ଜନସାଧାରଣଙ୍କୁ ରାଜ୍ୟ ସରକାରଙ୍କ ଚେତାବନୀ: ବଜାରରେ ଭିଡ଼ କଲେ ସଟ୍ ଡାଉନ୍‌ଠାରୁ ନିଆଯିବ ବଡ଼ ପଦକ୍ଷେପ

ଭୁବନେଶ୍ୱର, ୫ା୪ (ବ୍ୟୁରୋ): ଜନସାଧାରଣଙ୍କୁ ରାଜ୍ୟ ସରକାର ଚେତାବନୀ ଦେଇଛନ୍ତି। ଭୁବନେଶ୍ୱର, କଟକ ଓ ଭଦ୍ରକ ୩ଟି ସହରରେ ରବିବାର ରାତି ୮ଟା ରେ ସଟ୍ ଡାଉନ୍ ହଟିବ। ସଟ୍ ଡାଉନ୍ ହଟିବା ପରେ ଅଯଥାରେ ହାଟ ବଜାରରେ ଲୋକମାନେ ଭିଡ଼ ଲଗାନ୍ତୁ ନାହିଁ। ଭିଡ଼ କରିଲେ ସଟ୍ ଡାଉନ୍‌ଠାରୁ ବି କଡ଼ା ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କହିଛନ୍ତି।

ସେ କହିଛନ୍ତି ଯେ, ପୂର୍ବ ପରି ସମସ୍ତ ଗ୍ରୋସରି ଦେକାନ, ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରହିବ। ତେଣୁ ଅଯଥା ଭିଡ଼ ନ କରି ଘରେ ରୁହନ୍ତୁ l କୋଭିଡ୍‌-୧୯ର ମୁକାବିଲା କରିବାରେ ରାଜ୍ୟ ସରକାରଙ୍କ ସହଯୋଗ କରନ୍ତୁ। ଯଦି ଅଯଥାରେ ଲୋକମାନେ ହାଟ ବଜାରରେ ଭିଡ଼ ଲଗାଇବେ, ତେବେ ସଟ୍ ଡାଉନ୍‌ଠାରୁ ବି ବଡ଼ ପଦକ୍ଷେପ ଗ୍ରହଣ କରାଯିବ। ନିଜ ପରିବାର ଓ ଆତ୍ମୀୟଙ୍କ ପାଇଁ ଘରେ ରୁହନ୍ତୁ, ନା କି ସଟ୍ ଡାଉନ୍ ସରିବା ମାତ୍ରେ ବାହାରେ ବୁଲନ୍ତୁ। ସଟ୍ ଡାଉନ୍ ଆଜି ରାତି ୮ଟାରେ ସରୁଛି ସତ କିନ୍ତୁ ଲକ୍ ଡାଉନ୍ ଆସନ୍ତା ୧୪ ତାରିଖ ଯାଏ ଚାଲିବ। ପୂର୍ବ ନିୟମ ଅନୁସାରେ ହିଁ ଏହା କାର୍ଯ୍ୟକାରୀ ହେବ। ସଟ୍ ଡାଉନ୍ ସମୟରେ ଭୁବନେଶ୍ୱର, କଟକ ବାହାରେ କରୋନା ପଜିଟିଭ୍ କେସ୍ ଚିହ୍ନଟ ହୋଇଛନ୍ତି। ଯେଉଁଥିରେ ରାଜ୍ୟ ସରକାର ତତ୍ପରତା ଦେଖାଇବା ସହ ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରିବା ପାଇଁ ଜିଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରିଛନ୍ତି। ଚିହ୍ନଟ ହୋଇଥିବା ସ୍ଥାନରୁ ସଂକ୍ରମଣ କିପରି ବାହାରକୁ ନ ଆସିବ ସେନେଇ ବ୍ୟବସ୍ଥା କରିବା ସହ ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରିବା ଓ ଆବଶ୍ୟକୀୟ ସେବା ଯୋଗାଇବା ପାଇଁ ସେମାନଙ୍କୁ କୁହାଯାଇଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧,୦୭,୪୦୮ ଧର୍ତ୍ତବ୍ୟ ଅପରାଧ ପଞ୍ଜୀକୃତ

ଭୁବନେଶ୍ୱର,୨୮।୭(ବ୍ୟୁରୋ): ରାଜ୍ୟରେ ହତ୍ୟା, ବଳାତ୍କାର ଓ ଯୌତୁକଜନିତ ଅପରାଧ ଚିନ୍ତାର କାରଣ ହୋଇଛି। ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ଶ୍ୱେତପତ୍ର-୨୦୧୮ରୁ ଏହା ଜଣାପଡିଛି। ୨୦୧୮ରେ...

ଟିକା ପାଇଁ ଓଡ଼ିଶାର ପ୍ରସ୍ତୁତି ଜାରି ରହିଛି : ମନ୍ତ୍ରୀ

ଭୁବନେଶ୍ୱର, ୨୦।୧୧(ବ୍ୟୁରୋ) – କରୋନା ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାୟ ଡିସେମ୍ବରରେ ଆସିବ ବୋଲି ଆଶଙ୍କା କରାଯାଉଛି। ଏପରିସ୍ଥଳେ ଟିକା କେବେ ଆସିବ ତାହାକୁ ନେଇ ସମସ୍ତଙ୍କ...

ଆରମ୍ଭ ହେଲା ଟ୍ରେନ୍‌ ଟିକେଟ୍‌ ବୁକିଂ: ପ୍ରଥମ ଦିନରେ ୪ ଲକ୍ଷ ୨୩ ହଜାର ୫୫୦ ସିଟ୍‌ ବୁକ୍‌

ଭୁବନେଶ୍ୱର,୨୨।୫(ବ୍ୟୁରୋ): ଆସନ୍ତା ଜୁନ୍‌ ପହିଲାରୁ ଟ୍ରେନ୍‌ ସେବା ଆରମ୍ଭ ହେବ। ଏଥିପାଇଁ ଗୁରୁବାରଠାରୁ ୨ଶହ ଟ୍ରେନ୍‌ ପାଇଁ ଟିକେଟ୍‌ ବୁକିଂ ଆରମ୍ଭ ହୋଇଛି। ପ୍ରଥମ ଦିନରେ...

୬୫,୨୧୦ଟଙ୍କା ଆଦାୟ କରି ରେକର୍ଡ କଲା ପ୍ଲାନେଟାରିୟମ

ଭୁବନେଶ୍ୱର, ୩୦।୧୨(ବ୍ୟୁରୋ)- ପଠାଣି ସାମନ୍ତ ପ୍ଲାନେଟାରିୟମ ପୁଣି ଏକ ରେକର୍ଡ ସୃଷ୍ଟି କରିଛି। ଗତ ୨୨ ତାରିଖରେ ପ୍ଲାନେଟାରିୟମ ଗୋଟିଏ ଦିନରେ ସର୍ବାଧିକ ୫୫ହଜାର ୩୩୦...

ଦୋଳ, ହୋଲି ପାଇଁ ଉତ୍ସବମୁଖର ଗାଁଠୁ ସହର: ଏକାଠି ହୋଇ ଫଗୁ ଖେଳିଲେଣି ଠାକୁର

ଭୁବନେଶ୍ୱର, ୮।୩(ବ୍ୟୁରୋ): ସୋମବାର ଦୋଳ, ମଙ୍ଗଳବାର ହୋଲି। ହେଲେ ଏବେଠୁ ଉତ୍ସବମୁଖର ହୋଇଉଠିଲାଣି ଗାଁଠୁ ସହର। ଇତିମଧ୍ୟରେ ଭୁବନେଶ୍ୱର ଓ ଉପକଣ୍ଠରେ କେତେକ ସ୍ଥାନରେ ମେଳଣ...

ଲକ୍‌ଡାଉନ ପରେ ବଢ଼ିଛି ବିଦ୍ୟୁତ୍‌ ରାଜସ୍ବ

ଭୁବନେଶ୍ୱର ୨୬।୯(ବ୍ୟୁରୋ): ଲକ୍‌ଡାଉନ୍‌ ପରେ ବିଦ୍ୟୁତ୍‌ ରାଜସ୍ବ ସଂଗ୍ରହ ବୃଦ୍ଧି ପାଇଛି। ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଶୁକ୍ରବାର ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା କରି ଏହା କହିଛନ୍ତି।...

ଉଜୁଡ଼ା ପୁରୀକୁ ସଜାଡ଼ିବାକୁ ଉଦ୍ୟମ

ପୁରୀ ଅଫିସ, ୨୪।୮: ମେ ୩ ତାରିଖ। ବାତ୍ୟା ଫନୀରେ ଉଜୁଡ଼ି ଯାଇଥିଲା ପର୍ଯ୍ୟଟନ ସହର ପୁରୀ। ସବୁଠି ଥିଲା ହା ହତାଶର ଚିତ୍ର। ହେଲେ...

ଘରୋଇ ହସ୍ପିଟାଲ ସ୍ଥିତି ପରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୩ା୩(ବ୍ୟୁରୋ): ରାଜ୍ୟରେ କୋଭିଡ୍‌-୧୯ ଟିକାକରଣ କାର୍ଯ୍ୟ ଜାରିରହିଛି। ସ୍ବାସ୍ଥ୍ୟକର୍ମୀ, କୋଭିଡ୍‌ ଯୋଦ୍ଧା, ବରିଷ୍ଠ ନାଗରିକମାନଙ୍କୁ ଟିକାକରଣ କରାଯାଉଛି। ସମସ୍ତ ସରକାରୀ ହସ୍ପିଟାଲ ସମେତ କେନ୍ଦ୍ର ସ୍ବାସ୍ଥ୍ୟ...

Advertisement
Archives

Model This Week