Posted inଖେଳ

ଜନତଙ୍କୁ ୫ ଉଇକେଟ: ଦ୍ୱିତୀୟ ଟି୨୦ରେ ଆଫ୍‌ଗାନିସ୍ତାନ ବିଜୟୀ

ଲକ୍ଷ୍ନୌ,୧୭।୧୧(ପି.ଟି.)- ୨୧ ବର୍ଷୀୟ ମିଡିୟମ ପେସର କରିମ ଜନତଙ୍କ ଦମ୍‌ଦାର ପ୍ରଦର୍ଶନ (୫/୧୧) ସହାୟତାରେ ଆଫଗାନିସ୍ତାନ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜକୁ ୪୧ ରନରେ ପରାସ୍ତ କରିଛି। ଶନିବାର ଏଠାରେ ଖେଳାଯାଇଥିବା ମ୍ୟାଚ୍‌ରେ ଟସ୍‌ ଜିତି ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୭ ଉଇକେଟ ହରାଇ ୧୪୭ ରନ ସଂଗ୍ରହ କରିଥିଲା। ଦଳ ତରଫରୁ ହଜରାତୁଲ୍ଲା ଜଜାଇ ୨୬, କରିମ ଜନତ ୨୬, ଗୁଲବଦିନ ନାଇବ ୨୪, ନାଜିବୁଲ୍ଲା ଜଡ୍ରାନ ଅପରାଜିତ ୨୦ ରନ ସଂଗ୍ରହ କରିଥିଲେ। ବୋଲିଂରେ ଓ୍ବେଷ୍ଟଇଣ୍ଡିଜ ତରଫରୁ କେସରିକ ଓ୍ବିଲିୟମ୍ସ ୩, ଜାସନ ହୋଲ୍ଡର ଓ କିମୋ ପଲ୍‌ ୨ଟି ଲେଖାଏ ଉଇକେଟ ହାସଲ କରିଥିଲେ। ଜବାବରେ ଓ୍ବେଷ୍ଟଇଣ୍ଡିଜ୍‌ ୮ ଉଇକେଟ ହରାଇ ୧୦୬ ରନରେ ସୀମିତ ରହି ମ୍ୟାଚ୍‌ ହାତଛଡ଼ା କରିଥିଲା। ଏଥି ସହିତ ୨ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ ଏବେ ୧-୧ ସମାନସ୍ତରରେ ପହଞ୍ଚିଛି। ମାତ୍ର ୧୧ ରନ ଦେଇ ମୂଲ୍ୟବାନ ୫ ଉଇକେଟ ଅକ୍ତିଆର କରିଥିବା ଜନତ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।
ପଛରେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ ତରଫରୁ ଉଇକେଟକିପର ଦୀନେଶ ରାମଦିନ ଅପରାଜିତ ୨୪ ରନ କରିଥିବା ବେଳେ ବାକି ସବୁ ବ୍ୟାଟ୍ସମ୍ୟାନ ବିଫଳ ହୋଇଥିଲେ। ବୋଲିଂରେ ଆଫଗାନିସ୍ତାନ ତରଫରୁ ଜନତ ସର୍ବାଧିକ ୫, ନବୀନ-ଉଲ- ହକ, ରସିଦ ଖାଁ ଓ ଗୁଲବଦିନ ନାଇବ ଗୋଟିଏ ଲେଖାଏ ଉଇକେଟ ପାଇଥିଲେ। ପୂର୍ବରୁ ଅନୁଷ୍ଠିତ ପ୍ରଥମ ଟି୨୦ରେ ଓ୍ବେଷ୍ଟଇଣ୍ଡିଜ ୩୦ ରନରେ ବିଜୟୀ ହୋଇଥିଲା।
ସଂକ୍ଷିପ୍ତ ସ୍କୋର:
ଆଫଗାନିସ୍ତାନ ୨୦ ଓଭରରେ ୧୪୭/୭
(ଜଜାଇ- ୨୬, ଜନତ- ୨୬, ନାଇବ- ୨୪, ଜଡ୍ରାନ- ୨୦, ଓ୍ବିଲିୟମ୍ସ- ୩/ ୨୩, ହୋଲ୍ଡର- ୨/୨୩, ପଲ- ୨/୨୮)।
ଓ୍ବେଷ୍ଟଇଣ୍ଡିଜ୍‌ ୨୦ ଓଭରରେ ୧୦୬/୮
(ରାମଦୀନ- ୨୪*, ଜନତ- ୫/୧୧)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆରସିବି ପାଇଁ ଖେଳିବେ ନାହିଁ ଏହି ବିଦେଶୀ ଖେଳାଳି

ବାଙ୍ଗାଲୋର, ୧୧।୩ – ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଷ୍ଟ୍ରେଲିଆର ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋଶ ଫିଲିପ୍‌ଙ୍କୁ ବାଦ୍‌ ଦେଇଛି। ଗତ ସଂସ୍କରଣରେ ଆରସିବି ପାଇଁ ଓପନିଂ...

୧୯୩ ରନ୍‌ର ଟାର୍ଗେଟ୍‌ ଦେଲା ଗୁଜରାଟ

ମୁମ୍ବାଇ,୧୪।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁବାର ୨୪ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମସନ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରାରମ୍ଭରୁ...

ଏସ୍‌ଆର୍‌ ଅନ୍‌ଲାଇନ୍‌ ଚେସ୍‌: ଓମ୍‌ ଆଦିତ୍ୟ ଚାମ୍ପିୟନ

ଭୁବନେଶ୍ୱର,୧।୬(କ୍ରୀଡ଼ା ପ୍ରତିନିଧି): ଏସ୍‌ଆର୍‌ ଚେସ୍‌ ସେଣ୍ଟର ଆନୁକୂଲ୍ୟରେ ଆୟୋଜିତ ୨୯ତମ ଅନ୍‌ଲାଇନ୍‌ ଚେସ୍‌ରେ ଓମ୍‌ ଆଦିତ୍ୟ ଖାଡଙ୍ଗା ଚାମ୍ପିୟନ ହୋଇଛନ୍ତି। ୬ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ...

ବିଦାୟୀ ମ୍ୟାଚ୍‌ରେ ଭାଙ୍ଗିଲେ ରେକର୍ଡ

ଖ୍ରୀଷ୍ଟଚର୍ଚ୍ଚ,୯।୧: ଭେଟେରାନ ନ୍ୟୁଜିଲାଣ୍ଡ ବ୍ୟାଟର ରସ ଟେଲର ରବିବାର ଶେଷ ଥର ପାଇଁ ଫିଲ୍ଡକୁ ଓହ୍ଲାଇଛନ୍ତି। ଦେଶ ପାଇଁ ସର୍ବାଧିକ ଟେଷ୍ଟ ମ୍ୟାଚ୍‌ ଖେଳିବାରେ ସେ...

ଶୁକ୍ରବାରଠାରୁ ଦିଲ୍ଲୀରେ ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ…

ନୂଆଦିଲ୍ଲୀ,୧୬।୨ : ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ନାଗପୁରରେ ୧୩୨ ରନ ଏବଂ ଏକ ଇନିଂସରେ ପରାସ୍ତ କରି ଭାରତୀୟ ଦଳ ଏକ...

ବାଙ୍ଗାଲୋର ୧ ରନରେ ବିଜୟୀ

ବେଙ୍ଗାଲୁରୁ, ୨୨।୪- ଧୋନୀ ଧମାକା ସତ୍ତ୍ୱେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ଅନୁଷ୍ଠିତ ମ୍ୟାଚରେ ୧ ରନରେ ଚେନ୍ନାଇ ସୁପରକିଙ୍ଗ୍ସକୁ ପରାସ୍ତ...

ଆଇପିଏଲ୍‌ ଖେଳାଳି ନିଲାମରେ ଅଣଦେଖା ହୋଇଥିଲେ ଏହି ଓପନର୍‌: ଟି-୨୦ ମ୍ୟାଚ୍‌ରେ ୮ ଛକା, ୬ ଚୌକା ମାରି କଲେ ଚକିତ

ନୂଆଦିଲ୍ଲୀ,୨୫।୨: ନ୍ୟୁଜିଲାଣ୍ଡର ଓପନର ମାର୍ଟିନ୍‌ ଗୁପ୍ତିଲ କରିଛନ୍ତି ଟି୨୦ ବିଶ୍ୱ ରେକର୍ଡ। ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ୫୦ ବଲ୍‌ରେ ୬ ଚୌକା, ୮...

ମହିଳା ଟି୨୦ ଚ୍ୟାଲେଞ୍ଜ: ସୁପରନୋଭାସ- ଟ୍ରେଲବ୍ଲେଜର୍ସ ଫାଇନାଲ

ଶାରଜା: ଏଠାରେ ଚାଲିଥିବା ମହିଳା ଟି୨୦ ଚ୍ୟାଲେଞ୍ଜରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ସୁପରନୋଭାସ ୨ ରନରେ ଟ୍ରେଲବ୍ଲେଜର୍ସକୁ ପରାସ୍ତ କରିଛି। ଟୁର୍ନାମେଣ୍ଟରେ ଭାଗ ନେଇଥିବା ୩ଟି...

Advertisement
Archives

Model This Week