Posted inଜାତୀୟ

ଜନସନ୍‌ ବେବି ଶାମ୍ପୋରେ କର୍କଟ ସୃଷ୍ଟିକାରୀ ତତ୍ତ୍ୱ: ବିକ୍ରି ବନ୍ଦ ପାଇଁ ଏନ୍‌ସିପିସିଆର୍‌ ପକ୍ଷରୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୮।୪: ଜନସନ୍‌ ବେବି ଶାମ୍ପୋରେ କର୍କଟ ସୃଷ୍ଟିକାରୀ ତତ୍ତ୍ୱ ରହିଥିବା କୁହାଯାଉଛି। ତେଣୁ ଏହାର ବିକ୍ରି ବନ୍ଦ ପାଇଁ ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ(ଏନ୍‌ସିପିସିଆର୍‌)ଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ରାଜସ୍ଥାନ ଡ୍ରଗ୍‌ କଣ୍ଟ୍ରୋଲରଙ୍କ ରିପୋର୍ଟ ଆଧାରରେ ଏନ୍‌ସିପିସିଆର୍‌ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ପରବର୍ତ୍ତୀ ନୋଟିସ୍‌ ନ ମିଳିବା ପର୍ଯ୍ୟନ୍ତ ଶାମ୍ପୋ ବିକ୍ରି ଉପରେ ରୋକ ପାଇଁ ରାଜ୍ୟ ତଥା ଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କୁ ଏନେଇ ଚିଠି ମଧ୍ୟ ଲେଖା ଯାଇଛି। ଆମେରିକାର ଏହି କମ୍ପାନୀ ଜନସନ୍‌ ଆଣ୍ଡ ଜନସନ୍‌ର ବିଭିନ୍ନ ଉତ୍ପାଦର ନମୂନା ଯାଞ୍ଚ୍‌ ରିପୋର୍ଟ ପ୍ରଥମ ଥର ପାଇଁ ଏନ୍‌ସିପିସିଆର୍‌ ମଗାଇଛନ୍ତି। ରିପୋର୍ଟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏନ୍‌ସିପିସିଆର୍‌ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ହଜାର ପଇସା କେତେ ଟଙ୍କା: ଉତ୍ତର ଦେଇପାରିଲେନି ଗଣିତ ଶିକ୍ଷୟିତ୍ରୀ

ମୁମ୍ବାଇ,୨।୯: ଘରୋଇ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ଶୋ’ ‘କୌନ ବନେଗା କରୋଡପତି’ ଏହାର ଟିଆର୍‌ପିକୁ ନେଇ ବେଶ୍‌ ପରିଚିତ। କାରଣ ଏହା ଏକ ଲୋପକ୍ରିୟ ଶୋ’।...

କରୋନାର ଦ୍ୱିତୀୟ ଲହର ନେଲାଣି ୨୪୪ ଡାକ୍ତରଙ୍କ ଜୀବନ…

ନୂଆଦିଲ୍ଲୀ,୧୭।୫: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଦେଶରେ ସଙ୍କଟ ସୃଷ୍ଟି ହୋଇଛି। ଇଣ୍ଡିଆନ୍‌ ମେଡ଼ିକାଲ ଆସୋସିଏଶନ ଅନୁସାରେ ଦ୍ୱିତୀୟ ଲହରରେ ବର୍ତ୍ତମାନ ସୁଦ୍ଧା...

ଇସ୍କନ ମନ୍ଦିର ଆସିଲେ ଦେବାକୁ ପଡିବ ସ୍ବାସ୍ଥ୍ୟ ପ୍ରମାଣପତ୍ର

ମଥୁରା,୫।୩: ଦିଲ୍ଲୀର ମଥୁରାରେ ଥିବା ବୃନ୍ଦାବନ ଇସ୍କନ ମନ୍ଦିରର ପିଆର୍‌ଓ ସୌରଭ ଦାସ ଗୁରୁବାର କହିଛନ୍ତି, ଆସନ୍ତା ଦୁଇ ମାସ ପର୍ଯ୍ୟନ୍ତ ଇସ୍କନ ମନ୍ଦିର ନ...

ପ୍ରବଳ ବର୍ଷା: ଦିଲ୍ଲୀ ଏନ୍‌ସିଆର୍‌ରେ ଅରେଞ୍ଜ ଓ୍ବାର୍ନିଂ ଜାରି

ନୂଆଦିଲ୍ଲୀ,୧୨।୭: ମଙ୍ଗଳବାର ସକାଳେ ଦିଲ୍ଲୀ ଏନ୍‌ସିଆର୍‌ରେ ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଦିଲ୍ଲୀକୁ ଅରେଞ୍ଜ ଓ୍ବାର୍ନିଂ...

ପ୍ରବାସୀ ଶ୍ରମିକଙ୍କୁ ମିଳିବ ୨ ମାସ ମାଗଣା ଖାଦ୍ୟ, ଭଡ଼ା ଘର ଯୋଜନା

ନୂଆଦିଲ୍ଲୀ, ୧୪।୫: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଦେଶର ପ୍ରବାସୀ ଶ୍ରମିକ, ରାସ୍ତାକଡ଼ ଦୋକାନୀ, କ୍ଷୁଦ୍ର ବ୍ୟବସାୟୀ, ଛୋଟ କୃଷକମାନଙ୍କ ପାଇଁ ବିଭିନ୍ନ ସହାୟତା...

ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଜିତ୍‌

ମୁମ୍ବାଇ,୨୬।୧୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ଲାଗିଛି ଶକ୍ତ ଧକ୍କା। ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ୍‌ ପାଓ୍ବାର ମଙ୍ଗଳବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସକାଳୁ...

ବର୍ଷେ ବିଦେଶ ଯାଇପାରିଲେନି ମୋଦି

ନୂଆଦିଲ୍ଲୀ,୨୫ା୧୧: ବିଦେଶ ଗସ୍ତକୁ ନେଇ ଚର୍ଚ୍ଚାରେ ରହୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତବର୍ଷ ଦେଶ ବାହାରକୁ ଯାଇପାରିଲେ ନାହିଁ। ୨୦୨୦ରେ କରୋନା ଭାଇରସ୍‌ ତାଙ୍କ ବିଦେଶ...

ପଞ୍ଚାୟତକୁ ୮,୯୨୩.୮ କୋଟିର କରୋନା ଅନୁଦାନ…

ନୂଆଦିଲ୍ଲୀ, ୯।୫: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୫ଟି ରାଜ୍ୟର ବିଭିନ୍ନ ଗ୍ରାମ ପଞ୍ଚାୟତକୁ ୮,୯୨୩.୮ କୋଟିର ଅନୁଦାନ ଘୋଷଣା କରିଛନ୍ତି।...

Advertisement
Archives

Model This Week