ଜଙ୍ଗଲରେ ଚଢାଉ, ୮୦ ଲିଟର ଦେଶୀମଦ ଜବତ

ଦିଗପହଣ୍ଡି,୨୨ା୪(ଡି.ଏନ.ଏ.)- ଗଞ୍ଜାମ-ଗଜପତି ଜିଲା ସୀମାନ୍ତ ଘଞ୍ଚ ଜଙ୍ଗଲରେ ମଙ୍ଗଳବାର ଅବକାରୀ ଓ ପୋଲିସ ଟିମ୍‌ ମିଳିତ ଭାବେ ଚଢାଉ କରି ୮୦ ଲିଟର ରନ୍ଧା ଦେଶୀମଦ ଜବତ କରିଛି। ଏଥିସହ ୧୬୮୦୦ ଲିଟର ପୋଚ ନଷ୍ଟ କରି ମଦ ରନ୍ଧା ସରଞ୍ଜାମ ଜବତ କରାଯାଇଛି। ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୮ ଟାରେ ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ଦିଗପହଣ୍ଡି ବିଡ଼ିଓ ହଳଧର ଶବରଙ୍କ ଉପସ୍ଥିତିରେ ଦିଗପହଣ୍ଡି ଅବକାରୀ ବିଭାଗ, ବ୍ରହ୍ମପୁର ଅବକାରୀ ଷ୍ଟ୍ରାଇକିଂ ଫୋର୍ସ, ପାଟପୁର ଓ କେ.ନୂଆ ଗାଁ ଥାନା ସମେତ ଗଜପତି ଜିଲା ମୋହନା ପୋଲିସ ମିଳିତ ଭାବେ ଗଞ୍ଜାମ-ଗଜପତି ଜିଲା ସୀମାନ୍ତ ଲଖାରି ଜଙ୍ଗଲର ବିଭିନ୍ନ ସ୍ଥାନରେ ଥିବା ଚୋରା ମଦ କାରଖାନା ଉପରେ ଅତର୍କିତ ଚଢାଉ କରିଥିଲେ। ଲଖାରୀ ଜଙ୍ଗଲ ସଂଲଗ୍ନ ରଙ୍ଗୀଆମ୍ବ, ତୁଳସୀ ନଗର, ଜୁଆଣୀପଲ୍ଲୀ, ଶ୍ୟାମସୁନ୍ଦରପୁରପଲ୍ଲୀ, ବଡପଦା ଆଦି ବିଭିନ୍ନ ଗାଁ ନିକଟରେ ଦେଶୀ ମଦ ପ୍ରସ୍ତୁତ କରି ବାହାର ଅଞ୍ଚଳମାନଙ୍କୁ ଚାଲାଣ କରାଯାଉଥିବା ନେଇ ଅବକାରୀ ଗୋଇନ୍ଦା ସୂଚନାକୁ ଭିତ୍ତିକରି ଏହି ଚଢାଉ କରାଯାଇଥିଲା। ଚଢାଉ ପୂର୍ବରୁ ମଦ ମାଫିଆ ଫେରାର ହୋଇଯାଇଥିଲେ। ନଂ-୫/୨୦-୨୧ରେ ମାମଲା ରୁଜୁ କରାଯାଇଛି। ଦକ୍ଷିଣାଞ୍ଚଳ ଅବକାରୀ ଗୋଇନ୍ଦା ନିରୀକ୍ଷକ ଧିରେନ କୁମାର ବେହେରା, ବ୍ରହ୍ମପୁର ଅବକାରୀ ଷ୍ଟ୍ରାଇକିଂ ଫୋର୍ସ ଉପ ନିରୀକ୍ଷକ ଶ୍ରୀଧର ମହାନ୍ତି, କେ. ନୂଆଗାଁ ଥାନା ଅଧିକାରୀ ମାଧବାନନ୍ଦ ନାୟକ, ଦିଗପହଣ୍ଡି ଅବକାରୀ ଏସ୍‌.ଆଇ ଅଭିରାମ ସାହୁ ପ୍ରମୁଖ ଚଢାଉରେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିଆଇ ଟ୍ୟାଗ୍‌ ଦୌଡ଼ରେ କୁଚିଣ୍ଡା ଲଙ୍କା

ସମ୍ବଲପୁର, ୩୦।୯(ବ୍ୟୁରେ): ସମ୍ବଲପୁର ଜିଲା କୁଚିଣ୍ଡା ଲଙ୍କା ଜିଆଇ (ଜିଓଗ୍ରାଫିକାଲ ଇଣ୍ଡିକେଶନ) ଟ୍ୟାଗ୍‌ ଦୌଡ଼ରେ ରହିଛି। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି।...

ନାଲକୋ ସିପିପି ପ୍ଲାଣ୍ଟରେ ଅଗ୍ନିକାଣ୍ଡ

ବଅଁରପାଳ, ୨୫।୧୦(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ସିପିପି ପ୍ଲାଣ୍ଟ ପରିସରରେ ଥିବା ୫ମ ୟୁନିଟରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ସର୍ଟଶର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।...

ଦୁଇ ପିଲାଙ୍କୁ ଛାଡ଼ି ପର ପୁରୁଷ ସହ ମହିଳା ଫେରାର

କଟକ ଅଫିସ,୨୪।୧୧: କଟକ ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପରକୀୟା ପ୍ରୀତିରେ ଅନ୍ଧହୋଇ ମା’ ତା’ର ଦୁଇ ଛୁଆଙ୍କୁ ଛାଡ଼ି ଅନ୍ୟ...

ନରହନ୍ତା ଦନ୍ତା ଏବେ ‘ରାକେଶ’

ଢେଙ୍କାନାଳ ଅଫିସ, ୬।୨ – କପିଳାସ ଚିଡ଼ିଆଖାନାକୁ ଅଣାଯାଇଥିବା ନରହନ୍ତା ଦନ୍ତାର ବୁଧବାର ନାମକରଣ କରାଯାଇଛି। ଚିଡ଼ିଆଖାନା କର୍ତ୍ତୃପକ୍ଷ ଏହାର ନୂତନ ନଁ। ‘ରାକେଶ’ ରଖିଛନ୍ତି।...

ଜିଲାପାଳ ଡାକିଲେ ବୈଠକ: ଗଞ୍ଜାମରେ ସ୍ବଳ୍ପ ବୃଷ୍ଟି, ଆଶଙ୍କାରେ ଚାଷୀ

ଛତ୍ରପୁର,୧୯ା୭(ଡି.ଏନ.ଏ)- ଗଞ୍ଜାମ ଜିଲାରେ ସ୍ବଳ୍ପ ବୃଷ୍ଟି ଯୋଗୁ ଚାଷକାର୍ଯ୍ୟ ବ୍ୟାହତ ହୋଇଛି। ପରିସ୍ଥିତିର ମୁକାବିଲା କରିବା ପାଇଁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କୃଷି ବିଭାଗ...

ପାଣି ପାଇଁ ରାସ୍ତାରୋକୋ

ବାରିପଦା ଅଫିସ, ୧୮ା୨- ଗ୍ରୀଷ୍ମ ଆରମ୍ଭ ନ ହେଉଣୁ ବାରିପଦା ସହରର ବିଭିନ୍ନ ସ୍ଥାନରେ ଜଳକଷ୍ଟ ସମସ୍ୟା ଦେଖାଗଲାଣି। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଳଯୋଗାଣ ବ୍ୟବସ୍ଥା...

ଘର ଆଗରୁ ପକ୍କ୍‌ଅପ୍‌ ଗାଡି ଚୋରି ଅଭିଯୋଗ

କୋକସରା,୧୧।୧୧(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ଗ୍ରାମର ବ୍ୟବସାୟୀ ସନ୍ତୋଷ ଅଗ୍ରୱାଲଙ୍କ ପିକ୍‌ଅପ୍‌ ଗାଡି ଗୁରୁବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଏ ନେଇ ଥାନାରେ ତାଙ୍କ...

ବଜ୍ରପାତରେ ୨୭ ଗୋରୁ, ୯ ମେଣ୍ଢା ମୃତ

ଦିଗପହଣ୍ଡି/ପାତ୍ରପୁର,୯ା୬ (ଡି.ଏନ.ଏ.) -ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ଶନିବାର ବଜ୍ରପାତରେ ୨୭ ଗୋରୁଙ୍କ ମୃତ୍ୟୁ ହୋଇଥିବାବେଳେ ୯ ମେଣ୍ଢାଙ୍କ ମୃତ୍ୟୁ ଘଟିଛି। ଦିଗପହଣ୍ଡି ବ୍ଲକ ଭ୍ରମରପୁର...

Advertisement
Archives

Model This Week