ଜବରଦଖଲ ଉଚ୍ଛେଦକୁ ନେଇ ଅଡୁଆ ପରିସ୍ଥିତି

ଭଦ୍ରକ ଅଫିସ/ବନ୍ତ,୬।୧୨(ଡି.ଏନ.ଏ.)- ଭଦ୍ରକ ଜିଲା ବନ୍ତ ତହସିଲ କାର୍ଯ୍ୟାଳୟରେ ପଶି ଜଣେ ବ୍ୟକ୍ତି ତହସିଲଦାରଙ୍କୁ ଦୁର୍ବ୍ୟବହାର କରିବା ସହ ହତ୍ୟା ଧମକ ଦେଇଥିବା ନେଇ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ତହସିଲଦାର ଇନ୍ଦିରା ସାହୁ ବନ୍ତ ଥାନାରେ ଅଭିଯୋଗ କରିବା ସହ ଜିଲାପାଳ, ଉପଜିଲାପାଳ, ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ଅବଗତ କରାଇଛନ୍ତି। ପୋଲିସ ଏକ ମାମଲା(ନଂ. ୧୬୪/୧୯) ରୁଜୁ କରି ତଦନ୍ତ ଚଳାଇଛି। ବୁଧବାର ସେ ଅଫିସରେ କାର୍ଯ୍ୟରତ ଥିବାବେଳେ ୩ ଜଣ ସ୍ଥାନୀୟ ବ୍ୟକ୍ତି ଅଫିସ ଭିତରକୁ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହିତ ହତ୍ୟା ଧମକ ଦେଇଥିବା ଏତଲାରେ ଦର୍ଶାଇଛନ୍ତି। ତେବେ ବନ୍ତ ବଜାରରେ ଜବରଦଖଲ ଉଚ୍ଛେଦକୁ ନେଇ ଏଭଳି ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଥିବା ଜାଣିବାକୁ ମିଳିଛି। ଏହି ଘଟଣାରେ ସୁରକ୍ଷା ଦାବି କରି କର୍ମଚାରୀ ଓ ରାଜସ୍ବ ନିରୀକ୍ଷକମାନେ ଗୁରୁବାର ତହସିଲ ଅଫିସ ସମ୍ମୁଖରେ କଲମଛାଡ଼ ଆନ୍ଦୋଳନ କରିଥିଲେ। ଅପରପକ୍ଷରେ ଜଣେ ଆଇନଜୀବୀ, ବ୍ୟବସାୟୀ ଓ ସ୍ଥାନୀୟ ଲୋକଙ୍କୁ ତହସିଲଦାର ଦୁର୍ବ୍ୟବହାର କରିଥିବା ଥାନାରେ ପାଲଟା ଅଭିଯୋଗ ହୋଇଛି। ହେଲେ ଏ ନେଇ ବନ୍ତ ଥାନା ପୋଲିସ ମାମଲା ରୁଜୁ କରି ନ ଥିବାରୁ ଶତାଧିକ ବ୍ୟକ୍ତି ଥାନା ଆଗରେ ଧାରଣା ଦେଇଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ବନ୍ତ ବଜାରରେ ଦୁଇ ଜଣ ମହକିଲଙ୍କର ଘର ଭାଙ୍ଗିବା ସମ୍ପର୍କରେ ତହସିଲଦାରଙ୍କୁ ସାକ୍ଷାତ କରି ଆଲୋଚନା ପାଇଁ ଜଣେ ଆଇନଜୀବୀ ବୁଧବାର ମହକିଲଙ୍କୁ ଧରି ତହସିଲ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ଆଲୋଚନା ବେଳେ ତହସିଲଦାର ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ହତ୍ୟା ଧମକ ଦେଇଥିବା ନେଇ ସେ ବୁଧବାର ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ମାତ୍ର ପୋଲିସ ମାମଲା ରୁଜୁ କରି ନ ଥିବାରୁ ଗୁରବାର ଆଇନଜୀବୀଙ୍କ ସମେତ ବନ୍ତ ବଜାରର ବ୍ୟବସାୟୀ, ସ୍ଥାନୀୟ ଲୋକେ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ଆଗରେ ଧାରଣା ଦେଇଥିଲେ। ଏହାକୁ ସମର୍ଥନ ଜଣାଇ ସିପିଆଇର ଜିଲା ସମ୍ପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ବରିଷ୍ଠ ସିପିଆଇ ନେତା ଗୋପବନ୍ଧୁ ସେଠୀ, ଜୋନ୍‌ ସମ୍ପାଦକ ରମେଶ ଜେନା, ନିରଞ୍ଜନ ନାୟକ, ଅଭିମନ୍ୟୁ ଜେନା ଓ କିଶୋର ବେହେରା ପ୍ରମୁଖ ଧାରଣାସ୍ଥଳରେ ଉପସ୍ଥିତ ରହିଥିଲେ। ତେବେ ଏହି ଘଟଣାକୁ ନେଇ ଭଦ୍ରକର ଆଇନଜୀବୀମାନେ ଅପରାହ୍ନରେ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନେ ଅତିରିକ୍ତ ଏସ୍‌ପି କୈଳାସ ଚନ୍ଦ୍ର ପରିଡ଼ାଙ୍କୁ ଭେଟି ତୁରନ୍ତ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ କରାଯାଉ ବୋଲି ଦାବି କରିଥିଲେ। ଅତିରିକ୍ତ ଏସ୍‌ପି ଏ ନେଇ ବନ୍ତ ଥାନାରେ ମାମଲା (ନଂ.୧୬୫/୧୯) ରୁଜୁ ହୋଇଥିବା କହିବା ପରେ ସେମାନେ ଫେରିଥିଲେ। ପ୍ରକାଶଥାଉ କି, ବିଧିବଦ୍ଧ ଭାବେ ନୋଟିସ କରା ନ ଯାଇ ବନ୍ତ ବଜାରରେ ଜବରଦଖଲ ଉଚ୍ଛେଦ କରାଯିବାକୁ ସ୍ଥାନୀୟ ବ୍ୟବସାୟୀ ଓ ଘର ମାଲିକମାନେ ବିରୋଧ କରିଛନ୍ତି। ପ୍ରଶାସନର ମନୋମୁଖୀ କାର୍ଯ୍ୟ ବିରୋଧରେ ବ୍ୟବସାୟୀମାନେ ପୃଥକ୍‌ ଭାବେ ଥାନାରେ ୧୦ଟି ଅଭିଯୋଗ କରିଥିବାବେଳେ ମାମଲା ରୁଜୁ ହୋଇ ନ ଥିବା ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୮।୧୦(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନା ଆଉ ୧୬ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୯୭୪ କୁ ବୃଦ୍ଧି ହୋଇଛି। ଏ...

୯ରେ କ୍ୟାବିନେଟ୍‌

ଭୁବନେଶ୍ୱର,୭ା୩(ବ୍ୟୁରୋ):ଆସନ୍ତା ୯ ତାରିଖରେ ଲୋକସେବା ଭବନଠାରେ ଅପରାହ୍ନ ୫ଟା ୪୫ ମିନିଟ୍‌ରେ ରାଜ୍ୟ କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ...

ମା’ ସଶକ୍ତ ହେଲେ ଓଡ଼ିଶା ବିକଶିତ ହେବ

ବରଗଡ଼,୨୭ା୬(ପ୍ରେମାନନ୍ଦ ଖମାରୀ): ମା’ ସଶକ୍ତ ହେଲେ ପରିବାର ସଶକ୍ତ ହୁଏ। ପରିବାର ସଶକ୍ତ ହେଲେ ରାଜ୍ୟ ବିକଶିତ ହୁଏ। ମୁଖ୍ୟମନ୍ତ୍ରୀ ସବୁବେଳେ କହିଥାନ୍ତି, ମା’ମାନେ ଆଗକୁ...

କର୍ତ୍ତବ୍ୟରେ ଅବହେଳା: ନିମାପଡା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର/ନିମାପଡା, ୧୬ା୪(ବ୍ୟୁରୋ/ଡି.ଏନ୍‌.ଏ.): କର୍ତ୍ତବ୍ୟରେ ଅବହେଳା ଏବଂ ସରକାରୀ ନିର୍ଦ୍ଦେଶାନାମାକୁ ପାଳନ ନ କରିବା ଯୋଗୁ ନିମାପଡା ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି) କାର୍ଯ୍ୟନିର୍ବାହୀ ଅଧିକାରୀ ମୋହନଚରଣ ଜେନାଙ୍କୁ...

ଶୁଭଶ୍ରୀ ‘ଫେମିନା ମିସ୍‌ ଇଣ୍ଡିଆ ଓଡ଼ିଶା’

ଭୁବନେଶ୍ୱର, ୨ା୧୨(ବ୍ୟୁରୋ): ୨୦୨୦ ବର୍ଷ ପାଇଁ ‘ଫେମିନା ମିସ୍‌ ଇଣ୍ଡିଆ ଓଡ଼ିଶା’ ଟାଇଟଲ୍‌ ଜିତିଛନ୍ତି ବଲାଙ୍ଗୀରର ଶୁଭଶ୍ରୀ ରାୟଗୁରୁ। କୋଭିଡ୍‌ ସଂକ୍ରମଣ ଲାଗି ଚଳିତବର୍ଷ ଭିଡିିଓ...

ହ୍ବାଟ୍‌ସ ଆପ୍‌, ଭିଡିଓ କଲିଂରେ ହେବ ଶୁଣାଣି

କଟକ ଅଫିସ୍‌,୯ା୪: ଲକ୍‌ଡାଉନ୍‌ର ପ୍ରଭାବ ନ୍ୟାୟିକ ବ୍ୟବସ୍ଥା ଉପରେ ପଡ଼ିଛି। ଅଦାଲତଗୁଡ଼ିକୁ ବନ୍ଦ ରଖାଯିବା ସହ ଶୁଣାଣିକୁ ମଧ୍ୟ ସ୍ଥଗିତ କରାଯାଇଛି। ଫଳରେ ଆବେଦନକାରୀ, ପ୍ରତିପକ୍ଷ...

ଲୁଟେରା ଗ୍ୟାଙ୍ଗର ୬ ଗିରଫ: ଚୋରି ସୁନା ଫେରାଇଲା ପୋଲିସ

ରାୟଗଡା ଅଫିସ,୧୦।୨: ରାୟଗଡ଼ା ପୋଲିସକୁ ଏକ ସଫଳତା ମିଳିଛି । ଗତ ଜାନୁୟାରୀ ୧ ଏବଂ ୬ ତାରିଖ ଓ ୨୦୨୨ ଜୁଲାଇ ୧୬ରେ ହୋଇଥିବା...

୭ ଘଣ୍ଟା ଉପାସ ରହିଲେ ମହାପ୍ରଭୁ

ପୁରୀ,୧୬ା୯(ଅଜିତ ମହାନ୍ତି): ଶ୍ରୀମନ୍ଦିରରେ ଶୁକ୍ରବାର ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ ଘଟିଛି। ଏପରିକି ଦୁଇଥର ବଡ଼ ମହାସ୍ନାନ କରାଯାଇଛି। ଫଳରେ ଦାରୁଦିଅଁଙ୍କୁ ଦୀର୍ଘ ୭ଘଣ୍ଟା ଉପବାସ ରହିବାକୁ...

Advertisement
Archives

Model This Week