Posted inରାଜ୍ୟ

‘ଜଗା ପାଇଁ ଗଛଟିଏ’ ସ୍ଳୋଗାନ: ଛାତ୍ରଙ୍କ ଦ୍ୱାରା ଚାରାରୋପଣ

ଭାପୁର,୬ା୭(ଡି.ଏନ୍‌.ଏ.): ପୁରୀର ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପ୍ରତିବର୍ଷ ନୟାଗଡ଼ ଜିଲାରୁ ହିଁ ରଥକାଠ ପଠାଯାଇଥାଏ। କିନ୍ତୁ ପୂର୍ବଭଳି ନୟାଗଡ଼ ଜିଲା ଜଙ୍ଗଲଗୁଡ଼ିକରେ ରଥ ଉପଯୋଗୀ ସମସ୍ତ କାଠ ମିଳୁ ନ ଥିବା ସୂଚନା ମିଳିଛି। ତେଣୁ ଜିଲାର ବହୁ ବଦାନ୍ୟ ବ୍ୟକ୍ତି ସେମାନଙ୍କ ବିଲ, ବାଡ଼ିରେ ଥିବା ଫାଶି, ଅସନ, ଭଳି ବୃକ୍ଷକୁ ରଥକାଠ ନିମନ୍ତେ ଦାନ ଆକାରରେ ଦେଇଥାନ୍ତି। ତେବେ ସବୁବର୍ଷ ବେସରକାରୀ ସୂତ୍ରରୁ ଏହି କାଠ ଯୋଗାଣ କରିବାରେ ସମସ୍ୟା ଦେଖାଦେଇଛି। ଏଥିପାଇଁ ବିଦ୍ୟାଳୟ ଛାତ୍ର, ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ତରଫରୁ ‘ଜଗା ପାଇଁ ଗଛଟିଏ’ ସ୍ଲୋଗାନ ଦେଇ ଘୋଷଯାତ୍ରା ଅବସରରେ ରଥକାଠ ଉପଯୋଗୀ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମରେ ଗୁରୁବାର ଚାରାରୋପଣ କରାଯାଇଛି। ଏହି ଅବସରରେ ନୟାଗଡ଼ ଜିଲା ଫତେଗଡ଼ ଗ୍ରାମର ୫୦ରୁ ଊର୍ଦ୍ଧ୍ୱ ଛାତ୍ର ଏକାଠି ହୋଇ ନିକଟସ୍ଥ ଜଙ୍ଗଲକୁ ଯାଇ ବିଭିନ୍ନ ରଥକାଠ ଉପଯୋଗୀ ଚାରା ସଂଗ୍ରହ କରି ଗ୍ରାମର ନୂଆପୋଖରୀ ହୁଡ଼ାରେ ଲଗାଇଥିଲେ। ଅଧ୍ୟାପକ ଜିତୁରଞ୍ଜନ ଦାଶ ଓ ଶିକ୍ଷକ ସନ୍ତୋଷ କୁମାର ଜଗା ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ନେଇ ଛାତ୍ରମାନଙ୍କୁ ପ୍ରେରଣା ଓ ସହଯୋଗ କରିଥିଲେ। ଗ୍ରାମର ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ସେଣ୍ଟର ଫର ୟୁଥ୍‌ ଆଣ୍ଡ ସୋସିଆଲ ଓ୍ବେଲଫେୟାର’ ମଧ୍ୟ ଛାତ୍ରମାନଙ୍କୁ ସହଯୋଗ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଭିଡିଆ ଆଣିଲା ଶକ୍ତିଶାଳୀ ଚିପ୍‌: ପିସି, ଲାପ୍‌ଟପ୍‌ କ୍ଷେତ୍ରରେ ଆସିବ ଏଆଇ କ୍ରାନ୍ତି

ତାଇପେଇ,୨ା୬(ରଏଟର୍ସ):ବିଶ୍ୱର ପ୍ରମୁଖ ଚିପ୍‌ ନିର୍ମାଣକାରୀ ସଂସ୍ଥା ‘ଏନ୍‌ଭିଡିଆ’ ବ୍ୟକ୍ତିଗତ କମ୍ପ୍ୟୁଟର (ପିସି) ଏବଂ ଲାପ୍‌ଟପ୍‌ ଜଗତରେ ବଡ଼ ବିପ୍ଳବ ଆଣିବାକୁ ଯାଉଛି। କମ୍ପାନୀ ପକ୍ଷରୁ ସୋମବାର ଏକ…

ଇଟାଭାଟିକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡ଼ିଗଲେ ଯୁବକ, ତାପରେ ଯାହା ଘଟିଲା……

ପରଜଙ୍ଗ,୨।୬(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ଡମୋଳ ଝରା ସାହି ନିକଟରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି ।ଗୋଟିକିଆ ଦନ୍ତା…

୩ରେ ରାଜ୍ୟ କ୍ୟାବିନେଟ: ଆସିବ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୨ା୬(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଜୁନ୍‌ ୩ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବାଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା…

ରାଗରେ ନେତାନ୍ୟାହୁଙ୍କୁ ଫୋନ କଲେ ଟ୍ରମ୍ପ, ‘ତୁମେ ପାଗଳ ହୋଇଗଲ!’

ଓ୍ବାଶିଂଟନ,୨।୬: ଡୋନାଲ୍ଡ ଟ୍ରମ୍ପ ସୋମବାର ଦିନ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଫୋନ୍ କରିଥିଲେ ଏବଂ ଲେବାନନ୍ ଉପରେ ଇସ୍ରାଏଲର ଆକ୍ରମଣ ବୃଦ୍ଧି ପାଇଁ ତାଙ୍କୁ କଡ଼ା…

ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି ନିଯୁକ୍ତ: ମୋଟ ବିଚାରପତି ସଂଖ୍ୟା ହେଲା..

ନୂଆଦିଲ୍ଲୀ,୧ା୬:ସୁପ୍ରିମକୋର୍ଟରେ ସୋମବାର ୫ ନୂଆ ବିଚାରପତିଙ୍କୁ ନିଯୁକ୍ତି ମିଳିବା ଫଳରେ ଶୀର୍ଷ ଅଦାଲତର ମୋଟ ବିଚାରପତି ସଂଖ୍ୟା ୩୭ରେ ପହଞ୍ଚତ୍ବାକୁ ଯାଉଛି, ଯାହାକି ମଞ୍ଜୁରୀପ୍ରାପ୍ତ ସଂଖ୍ୟାଠାରୁ ଗୋଟିଏ…

ବିଜେଡି କର୍ମୀ-ପଟାଙ୍ଗି ବିଧାୟକଙ୍କ ମଧ୍ୟରେ ରାଜନୈତିକ ଛକାପଞ୍ଝା: ବିଜେଡି କଲା ଘୋଷଣା-ଆସନ୍ତା ବୁଧବାର…

ନନ୍ଦପୁର, ୧।୬ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକରେ ଗତ ଦୁଇଦିନ ହେଲା ସରପଞ୍ଚ ସମିତି ସଭ୍ୟ, ବିଜେଡି କର୍ମୀ ଓ ପଟାଙ୍ଗି ବିଧାୟକଙ୍କ…

ନିମିଷକେ ଉଜୁଡିଗଲା ସଂସାର…ବିବାହର କିଛି ଘଣ୍ଟା ପରେ ଆଖିବୁଜିଲେ ପାଇଲଟ୍‌: ସ୍ତ୍ରୀଙ୍କ ସହ କରୁଥିଲେ…

ଓ୍ବାଶିଂଟନ୍‌,୧।୬: ଆମେରିକାରେ ଏକ ହେଲିକପ୍ଟର ଦୁର୍ଘଟଣାରେ ଜଣେ ଭାରତୀୟ ବଂଶୋଦ୍ଭବ ପାଇଲଟ ମୃତ୍ୟୁବରଣ କରିଛନ୍ତି। ଏହି ଦୁଃଖଦ ଘଟଣା ତାଙ୍କ ବିବାହର ମାତ୍ର କିଛି ଘଣ୍ଟା ପରେ…

କାଳବୈଶାଖୀର ତାଣ୍ଡବ: ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ, ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତି କ୍ଷତି

ମୋହନା, ୧।୬( ମନ୍ମଥ ମିଶ୍ର ): କାଳବୈଶାଖୀର ପ୍ରଭାବରେ ଉଡିଲା ସ୍କୁଲ ଟିଣ ଛପର। ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ । ଗଜପତି ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri