ଜନ ଶୁଣାଣିରେ ଉଠିଲା ଆବାସ ଦୁର୍ନୀତି ଅଭିଯୋଗ: ବିଡିଓଙ୍କ ସହ ଗ୍ରାମବାସୀ ମୁହାଁମୁହିଁ

ଜଗତ୍‌ସିଂହପୁର ଅଫିସ,୨୦ା୮: ଜଗତ୍‌ସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ସୋମବାର ଜିଲାସ୍ତରୀୟ ଯୁଗ୍ମ ଜନଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି। ଏଥିରେ ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରିତାରେ ଦୁର୍ନୀତିକୁ ନେଇ ଅଭିଯୋଗ ଉଠିବାରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅଭିଯୋଗକାରୀ ଗ୍ରାମବାସୀ ଏବଂ ବିଡିଓଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ହସ୍ତକ୍ଷେପ କରିବାକୁ ପଡିଥିଲା। ସେହିପରି ଡ୍ରେନେଜ୍‌ ସମସ୍ୟା ଯୋଗୁ ୫ ପଞ୍ଚାୟତ ପ୍ରଭାବିତ ହେଉଥିବା ଓ ୫ ହଜାର ହେକ୍ଟର ଜମି ଜଳମଗ୍ନ ଥିବା ଅଭିଯୋଗ ହୋଇଥିଲା। ଶୁଣାଣିବେଳେ ବିଦ୍ୟୁତ୍‌ ଚାଲିଯିବା ଓ ଜେନେରେଟର କାର୍ଯ୍ୟକ୍ଷମ ହେବାରେ ବିଳମ୍ବ ହେବାରୁ ଜିଲାପାଳ ଅସନ୍ତୋଷ ପ୍ରକାଶ କରିଥିଲେ। ଏଣିକି ଜିଲାପାଳଙ୍କ କାର୍ଯ୍ୟାଳୟରେ ଯେପରି ୨୪ ଘଣ୍ଟା ବିଦ୍ୟୁତ୍‌ ରହିବ ବ୍ୟବସ୍ଥା କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସୂଚନା ଅନୁଯାୟୀ, କାଦୁଆପଡ଼ା ପଞ୍ଚାୟତ ରାଇବରାଇ ଗ୍ରାମର ପ୍ରଭାତ ସ୍ବାଇଁ, ବିରଞ୍ଚତ୍ ସ୍ବାଇଁ, ଯୁଧିଷ୍ଠିର ମହାରଣା, ଅକ୍ଷୟ ପାଳ, ଭୋଳାନାଥ ଓଝା, ପ୍ରଦୀପ ମଲ୍ଲିକ, ସଚିକାନ୍ତ ପାଳ ଓ ପ୍ରତିମା ମହାରଣା ପ୍ରମୁଖ ବିଜୁ ପକ୍କାଘର ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ କରିଥିଲେ। ଗ୍ରାମର ବନିତା ନାୟକଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଯାଇଛି। ତାଙ୍କର ୨ଟି ସନ୍ତାନ। ଢିଅକୁ ବାଦ୍‌ଦେଲେ ଜମି ବୋଲି ଗୁଣ୍ଠେ ନାହିଁ। କିନ୍ତୁ ତାଙ୍କୁ ଏହି ଯୋଜନାରୁ ବାଦ୍‌ ଦିଆଯାଇଛି। ସେହିପରି ଭୋଳାନାଥ ଓଝା, ପ୍ରତାପ ମଲ୍ଲିକ ଓ ରୀତାଞ୍ଜଳି ରାଉତଙ୍କ ଭଳି ବହୁ ଗରିବ ପରିବାରକୁ ଏହି ଯୋଜନାରେ ସାମିଲ କରାଯାଇନାହିଁ। ଅଥଚ ୮ ବଖରା ମାର୍ବଲ ପକ୍କା ଘର ଥିବା ହେମନ୍ତ ସ୍ବାଇଁଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ସ୍ବାଇଁ ବଡ଼ଦେଢିଲୋ ଗ୍ରାମର ରଞ୍ଜନ ଦାସଙ୍କ ଘର ଦେଖାଇ ୧.୨୦ ଲକ୍ଷ ଟଙ୍କା ହାତେଇଛନ୍ତି। ସରପଞ୍ଚ, ନୋଡାଲ ଅଫିସର ଓ ବିଡିଓଙ୍କ ସଲାସୁତରାରେ ଏଭଳି ହୋଇଥିବା ଗ୍ରାମବାସୀ କହିଥିଲେ। କେବଳ ଏହି ଗୋଟିଏ ନୁହେଁ, ଅନେକ ଥିଲାବାଲା ଲୋକଙ୍କୁ ପକ୍କାଘର ଦିଆଯାଇଛି। ଗ୍ରାମବାସୀଙ୍କ ଏଭଳି ଅଭିଯୋଗ ପରେ ବିଡିଓ ଲଗ୍ନଜିତ ରାଉତ ପ୍ରତିକ୍ରିୟାଶୀଳ ହୋଇ ସେମାନେ ମିଥ୍ୟା ଅଭିଯୋଗ କରୁଛନ୍ତି ବୋଲି କହିବାରୁ ଯୁକ୍ତିତର୍କ ହୋଇଥିଲା। ତେଣୁ ଲୋକେ ସଙ୍ଗେ ସଙ୍ଗେ ତଦନ୍ତ ହେଉ ବୋଲି ଦାବି କରିଥିଲେ। ଏହା ପରେ ଜିଲାପାଳ ମହାପାତ୍ର ବିନା କାରଣରେ ଏତେ ଲୋକ ଅଭିଯୋଗ କରିବାକୁ ଆସି ନ ଥାନ୍ତେ ବୋଲି କହି ବିଡିଓଙ୍କୁ ଚୁପ୍‌ କରାଇଥିଲେ। ଏଥିସହ ତୁରନ୍ତ ସ୍ବତନ୍ତ୍ର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଜାହାନପୁର, କଣ୍ଟିଲୋ, ପାଟେଣୀଗାଁ, ସଭାମୂଳ ଓ ପଟସରା ପଞ୍ଚାୟତର ଲୋକେ ଜଳ ନିଷ୍କାସନ ସମସ୍ୟା ସମ୍ପର୍କରେ ଜଣାଇଥିଲେ। ରବୀନ୍ଦ୍ରନାଥ ସାହୁ, ପ୍ରମୋଦ ରଥ, ରମାକାନ୍ତ ସାହୁ, ବିଶ୍ୱରଞ୍ଜନ ସାହୁ, ବଳରାମ ମଲିକ, ଜ୍ୟୋତିରଞ୍ଜନ ସ୍ବାଇଁ ଓ ଶରତ ପ୍ରଧାନ ପ୍ରମୁଖ କହିଲେ ଯେ, ନଛିପୁରରୁ ଅଢଙ୍ଗା ସାଇଫନ୍‌ ପର୍ଯ୍ୟନ୍ତ ଯାଇଥିବା ଡ୍ରେନ୍‌ରେ ଜଳ ନିଷ୍କାସନ ହୋଇପାରୁନି। କୋଦଳ ପୂର୍ବରୁ ଥିବା ସେଠୀ ସାହି ନିକଟରେ ଡ୍ରେନ୍‌ ଉପରେ ପ୍ରାୟ ୨୦୦ ବାଉଁଶ ବୁଦା ପଡ଼ିଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ବାତ୍ୟା ଫନୀରେ ଏହି ଗଛଗୁଡିକ ଉଡି ଡ୍ରେନ୍‌ରେ ପଡିଛି। ବାରମ୍ବାର ଜଳସେଚନ ଓ ଡ୍ରେନେଜ୍‌ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଏ ସମ୍ପର୍କରେ ଜଣାଇଥିଲେ ମଧ୍ୟ ପ୍ରତିକାର କରାଯାଇନାହିଁ। ତେଣୁ ପ୍ରାୟ ୫ ହଜାର ହେକ୍ଟର ଜମିରେ ପାଣି ଜମି ରହିଛି। ଏହା ଉପରେ ତୁରନ୍ତ ପଦକ୍ଷେପ ନେବାକୁ ଜିଲାପାଳ ଡ୍ରେନେଜ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। କଣ୍ଟିଲୋ ପଞ୍ଚାୟତ ବଡ଼ମୁଣ୍ଡିଲୋ ଗାଁ ଦାଣ୍ଡରେ ପାଣି ଜମି ରହିଛି। ହାଜିପୁର ପଞ୍ଚାୟତ ଚାନ୍ଦପୁର ଗାଁର ଶତ୍ରୁଘ୍ନ ଭୋଇ, ରବୀନ୍ଦ୍ର ଭୋଇ, ଅର୍ଜୁନ ଭୋଇ, ପ୍ରଶାନ୍ତ ଭୋଇ ପ୍ରମୁଖ ଜଳସେଚନ ବିଭାଗର ବେପରୁଆ ମନୋଭାବ ଯୋଗୁ ଗଁାରୁ ଜଳ ନିଷ୍କାସନ ହୋଇପାରୁ ନ ଥିବା କହିଥିଲେ। ଶିବିରରେ ମୋଟ ୨୦୨ ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିରେ ୧୮୨ଟି ବ୍ୟକ୍ତିଗତ, ଯଥା ଇନ୍ଦିରା ଆବାସ/ବିଜୁ ପକ୍କାଘର ୬୧, ଭତ୍ତା ସମ୍ପର୍କିତ ୧୦, ରାଶନ କାର୍ଡ ୧୩, ଆଇନ ସହାୟତା ୧୨, ଜମିଜମା ସଂକ୍ରାନ୍ତୀୟ ୧୧, କଳାକାର ଭତ୍ତା ୪, ଅଙ୍ଗନୱାଡି ସମସ୍ୟା ସମ୍ପର୍କିତ ୬ ଓ ଅନ୍ୟାନ୍ୟ ୬୫ଟି, ଗାଁ ସମସ୍ୟା ସମ୍ପର୍କିତ ୯, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପାଇଁ ୨, ରେଡକ୍ରସ୍‌ ସହାୟତା ପାଇଁ ୯ ଦରଖାସ୍ତ ଗ୍ରହଣ କରାଯାଇଥିଲା। ୬ ଅଭିଯୋଗ ତତ୍କାଳ ସମାଧାନ ହୋଇଥିଲା। ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ସାହୁ, ଜଗତ୍‌ସିଂହପୁର ଏସ୍‌ଡିପିଓ ପ୍ରକାଶ ଚନ୍ଦ୍ର ପାଲ, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଉପଜିଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri