ଜବରଦଖଲକାରୀ ମାଡ଼ି ବସିଛନ୍ତି ଜମି: ୬୦ ବର୍ଷର ହାଟର ମିଳୁନି ଚିହ୍ନବର୍ଣ୍ଣ

ବଅଁରପାଳ, ୨୮।୧୨ (ଡି.ଏନ୍‌.ଏ.)

ବଅଁରପାଳ ବ୍ଲକ ବଳରାମପ୍ରସାଦ ଠାରେ ଥିବା ପ୍ରାୟ ୬୦ ବର୍ଷର ଏକ ପୁରାତନ ହାଟର ଆଉ ଚିହ୍ନବର୍ଣ୍ଣ ନାହିଁ। ଏହାର ଜମି ଏବେ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯାଇଛି। ଫଳରେ ଏହା ଉପରେ ନିର୍ଭର କରୁଥିବା ସ୍ଥାନୀୟ ଚାଷୀ ଓ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଗ୍ରାମବାସୀ କୃତାର୍ଥ ଚନ୍ଦ୍ର ସିଂହ, ଶିବରାମ ସାହୁ, ନିର୍ମଳ ସାହୁ ପ୍ରମୁଖଙ୍କ କହିବା ଅନୁଯାୟୀ, ୧୯୬୧ ମସିହାରେ ଏହି ହାଟ ପ୍ରତିଷ୍ଠା ହୋଇଥିଲା। ବଳରାମପ୍ରସାଦ ଠାରେ ପାଟଣା ବୋଲି ଏକ ବ୍ୟବସାୟିକ ସ୍ଥାନ ରହିଥିଲା। ପାଟଣାର ଲୋକମାନେ ତେଲ, ଲୁଗା ବୁଣା କାର୍ଯ୍ୟ କରିବା ସହ ବିଭିନ୍ନ ପ୍ରକାର ବ୍ୟବସାୟ କରୁଥିଲେ। ସେମାନେ ଏହି ହାଟ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ଥିଲେ। ସେହିପରି ଆଖପାଖ ଅଞ୍ଚଳର ୫୦ରୁ ଊର୍ଦ୍ଧ୍ୱ ଗ୍ରାମର ଚାଷୀ ଏଠାରେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ବିକ୍ରି କରି ଚଳୁଥିଲେ। ଫଳରେ ହାଟରେ ଗ୍ରାହକମାନଙ୍କ ବେଶ ଭିଡ଼ ଜମୁଥିଲା। ସେତେବେଳେ ପଞ୍ଚାୟତ ପକ୍ଷରୁ ଏହାର ପରିଚାଳନା କରାଯାଉଥିଲା। କିନ୍ତୁ ଏହି ପୁରୁଣା ହାଟ ଏବେ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ଏପରିକି ବର୍ତ୍ତମାନ ହାଟ ଅଞ୍ଚଳ ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଯାଇଛି। ପିଣ୍ଡି ଗୁଡ଼ିକୁ ଭାଙ୍ଗି ଯାଇଥିବା ବେଳେ ହାଟର କୌଣସି ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନାହିଁ। ତୁରନ୍ତ ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ବଳରାମପ୍ରସାଦ ସରପଞ୍ଚ ମଧୁଛନ୍ଦା ସାହୁ କୁହନ୍ତି, ଦୀର୍ଘ ବର୍ଷ ହେଲା ଉକ୍ତ ହାଟ ବନ୍ଦ ହୋଇଗଲାଣି। ସେତେବେଳେ କେହି ଏଥିପ୍ରତି ଦୃଷ୍ଟି ଦେଲେନାହିଁ। ଫଳରେ ହାଟ ଜାଗା ଏବେ ଜବରଦଖଲକୁ ଚାଲିଯାଇଛି ବୋଲି ସରପଞ୍ଚ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲୁକାକଳାରେ ‘ବିଶ୍ୱ ଯୋଗ ଦିବସ’

ଭୁବନେଶ୍ୱର,୨୧।୬(ବ୍ୟୁରୋ): ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ସମୁଦ୍ର ବେଳାଭୂମିରେ ନିଜ ଉତ୍କୃଷ୍ଟ ବାଲୁକାକଳା ପ୍ରଦର୍ଶନ କରିଛନ୍ତି। ଏହି ଦିବସର ଆବଶ୍ୟକତାକୁ...

ମହାନଦୀ ମୁହାଣରେ ବୁଡ଼ିଲା ଟ୍ରଲର: ୩ ମତ୍ସ୍ୟଜୀବୀ ନିଖୋଜ, ୨ ଉଦ୍ଧାର

ପାରାଦୀପ,୮ା୧୦(ସ୍ବ.ପ୍ର.)- ସମୁଦ୍ରରୁ ମାଛଧରି ଫେରୁ୍‌ଥିବା ଏକ ଟ୍ରଲର ମହାନଦୀ ମୁହାଣରେ ମଙ୍ଗଳବାର ବୁଡ଼ିଯାଇଛି। ସେଥିରେ ଥିବା ୫ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ...

ବର୍ଷା ସାଙ୍ଗକୁ କୁଆପଥର ମାଡ଼

ଅମ୍ବାଭୋନା,୨୮।୧୨(ଡି.ଏନ.ଏ): ବରଗଡ଼ ଜିଲା ଅମ୍ବାଭେନା ବ୍ଲକରେ ମଙ୍ଗଳବାର ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଛି । ଏଥିରେ ଚାଷୀଙ୍କ ଅମଳ ଧାନ ପ୍ରଭାବିତ ହୋଇଛି ।...

ପୂଜାସ୍ଥଳୀ ଥିଲେ ବି ହେଉନି ବିକାଶ

କେନ୍ଦୁଝର, ୨୧ା୮- ଅବହେଳିତ ପୂଜା ସ୍ଥଳୀଗୁଡିକର ପୁନରୁଦ୍ଧାର କରିବା ସହ ପୁରାତନ ସଂସ୍କୃତିର ସୁରକ୍ଷା ପାଇଁ ସରକାର ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି। ହେଲେ ବିକାଶ...

ପ୍ରତାରଣା ଅଭିଯୋଗ, ଜେଲ ଗଲେ ଫାଣ୍ଡି ଅଧିକାରୀ

ଖଲ୍ଲିକୋଟ,୮ା୭(ଡି.ଏନ୍‌.ଏ.)- ପୁଣି ଖାକିରେ କଳଙ୍କ। ମହିଳାଙ୍କୁ ସୁରକ୍ଷା ଦେବା ବଦଳରେ ଦିନକୁ ଦିନ ସେମାନଙ୍କ ଉପରେ ପୋଲିସର ଅତ୍ୟାଚାର ବଢୁଛି। ବିବାହ ପ୍ରତିଶ୍ରୁତି ଦେଇ ଜଣେ...

ସେସୁ : ଆଦାୟ ହେଲାଣି ୬୭.୨୯ କୋଟି ବକେୟା

ଭୁବନେଶ୍ୱର,୩ା୨(ବ୍ୟୁରୋ): ସେସୁ ପକ୍ଷରୁ ବକେୟା ବିଲ୍‌ ଆଦାୟ ଏବଂ ଖିଲାପକାରୀଙ୍କ ବିଜୁଳି ସଂଯୋଗ ବିଚ୍ଛିନ୍ନ କାର୍ଯ୍ୟ ଜାରି ରହିଛି। ଏହିକ୍ରମରେ ରବିବାର ୬୫୨ଜଣ ଉପଭୋକ୍ତାଙ୍କ ବିଜୁଳି...

ସ୍ଥଗିତ ସ୍ଥାନରେ ମେ ୨୭ରେ ଭୋଟ

ଭୁବନେଶ୍ୱର,୨୨ା୪(ବ୍ୟୁରୋ): ଗତ ପଞ୍ଚାୟତ ନିର୍ବାଚନ ସମୟରେ କେତେକ ସ୍ଥାନରେ ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲା ପରିଷଦ ପଦବୀ ଲାଗି ନିର୍ବାଚନ ହୋଇପାରି ନ...

ଖୁଣ୍ଟୁଣୀ କଲେଜରେ ସଡ଼କ ସୁରକ୍ଷା ସପ୍ତାହ

ଖୁଣ୍ଟୁଣୀ,୧୮ା୧( ଡି.ଏନ.ଏ.): ଖୁଣ୍ଟୁଣୀ କଲେଜ ପରିସରରେ ଶୁକ୍ରବାର ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ଛାତ୍ରୀଛାତ୍ରମାନେ ଏକ ସଚେତନତା ଶୋଭାଯାତ୍ରାରେ...

Advertisement
Archives

Model This Week