ବାରିପଦା ଅଫିସ,୨୯।୭- ବାରିପଦା ସହର ଦେବେନ୍ଦ୍ରପୁରରେ ବସବାସ କରୁଥିବା ପଟ୍ଟା ବିହୀନ ବାସିନ୍ଦାଙ୍କୁ ଜବରଦଖଲ ସ୍ଥାନରୁ ଉଚ୍ଛେଦ କରିବା ପାଇଁ ଜିଲା ପ୍ରଶାସନ ନୋଟିସ ଜାରି କରିଛି। ଏହାକୁ ପୌରାଞ୍ଚଳ ପଟ୍ଟାବିହୀନ ସଂଘର ସଭାପତି ନନ୍ଦ କୁମାର ମହାପାତ୍ର ଓ ସମ୍ପାଦକ କାହ୍ନୁଚରଣ ବେହେରା ବିରୋଧ କରିଛନ୍ତି। ଅମାନବୀୟ ଭାବେ ପ୍ରଶାସନ ନୋଟିସ କରିଥିବା ସଂଘ ଅଭିଯୋଗ କରିଛିି। ଏହା ବିରୋଧରେ ସଂଘ ଆନ୍ଦୋଳନ କରିବ ବୋଲି ଏକ ପ୍ରେସ ବିବୃତିରେ ସୂଚନା ଦିଆଯାଇଛି। ସଂଘର ଅଭିଯୋଗ ମୁତାବକ ଦେବେନ୍ଦ୍ରପୁରରେ ବହୁ ପଟ୍ଟାବିହୀନ ପରିବାର ଦୀର୍ଘ ୨୦ ବର୍ଷ ହେବ ରହିଆସୁଛନ୍ତି। ସେମାନଙ୍କୁୂ ହଠାତ ଉଚ୍ଛେଦ କଲେ ସେମାନେ ଅସହାୟ ହୋଇ ପଡିବେ। ଏହି ଲୋକମାନେ ବସବାସ କରୁଥିବା ଜାଗା ୨୦୧୭ ପୂର୍ବରୁ ଆରଡିହ ଜାଗା ଭାବେ ଚିହ୍ନିତ ଥିଲା। ପରେ ଏହା ସରକାରୀ ଖାତାକୁ ଆସିଛି। ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ପଟ୍ଟାବିହୀନ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସେମାନଙ୍କୁ ପ୍ରଥମେ ଜମି ପଟ୍ଟା ଦିଆଯାଇ ଜମି ଅଧିକାର ପ୍ରଦାନ କରିବା ନେଇ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ମାତ୍ର ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି। ସହରର ଅନେକ ସ୍ଥାନରେ ଆରଡିହ ଜମି ଫାଙ୍କା ପଡିଥିବା ବେଳେ କେତେକ ପ୍ରଭାବଶାଳୀ ବ୍ୟକ୍ତି ଏହାକୁ ମାଡି ବସିଛନ୍ତି। ଏପରିସ୍ଥଳେ ବାରିପଦା ଉପଜିଲାପାଳଙ୍କ କାର୍ଯ୍ୟାଳୟର ଓପିପି(ଇୟୁଓ) ମାମଲା ନଂ.-୪/୨୦୧୯ ଅନୁସରଣରେ ପି.ଆର ନଂ.-୨୯ (୨୪ା୭ା୨୦୧୯)ରେ ଦେବେନ୍ଦ୍ରପୁରରେ ବସବାସ କରୁଥିବା ପଟ୍ଟା ବିହୀନ ପରିବାରଗୁଡିକୁ ଆସନ୍ତା ୩୦ ତାରିଖରେ ହାଜର ହୋଇ କୈଫିୟତ ଦେବାକୁ ନୋଟିସ କରାଯାଇଛି। ଉତ୍ତର ଠିକ୍ ନ ଦେଇ ପାରିଲେ ଜବରଦଖଲ ଉଚ୍ଛେଦ କରାଯିବ। ଏହି ନୋଟିସ ଓ ଉଚ୍ଛେଦ ପ୍ରସ୍ତାବକୁ ସଂଘ ବିରୋଧ କରିଛି। ଆଗାମୀ ଦିନରେ ସଂଘ ରାଜରାସ୍ତାକୁ ଓହ୍ଳାଇବ ବୋଲି ନିଷ୍ପତ୍ତି ନିଆଯାଇଥିବା ସଭାପତି ମହାପାତ୍ର କହିଛନ୍ତି।
Posted inଆମ ଜିଲା ଖବର, ମୟୂରଭଞ୍ଜ View All

ନିଖୋଜ ଅଙ୍ଗନୱାଡି ସହାୟିକାଙ୍କୁ ତୁରନ୍ତ ଖୋଜି ବାହାର କରିବା ଦାବି: ଉପଜିଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ
ଆଠମଲ୍ଲିକ,୨୬ା୧୧(ଡି.ଏନ.ଏ.)- ଗତ ଅକ୍ଟୋବର ୯ରୁ ନିଖୋଜ ଥିବା ଅଙ୍ଗନୱାଡି ସହାୟିକା ବାଲି ପ୍ରଧାନଙ୍କୁ ତୁରନ୍ତ ଖୋଜି ବାହାର କରିବା ଦାବି ନେଇ ମଙ୍ଗଳବାର ଆଞ୍ଚଳିକ ମହିଳା...

ଟ୍ୟୁସନ ଫି ଦାନ କଲେ ଛାତ୍ରୀଛାତ୍ର
ଦେବଗଡ଼,୧୫।୪ (ଡି.ଏନ.ଏ.)-ଦେବଗଡ଼ ଜିଲା ବାରକୋଟ ବ୍ଲକ ସଦର ମହକୁମାର ବ୍ୟବସାୟୀ ଓ ଜଣେ ଠିକାଦାର ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଅର୍ଥ ପ୍ରଦାନ କରିଛନ୍ତି।...

ଯୋଜନ ଦୂରରେ ଯୋଜନା
ଖମାର,୨୦ା୭(ଡି.ଏନ.ଏ.) – ଗରିବ, ଅସହାୟଙ୍କ ଉନ୍ନତି ପାଇଁ ସରକାର କରିଛନ୍ତି ଅନେକ ଯୋଜନା। ରହିବାକୁ ପକ୍କା ଘର, ପିଇବାକୁ ବିଶୁଦ୍ଧ ପାନୀୟ ଜଳ ଓ ଖାଦ୍ୟ...

ଅନ୍ତେଷ୍ଟିକ୍ରିୟା ପାଇଁ ଯାଇଥିଲେ ଗାଁକୁ, ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ
ପାରଳାଖେମୁଣ୍ଡି,୨ା୩(ଡି.ଏନ୍.ଏ): ଗଜପତି ଜିଲା ପାରଳାଖେମୁଣ୍ଡି ସହରର ଫ୍ରେଣ୍ଡସ କଲୋନୀରୁ ପୁଣି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏସ. ଲୋକନାଥ ରେଡ୍ଡୀଙ୍କ ଘର ତାଲା ଭାଙ୍ଗି ସୁନା...

ରକ୍ତ ଅଭାବ ଦୂର ପାଇଁ ଆଗକୁ ଆସିଲେଣି ବିଭିନ୍ନ ସଂଗଠନ
ବ୍ରହ୍ମପୁର ଅଫିସ୍,୨୭ା୪- ବ୍ରହ୍ମପୁର ବଡ଼ମେଡ଼ିକାଲ୍ ପରିସରରେ ଥିବା ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖାଦେବାରେ ଲାଗିଛି। ଗ୍ରୀଷ୍ମ ପ୍ରବାହ ଯୋଗୁ ରକ୍ତ ସଂଗ୍ରହ ବହୁ ପରିମାଣରେ...

ପାଣି ପାଇଁ ରାଜପଥରେ ମହିଳା
ପାଟଣା,୧୩।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଦେଇ ଯାଇଥିବା ୨୨୦ ନଂ. ଜାତୀୟ ରାଜପଥର ମଲ୍ଲୀପଶି ଛକରେ ପାଣି ସମସ୍ୟାକୁ ନେଇ ଶୁକ୍ରବାର ମହିଳାମାନେ ରାଜପଥ ଅବରୋଧ...

ରେଳଧାରଣାରୁ ମିଳିଲା ଅଟୋ ଡ୍ରାଇଭରଙ୍କ ମୃତଦେହ
ଝାରସୁଗୁଡା ଅଫିସ/ବେଲପାହାଡ଼,୧।୧(ଡି.ଏନ.ଏ.): ବିଳାସପୁର ରେଳ ଡିଭିଜନ ଅନ୍ତର୍ଗତ ଦିଲ୍ଲୀ-ହାୱଡା ରେଳଲାଇନର ବେଲପାହାଡ଼ ନୂଆପଡା ନିକଟସ୍ଥ ମୁଖ୍ୟ ରେଳଧାରଣାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ରବିବାର ବ୍ରଜରାଜନଗର ରେଲୱେ...

ଜାତୀୟସ୍ତରକୁ ମନୋନୀତ ହେଲା ମଡେଲ
ପରଜଙ୍ଗ, ୨୪।୧(ଡି.ଏନ.ଏ.) ପୂର୍ବ ଭାରତ ବିଜ୍ଞାନ ମେଳାରେ ଚମକିଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁଲେଇସ୍ଥିତ ତାଳେଶ୍ୱର ବିଦ୍ୟାପୀଠର ଦଶମ ଶ୍ରେଣୀ ଛାତ୍ରୀ ଚୁଲ୍ବୁଲି ଜେନା।...