ଜନସାଧାରଣଙ୍କ ଆସ୍ଥାଭାଜନ ହୋଇ କାର୍ଯ୍ୟ କର: ଆରଡିସି

ବଲାଙ୍ଗୀର ଅଫିସ,୨୯ା୨
ଉତ୍ତରାଞ୍ଚଳ ରାଜସ୍ବ କମିଶନର(ଆରଡିସି) ନିରଞ୍ଜନ ସାହୁ ଶୁକ୍ରବାର ବଲାଙ୍ଗୀର ଜିଲା ଗସ୍ତରେ ଆସି ବଲାଙ୍ଗୀର ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗଦାନ କରିଥିଲେ ା ସମୀକ୍ଷା ବୈଠକ ପ୍ରାରମ୍ଭରେ ଜିଲାପାଳ ଅରିନ୍ଦମ ଡ଼ାକୁଆ ଆରଡିସି ସାହୁ ଓ ଅନ୍ୟ ସମସ୍ତ ଅଧିକାରୀଙ୍କୁ ସ୍ବାଗତ ଜଣାଇଥିଲେ ା ସମୀକ୍ଷା ବୈଠକରେ ଏସ୍‌ପି ସନ୍ଦୀପ ମାଡକର, ଡିଆରଡିଏ ପିଡି ଡ ମହେଶ୍ୱର ସ୍ବାଇଁ, ଟିଟିଲାଗଡ ଉପଜିଲାପାଳ ସୁଧାକର ନାୟକ, ପାଟଣାଗଡ ଉପଜିଲାପାଳ ସୋମନାଥ ପ୍ରଧାନଙ୍କ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀ, ତହସିଲଦାରମାନେ ଯୋଗଦାନ କରିଥିଲେ ା ଆରଡିସି ସାହୁ, ବିଭିନ୍ନ ବିଭାଗ ତରଫରୁ କାର୍ଯ୍ୟକାରୀ ହେଉଥିବା ଲୋକାଭିମୁଖୀ ଯୋଜନାଗୁଡ଼ିକର ସୁଫଳ ଯେପରି ତୃଣମୂଳସ୍ତରର ଜନସାଧାରଣ ପାଇପାରିବେ ସେଥିପ୍ରତି ବିଭାଗୀୟ ଅଧିକାରୀମାନେ ନିଷ୍ଠାପର ଉଦ୍ୟମ କରିବା ଓ ପାରଦର୍ଶିତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ା ମୋ ସରକାର ଯୋଜନା ଜରିଆରେ ଜନସାଧାରଣ ଯେପରି ସମସ୍ତ ଯୋଜନାର ସୁଯୋଗ ନେଇ ପାରିବେ ସେନେଇ ଗୁରୁତ୍ୱାରୋପ କରିଥିଲେ ା ଜନସାଧାରଣଙ୍କ ଆସ୍ଥାଭାଜନ ହେବା ପାଇଁ ବିଭାଗୀୟ ଅଧିକାରୀମାନେ ପ୍ରସ୍ତୁତ ରହି କାର୍ଯ୍ୟ କରିବା, ସରକାରଙ୍କ ୫-ଟି ସୂତ୍ର ଆଧାରରେ ପ୍ରତ୍ୟେକ ବିଭାଗ କାର୍ଯ୍ୟଗୁଡ଼ିକୁ କାର୍ଯ୍ୟାନ୍ବୟନ କରିବାକୁ ସେ ପରାମର୍ଶ ଦେଇଥିଲେ ା ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ତଥା ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବ ନିମନ୍ତେ ବିଭାଗ ବିଭାଗ ମଧ୍ୟରେ ଉତ୍ତମ ସମନ୍ବୟ ରକ୍ଷା କରିବା ନିମନ୍ତେ ପରାମର୍ଶ ଦେଇଥିଲେ ା ଏହି ସମୀକ୍ଷା ବୈଠକରେ ଆରଡିସି ସାହୁ ବିଭାଗ ୱାରି କାର୍ଯ୍ୟାବଳୀର ସବିଶେଷ ସମୀକ୍ଷା କରିଥିଲେ ା ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନେ ନିଜ ନିଜ ବିଭାଗ ଜରିଆରେ କାର୍ଯ୍ୟକାରୀ ହେଉଥିବା ଯୋଜନା ଗୁଡ଼ିକର ରୂପରେଖ, କାର୍ଯ୍ୟକାରିତା ଓ ଅଗ୍ରଗତି ତଥା କାର୍ଯ୍ୟ ଖସଡ଼ା ସମ୍ପର୍କରେ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନ କରିଥିଲେ ା ସମୀକ୍ଷା ବୈଠକରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ, ପ୍ରାଣୀ ସମ୍ପଦ, ଉଦ୍ୟାନ, କୃଷି, ପରିବହନ, ଜିଲା ସାମାଜିକ ସୁରକ୍ଷା ବିଭାଗ ଜରିଆରେ କାର୍ଯ୍ୟକାରୀ ହେଉଥିବା ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା, ମଧୁବାବୁ ପେନସନ୍‌, ଭିନ୍ନକ୍ଷମ ଭତ୍ତା, ଭୀମଭୋଇ ସାମର୍ଥ ଶିବିର, ଆଧାର ସଂଯୋଗୀକରଣ, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା, ଜିଲା ଜଳ ଓ ପରିମଳ ବିଭାଜନ ଜରିଆରେ କାର୍ଯ୍ୟକାରୀ ହେଉଥିବା ପାଇପ ଜଳ ଯୋଗାଣ ପ୍ରକଳ୍ପ, ଶିକ୍ଷା, ସର୍ବଶିକ୍ଷା ଯୋଜନା, ପାଠ୍ୟପୁସ୍ତକ ଯୋଗାଣ, ମହିଳା ଓ ଶିଶୁ ବିକାଶ ବିଭାଗ ଜରିଆରେ ମିଶନ ଶକ୍ତି, ଅଙ୍ଗନୱାଡ଼ି କେନ୍ଦ୍ର ନିର୍ମାଣ ଓ ପରିଚାଳନା, ସ୍ବତନ୍ତ୍ର ପୁଷ୍ଟି ଯୋଜନା, ସ୍ବୟଂ ସହାୟକ ଗୋଷ୍ଠୀ, ଜିଲାରେ ଧାନ ସଂଗ୍ରହର ସ୍ଥିତି, ଖାଦ୍ୟ ନିରାପତ୍ତା ଇତ୍ୟାଦି ଯୋଜନା ଇତ୍ୟାଦି ସମ୍ପର୍କରେ ସବିଶେଷ ସମୀକ୍ଷା କରିଥିଲେ ା ଉତ୍ତରାଞ୍ଚଳ ରାଜସ୍ବ କମିଶନର ସାହୁ ଗ୍ରାମ୍ୟ ଜଳ ଯୋଗାଣ, ସହରାଞ୍ଚଳ ଜଳ ଯୋଗାଣ, ରାସ୍ତା ଓ ଗୃହ ନିର୍ମାଣ, ବିଦ୍ୟୁତକରଣ, ଗ୍ରାମ୍ୟ ଉନ୍ନୟନ ବିଭାଗ ଜରିଆରେ ଭିତ୍ତିଭୂମିର ବିକାଶ ଦିଗରେ ନିର୍ମାଣ କରାଯାଉଥିବା ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ା ଆକାଂକ୍ଷୀ ଜିଲା ବଲାଙ୍ଗୀରର ବିଭିନ୍ନ ବିଭାଗର ଉନ୍ନତି ନିମନ୍ତେ ଗ୍ରହଣ କରାଯାଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ସେ ସମୀକ୍ଷା କରିଥିଲେ ା ରାଜସ୍ବ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିବା ସହ ମୋ ସରକାର ଯୋଜନା ଜରିଆରେ ଜନସାଧାରଣ ଯେପରି ସୁଫଳ ପାଇବେ ସେଥିପ୍ରତି ରାଜସ୍ବ ଅଧିକାରୀ ତହସିଲଦାରମାନଙ୍କୁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri