଳ ଅବସ୍ଥାରେ ଏଲ୍ଟି ଓ ୧୧ କେଭି ବିଦ୍ୟୁତ୍‌ ତାର ଏବଂ...

ଅପହର୍ତ୍ତାଙ୍କ କବଳରୁ ମୁକୁଳିଲେ ଯୁବକ

ବାରିପଦା ଅଫିସ,୧୯ା୯- ମୟୂରଭଞ୍ଜ ଜିଲା ଦେଉଳି ନିକଟରେ ବୁଧବାର ଟାଉନ ପୋଲିସ ଚଢ଼ାଉ କରି ଅପହର୍ତ୍ତାଙ୍କ କବଳରୁ ଜଣେ ଯୁବକଙ୍କୁ ଉଦ୍ଧାର କରିଛି। ଯୁବକ ଜଣକ...

ମତଦାନକୁ ପ୍ରଭାବିତ କରିବ ଦୁର୍ନୀତି

ଯାଜପୁର ରୋଡ,୪ା୩(ଡି.ଏନ.ଏ.): ଯାଜପୁର ଜିଲା ବ୍ୟାସନଗର ପୌର ପରିଷଦର ନିର୍ବାଚନ ପରିପ୍ରେକ୍ଷୀରେ ୨୬ ନମ୍ବର ୱାର୍ଡ ଗୁରୁତ୍ୱ ବହନ କରୁଛି। ଜିଲାର ରସୁଲପୁର ଓ ଦାନଗଦି...

ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ନେଲେ ସତ୍ୟଜିତ ମହାନ୍ତି

କଟକ ଅଫିସ,୧।୬: ଅଗ୍ନିଶମ ଡିଜି ଭାବେ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ୍‌ ଅଫିସର ସତ୍ୟଜିତ ମହାନ୍ତି। ସ୍ବତନ୍ତ୍ର ଡିଜି(ଗୁଇନ୍ଦା) ମହାନ୍ତି ଅଗ୍ନିଶମ ବିଭାଗର ଡିଜି...

ଗାଈ ବାଛୁରିଙ୍କୁ ବ୍ୟାପୁଛି ଅଜଣା ରୋଗ :୨ଶହରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ବେଗୁନିଆପଡ଼ା,୨।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବେଗୁନିଆପଡ଼ା ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ଗତ ୧୫ ଦିନ ମଧ୍ୟରେ ଅଜଣା ରୋଗରେ ୨ଶହରୁ ଊର୍ଦ୍ଧ୍ୱ ଗାଈ ବାଛୁରି...

ଧାାନ କିଣାରେ ଅନିୟମିତତା ନେଇ ସମିତି ସିଲ୍‌

ସୋର,୨୩।୨(ଡି.ଏନ.ଏ.): ସୋର ଉତ୍ତରେଶ୍ୱର ସେବା ସମିତିକୁ ରବିବାର ମଧ୍ୟାହ୍ନରେ ସିଲ୍‌ କରାଯାଇଛି। ଧାନକିଣାରେ ଅନିୟମିତତା ନେଇ ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଠାରେ ଅଭିଯୋଗ...

ଇଣ୍ଡିଆନ ଅଏଲ ଡିପୋରେ ଅଗ୍ନିକାଣ୍ଡ

ପାରାଦୀପ,୧୯ା୯(ସ୍ବ.ପ୍ର.): ପାରାଦୀପସ୍ଥିତ ଇଣ୍ଡିଆନ ଅଏଲ ଡିପୋରେ ରବିବାର ଅଗ୍ନିକାଣ୍ଡ ଘଟିଛି। ଟ୍ରେନ ଷ୍ଟାର୍ଟ ହେବା ସମୟରେ ସ୍ପାର୍କିଂ ଯୋଗୁ ନିଆଁ ଲାଗିଥିବା ସୂଚନା ମିଳିଛି ।...

୧୩ ନଂ. ଜୋନ୍‌ରେ ଅଭିନେତ୍ରୀ ବର୍ଷାଙ୍କ ପ୍ରଚାର

ଧାମନଗର, ୨୨।୨ ଭଦ୍ରକ ଜିଲା ଧାମନଗର ବ୍ଲକରେ ଆସନ୍ତା ୨୪ ତାରିଖରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଏଣୁ ପ୍ରାର୍ଥୀମାନେ ସେମାନଙ୍କ ପ୍ରଚାରରେ ଲାଗିପଡ଼ିଛନ୍ତି। ନିଜ...

Advertisement
Archives

Model This Week