ଛାତ୍ରୀଙ୍କୁ ଅସଦାଚରଣ ମାମଲା: ୩ ଅଭିଯୁକ୍ତ କୋର୍ଟ ଚାଲାଣ

ଦିଗପହଣ୍ଡି,୨୧।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅଞ୍ଚଳର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ମାଆ ଏନେଇ କେ. ନୂଆଗାଁ ଥାନାରେ ଏତଲା ଦେବା ପରେ ଆଇଆଇସି ମାଧବାନନ୍ଦ ନାୟକ ଘଟଣାର ତଦନ୍ତ କରି କେସ୍‌ ନଂ.  ୨୬୩/୧୯ରେ ଅଭିଯୁକ୍ତମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ। ଘଟଣାରେ ଜଡ଼ିତ ଥିବା ଅଭିଯୋଗରେ ଜି. ସୋମେଶ ରେଡ୍ଡୀ,ଜି. ଲୋକେଶ ରେଡ୍ଡୀ ଏବଂ ଜି. ରମେଶ ରେଡ୍ଡୀଙ୍କୁ ତଦନ୍ତକାରୀ ପୋଲିସ ଅଧିକାରୀ ରୀତାଞ୍ଜଳି ନାୟକ ଗିରଫ କରି ବ୍ରହ୍ମପୁର କୋର୍ଟକୁ ଶନିବାର ଚାଲାଣ କରିଥିବା ଜଣାପଡ଼ିଛି। ଗତ ବୁଧବାର ପୂର୍ବାହ୍ନରେ ଛାତ୍ରୀ ଜଣକ ସ୍କୁଲ ଯାଉଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ରାସ୍ତାରେ ଅଟକାଇ କମେଣ୍ଟ ମାରିବା ସହ ଅସଦାଚରଣ କରିଥିଲେ। ଘଟଣାର ଆପୋଷ ସମାଧାନ ପାଇଁ ଗାଁରେ ଉଦ୍ୟମ କରାଯାଇଥିଲେ ମଧ୍ୟ ଅଭିଯୁକ୍ତମାନଙ୍କ ଅସହଯୋଗ କାରଣରୁ ପୀଡ଼ିତା ଛାତ୍ରୀଙ୍କ ମାଆ ଓ ପରିବାର ଲୋକେ ଗୁରୁବାର ଥାନାରେ ପହଞ୍ଚି ଏତଲା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୦୨ ଠିକା ଶ୍ରମିକଙ୍କୁ ଛଟେଇ

ଯାଜପୁର ଅଫିସ,୩ା୩:କଳିଙ୍ଗନଗରଠାରେ ଥିବା ଏକମାତ୍ର ରାଷ୍ଟ୍ରାୟତ ଉଦ୍ୟୋଗ ନୀଳାଚଳ ଇସ୍ପାତ କାରଖାନାର ଘରୋଇକରଣ ପ୍ରତିବାଦରେ ନିଳାଚଳ ବଞ୍ଚାଅ ମିଳିତ ମଞ୍ଚ ପକ୍ଷରୁ କାରଖାନା ସମ୍ମୁଖରେ ଗଣଧାରଣା...

CORONAVIRUS UPDATE: ରାଜ୍ୟରେ ତୃତୀୟ କରୋନା ମୃତ୍ୟୁ

ଭୁବନେଶ୍ୱର,୧୦।୫:(ବ୍ୟୁରୋ)- ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ରେ ପହଞ୍ଚିଛି। ମୃତକ ଜଣକ...

ଜାଲ୍‌ ହନୁମାନ ତମ୍ବା ପଇସା ଦେଇ ଠକୁଥିଲେ, ତାପରେ…

ଚିତ୍ରକୋଣ୍ଡା,୧୪ା୨: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସଦରର ଜଣେ ବ୍ୟକ୍ତିଙ୍କ ଘରୁ ହନୁମାନ ପଇସା, ବହୁ ପୁରୁଣା ତମ୍ବା ମୁଦ୍ରା, ହରିଣ ଛାଲ, ଗୋଟିଏ ବନ୍ଧୁକ, ଜବତ...

ରାଷ୍ଟ୍ରାୟତ୍ତ ବ୍ୟାଙ୍କ କର୍ମଚାରୀଙ୍କ ବନ୍ଦ ଡାକରା: କୋରାପୁଟରେ ସମସ୍ତ ବ୍ୟାଙ୍କ ବନ୍ଦ

ଜୟପୁର,୩୧।୧(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁରଠାରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ମିଳିତ କର୍ମଚାରୀ ଏବଂ ଅଧିକାରୀ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଶୁକ୍ରବାର କାର୍ଯ୍ୟ ବନ୍ଦ ଆନ୍ଦୋଳନ...

ଟ୍ରକ ଧକ୍କାରେ ବାଇକ୍‌ ଚାଳକ ମୃତ :କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

ଛତ୍ରପୁର,୫ା୧୧(ଡି.ଏନ.ଏ) -ଛତ୍ରପୁର ଥାନା ଅଧୀନ ବଡମାଧପୁର ଗାଁ ହନୁମାନ ସାହି ରାସ୍ତାରେ ସୋମବାର ମଧ୍ୟାହ୍ନରେ ଏକ ବାଇକକୁ ଟ୍ରକ ଧକ୍କା ଦେବାରୁ ବାଇକ ଚାଳକଙ୍କ ମୃତ୍ୟୁ...

ଏସ୍‌ପିଙ୍କ ବଦଳିକୁ ବିରୋଧ କରି ଏକାଠି ହେଲେ ସ୍ବାଭିମାନ ଅଞ୍ଚଳବାସୀ

ଚିତ୍ରକୋଣ୍ଡା,୧୧ା୭(ଡି.ଏନ୍‌.ଏ.): ମାଲକାନଗିରି ଏସ୍‌ପିଙ୍କ ବଦଳି ପ୍ରତିବାଦରେ ଶନିବାର ସ୍ବାଭିମାନ ଅଞ୍ଚଳରେ ପ୍ରଜାମେଳି ହୋଇଛି। ସ୍ବାଭିମାନ ଅଞ୍ଚଳର ଯଡାମ୍ବଠାରେ ୩ଟି ପଞ୍ଚାୟତର ଶତାଧିକ ଗ୍ରାମବାସୀ ଏକାଠି ହୋଇ...

ଏମ୍‌କେସିଜି କୋଭିଡ୍‌ ହସ୍ପିଟାଲ-୧ ବନ୍ଦ

ଛତ୍ରପୁର,୨୧।୬: ଗଞ୍ଜାମ ଜିଲାର ଯେଉଁ କୋଭିଡ୍‌ ଚିକିତ୍ସା କେନ୍ଦ୍ରରେ କୌଣସି ରୋଗୀ ନାହାନ୍ତି ସେଗୁଡିକ ପର୍ଯ୍ୟାୟକ୍ରମେ ବନ୍ଦ କରିବାକୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ...

ସପ୍ତମାତୃକା ବେଶର ଅନ୍ତିମ ଦିବସ: ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ ଭଦ୍ରକାଳୀ

ଭଦ୍ରକ ଅଫିସ,୨ା୧୧: ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ବେଶର ଶନିବାର ଅନ୍ତିମ ଦିବସ। ଶେଷ ଦିନରେ ମା’ ମହାଲକ୍ଷ୍ମୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି।...

Advertisement
Archives

Model This Week