ଜଗନ୍ନାଥ, ଜେଜେମା’ ଓ ଫନୀ

ମନ-ମାନଚିତ୍ର/ ଡ. ନରହରି ବେହେରା
ମୋ ଜେଜେମା’ର ବୟସ ଅଶୀ ଟପିଲାଣି। ମାତ୍ର ଏବେ ସେ ଭଲଭାବେ ଶୁଣିପାରୁଛି ଏବଂ କହିପାରୁଛି। ସବୁ ପୁରୁଣାକାଳିଆ ଲୋକଙ୍କ ପରି ସେ ଭାରି ପୁରାଣ ଓ ଶାସ୍ତ୍ରପ୍ରିୟ। ସବୁ ଘଟଣା ପଛରେ ଈଶ୍ୱରଙ୍କର ଇଚ୍ଛା ଅଛି ବୋଲି ତା’ର ବିଶ୍ୱାସ। ସେ କାଳେ ସେତେବେଳେ ସପ୍ତମଶ୍ରେଣୀ ପାସ୍‌ କରିଥିଲା। ତେଣୁ ଦୂରଦର୍ଶନ ଓ ଓଡ଼ିଆ ଖବରକାଗଜରେ ବାହାରୁଥିବା ବିଭିନ୍ନ ଘଟଣାକୁ ତର୍ଜମା କରିବାରେ ତା’ର କିଛି ଅସୁବିଧା ହୁଏ ନାହିଁ। କିଛି ଦୈବୀଦୁର୍ବିପାକ ପଡ଼ିଲେ ଆମେ ନାତିନାତୁଣୀମାନେ ତାକୁ ଘେରିଯାଇ ପଚାରୁ- ଜେଜେମା’ ଏଥର ତୋ ପୁରାଣଶାସ୍ତ୍ର ସବୁ କ’ଣ କହୁଛନ୍ତି? ଜେଜେମା’ ହସିଦେଇ ଅନେକ ରୋଚକ ପୌରାଣିକ ଆଖ୍ୟାନ ବଖାଣି ବସେ।
ଏ ବର୍ଷ ଫନୀ ଭୀଷଣ ରୂପଧରି ଆସୁଥିବା ଘଟଣା ପ୍ରଚାର ହେଲା। ସମସ୍ତେ ଭୀତତ୍ରସ୍ତ ହେଲେ। ସରକାରଙ୍କଠାରୁ ଜନସାଧାରଣ ସୁରକ୍ଷା ପାଇଁ ଅନେକ ଯୋଜନା କଲେ। ମାତ୍ର ଜେଜେମା’କୁ ଆମେ ଯେତେ ଯାହା ପଚାରିଲୁ ସେ କିଛି କହିଲା ନାହିଁ। ଖାଲି ଗୁମ୍‌ ମାରି ବସିଲା। ମଝିରେ ମଝିରେ ଏତିକି ଶୁଣାଇ ଦେଉଥିଲା, ସେହି ଜଗନ୍ନାଥଙ୍କର ଇଚ୍ଛା। ଘୋର କଳିକାଳର ଏ ଗୋଟିଏ ରୂପ। ଆମେ କିଛି ବୁଝିପାରିଲୁନି। ଏତିକି ଧରିନେଲୁ, ଜେଜେମା’ ତା’ର ଚିରାଚରିତ ଢଙ୍ଗରେ ଆମ ସମସ୍ତଙ୍କୁ ଦୋଷ ଦେବ। ମାତ୍ର ସେମିତି କିଛି ହେଲାନାହିଁ। ବାତ୍ୟା ପରଦିନ ସେ ଯେତେବେଳେ ଶୁଣିଲା ଜଗନ୍ନାଥଙ୍କ କଳ୍ପବଟ ଏବଂ କୋଇଲି ବୈକୁଣ୍ଠ ବାତ୍ୟାରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି, ସେତେବେଳେ ତା’ ଆଖିରୁ ଖାଲି ଧାର ଧାର ଲୁହ ଝରିବାକୁ ଲାଗିଲା। ଦୁଇହାତକୁ କପାଳରେ ଲଗାଇ କହିଲା- ହେ ପ୍ରଭୁ, ଶେଷରେ ସବୁ ପ୍ରତିଶୋଧ ତୁ ତୋ ଉପରେ ନେଇଗଲୁ? ଏମାନେ କିଛି ବୁଝିଲେନି। ବ୍ରହ୍ମ ପରିବର୍ତ୍ତନରେ ଦୁନିଆ ରକମର ଫିକର କଲେ, ସେଥିପାଇଁ ତୁ ଏମିତି ନାଟ ଲଗେଇଦେଲୁ! ଜେଜେମା’ର ଏମିତି ବିକଳ ପ୍ରଳାପ ଦେଖି ଆମ ଆଖିରେ ବି ଲୁହ ଆସିଗଲା। ମନେପଡ଼ିଗଲା ୨୦୦୪ ଡିସେମ୍ବର ୨୬ ତାରିଖ ସକାଳେ ଭାରତ ମହାସାଗରରେ ଯେଉଁ ସୁନାମି ଆସିଥିଲା ଆଉ ସେଥିରେ ଦୁଇଲକ୍ଷ ପଚାଶ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ, ସେଦିନ ବି ଜେଜେମା’ ଆଖିରେ ଲୁହ ଆସିଥିଲା। ସେ ଆମକୁ ଗାଳିଦେଇ କହିଥିଲା, ଏଇ ଯୋଉ ବିପତ୍ତି ଆସୁଛି, ତାହା କେବଳ ତୁମରି ରାକ୍ଷସ ପ୍ରବୃତ୍ତି ପାଇଁ। ଭଗବାନ ହେଉଛନ୍ତି ଅନ୍ତର୍ଯ୍ୟାମୀ ସେ ସମସ୍ତଙ୍କର ଦୁଃଖ ଶୁଣୁଛନ୍ତି। ତୁମେମାନେ ଦିନକୁ ଦିନ ଅସୁର ହୋଇଯାଉଛ। ଧର୍ମକର୍ମ କିଛି ମାନୁନାହଁ। ରାସ୍ତାଘାଟ ସବୁଠି ନିରୀହ ପଶୁପକ୍ଷୀଙ୍କୁ ମାରି ଖାଉଛ। ସେମାନଙ୍କର ଦୁଃଖ, ଚିକତ୍ାର ସିନା ତମ ଚିତ୍ତରେ ପଶୁନି, କିନ୍ତୁ ସବୁ ଭଗବାନଙ୍କ ନିକଟରେ ପହଞ୍ଚୁଛି। ଯେତେବେଳେ ପାପଭାର ବଢ଼ିବ, ଭଗବାନ ଏମିତି ଅଘଟଣ ଘଟାଇବେ। ସେ ଦିନ ଜେଜେମା’ର କଥାର କି ବୈଜ୍ଞାନିକ କାରଣ ଥିଲା, ଆମେ ଜାଣି ନ ପାରି ହାଲୁକା ଭାବେ ଗ୍ରହଣ କରିଥିଲୁ।
ଆଜି ଜେଜେମା’ର ପ୍ରସଙ୍ଗ ଥିଲା ଭିନ୍ନ। ସେ ଲୋକମାନଙ୍କ ଅବସ୍ଥା ଅପେକ୍ଷା ବେଶି ଭାଙ୍ଗିପଡ଼ିଥିଲା କଳ୍ପବଟ ଏବଂ କୋଇଲି ବୈକୁଣ୍ଠର ଶ୍ରୀହୀନ ଅବସ୍ଥା ଦେଖି। ଦୋଷ ଲଦି ଦେଉଥିଲା ନବକଳେବରରେ ଘଟିଥିବା ଅଘଟଣ ଉପରେ। ତା’ ମନଦୁଃଖ ଦେଖି ମନେହେଉଥିଲା, ସେ ଏଥିରେ ଯେତିକି ମର୍ମାହତ କୃଷ୍ଣଙ୍କୁ ନ ଦେଖି ମା’ ଯଶୋଦା ବି ସେଦିନ ସେତିକି ମର୍ମାହତ ହୋଇ ନ ଥିବେ। ଏଥର ଆମେମାନେ ଜେଜେମା’ ନିକଟରେ ଅଭିଯୋଗ ବାଢ଼ିଲୁ। ନବକଳେବର ଅନେକ ଦିନ ହେଲାଣି। ଏବେ କାହିଁକି ଜଗନ୍ନାଥ ସେହି ଘଟଣା ପାଇଁ ନିଜକୁ ଶ୍ରୀହୀନ କରିବେ। ଜେଜେମା’ ରାଗିଯାଇ କହିଲା, ତୁ କ’ଣ ଭାବୁଛୁ, ଜଗନ୍ନାଥ ତୋ ମୋ ପରି ଲୋକ। ସାଙ୍ଗେ ସାଙ୍ଗେ ହାଣି ମାରି ପକେଇବେ? ସେ ଚାହିଁଥିଲେ ଗୋଟିଏ ଘଣ୍ଟା ଭିତରେ ମହାଭାରତ ଯୁଦ୍ଧ ଶେଷ କରିଥାନ୍ତେ, ଶିଶୁପାଳ, କଂସ ପ୍ରଭୃତିଙ୍କୁ ନିମିଷକ ଭିତରେ ମାରି ଦେଇଥାନ୍ତେ, ସେମିତି କଲେ କି? ତମେ ମଣିଷ ହୋଇଛ, ବୁଦ୍ଧି ବିବେକ ପାଇଛ। ସେଥିପାଇଁ ତୁମକୁ ବଦଳିବାକୁ ସେ ସୁଯୋଗ ଦିଅନ୍ତି। ନ ବଦଳିଲେ, ତୁମକୁ କ୍ଷମା ଦିଅନ୍ତେ କିମିତି? ପ୍ରଭୁ ଉପରକୁ ଦେଖନ୍ତି ନାହିଁ, ମନକୁ ଚିହ୍ନନ୍ତି। ଭକ୍ତ ବି ସେମିତି ହେବା ଉଚିତ। ଉପରଠାଉରିଆ ଉଦ୍ଦଣ୍ଡ କୀର୍ତ୍ତନ କଲେ ଆମକୁ ସମସ୍ତେ ଭକ୍ତ ବୋଲି କହିପାରନ୍ତି, କିନ୍ତୁ ମୋ କାଳିଆ କେବେ ବି କହିବ ନାହିଁ। ତମେ କ’ଣ ଜାଣିନ ଦିନରାତି ଜଗା ଚାରିପାଖରେ ଘୂରି ବୁଲୁଥିବା ପଣ୍ଡାମାନଙ୍କ ନଡ଼ିଆକୁ ଛାଡ଼ି ସେ ଦାସିଆ ନଡ଼ିଆକୁ ନେଇଥିଲେ ବୋଲି।
ତ୍ରେତୟା ଯୁଗରେ ମା’ ସୀତା ଖୁସି ହୋଇ ନିଜ ଗଳାରୁ ମୋତିମାଳ କାଢ଼ି ହନୁମାନଙ୍କୁ ଦେଲେ। ହନୁମାନ ଦେଖିଲେ ମାଳସାରା ଖାଲି ମୋତି। ସେ ଗୋଟିଏ ଗୋଟିଏ କାଢ଼ି ଛିଣ୍ଡାଇଲେ। ଦାନ୍ତରେ କାମୁଡ଼ି ଫିଙ୍ଗିଦେଲେ। ଏକଥା ଦେଖି ଭରତ ରାଗିଯାଇ ହନୁମାନଙ୍କୁ ପଚାରିଲେ, ମା’ସୀତା ତୁମକୁ କେତେ ମୂଲ୍ୟବାନ ମୋତିହାର ଦେଲେ, ତୁମେ ତାକୁ କାମୁଡ଼ି ଫିଙ୍ଗିଦେଉଛ? ହନୁମାନ ଅତ୍ୟନ୍ତ ଅସହାୟ ହୋଇ କହିଲେ- ଭାଇ, ଏ ମୋତି ଭିତରେ ମୋ ପ୍ରଭୁ ରାମଚନ୍ଦ୍ର ଅଛନ୍ତି କି ନାହିଁ ଦେଖୁଛି, ଯେଉଁଠି ମୋ ପ୍ରଭୁ ନାହାନ୍ତି, ସେ ମୋତି ମୋର କି କାମରେ ଲାଗିବ? ଭରତ ଚୁପ୍‌ ହୋଇଗଲେ। ଭଗବାନଙ୍କଠାରୁ କୌଣସି ଜିନିଷ ମୂଲ୍ୟବାନ ନୁହେଁ। ଆଜିକାଲି ତୁମେ ଏ କଥା ଭାବୁଛ କି? ଭକ୍ତ ବୋଲି ଯିଏ ଯାଉଛି, ସେ ଖାଲି ନିଜର ଧନସମ୍ପତ୍ତି, ପୁଅନାତି କଥା ଭାବୁଛି। ଯୋଉ ମନ୍ଦିରକୁ ଗଲେ ସେଠି ପୂଜକ ପଢ଼ିଆରୀ ସମସ୍ତେ ଭକ୍ତଙ୍କୁ ଚନ୍ଦେଇବାରେ ବ୍ୟସ୍ତ। ଠାକୁରଙ୍କୁ ମନ ଦେଇ କିଏ ଡାକୁଛି କହ? ଠାକୁରଙ୍କୁ ଛଳନା କଲେ ନିସ୍ତାର ନାଇଁ। ମୋ ଜଗା ବିଲ୍‌କୁଲ୍‌ ସହିବ ନାହିଁ।
ସାନ୍ଦୀପନି ଆଶ୍ରମରେ ସୁଦାମା ଆଉ କୃଷ୍ଣ ପାଠ ପଢ଼ୁଥିଲେ। ସୁଦାମା କୃଷ୍ଣଙ୍କୁ ବହୁତ ଭକ୍ତି କରୁଥିଲେ। ଦିନେ ସେ ଦୁହେଁ ସମିଧ ସଂଗ୍ରହ ପାଇଁ ବଣକୁ ଯାଇଥିଲେ। ବର୍ଷା ହେବାରୁ ଦି’ଜଣ ଅଲଗା ଅଲଗା ଗଛ ମୂଳେ ଠିଆ ହେଲେ। ସୁଦାମାଙ୍କ ପାଖରେ କିଛି ଖୁଦ ଭଜା ଥିଲା। ସେ ଖାଇବାରେ ଲାଗିଲେ। କୃଷ୍ଣ ପାଖ ଗଛ ମୂଳରେ ଠିଆ ହୋଇ ପଚାରିଲେ- ସଖା, କ’ଣ ଖାଉଛ କି? ସୁଦାମା କହିଲେ- ନା ସଖା, ଶୀତରେ ଦାନ୍ତ କଡ଼ମଡ଼ ଶୁଭୁଛି। ଭଗବାନ ତ ଅନ୍ତର୍ଯ୍ୟାମୀ, ଲୁଚେଇଲେ କ’ଣ ଲୁଚିବ? ତା’ପରେ କ’ଣ ହେଲା? ସୁଦାମା ଦରିଦ୍ର ହୋଇ ଭିକ ମାଗିଲେ। ସେହି ଖୁଦ ଭଜା ଦେଇ ସେ ଭଗବାନଙ୍କୁ ସନ୍ତୁଷ୍ଟ କରିବା ପରେ ଦାରିଦ୍ର୍ୟରୁ ମୁକ୍ତିପାଇଲେ। ସବୁ ଘଟଣା ପଛରେ ଭଗବାନ ନିଶ୍ଚୟ ଗୋଟେ କାରଣ ରଖିଥାନ୍ତି। ଆଜି ଶ୍ରୀମନ୍ଦିରରେ ଯୋଉ ଅଘଟଣ ଘଟୁଛି, ସେଥିରେ କିଛି ନା କିଛି କାରଣ ଅଛି। ନିଜ ଭିତରେ କଳି ତକରାଳ କରି ମୋ ଠାକୁରଙ୍କୁ ଖାଡ଼ା ଉପାସ ରଖି ଦେଉଛନ୍ତି। ମୋ ଜଗା ରୋଷ କରିବନି? ଯବନ ଆକ୍ରମଣବେଳେ ପଣ୍ଡାମାନେ କେତେ କଷ୍ଟ କରି ତା’ ନାଭିବ୍ରହ୍ମକୁ ରକ୍ଷା କରିଥିଲେ, ସେହି ନାଭିବ୍ରହ୍ମକୁ ବଦଳାଇବାରେ ଅନାଚାର କଲେ ସେ ସହିବ କେମିତି?
ଜେଜେମା’ ଦୀର୍ଘଶ୍ୱାସ ପକାଇ କେବଳ ଜଗନ୍ନାଥଙ୍କୁ ଜୁହାର ହେଲା। ଆମେ ବୁଝିଲୁ, ତା’ ବିଶ୍ୱାସ ଓ ଧର୍ମ ଭାବନାରେ ସବୁ ଅଘଟଣକୁ ସେ ବିଚାର କରୁଛି। ମାତ୍ର ସେ ଯାହା କହିଲା, ତାହା କେତେ ସତ, କେତେ ମିଛ ତାହା ବିଜ୍ଞଜନେ ବିଚାର କରିବେ। ମା:୭୯୭୮୯୦୩୫୦୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କିଛି ନିଆରା କରିବାର ଆଗ୍ରହ ଆଗକୁ ବାଟ କଢାଇନିଏ, ଯାହା ଘଟିଛି କେରଳର ଯସ୍ମିନ୍‌ ଅରିମ୍ବ୍ରାଙ୍କ ଜୀବନରେ। ଅରିମ୍ବ୍ରା ରହନ୍ତି ମାଲାପ୍ପୁରମ୍‌ ଜିଲା ଥେନ୍ନଲା ପଞ୍ଚାୟତରେ।...

ଏଇ ଭାରତରେ

ପ୍ରକୃତି ଓ ପକ୍ଷୀ ପ୍ରେମରେ ବାନ୍ଧି ହୋଇଯାଇଛନ୍ତି ରାଜସ୍ଥାନର ସନା ଫିରଦୌସ। ଯୋଧପୁର ନିବାସୀ ସନା ଅଦରକାରୀ ଜିନିଷ ଉପଯୋଗ କରି ତାଙ୍କ ଘରକୁ ଏକ...

ଅଡ଼ୁଆରେ ବାଇଡେନ୍‌

ଏଲିଜାବେଥ୍‌ ଡ୍ରିୟୁ   ୨୦୨୦ରେ ଜୋ ବାଇଡେନ୍‌ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ହ ଟ୍ରମ୍ପଙ୍କ ସହ କଡ଼ା ମୁକାବିଲାର ସମ୍ମୁଖୀନ ହୋଇ ବିଜୟ ଲାଭ କରିଥିଲେ।...

ସଙ୍କଟରେ ଉଚ୍ଚଶିକ୍ଷା

ପ୍ରଫୁଲ୍ଲ ମହାପାତ୍ର ଉଚ୍ଚଶିକ୍ଷା କ୍ଷେତ୍ରରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ଥାନ ସ୍ବତନ୍ତ୍ର। ମହାବିଦ୍ୟାଳୟଗୁଡ଼ିକ ଉଚ୍ଚଶିକ୍ଷା ଦାନକରି ବିଦ୍ୟାର୍ଥୀମାନଙ୍କୁ ବିଶ୍ୱବିଦ୍ୟାଳୟସ୍ତରରେ ଉଚ୍ଚତର ଶିକ୍ଷା ପାଇବା ପାଇଁ ପ୍ରସ୍ତୁତ କରନ୍ତି ଏବଂ...

କାହା ହିତରେ ଲୋଭନୀୟ ଯୋଜନା

ଈପ୍ସିତା ମହାନ୍ତି ସାମାଜିକ ସୁରକ୍ଷା ନାମରେ ସାଧାରଣ ଜନତାଙ୍କ ସମେତ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ସରକାରୀ ସହାୟତା ଓ ସୁବିଧା ପ୍ରଦାନ ସର୍ବଦା...

ଭୁବନେଶ୍ୱରରେ ଉତ୍ପାତ ଦର୍ଶନ

ସହଦେବ ସାହୁ ସାରଳାଦାସଙ୍କ ମହାଭାରତର ମୂଷଳୀ ପର୍ବରେ ‘ଦ୍ୱାରିକାରେ ନାନା ଉତ୍ପାତ ଦର୍ଶନ…’ ଅଧ୍ୟାୟରେ ଉଲ୍ଲେଖ ଅଛି ଯେ ଅତିଶୟ ସାମାଜିକ ବିଶୃଙ୍ଖଳା ଦେଖାଦେବାରୁ ‘କେବଣ...

ଆଜିର ନାରୀ ପ୍ରତିଭା

ବୈକୁଣ୍ଠନାଥ ମିଶ୍ର ନାରୀ ଆଉ ଅସୂର୍ଯ୍ୟଂପଶ୍ୟା, ଦୁର୍ବଳା ଓ ପରମୁଖାପେକ୍ଷୀ ହୋଇ ରହିନାହିଁ। ସମୟ ନାରୀ ମଧ୍ୟରେ ଏକ ଅପୂର୍ବ ଜାଗରଣ ସୃଷ୍ଟିକରି ତାକୁ ସମାଜର...

ଏଇ ଭାରତରେ

ବିଭିନ୍ନ ବର୍ଜ୍ୟକୁ ଇନ୍ଧନ ଭାବେ ବ୍ୟବହାର କରାଯିବା ପାଇଁ ଅନେକ ଉପାୟ ସାମ୍‌ନାକୁ ଆସିଥିଲେ ବି ଏବେ କାଗଜ ବର୍ଜ୍ୟକୁ ଇନ୍ଧନ ଭାବେ ବ୍ୟବହାର କରିବା...

Advertisement
Archives

Model This Week