ବାରିପଦା ଅଫିସ,୬ା୧୧- ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ପକ୍ଷରୁ ଗତ ୨୯ ଅକ୍ଟୋବରରେ କୁଳିଅଣା ଥାନା ଅଧୀନ ଅସନଯୋଡା ନିକଟସ୍ଥ ଏକ ଢାବାରୁ ୧୮ କିଗ୍ରା ଓଜନର ଏକ ବଜ୍ରକାପ୍ତା ଜବତ କରାଯାଇଥିଲା। ଏହି ବଜ୍ରକାପ୍ତାକୁ ପିଠାବଟା ରେଞ୍ଜ କାର୍ଯ୍ୟାଳୟରେ ସ୍ବତନ୍ତ୍ର ଘରେ ରଖାଯାଇଥିଲା। ମାତ୍ର ମଙ୍ଗଳବାର ସକାଳୁ ଏହା କେଉଁଆଡ଼େ ଗାଏବ ହୋଇଯାଇଛି। ବାରିପଦା ବନଖଣ୍ଡ ଅଧିକାରୀ ସ୍ବୟମ ମଲିକଙ୍କ ସୂଚନା ଅନୁଯାୟୀ, ଜବତ ହେବା ପରେ ବଜ୍ରକାପ୍ତାର ସ୍ବତନ୍ତ୍ର ଦେଖାଶୁଣା କରାଯାଉଥିଲା। ଜବତ ହେବାର ଦୁଇଦିନ ପରେ ଏହା ଏକ ଶାବକକୁ ଜନ୍ମ ଦେଇଥିଲା। ଏହି ଶାବକର ମଧ୍ୟ ଗତ ସୋମବାର ମୃତ୍ୟୁ ହୋଇଯାଇଥିଲା। ବଜ୍ରକାପ୍ତାକୁ ନନ୍ଦନକାନନ ପଠାଇବା ପାଇଁ ବିଭାଗୀୟ ନିର୍ଦ୍ଦେଶ ଥିଲା। ତେବେ ୭ ଦିନ ଏଠାରେ ରଖିବା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ଜଣାଇଥିଲେ। ଫଳରେ ସ୍ବତନ୍ତ୍ର ଘର ତିଆରି କରାଯାଇ ଏହାକୁ ରଖାଯାଇଥିଲା। ସୋମବାର ରାତି ପର୍ଯ୍ୟନ୍ତ କର୍ମଚାରୀମାନେ ଏହାକୁ ଦେଖିଛନ୍ତି। ହେଲେ ମଙ୍ଗଳବାର ସକାଳୁ ଏହା କେଉଁଆଡ଼େ ଚାଲିଯାଇଛି। ପୋଲିସର ଡଗ ସ୍କ୍ବାଡ ଆଣି ଏହାକୁ ଖୋଜାଖୋଜି କରାଯାଇଥିଲା। ଏହା ରାତ୍ରିଚର ପ୍ରାଣୀ ହୋଇଥିବାରୁ ଏହାକୁ ପୁନର୍ବାର ରାତିରେ ଖୋଜାଯିବ। ଜବତ ହେବାର ପ୍ରାୟ ୨୦ ଦିନ ପୂର୍ବରୁ ଚାଲାଣକାରୀମାନେ ଏହାକୁ ଆବଦ୍ଧ କରି ରଖିଥିଲେ। ଉଲ୍ଲେଖଯୋଗ୍ୟ ଯେ,ବାଦାମପାହାଡ଼ ଅଞ୍ଚଳରୁ ଏହି ବଜ୍ରକାପ୍ତା ଚାଲାଣ କରାଯାଉଥିଲା। ଦୁଇଟି ଗାଡ଼ିରେ ୧୦ରୁ ଊର୍ଦ୍ଧ୍ୱ ଚାଲାଣକାରୀ ବାରିପଦା ହୋଇ କଲିକତା ଯିବା ଯୋଜନା କରିଥିଲେ। ସେଠାରେ ଏହି ବଜ୍ରକାପ୍ତାକୁ ବିକ୍ରି କରିବାର ଯୋଜନା ହୋଇଥିଲା। ତେବେ ଅସନଯୋଡା ଢାବାଠାରେ ଚାଲାଣକାରୀମାନେ ଖାଉଥିବାବେଳେ ବନ ବିଭାଗର ଏକ ଟିମ ଚଢ଼ାଉ କରିଥିଲା। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଗିରଫ କରିଥିବାବେଳେ ବଜ୍ରକାପ୍ତା ସହିତ ୨ ଟି ଚାରିଚକିଆ ଯାନ ଜବତ କରିଥିଲା।
Posted inଆମ ଜିଲା ଖବର, ମୟୂରଭଞ୍ଜ View All
ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ
କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…
ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ
ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…
କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ
ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…
ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ
ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…
ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତି ଗଲେ ଜେଲ୍
ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ (୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ (୬୦)ଙ୍କୁ ଶୁକ୍ରବାର…
ଦ୍ରୁତଗତିରେ ବାଇକ୍ ଚାଳନାକୁ ନେଇ ଗୋଷ୍ଠୀ ସଂଘର୍ଷ: ବୁଲିଲା ଠେଙ୍ଗା, ରଣକ୍ଷେତ୍ର ପାଲଟିଲା ଗାଁ ରାସ୍ତା
ଦିଗପହଣ୍ଡି, ୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଅନ୍ତର୍ଗତ ବଜ୍ରଗୁମ୍ମା ଗ୍ରାମର ଓଡ଼ିଆ ସାହିରେ ଗୁରୁବାର ଅପରାହ୍ନରେ ଦ୍ରୁତଗତିରେ…
ଯୌତୁକ ନିର୍ଯ୍ୟାତନାରୁ ମହିଳାଙ୍କ ଆତ୍ମହତ୍ୟା ଘଟଣା: ୫ ମାସ ପରେ ଅଭିଯୁକ୍ତ ସ୍ବାମୀ ଗଲେ ଜେଲ
ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣାଙ୍କ ଝିଅ ଉଷାରାଣୀ ମହାରଣା ସ୍ବାମୀ ଓ…
୧୦ ଲକ୍ଷ ଯୌତୁକ ଦାବିରେ ନିର୍ଯାତନା: ମାଡ଼ମାରି ନବବଧୂଙ୍କ ନାକରୁ ରକ୍ତସ୍ରାବ, ନନ୍ଦିପଦା ଥାନାରେ ମାମଲା ରୁଜୁ
ହାଟଡିହୀ/ଛେନାପଦୀ, ୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଡ଼ଅଁର ପଞ୍ଚାୟତ ଅନ୍ତର୍ଗତ ସରଳା-ରାଧାନଗରପାଟଣା ଗ୍ରାମରେ ଜଣେ ନବବଧୂଙ୍କୁ ୧୦ ଲକ୍ଷ ଟଙ୍କା ଯୌତୁକ…

