ଜଙ୍ଗଲ ରାଜାକୁ ମିଳୁନି ଖାଦ୍ୟ: ବ୍ୟଥିତ କରୁଛି ଭାଇରାଲ ଫଟୋ

ଖାର୍ତୁମ,୨୧।୧: ନର୍ଥ ଆଫିକ୍ରାର ସୁଦାନରେ ଥିବା ଏକ ଚିଡିଆଘରର ଦୃଶ୍ୟ ଏବେ ସମସ୍ତଙ୍କୁ ବ୍ୟଥିତ କରିଛି। ସିଂହ ଜଙ୍ଗଲର ରାଜା ହୋଇଥିବା ବେଳେ ସୁଦାନର ଖାର୍ତୁମରେ ଥିବା ଏକ ଚିଡିଆଖାନାରେ ଏମାନେ ଯେମିତି ଅସହାୟ ହୋଇପଡିଛନ୍ତି। ଏମିତି କିଛି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। କୁହାଯାଉଛି ଏହି ଚିଡିଆଖାନାରେ ୫ ସିଂହ କୁପୋଷଣର ଶିକାର ହୋଇଛନ୍ତି। ଅବଶ୍ୟ ଫଟୋରେ ଏହା ସ୍ପଷ୍ଟ ବାରିହୋଇ ପଡୁଛି। ଫଟୋରେ ଦେଖାଯାଇଛି ଏମାନଙ୍କ ହାଡ ଯେମିତି ବାହାରକୁ ବାହାରି ଆସିଛି। ଏହି ସିଂହଙ୍କର କିଛି ଫଟୋ ଭାଇରାଲ ହେବା ପରେ ଏବେ ଏମାନଙ୍କୁ ସ୍ଥାନାନ୍ତର କରିବାକୁ ଦାବି କରାଯାଇଥିବା ଜଣାପଡିଛି। ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି ଏମାନଙ୍କୁ ଏମିତି ଜାଗାକୁ ସ୍ଥାନାନ୍ତର କରାଯାଉ ଯେଉଁଠି ଏମାନଙ୍କର ଭଲଭାବେ ଦେଖାଶୁଣା ହୋଇପାରିବ। ଏହି ଚିଡିଆଘର ପ୍ରାଇଭେଟ ଫଣ୍ଡିଂରେ ଚାଲୁଥିବା ବେଳେ ଅଧିକାଂଶ ସମୟରେ ଏମାନଙ୍କୁ ଖାଦ୍ୟ ଯୋଗାଇବା ସମ୍ଭବ ହୋଇ ନ ଥାଏ ବୋଲି ସେଠାକାର ମ୍ୟାନେଜର କହିଛନ୍ତି। ଏହା ବ୍ୟତୀତ ଏବେ ସୁଦାନର ଅର୍ଥବ୍ୟବସ୍ଥା ଖରାପ ଥିବାରୁ ଏଠାକାର ଖାଦ୍ୟ ସାମଗ୍ରୀର ଦାମ୍‌ ଆକାଶ ଛୁଆଁ ରହିଛି। ତେଣୁ ବନ୍ୟଜୀବଙ୍କୁ ଖାଦ୍ୟ ଯୋଗାଇବା ମଧ୍ୟ କାଠିକର ପାଠ ହେଉଛି। ଏକ ରିପୋର୍ଟ ଅନୁଯାୟୀ, ୧୯୯୩ରୁ ୨୦୧୪ ମଧ୍ୟରେ ଏଠାରେ ସିଂହଙ୍କ ସଂଖ୍ୟା ୪୩ ପ୍ରତିଶତ କମ୍‌ ହୋଇଯାଇଛି। ସୋସିଆଲ ମିଡିଆରେ ଏହି ସିଂହଙ୍କ ଫଟୋ ଭାଇରାଲ ହେବା ପରେ ରବିବାର ଏମାନଙ୍କୁ ଦେଖିବାକୁ ବହୁଲୋକ ଆସିଥିବା କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରୁ ଗଛପତ୍ର ଖାଇ ବର୍ଷା ପାଣି ପିଇ ଜୀବନ ରକ୍ଷା କରିଥିଲେ ଏହି ବୃଦ୍ଧ, କାରଣ ଜାଣିଲେ…

ସାଧାରଣତଃ ଭୟାନକ ଜଙ୍ଗଲରେ ସାପ, ଜୀବଜନ୍ତୁ ଆଦି ବାସ କରନ୍ତି। ଜଙ୍ଗଲରେ ଗୋଟିଏ ଦିନ ବିତାଇବା କଷ୍ଟକର। ମାତ୍ର ଜଣେ ବୃଦ୍ଧ ଏକ ଜଙ୍ଗଲରେ ୩...

ରୁଷିଆ ଜାହାଜକୁ ଧ୍ୱଂସ କଲା ୟୁକ୍ରେନ

କ୍ୱିଭ୍‌,୨୬।୩: ଗତ ଏକ ମାସ ଧରି ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇଥିବା ବେଳେ...

୨୭.୩ କୋଟି ଭାରତୀୟ ଦାରିଦ୍ର୍ୟମୁକ୍ତ

ଜାତିସଂଘ,୧୮ା୭(ପି.ଟି.): ୨୦୦୫-୦୬ରୁ ୨୦୧୫-୧୬ ମଧ୍ୟରେ ଭାରତରେ ୨୭.୩ କୋଟି ଲୋକ ଦାରିଦ୍ର୍ୟମୁକ୍ତ ହୋଇଥିବା ଜାତିସଂଘ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ରିପୋର୍ଟ ଅନୁଯାୟୀ ୧୦ ବର୍ଷ...

ଦ୍ରୁତଗତିରେ ବଢ଼ୁଛି ବ୍ଲାକ୍‌ହୋଲ୍‌: ପ୍ରତି ସେକେଣ୍ଡରେ ପୃଥିବୀ ଆକୃତିର ଗ୍ରହ ଗିଳୁଛି

କାନବେରା, ୧୭ା୬:ଏକ ଅଭୂତପୂର୍ବ ଆବିଷ୍କାର କ୍ରମେ ଅଷ୍ଟ୍ରେଲୀୟ ଜ୍ୟୋତିର୍ବିଜ୍ଞାନୀ ପ୍ରାୟ ୯ ଶହ କୋଟି ବର୍ଷର ଏକ ବ୍ଲାକ୍‌ହୋଲ ବା କୃଷ୍ଣଗର୍ତ୍ତକୁ ଠାବ କରିଛନ୍ତି। ବ୍ଲାକ୍‌ହୋଲଟି...

ଟାଟୁରେ ଓସ୍କାର ଚାପୁଡ଼ା

ଓ୍ବାଶିଂଟନ: ଚଳିତ ବର୍ଷ ଓସ୍କାର ସମାରୋହରେ କମେଡିଆନ କ୍ରିସ୍‌ ରକ୍‌ଙ୍କୁ ଓ୍ବିଲ୍‌ ସ୍ମିଥ୍‌ଙ୍କ ଚାପୁଡ଼ାମରା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବାବେଳେ ନ୍ୟୁ ଜର୍ସିର ଜଣେ ଟାଟୁ...

ସଞ୍ଚୟ ଗୁରୁତ୍ୱପୂର୍ଣ୍ଣ

କୈଶୋରାବସ୍ଥା ବା ଯୁବାବସ୍ଥାକୁ ଅନେକେ ମଜାମସ୍ତିରେ ବିତାଇବାକୁ ପସନ୍ଦ କରନ୍ତି। ଆଉ ଏଥିପାଇଁ ଆଗ-ପଛ ବିଚାର ନ କରି ନିଜର ସମସ୍ତ ଆୟକୁ ମଧ୍ୟ ବ୍ୟୟ...

ସୀମା ବିବାଦର ସମାଧାନ ପାଇଁ ଚାଇନା-ଭୁଟାନ ସହମତି…

ବେଜିଂ/ଥିମ୍ପୁ,୧୪।୧ : ସୀମା ବିବାଦର ସମାଧାନ ପାଇଁ ଚାଇନା ଏବଂ ଭୁଟାନ ମଧ୍ୟରେ ସହମତି ପ୍ରକାଶ ପାଇଛି। ଜାନୁୟାରୀ ୧୦ରୁ ୧୩ ପର୍ଯ୍ୟନ୍ତ ଚାଇନାର କୁନମିଙ୍ଗ...

ନୂଆବର୍ଷରେ ବିଶ୍ୱ ଜନସଂଖ୍ୟା ୭୯୦ କୋଟି ହେବ

ନ୍ୟୁୟର୍କ,୩୧ା୧୨: ନୂଆବର୍ଷ ୨୦୨୩ର ପ୍ରଥମ ଦିନରେ ବିଶ୍ୱ ଜନସଂଖ୍ୟା ୭୯୦ କୋଟିରେ ପହଞ୍ଚତ୍ବ ବୋଲି ଆମେରିକା ସେନ୍‌ସସ୍‌ ବ୍ୟୁରୋ ଆକଳନ କରିଛି। ୨୦୨୨ ଜାନୁୟାରୀ ୧ରୁ...

Advertisement
Archives

Model This Week