ଜଙ୍ଗଲରେ ଦିନ କାଟୁଛନ୍ତି ୧୩ ପ୍ରବାସୀ ଶ୍ରମିକ

ଲୋଇସିଂହା,୨୪।୫(ଡି.ଏନ.ଏ)-ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ମାଗୁରବେଡା ଗାଁର ୧୩ପ୍ରବାସୀ ଶ୍ରମିକଙ୍କୁ ପଞ୍ଚାୟତ କର୍ତ୍ତୃପକ୍ଷ ସଙ୍ଗରୋଧ କେନ୍ଦ୍ରରେ ରଖିବା ବ୍ୟବସ୍ଥା କରୁନାହାନ୍ତି। ଫଳରେ ସେମାନେ ଗାଁ ନିକଟ ଜଙ୍ଗଲରେ ଗତ ୩ଦିନ ହେଲା ୪୫ଡିଗ୍ରୀ ତାତିରେ ଦିନ କାଟୁଛନ୍ତି। ୧୩ପ୍ରବାସୀଙ୍କ ମଧ୍ୟରେ ୭ଜଣ ଶିିଶୁ ରହିଛନ୍ତି। ମାଗୁରବେଡା ପଞ୍ଚାୟତ ସଦର ଗାଁର ୩ପରିବାରର ୧୩ଜଣ ସଦସ୍ୟ ବ୍ରହ୍ମପୁର ଅଞ୍ଚଳକୁ ଇଟା ଗଢିବାକୁ ଯାଇଥିଲେ ା ଲକ୍‌ଡାଉନ ଯୋଗୁ କାମ ବନ୍ଦ ହେବାରୁ ୩ ଦିନ ତଳେ ଗାଁକୁ ଚାଲି ଆସିଛନ୍ତି। ସଙ୍ଗରୋଧ କେନ୍ଦ୍ରରେ ରଖିବାକୁ ସେମାନେ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ ା ସେମାନେ ରାଜ୍ୟ ବାହାରର ପ୍ରବାସୀ ଶ୍ରମିକ ହୋଇ ନ ଥିବାରୁ ହୋମ କ୍ୱାରାଣ୍ଟାଇନରେ ରହିବାକୁ କୁହାଯାଇଥିଲା ା ହେଲେ ଘରକୁ ଗଲେ ପଡୋଶୀଙ୍କ ବାରଣ ଓ ହୋମକ୍ୱାରାଣ୍ଟାଇନ ପାଇଁ ଆବଶ୍ୟକ ଘର ନ ଥିବାରୁ ବାଧ୍ୟ ହୋଇ ସେମାନେ ଜଙ୍ଗଲରେ ରହିବାକୁ ବିକଳ୍ପ ଭାବେ ବାଛି ନେଇଛନ୍ତି। ଏ ସମ୍ପର୍କରେ ବିଡିଓ ରାମଚନ୍ଦ୍ର ଖାଡିଆଙ୍କୁ ପଚାରିବାରୁ ରାଜ୍ୟ ବାହାର ପ୍ରବାସୀ ଶ୍ରମିକଙ୍କ ପାଇଁ କେବଳ ରହିବା ଓ ଖାଇବା ସକାଶେ ସଙ୍ଗରୋଧର ବ୍ୟବସ୍ଥା ରହିଛି ା ତଥାପି ଘଟଣା ସମ୍ପର୍କରେ ଅବଗତ ହେବାପରେ କୌଣସି ଏକ ସ୍କୁଲ ଗୃହ ବ୍ୟବସ୍ଥା କରି ସମ୍ପୃକ୍ତ ପ୍ରବାସୀଙ୍କୁ ରଖିବାକୁ ସ୍ଥାନୀୟ ସରପଞ୍ଚକୁ କହିଛି ା ଏ ଦିଗରେ ଜିଲା ପ୍ରଶାସନ ଅବିଳମ୍ବେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ସଂଯୋଗ ପାଇଁ ଟଙ୍କା ଆଦାୟ ଅଭିଯୋଗ

ଖପ୍ରାଖୋଲ, ୨୬ା୮(ଡି.ଏନ.ଏ.) – ଦୀନ୍‌ଦୟାଲ ଉପାଧ୍ୟାୟ ଗ୍ରାମ୍ୟ ଜ୍ୟୋତି ଯୋଜନାରେ ମାଗଣା ବିଦ୍ୟୁତ୍‌ ସଂଯୋଗ ଦିଆଯାଉଛି। ହେଲେ ବିଦ୍ୟୁତ୍‌ ସଂଯୋଗ ନାଁରେ ଟଙ୍କା ଆଦାୟ କରାଯାଉଥିବା...

ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା

ବଲାଙ୍ଗିର,୧୧।୧୧(ଡି.ଏନ.ଏ.)-ବଲାଙ୍ଗୀର ଜିଲା ପାଟଣାଗଡ଼ରେ ବୁଧବାର ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ା କେହି ଆତତାୟୀ ଗୋଟିଏ ପରିବାରର ୬ ଜଣଙ୍କୁ ଟାଙ୍ଗିଆରେ ହାଣି ଅତି ନିର୍ମମଭାବେ...

ତୋଟାକୁ ଆମ୍ବ ପାଇଁ ଯାଇଥିବା ବେଳେ ଦଳିଦେଲା ଦନ୍ତା

ଲୋଇସିଂହା,୨୧।୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ରେଞ୍ଜ ଅନ୍ତର୍ଗତ ଦରଲ୍ଲୀପାଲି ଗାଁରେ ଦନ୍ତାହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବିରଞ୍ଚି ସାହୁ। ସୂଚନାଯୋଗ୍ୟ, ଆଗଲପୁର...

କଫ୍‌ ସିରପ କାରବାର ଗୁମର ଫିଟୁଛି

ବଲାଙ୍ଗୀର ଅଫିସ, ୧୧ା୧ ବଲାଙ୍ଗୀର କଫ୍‌ ସିରଫ କାରବାରର ପଶ୍ଚିମ ଓଡିଶାସ୍ତରୀୟ ଲିଙ୍କ୍‌ ମିଳିଛି ା ଏହି କାରବାରର ରାଜ୍ୟସ୍ତରୀୟ ଲିଙ୍କ୍‌ କ’ଣ ରହିଛି ସେନେଇ...

ଟିଟିଲାଗଡ଼ରେ ଜିଏସ୍‌ଟି ଚଢ଼ାଉ

ଟିଟିଲାଗଡ଼,୨୯।୧୧(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ରେ ୨ଟି ବ୍ୟବସାୟିକ ପ୍ରତିଷ୍ଠାନରେ ଜିଏସ୍‌ଟି ଟିମ୍‌ ପକ୍ଷରୁ ମଙ୍ଗଳବାର ଚଢ଼ାଉ କରାଯାଇଛି। ବଲାଙ୍ଗୀର ଓ କଳାହାଣ୍ଡି ଅଧିକାରୀ ସେରାମିକ୍‌, ଶୁକନ...

ବସ୍‌ ଧକ୍କାରେ ସ୍ବାମୀ ମୃତ: ସ୍ତ୍ରୀ, ୨ ଝିଅ ଗୁରୁତର

ଦେଓଗାଁ,୯ା୨(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅଧୀନ ୨୬ ନମ୍ବର ଜାତୀୟ ରାଜପଥରେ ଗୁରୁବାର ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩...

ଟ୍ରଲରକୁ ପିଟିଲା ସ୍କର୍ପିଓ: ଜଣେ ମୃତ, ୪ ଗୁରୁତର

ଲୋଇସିଂହା,୧୧।୧(ଡି.ଏନ.ଏ.): ବଲାଙ୍ଗୀର-ବରଗଡ଼ ୨୬ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ବୁର୍ଡା ଛକରେ ବୁଧବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ ଛିଡା ହୋଇଥିବା ଟ୍ରଲର...

ତିନିଥର ଅସ୍ତ୍ରୋପଚାର ପରେ ବି ଅସୁସ୍ଥ

ବଲାଙ୍ଗୀର ଅଫିସ, ୨୦।୪ – ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ୍‌ ଘୁନସର ପଞ୍ଚାୟତ ଅନ୍ତର୍ଗତ ସାନବାଞ୍ଜିପାଲି ଗ୍ରାମର ପ୍ରଥମ ମାଟ୍ରିକ୍ୟୁଲେଟ୍‌ ଓ ଗ୍ରାଜୁଏଟ୍‌ ମେଧାବୀ ଆଦିବାସୀ...

Advertisement
Archives

Model This Week