ଜଙ୍ଗଲ ଜମିରେ ଲଜିଷ୍ଟିକ ପାର୍କ: ତଦନ୍ତ ରିପୋର୍ଟ ମାଗିଲା ଏନ୍‌ଜିଟି

ଯାଜପୁର ଅଫିସ,୧୨ା୧୦: କଳିଙ୍ଗନଗର ଶିଳ୍ପାଞ୍ଚଳ ଅନ୍ତର୍ଗତ ଦାନଗଦୀ ତହସିଲ ଯଖପୁରା ମୌଜାର ଏକ ଶାଳ କିସମ ଜମିରେ ସାଇଜର ଲିମିଟେଡ ନାମକ ସଂସ୍ଥା ଗତ ଏକ ବର୍ଷ ହେବ ବେଆଇନ ଭାବେ ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କ ନିର୍ମାଣ କରୁଛି। ଏହାର ପ୍ରତିବାଦ କରି କଳିଙ୍ଗନଗର ପରିବେଶ ସୁରକ୍ଷା ସମିତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ୪୨/୨୦୧୯ରେ ଏକ ମାମଲା ରୁଜୁ କରିଥିଲା। ଏହି ମାମଲା ଉପରେ ଏନ୍‌ଜିଟି ୯।୧୦।୨୦୧୯ରେ ଶୁଣାଣି କରି ଯାଜପୁର ଜିଲାପାଳ, ଡିଭିଜନାଲ ଫରେଷ୍ଟ ଅଫିସର(ଡିଏଫ୍‌ଓ) ଏବଂ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)ଙ୍କୁ ଯୁଗ୍ମ ଭାବେ ତଦନ୍ତ କରି ୩ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। ଏହାସହ ଏସ୍‌ପିସିବିକୁ ଯୁଗ୍ମ ତଦନ୍ତର ପରିଚାଳନା ପାଇଁ ନୋଡାଲ ସଂସ୍ଥା ଭାବେ ନିଆଯାଇଛି। ଯଦି ଅଭିଯୋଗର ତଦନ୍ତରେ ସତ୍ୟତା ରହିଥାଏ ତେବେ ଆଇନ ଅନୁସାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏନ୍‌ଜିଟି ପକ୍ଷରୁ ଜଷ୍ଟିସ ଏସ.ପି. ୱାଙ୍ଗଡି ଓ ଜୁଡିସିଆଲ ମେମ୍ବର ଡ. ସତ୍ୟୱନ ସିଂ ଗାରବ୍ୟାଲଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଜାରି କରିଛନ୍ତି। ଅଭିଯୋଗକାରୀଙ୍କ ପକ୍ଷରୁ ରାହୁଲ ଚୌଧୁରୀ ଓ ଶଙ୍କର ପାଣି ମାମଲାକୁ ପରିଚାଳନା କରିଛନ୍ତି।
ଏନ୍‌ଜିଟିରେ ହୋଇଥିବା ମାମଲାରେ ଦର୍ଶାଯାଇଛି ଯେ, ଯଖପୁରା ମୌଜାର ଖାତା ନମ୍ବର ୪୧୯, ଅନାବାଦୀ ପ୍ଲଟ ନମ୍ବର ୮୬୫ ଓ ୮୬୭, କିସମ ଶାଳ ଜଙ୍ଗଲର ୧୧.୯୭ ଏକର ଜମିରେ ଏକ ଲଜିଷ୍ଟିକ ହବ୍‌ ନିର୍ମାଣାଧୀନ ରହିଛି। ଜଙ୍ଗଲ ସଂରକ୍ଷଣ ଆଇନ -୧୯୮୦ର ମଞ୍ଜୁରୀ ଏବଂ ବାୟୁ ଓ ଜଳ ପ୍ରଦୂଷଣ ନିୟନ୍ତ୍ରଣ ଆଇନ ପାଳନ ବିନା ଏହି ନିର୍ମାଣ ଚାଲିଛି। ଏପରି କି ପରିବେଶ ଅନୁମତି ମଧ୍ୟ ନିଆଯାଇନାହିଁ। ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ଅଥରିଟି (ସିଜିଡବ୍ଲୁଏ)ର ମଞ୍ଜୁରୀ ବିନା ଭୂତଳ ଜଳ ବ୍ୟବହାର କରାଯାଉଛି। ବିଡମ୍ବନା ଯେ, ନିର୍ମାଣ ସଂସ୍ଥା ସାଇଜର ବିଜୁ ପଟ୍ଟନାୟକ ମାର୍ଗସ୍ଥିତ ଐତିହାସିକ ବିଜୁ ପଟ୍ଟନାୟକ ପାର୍କ ନିକଟରେ ଥିବା ଏହି ଜମିର ଜଳାଶୟକୁ ମଧ୍ୟ ପୋତିଦେଇଛି। ଏହି ଜଳାଶୟ ଉପରେ ଆଖପାଖ ଅଞ୍ଚଳର ବହୁ ଚାଷୀ ନିର୍ଭର କରୁଥିଲେ। ମରୁଡ଼ି ସମୟରେ ଚାଷୀଙ୍କ ପାଣି ଅଭାବକୁ ଏହି ଜଳାଶୟ ପୂରଣ କରୁଥିଲା। ହେଲେ ସାଇଜର ସଂସ୍ଥା ପ୍ରାୟ ୨୦ହଜାର ଟ୍ରିପ୍‌ ପାଉଁଶ ଆଣି ଉକ୍ତ ଜଳାଶୟକୁ ପୋତିଦେଇଛି। ବିଜୁ ପଟ୍ଟନାୟକ ମାର୍ଗକୁ ଲାଗି ଏଭଳି ବେଆଇନ କାର୍ଯ୍ୟ ଚାଲିଥିଲେ ସୁଦ୍ଧା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନାହିଁ। ମାଟି ଉଠାଣ ପାଇଁ ପ୍ରଶାସନ ପକ୍ଷରୁ କୌଣସି ନିର୍ଦ୍ଦେଶନାମା ମଧ୍ୟ ନାହିଁ। ଜଙ୍ଗଲ ଜମି ହୋଇଥିବାରୁ ସ୍ଥାନୀୟ ତହସିଲଦାର ଅନୁମତି ଦେବାକୁ ମନା କରିଦେଇଥିବା ସୂଚନା ମିଳିଛି। ସ୍ଥାନୀୟ ପ୍ରଶାସନକୁ ହାତକରି ଜଙ୍ଗଲ ଜମିରେ ଏହି ନିର୍ମାଣ ଚାଲିଥିବା ଏନ୍‌ଜିଟିରେ ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ, ଏନ୍‌ଜିଟି ନିର୍ଦ୍ଦେଶ ଏଯାଏ ତାଙ୍କର ହସ୍ତଗତ ହୋଇ ନାହିଁ। ଅଭିଯୋଗ ଉପରେ ଯୁଗ୍ମ ତଦନ୍ତ କରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଥିବା ସେ ଶୁଣିଛନ୍ତି। ଯୁଗ୍ମ ତଦନ୍ତ ରିପୋର୍ଟ ଦାଖଲ କରିବା ପରେ ଏନ୍‌ଜିଟିର ନିର୍ଦ୍ଦେଶ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜରିମାନାକୁ କେନ୍ଦ୍ରକରି ଉତ୍ତେଜନା

ଖୋର୍ଦ୍ଧା ଅଫିସ,୮ା୨: ଖୋର୍ଦ୍ଧା ସହରରେ ଦିନକୁ ଦିନ ଟ୍ରାଫିକ୍‌ ସମସ୍ୟା ବଢ଼ିଚାଲିଛି। ଏନେଇ ପୋଲିସ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ରାସ୍ତା ଉପରେ ପାର୍କିଂ କରୁଥିବା...

କ୍ୱାରାଣ୍ଟାଇନରେ ଥିବାରୁ ମା’ଙ୍କୁ ପୁଅ ଦେଇପାରିଲେନି ମୁଖାଗ୍ନି

ନବରଙ୍ଗପୁର,୧୪।୫(ବି.ପ୍ର.)- କରୋନା କେବଳ ମଣିଷ ମଣିଷ ଭିତରେ ଦୂରତା ବଢ଼ାଇନାହିଁ। ଏହି ଭୂତାଣୁ ସଂକ୍ରମଣର ଆଶଙ୍କା ଯୋଗୁ ନିଜ ମା’ର ଶେଷ ଦର୍ଶନ କରିପାରିଲାନି କ୍ୱାରାଣ୍ଟାଇନରେ...

ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଡାକ୍ତରୀ ଛାତ୍ରୀଙ୍କ ମୃତଦେହ

ବଲାଙ୍ଗୀର ଅଫିସ,୭ା୧୦: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜର ତୃତୀୟ ବର୍ଷର ଜଣେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ବୁଧବାର ବିଳମ୍ବିତ ରାତିରେ ଘଟଣା ଜଣାପଡ଼ିବା...

କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣା: ଶର୍ମିଷ୍ଠାଙ୍କୁ ଧରିବା ପାଇଁ ୩ ଟିମ୍‌ ଗଠନ

ଭୁବନେଶ୍ୱର,୧୯ା୩(ବ୍ୟୁରୋ): କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଧରିବା ପାଇଁ ଭଦ୍ରକ ଏସ୍‌ପି ଚରଣ ସିଂହ ମୀନା ୩ଟି ଟିମ୍‌...

ରାବଣ ପୋଡ଼ି ଚଳିତବର୍ଷର ମୁଖ୍ୟ ଆକର୍ଷଣ

ନୂଆପଡ଼ା ଅଫିସ,୩୦।୯: ଚଳିତବର୍ଷ କରୋନା କଟକଣା ନ ଥିବାରୁ ନୂଆପଡ଼ା ଜିଲାର କୋଣଅନୁକୋଣରେ ସାରଦୀୟ ଦୁର୍ଗାପୂଜା ହର୍ଷଉଲ୍ଲାସ ସହିତ ପାଳନ କରାଯାଉଛି। ନବରାତ୍ର ପାଇଁ ଜିଲାର...

ସବୁ ଜିଲାପାଳମାନଙ୍କୁ ଆଲର୍ଟ କଲେ ସ୍ବତନ୍ତ୍ର ରିଲିଫ କମିଶନର

ଭୁବନେଶ୍ୱର,୧୯।୮(ବ୍ୟୁରୋ)-ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ବୁଧବାର ୧୦ ଜିଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି। ଏ ନେଇ ପଦକ୍ଷେପ ନେବାକୁ ସମସ୍ତ ଜିଲାପାଳମାନଙ୍କୁ ଆଲର୍ଟ କରାଯାଇଛି।...

ବିପଦପୂର୍ଣ୍ଣ ଅବସ୍ଥାରେ ୩୩ କେଭି ତାର

କଣିହାଁ, ୧୧ା୨(ଡି.ଏନ.ଏ.) – ବିଦ୍ୟୁତ୍‌ ବିଭାଗର ଚରମ ଅବହେଳା ଯୋଗୁ ନିରୀହ ଜୀବନ ଯାଉଥିଲେ ହେଁ ଚେତୁନାହାନ୍ତି ଅଧିକାରୀ। ବିଭିନ୍ନ ସ୍ଥାନରେ ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍‌...

ପୋଲିସ ଏନ୍‌କାଉଣ୍ଟରରେ ଅପରାଧୀ ଟିଙ୍ଗିରି ଆହତ

ଆସିକା,୨୮।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ପାଣ୍ଡିଆପଥରରେ ପୋଲିସ ଏନ୍‌କାଉଣ୍ଟରରେ ଟିଙ୍ଗିରି ଦୋରା(୩୨) ନାମକ ଜଣେ ଅପରାଧୀ ଆହତ ହୋଇଛନ୍ତି। ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନାରେ...

Advertisement
Archives

Model This Week