ଛବିର ମଣିଷ କାଳୀପ୍ରସାଦ

ଭଲ ମଣିଷ ଭିତରେ ଯେଉଁମାନଙ୍କ ପାଖରେ ସୃଜନଶୀଳତା ଥାଏ ସେମାନେ ସଂସାର ଭିତରେ କମ୍‌ ସମୟ ରହିଥାଆନ୍ତି। ତାଙ୍କର ସୀମିତ ପରିସୀମା ମଧ୍ୟରେ ସେମାନଙ୍କର ସୃଜନଶୀଳତାକୁ ନେଇ ସାଧାରଣରେ ଚର୍ଚ୍ଚା ହୁଏ। ଏପରି କିଛି ନୂତନତାର ସ୍ବାଦ ସାଧାରଣରେ ଚର୍ଚ୍ଚା ହୁଏ। ଆଉ ସେହି ମୂଲ୍ୟବୋଧକୁ ସାଇତି ରଖି ସେମାନେ ସୁନାମ ସାଉଁଟିଥାଆନ୍ତି। ଆଉ ଏପରି ଜଣେ ଚିତ୍ରଗ୍ରହଣକାରୀ ହେଲେ କାଳୀ ପ୍ରସାଦ ମିଶ୍ର। ଓଡ଼ିଆ ଚଳଚ୍ଚିତ୍ରରେ ସ୍ଥିର ଚିତ୍ର ଗ୍ରହଣ କରିବା ଦିଗରେ ସେ ଥିଲେ ଅନ୍ୟତମ ପ୍ରତିଭା। ତାଙ୍କ ଦ୍ୱାରା ଉତ୍ତୋଳିତ ଛବି ଦେଖିଲେ ସେଗୁଡିକ ସତେ ଯେମିତି କଥା କହୁଥିବା ପରି ଲାଗିଥାଏ। ସ୍ଥିର ଫଟୋଗ୍ରାଫି ତାଙ୍କର ପେସା ଥିଲା। ଦେଶ ବିଦେଶରେ ଫଟୋଗ୍ରାଫି ଉପରେ ଯାହା କିଛି ପୁସ୍ତକ ପ୍ରକାଶ ପାଏ ତାହାକୁ କାଳୀବାବୁ ମଗାଇ ତାଙ୍କ ପାଠାଗାରରେ ରଖନ୍ତି। ବ୍ୟାଙ୍କରେ ଚାକିରି କରିଥିଲେ ସେ। ହେଲେ ଫଟୋ ନିଶାରେ ସେ ଏମିତି ମାତିଯାଇଥିଲେ ଯେ ସୃଜନଶୀଳତାର ପ୍ରଭାବ ତାଙ୍କ ଫଟୋରେ ପ୍ରକାଶିତ ହେଉଥିଲା। ପର୍ଯ୍ୟଟନ ବିଭାଗର ଏକ ପୁସ୍ତକରେ ଜଗନ୍ନାଥଙ୍କ ସମ୍ପର୍କିତ ବହୁତ ଫଟୋ ସେ ଉଠାଇଥିଲେ, ଯାହାକି ପର୍ଯ୍ୟଟକଙ୍କୁ ବିଶେଷ ଆକୃଷ୍ଟ କରିଥିଲା। ଫଟୋ ମାଧ୍ୟମରେ ନୂଆ କିଛି ପରିକଳ୍ପନା କରିବା ଥିଲା ତାଙ୍କର ଗବେଷଣା। ଭଲ ଭଲ କ୍ୟାମେରା ମାଧ୍ୟମରେ ସେ ଫଟୋରେ ଚରିତ୍ରଟିକୁ ବେଶ୍‌ ଜୀବନ୍ତ ଭାବରେ ଫୁଟାଇ ପାରୁଥିଲେ। କେବଳ ଫଟୋ ନିଶାରେ ନିଶାଗ୍ରସ୍ତ କାଳୀବାବୁଙ୍କ ମରଶରୀର ସ୍ବର୍ଗଦ୍ୱାରରେ ଲୀନ ହେଲା ସତ ହେଲେ ତାଙ୍କର ପ୍ରତିଟି ଫଟୋ ଆଜି ବି ଜୀବନ୍ତ। ଜଣେ ସଫଳ ଚିତ୍ରଗ୍ରହଣକାରୀ ଚରିତ୍ରମାନଙ୍କୁ ତାଙ୍କ ଦୃଷ୍ଟିକୋଣରୁ ବିଚାର କରି ସାଧାରଣରେ ଫଟୋଟିକୁ ପ୍ରକାଶ କରି ସେ ଅନ୍ୟମାନଙ୍କୁ ଯେଉଁ ଆନନ୍ଦ ଦେଉଥିଲେ ତାହା ଆଜି ନିସ୍ତବ୍ଧ ପାଲଟି ଗଲା। ଜଡବସ୍ତୁକୁ ଜୀବନ୍ତ କରୁଥିବା ଚିତ୍ରଗ୍ରହଣକାରୀ ନିଜେ ଫଟୋ ମଧ୍ୟରେ ସୀମିତ ହୋଇଗଲେ। ଓଡ଼ିଶାରେ ଖୁବ୍‌ କମ୍‌ ଫଟୋଗ୍ରାଫର ଅଛନ୍ତି ଯେଉଁମାନଙ୍କର କାର୍ଯ୍ୟଶୈଳୀ ସେମାନଙ୍କର ଦେହାନ୍ତ ପରେ ବି ଜୀବନ୍ତ ହୋଇରହିଛି। କାଳୀପ୍ରସାଦଙ୍କ ଫଟୋସମୂହକୁ ନେଇ ଏକକ ଫଟୋ ପ୍ରଦର୍ଶନୀ ନିମନ୍ତେ ମୁଁ ଅନେକ ଥର କାଳୀବାବୁଙ୍କୁ କହିଛି। ସେ ସବୁବେଳେ ଉତ୍ତର ଦିଅନ୍ତି ‘ନିଶ୍ଚୟ କରିବା’। ସେହି କଥା ଆଜି ନୀରବ ହୋଇଗଲା। କଥା କଥାରେ ରହିଗଲା। କଥାରେ ଅଛି-‘ପ୍ରାଣୀର ଭଲମନ୍ଦ ବାଣୀ ମରଣ କାଳେ ତାହା ଜାଣି’।


Enter your email to get our daily news in your inbox.

All Right Reserved By Dharitri.Com

୨ ଦିନ ହେଲା ବସ୍‌ଷ୍ଟାଣ୍ଡ ବାସିନ୍ଦା ଜଳବନ୍ଦୀ, ନିଦ୍ରାରେ ପ୍ରଶାସନ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବସ୍‌ଷ୍ଟାଣ୍ଡ ବାସିନ୍ଦା ୨ ଦିନ ହେଲା ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଦିଗପହଣ୍ଡି ସହର ଜିଲାର ଏକ ପ୍ରମୁଖ…

ଗ୍ରାମ ସଭାପତିଙ୍କୁ ହତ୍ୟା ମାମଲା: ଆଜୀବନ କାରାଦଣ୍ଡ ଭୋଗିବେ ଦ୍ୱିତୀୟ ଅଭିଯୁକ୍ତ

ଭଞ୍ଜନଗର,୧୨ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦଣ୍ଡିପଦର ଗ୍ରାମରେ ୨୦୧୬ରେ ଗ୍ରାମ ସଭାପତି ପରୀକ୍ଷିତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ମାମଲାର ରାୟ ଶୁକ୍ରବାର ପ୍ରକାଶ…

ନିଖୋଜ ଥିଲେ, କେନାଲରୁ ମିଳିଲା ମହିଳାଙ୍କ ମୃତଦେହ

କୋକସରା,୧୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ପିତବାସପୁର କେନାଲ ବ୍ରିଜ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତା ମହିଳା ଜଣକ…

ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି ଚାଖିବେ ବିଶ୍ୱ ପ୍ରତିନିଧି, ବଢ଼ିଲା ଓଡ଼ିଶାର ଗୌରବ

କୋରାପୁଟ,୧୨ା୯(ଅମିତାଭ ବେହେରା): କୋରାପୁଟର ପାହାଡ଼ିଆ ଅଞ୍ଚଳରେ ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ସୁଗନ୍ଧିତ କଫି ଏବେ ବିଶ୍ୱ ମଞ୍ଚରେ ପହଞ୍ଚିଛି। ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ଶିଖର…

ଭାଙ୍ଗିଲା ସ୍କୁଲ ଗୃହ କାନ୍ଥ, ପ୍ରଧାନ ଶିକ୍ଷକଙ୍କ ପାଖରେ ନାହିଁ…

ତୁମୁଡିବନ୍ଧ,୧୨ା୯(ଦୀପକ କୁମାର ପରାସେଠ): ଭାଙ୍ଗିଲା ପୁରୁଣା ବିଦ୍ୟାଳୟ ଗୃହର କାନ୍ଥ ଅଳ୍ପକେ ବର୍ତ୍ତିଲେ ଛାତ୍ରୀଛାତ୍ର। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପାଖରେ ନାହିଁ ସୂଚନା। ଏପରି ଘଟଣା କନ୍ଧମାଳ…

ଅଷ୍ଟ୍ରେଲିଆରେ ଇତିହାସ ରଚିଲା ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’, ସବ୍ୟସାଚୀ-ଅର୍ଚ୍ଚିତା ଯୋଗ ଦେଇ…

ସିଡ୍‌ନୀ: ପ୍ରଥମଥର ପାଇଁ ଓଡ଼ିଆ ସିନେ କଳାକାରମାନଙ୍କୁ ନେଇ ସିଡ୍‌ନୀ-ମେଲବୋର୍ନ ସହରରେ ଏକ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି…

କଏଦୀ ଫେରାର, ଜେଲର ନିଲମ୍ବିତ

ନୂଆପଡ଼ା,୧୨ା୯(ମକାରୁ ବେମାଲ): ନୂଆପଡ଼ା ଉପକାରାଗାରରୁ କଏଦୀ ଫେରାର ହେବା ଘଟଣାରେ ଜେଲର ବଳରାମ ବିଶି ମାଝୀଙ୍କୁ ଶନିବାର ନିଲମ୍ବନ କରାଯାଇଛି। ଉପଜେଲର ସୁରକ୍ଷା ବ୍ୟବସ୍ଥାରେ ଅବହେଳାକୁ ନେଇ…

ମହିଳା ଏସିଆ କପ୍‌: ଫାଇନାଲରେ ଭାରତ-ଶ୍ରୀଲଙ୍କା ମହାମୁକାବିଲା, ଟାଇଟଲ ପାଇଁ କିଏ ଫେଭରାଇଟ୍‌ ଜାଣନ୍ତୁ…

ଦୁବାଇ,୧୨ା୯: ମହିଳା ଟି୨୦ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ୭ ଥରର ବିଜେତା ଭାରତ ଟୁର୍ନାମେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?