ଛାତ୍ରୀଛାତ୍ରଙ୍କ ଅହିଂସା ପଦଯାତ୍ରାକୁ ଅଟକାଇଲା ପ୍ରଶାସନ

ବାରିପଦା ଅଫିସ,୬ା୧୧- ମୟୂରଭଞ୍ଜ ଜିଲା ବାରିପଦା ତକତପୁରସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଦୀର୍ଘଦିନ ହେବ ଛାତ୍ର ଅଶାନ୍ତି ଲାଗି ରହିଛି। ଏଠାରେ ସମନ୍ବିତ ବିଏଡ୍‌, ଏମଏଡ୍‌ ପାଠ୍ୟକ୍ରମରେ ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ରମାନଙ୍କୁ କେବଳ ଏମଏଡ୍‌ ପାଠ୍ୟକ୍ରମ ପରୀକ୍ଷା ଦେବା ପାଇଁ ଅନୁମତି ମିଳୁଛି। ତେବେ ସେମାନେ ବିଏଡ୍‌ ପାଠ୍ୟକ୍ରମ ସମ୍ବନ୍ଧୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଯଥା ଓଟିଇଟି, ଓଏସଏସଟିଇଟି ଏବଂ ସିଟିଇଟିରୁ ବଞ୍ଚିତ ହେଉଛନ୍ତି। ଏନେଇ ଛାତ୍ରୀଛାତ୍ରମାନେ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ, ଜିଲା ପ୍ରଶାସନ, ଉଚ୍ଚ ଶିକ୍ଷା ବିଭାଗକୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କିଛି ସୁଫଳ ପାଇପାରି ନାହିଁ। ଏହାର ପ୍ରତିବାଦରେ ଛାତ୍ରନେତା ଦୁର୍ଯ୍ୟୋଧନ ବେହେରାଙ୍କ ନେତୃତ୍ୱରେ ପ୍ରାୟ ୧୨୦ ଜଣ ଛାତ୍ରୀଛାତ୍ର ମଙ୍ଗଳବାର ବିଶ୍ୱବିଦ୍ୟାଳୟଠାରୁ ଭୁବନେଶ୍ୱରକୁ ଅହିଂସା ପଦଯାତ୍ରାରେ ବାହାରିଥିଲେ। ଏମପିସି ଅଟୋନମସ୍‌ କଲେଜ ନିକଟରେ ବାରିପଦା ଉପଜିଲାପାଳ ଦିବ୍ୟଜ୍ୟୋତି ପରିଡା ଓ ଏସପି ପରମାର ସ୍ମିଥ ପୁରୁଷୋତ୍ତମଦାସ ଛାତ୍ରୀଛାତ୍ରମାନଙ୍କୁ ଅଟକାଇ ଆଲୋଚନା କରିଥିଲେ। ଜିଦ୍‌ରେ ଅଟଳ ଥିବା ଛାତ୍ରୀଛାତ୍ରମାନେ ପ୍ରଶାସନିକ ଅଧିକାରୀଙ୍କ କଥା ନ ଶୁଣି ପଦଯାତ୍ରା ଜାରି ରଖିଥିଲେ। ପୁନର୍ବାର ପ୍ରଶାସନ ପକ୍ଷରୁ ସେମାନଙ୍କୁ ଆଇନ ମହାବିଦ୍ୟାଳୟ ନିକଟରେ ଅଟକା ଯାଇଥିଲା। ପରେ ଜିଲାପାଳ ବିନୀତ ଭରଦ୍ୱାଜ, ପତ୍ର ସଂଖ୍ୟା.୨୦୧୮ ତା ୫ା୪ା୧୯ରିଖରେ ଲିଖିତ ଭାବେ ୩ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ କରାଯିବା ନେଇ ପ୍ରତିଶ୍ରୁତି ଦେବାରୁ ଛାତ୍ରୀଛାତ୍ରମାନେ ସେମାନଙ୍କ ପଦଯାତ୍ରା ବନ୍ଦ କରିଥିଲେ। ଛାତ୍ରୀଛାତ୍ରମାନଙ୍କ ଅଭିଯୋଗ ସମ୍ପର୍କରେ ଉଚ୍ଚ ଶିକ୍ଷା ବିଭାଗକୁ ଅବଗତ କରାଯାଇଥିବା ଜିଲାପାଳ ଏହି ଚିଠିରେ ଦର୍ଶାଇଛନ୍ତି।
ଛାତ୍ରନେତା ବେହେରାଙ୍କ କହିବା ମୁତାବକ ଦୀର୍ଘଦିନ ହେବ ଏହି ଦାବି ନେଇ ସେମାନେ ବିଶ୍ୱବିଦ୍ୟାଳୟ କର୍ତ୍ତୃୃପକ୍ଷ, ଗଣଶିକ୍ଷା ସଚିବ, ଜାତୀୟ ଶିକ୍ଷକ ଶିକ୍ଷଣ ପରିଷଦର ଆଞ୍ଚଳିକ ସମିତି, ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ.ଅରୁଣ ସାହୁ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅବଗତ କରାଇଥିଲେ ମଧ୍ୟ କିଛି ସୁଫଳ ପାଇ ନ ଥିଲେ। ପରେ ଛାତ୍ରୀଛାତ୍ରମାନେ ପଦଯାତ୍ରା ସମ୍ପର୍କରେ ଜିଲା ପ୍ରଶାସନକୁ ଗତ ୨୯ ତାରିଖରେ ଅବଗତ କରାଇଥିଲେ ବୋଲି କହିଛନ୍ତି। ତେବେ ୩ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ପୁନର୍ବାର ପଦଯାତ୍ରା କରାଯିବ ବୋଲି ସେ କହିଛନ୍ତି। ଭକ୍ତହରି ମିଶ୍ର, ରାହୁଲ ନନ୍ଦି, ଦିବ୍ୟସିଂହ ବେହେରା, ଉଜ୍ଜ୍ୱଳ ନାୟକ, ପ୍ରିୟରଞ୍ଜନ ବେହେରା, ହିମାଂଶୁ ତରେଇ, ସୁଜେନ୍ଦୁ ଦାସ, ସଂଗ୍ରାମ କେଶରୀ ପଣ୍ଡା, ଦୁଷ୍ମନ୍ତ ବେହେରା ପ୍ରମୁଖ ଛାତ୍ରମାନେ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପରଲୋକରେ ପଦ୍ମଶ୍ରୀ ଡି. ପ୍ରକାଶ ରାଓ

କଟକ ଅଫିସ,୧୩।୧: ବିଶିଷ୍ଟ ସମାଜସେବୀ ତଥା ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ବୁଧବାର ପରଲୋକ ଘଟିଛି। ସେ କରୋନାରେ ଆକ୍ରାନ୍ତ ହୋଇ ଏସ୍‌ସିବି କୋଭିଡ୍‌ ହସ୍ପିଟାଲ୍‌ରେ...

ଚାକିରି ଦେବା ନାଁରେ ଠକେଇ; ୪ ଯୁବତୀ ସମେତ ୬ ଗିରଫ

କେନ୍ଦୁଝର,୨୪ା୬ (ସ୍ବ.ପ୍ର.)-ଏକ ମାର୍କେଟିଂ ସଂସ୍ଥା ଖୋଲି ବେକାର ଯୁବତୀଯୁବକଙ୍କୁ ଚାକିରି ଦେବା ପ୍ରଲୋଭନ ଦେଖାଇ ଠକିଥିବା ଅଭିଯୋଗରେ କେନ୍ଦୁଝର ଟାଉନ ଥାନା ପୋଲିସ ୪ ଯୁବତୀଙ୍କ...

ବଢ଼ୁଛି କାଇଁଚ ରାଖୀ ଚାହିଦା

କେନ୍ଦ୍ରାପଡା ଅଫିସ, ୧୨ା୮ :  ଆଉ ମାତ୍ର ୪ ଦିନ ପରେ ରାଖୀ ପୂର୍ଣ୍ଣିମା। ଭାଇ ହାତରେ ଭଉଣୀ ବାନ୍ଧିବ ରାଖୀ। ଏହାକୁ ଦୃଷ୍ଟିରେ ରଖି...

ଛୋଟ ହେଲେ ବି ଅବହେଳିତ

ବଅଁରପାଳ,୨୪ା୩(ଡି.ଏନ.ଏ.) – ଛୋଟିଆ ରାଜସ୍ବ ଗାଁ। ପରିବାର ସଂଖ୍ୟା ମାତ୍ର ୮। ହେଲେ ୩୦ ଲୋକ ରହୁଥିବା ଏହି ଗାଁରେ ଥିବା ସମସ୍ୟାର ସମାଧାନ କରିପାରୁନି...

ପାଟ୍ରୋଲିଂ ଗାଡ଼ି ଚକାତଳେ ଗଲା ୨ ନାବାଳକଙ୍କ ଜୀବନ

କୁଆଁରମୁଣ୍ଡା,୧୩ା୪(ଡି.ଏନ୍‌.ଏ.): ଇଣ୍ଡିଆନ ଅଏଲ କର୍ପୋରେଶନ ଲିଃ(ଆଇଓସିଏଲ)ର ପାଟ୍ରୋଲିଂ କରୁଥିବା ଏକ ବୋଲେରୋ ମଙ୍ଗଳବାର ରାତିରେ ବୀରମିତ୍ରପୁର ଥାନା ଅନ୍ତର୍ଗତ ପାକେରଲଙ୍ଗର-କୁଦାବେଡ଼ା ରାସ୍ତାରେ ୨ ନାବାଳକଙ୍କ ଉପରେ...

ଜି.ଉଦୟଗିରିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଇଷ୍ଟର କାଣ୍ଟାଟା

ଜି.ଉଦୟଗିରି,୧୮।୫(ଡି.ଏନ.ଏ.)-ଜି.ଉଦୟଗିରି ଠାରେ ଶୁକ୍ରବାର ରାତ୍ର ୮ଟା ସମୟରେ ଆଇୱାଇଏଫ (ଇଣ୍ଟିଗ୍ରାଲ ୟୁଥ୍‌ ଫେଲୋସିପ୍‌) ଜି.ଉଦୟଗିରି ଦ୍ୱାରା ଖ୍ରୀଷ୍ଟିୟାନ ହସ୍ପିଟାଲ ରୋଡ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଇଷ୍ଟର...

ବିନା ଆକ୍ସନ ପ୍ଲାନରେ ଚାଲିଛି ପୌରପାଳିକା: ଉନ୍ନୟନ ଅର୍ଥ ଭରଣା ନେଇ ପ୍ରଶ୍ନବାଚୀ

ଅନୁଗୋଳ ଅଫିସ, ୨୦।୭ – ବିନା ଆକ୍ସନ ପ୍ଲାନରେ ଚାଲିଛି ଅନୁଗୋଳ ପୌରପାଳିକା। ୪ମାସ ତଳୁ ଆୟ ବ୍ୟୟ ଖସଡ଼ା ସହ ଆକ୍ସନ ପ୍ଲାନ ପ୍ରସ୍ତୁତ...

କେସିଙ୍ଗା ବ୍ଲକ ସରପଞ୍ଚ ସଂଘର କର୍ମକର୍ତ୍ତା ଚୟନ

କେସିଙ୍ଗା,୩ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ସରପଞ୍ଚ ସଂଘର କର୍ମକର୍ତ୍ତା ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସଭାଗୃହରେ ତୁଣ୍ଡଳା ପଞ୍ଚାୟତର ସରପଞ୍ଚ ସରୋଜ ସେଠୀଙ୍କ ସଭାପତିତ୍ୱରେ...

Advertisement
Archives

Model This Week