ଜଟଣୀରେ କଂସେଇଖାନା ନାହିଁ: ଅବାଧରେ ବାହାରେ ଚାଲିଛି ମାଂସକଟା

ଜଟଣୀ,୯ା୧(ଡି.ଏନ.ଏ.): ଜଟଣୀରେ କଂସେଇଖାନାଟିଏ ନାହିଁ। ନିୟମକୁ ଉଲ୍ଲଂଘନ କରି ବିଭିନ୍ନ ସ୍ଥାନରେ ଖୁଲମ୍‌ଖୁଲା ଛେଳି, ମେଣ୍ଢା, କୁକୁଡ଼ା କଟାଯାଇ ବ୍ୟବସାୟ ଚାଲିଛି। ପ୍ରଶାସନ ପକ୍ଷରୁ ଏହା ଉପରେ କୌଣସି ଅଙ୍କୁଶ ରହୁନାହିଁ। ଏପରି କି ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନ ନିକଟରେ ମାଂସ ବେପାର ହେଉଛି। ସର୍ବସାଧାରଣ ଯାତାୟାତ କରୁଥିବା ଜନଗହଳିପୂର୍ଣ୍ଣ ରାସ୍ତାପାର୍ଶ୍ୱରେ ବିଭତ୍ସ ଭାବେ ଉପରୋକ୍ତ ପ୍ରାଣୀଙ୍କୁ କଟାଯାଇ ଖୋଲାରେ ଏହାକୁ ଝୁଲାଇ ରଖିବାକୁ ଅନେକେ ନାପସନ୍ଦ କରିଛନ୍ତି। ପୌରାଞ୍ଚଳ ଅନ୍ତର୍ଗତ ଟାଉନ୍‌ହଲ୍‌ ନିକଟ, ଦୁର୍ଗା ମାର୍କେଟ୍‌, ବ୍ଲକ ଛକ, ରେତଙ୍ଗ କଲୋନୀ, ହାଟବଜାର, ହରିଭାଇନା ଛକ, କୁଦିଆରୀ ଆଦି ବିଭିନ୍ନ ସ୍ଥାନରେ ଖୋଲାରେ ବେପାର ହେଉଛି। କଟା ଯାଉଥିବା ପ୍ରାଣୀଙ୍କୁ ବିଭତ୍ସ ଭାବେ ଖୋଲାରେ ଟଙ୍ଗା ଯିବା ଦ୍ୱାରା ଏହାକୁ ଦେଖି ଲୋକଙ୍କ ମଧ୍ୟରେ ବିଶେଷକରି ସ୍କୁଲ ବିଦ୍ୟାର୍ଥୀ ଶିଶୁଙ୍କ ମନରେ ଏହାର ନକାରାତ୍ମକ ପ୍ରଭାବ ପକାଉଛି। ଏପରି କି ଏଠାରେ ମାଂସର ଗୁଣବତ୍ତା ପରୀକ୍ଷଣ କରାଯାଉନାହିଁ। ଏହା ହେଉ ନ ଥିବାରୁ ରୋଗଣା ପ୍ରାଣୀର ମାଂସକୁ ଅଜାଣତରେ ଗ୍ରାହକ ଖାଉଛନ୍ତି। ନିୟମ ଅନୁଯାୟୀ ମାନ ପରୀକ୍ଷଣ ଓ ଷ୍ଟାମ୍ପ ମରାଯାଉ ନ ଥିବାରୁ କେଉଁଠି କିପରି ମାଂସ ବିକ୍ରି ହେଉଛି ଖାଉଟି ଜାଣିପାରୁନାହାନ୍ତି। ଏ ନେଇ ଗୌରୀ ପ୍ରସାଦ ସିଂହ କୁହନ୍ତି, ସେ ଜଟଣୀ ମ୍ୟୁନିସିପାଲିଟିର ପୌରାଧ୍ୟକ୍ଷ ଥିବା ବେଳେ ୧୯୮୮ରେ ସ୍ଥାନୀୟ ବାଛରା ପାହାଡ଼ ତଳେ କଂସେଇଖାନା କରାଯାଇଥିଲା। ଏଥିପାଇଁ ସେଠାରେ ମ୍ୟୁନିସିପାଲିଟି ପକ୍ଷରୁ ପାଣି, ଘର ଓ ସମସ୍ତ ଭିତ୍ତିଭୂମି ଯୋଗାଇ ଦିଆଯାଇଥିଲା। ସେତେବେଳେ ପ୍ରାଣୀ ଚିକିତ୍ସକ ଦୈନିକ ଆସି ମାଂସ ପରୀକ୍ଷା କରି ଷ୍ଟାମ୍ପ ମାରିବା ପରେ ଏହା ବିକ୍ରୟ ଉପଲବ୍ଧ ହେଉଥିଲା। ତେବେ ମାଂସ ବେପାରୀଙ୍କ ଅସହଯୋଗ ଯୋଗୁ ଗୋଟିଏ ସପ୍ତାହ ଚାଲିବା ପରେ ଏହି କଂସେଇଖାନା ବନ୍ଦ ହୋଇଯାଇଥିଲା। ମନଇଚ୍ଛା ଯେ ଯେଉଁଠି ପାରିଲା ମାଂସ ଦୋକାନ ଖୋଲିବା ଦ୍ୱାରା ଗୋଟିଏ ପକ୍ଷରେ ଲୋକଙ୍କ ମନରେ ଖରାପ ପ୍ରଭାବ ପଡୁଛି। ଅନ୍ୟପକ୍ଷରେ ଏଥିରୁ ବାହାରୁ ଥିବା ବର୍ଜ୍ୟବସ୍ତୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି ବୋଲି ଗୌରୀ ପ୍ରସାଦ କହିଛନ୍ତି। ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ତପନ କୁମାର ମହାପାତ୍ର କୁହନ୍ତି, କଂସେଇଖାନା ଖୋଲିବା ନେଇ ପ୍ରସ୍ତାବ ରହିଛି। ଜମି ନିଆଯାଇ ଏହା ଖୋଲାଯିବ। ଗୁରୁତର ସହ ଏଥିପ୍ରତି ଧ୍ୟାନ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ର ସଂସଦ ନିର୍ବାଚନ ବାତିଲ ଘଟଣା: ଏବିଭିପି ପକ୍ଷରୁ ଦେବଗଡ଼ କଲେଜ ସମ୍ମୁଖରେ ପ୍ରତିବାଦ

ଦେବଗଡ଼,୨୭।୮(ଡି.ଏନ୍‌.ଏ.): ଛାତ୍ର ସଂସଦ ନିର୍ବାଚନ ବାତିଲ ପ୍ରତିବାଦରେ ମଙ୍ଗଳବାର ଦେବଗଡ଼ ମହାବିଦ୍ୟାଳୟରେ ଏବିଭିପି ପକ୍ଷରୁ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁଙ୍କୁ ନିନ୍ଦା କରାଯାଇଛି । ଛାତ୍ରମାନେ...

ଘରଟିଏ ପାଇଁ ପ୍ରଶାସନକୁ ନିବେଦନ

ପିପିଲି,୨୪।୨(ଡି.ଏନ୍‌.ଏ.): ପିପିଲି ବ୍ଲକ ଚନ୍ଦ୍ରାଦେଇପୁର ପଞ୍ଚାୟତ ୧୪ ନଂ. ୱାର୍ଡ ମଠ ସାହିର ବୃଦ୍ଧା ପ୍ରମିଳା ସ୍ବାଇଁ(୭୨)ଙ୍କ ନିଜସ୍ବ ଘର ନାହିଁ। ସେଥିପାଇଁ ସେ ସାହିଠାରୁ...

ସଂଘବଦ୍ଧ ଆକ୍ରମଣରେ ୬ ଗୁରୁତର

ଭୋଗରାଇ,୪।୫(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ମନ୍ଦାରସାହିପାଟଣା ୭ନଂ. ୱାର୍ଡ଼ରେ ରବିବାର ପଡ଼ୋଶୀଙ୍କ ସଂଘବଦ୍ଧ ଆକ୍ରମଣରେ ୬ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨...

ଧାର ଟଙ୍କାକୁ କେନ୍ଦ୍ରକରି ମହିଳାଙ୍କୁ ମାଡ, ଅଭିଯୁକ୍ତ ଗିରଫ

ଆସିକା,୧୭ା୭(ଡି.ଏନ୍‌.ଏ.)- ଆସିକାଥାନାର କୋଟିନଡା ଫାଣ୍ଡି ଅନ୍ତର୍ଗତ ତରାସିଙ୍ଗ ଗ୍ରାମରେ ଗତ ରବିବାର ବାକିଆ ଟଙ୍କାକୁ କେନ୍ଦ୍ରକରି ଜଣେ ମହିଳାଙ୍କୁ ଗଁା ଦାଣ୍ଡରେ ଟଣାଓଟରା କରିବା ସହ...

ସୁସ୍ଥ ହୋଇ ଘରକୁ ଫେରିଲେ କ୍ୟାମେରାମ୍ୟାନ ପ୍ରଭାତ : କହିଲେ ମୁଁ ରହିଗଲି ,ସେ ଚାଲିଗଲା

ଭୁବନେଶ୍ୱର,୨୭।୯(ବ୍ୟୁରୋ): କଟକ ମୁଣ୍ଡଳିଠାରେ ଘଟିଥିବା ବୋଟ ଦୁର୍ଘଟଣାରେ ଗୁରୁତର ହୋଇଥିବା ଓଟିଭି କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା ସୋମବାର ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏହି ଦୁର୍ଘଟଣାରେ ଓଟିଭିର...

କଂସଙ୍କ ନିମନ୍ତ୍ରଣରେ ହାଜର ହେଲେ ରାଜନେତା

ଚନ୍ଦାହାଣ୍ଡି,୧୫।୫(ଡି.ଏନ୍‌.ଏ.): ଚନ୍ଦାହାଣ୍ଡି ବ୍ଲକ ସଦରଠାରେ ମଣ୍ଡଳ ବୀମା ବାଲିଯାତ୍ରାରେ ଚାଲିଥିବା ଧନୁଯାତ୍ରାର ୭ମ ରଜନୀରେ ମଥୁରା ନଗରୀରେ କଂସ ମହାରାଜ କୃଷ୍ଣଙ୍କୁ ହତ୍ୟାକରିବା ନିମନ୍ତେ ପୁତନାଙ୍କୁ ଗୋପପୁରକୁ...

ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ ନିଯୁକ୍ତି ହେଲାନି, ସୁପ୍ରିମକୋର୍ଟ କ୍ଷୁବ୍ଧ

ନୂଆଦିଲ୍ଲୀ,୩୦ା୩ : ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ଓ ଉତ୍ତମ ବ୍ୟବସ୍ଥା ନିମନ୍ତେ ସୁପ୍ରିମକୋର୍ଟ ୪ ନଭେମ୍ବର ୨୦୧୯ରେ ୨୨ଟି ନିର୍ଦ୍ଦେଶ ଦେଇଥିଲେ।...

ଗାଁକୁ ଦିଆଯାଉ ଗୁରୁତ୍ୱ

ଅନୁଗୋଳ ଅଫିସ, ୨୩ା୫: ଅନୁଗୋଳ ଜିଲାରେ କରୋନା ସ୍ଥିତି ଅତି ଗମ୍ଭୀର। ଦୈନିକ ଜିଲାରୁ ହଜାରେ ପାଖାପାଖି ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଲକ୍‌ଡାଉନ୍‌ ଓ ଶଟଡାଉନ୍‌ କଟକଣା...

Advertisement
Archives

Model This Week