Posted inରାଜ୍ୟ

ଛଦେଶ ଅଞ୍ଚଳରେ ବିଏସ୍‌ଏନ୍‌ଏଲ୍‌ ଫେଲ୍‌: କାମରେ ଆସୁନି ପୁରୁଣା ଯନ୍ତ୍ରପାତି

ଭାପୁର, ୩।୭(ଡି.ଏନ୍‌.ଏ.)-ଢେଙ୍କାନାଳ ସଦର ବ୍ଲକ ଛଦେଶ ଅଞ୍ଚଳରେ ବିଏସ୍‌ଏନ୍‌ଏଲ୍‌ ସେବା ବିଭ୍ରାଟରେ ସୁଧାର ଆସୁନାହିଁ। କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଏହି ଟେଲିକମ୍‌ କମ୍ପାନୀ ନିଜକୁ ଆବଶ୍ୟକତା ଅନୁଯାୟୀ ଅତ୍ୟାଧୁନିକ କରିପାରିନାହିଁ। ଏକ୍ସଚେଞ୍ଜରେ ଲାଗିଥିବା ଯନ୍ତ୍ରପାତି ବଦଳାଯାଉନାହିଁ। ଜେନେରେଟର ମଧ୍ୟ ଅଚଳ ହୋଇପଡ଼ିଛି। ଏସବୁ ସମସ୍ୟାର ସମାଧାନ କରାଯାଉ ନ ଥିବାରୁ ଗ୍ରାହକମାନେ ଏବେ ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ବାର୍କରୁ ମୁହଁ ଫେରାଇବା ଆରମ୍ଭ କଲେଣି।
ଅଞ୍ଚଳର ଗ୍ରାହକଙ୍କୁ ଲ୍ୟାଣ୍ଡଲାଇନ୍‌ ଏବଂ ମୋବାଇଲ ସେବା ଯୋଗାଇଦେବାକୁ ଭାପୁର ମେଡିକାଲ ଛକରେ ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ଏକ୍ସଚେଞ୍ଜ ରହିଛି। ମୋବାଇଲ ଯୁଗରେ ଯଦିଓ ଲ୍ୟାଣ୍ଡଲାଇନର ଆବଶ୍ୟକତା ହ୍ରାସ ପାଇଛି, ତଥାପି ବ୍ରଡ୍‌ବ୍ୟାଣ୍ଡ ଇଣ୍ଟରନେଟ୍‌ ପାଇଁ ଏବେ ବି ଜନସାଧାରଣ ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ବାର୍କ ଉପରେ ନିର୍ଭର କରୁଛନ୍ତି। ବିଶେଷ କରି ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ ଅନୁଷ୍ଠାନ, ବ୍ୟାଙ୍କ, ପୋଷ୍ଟ ଅଫିସ ଆଦି ସ୍ଥାନରେ ଇଣ୍ଟରନେଟର ଆବଶ୍ୟକତା ଅନେକ। ହେଲେ ପୁରୁଣାକାଳିଆ ଯନ୍ତ୍ରପାତି ଯୋଗୁ ନେଟ୍‌ଓ୍ବାର୍କରେ ବିଭ୍ରାଟ ଦେଖାଦେଉଛି। ଅଧିକାଂଶ ସମୟ ବ୍ରଡ୍‌ବ୍ୟାଣ୍ଡ ସେବା ଉପଲବ୍ଧ ହେଉ ନ ଥିବାରୁ କାର୍ଯ୍ୟରେ ବିଳମ୍ବ ହେଉଛି। ସେହିପରି ଏକ୍ସଚେଞ୍ଜ, ଟାଓ୍ବାରକୁ ବିଦ୍ୟୁତ୍‌ ଯୋଗାଣ ପାଇଁ ରହିଥିବା ଜେନେରେଟର ଯାନ୍ତ୍ରିକ ତ୍ରୁଟି ଯୋଗୁ ଦୀର୍ଘଦିନ ହେଲା ଅଚଳ ହୋଇପଡ଼ିଛି। ଅନ୍ୟ ବିକଳ୍ପ ନ ଥିବାରୁ ସାମାନ୍ୟ ବର୍ଷାପବନରେ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଗଲେ ବିଏସ୍‌ଏନ୍‌ଏଲ୍‌ ସେବାରେ ବ୍ୟାଘାତ ହେଉଛି। ଏକ୍ସଚେଞ୍ଜରେ ପରିଚାଳନାଗତ ସମସ୍ୟା ଲାଗିରହିଛି। ଏହାକୁ ସୁଧାରିବା ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଧ୍ୟାନ ଦେଉନାହାନ୍ତି। ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।
ଏ ନେଇ କନିଷ୍ଠ ଯନ୍ତ୍ରୀ ଦେବାଶିଷ ପୃଷ୍ଟି କୁହନ୍ତି, ପୁରୁଣା ଯନ୍ତ୍ରପାତି ବଦଳରେ ଅତ୍ୟାଧୁନିକ ଅପ୍‌ଟିକ୍‌ ଫାଇବର ବିଛାଯିବା କାମ ଚାଲିଛି। ଜାତୀୟ ରାଜପଥ କାର୍ଯ୍ୟ ଚାଲିଥିବାରୁ କେବୁଲ କ୍ଷତିଗ୍ରସ୍ତ ହେଉଛି। ଏହି କାରଣରୁ ସେବା ଯୋଗାଇଦେବାରେ ସମସ୍ୟା ସୃଷ୍ଟି ହେଉଛି। ଖୁବ୍‌ଶୀଘ୍ର ଏହାର ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ୪୨୯୧୮ ଛାତ୍ରୀଛାତ୍ର ମାଟ୍ରିକ୍‌ ପାସ୍‌, ୨୯୫ ବିଦ୍ୟାଳୟର ରେଜଲ୍ଟ ଶତପ୍ରତିଶତ

ଭଞ୍ଜନଗର,୨ା୫(ବାବୁଲା ପ୍ରଧାନ): ଶନିବାର ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ। ଏଥିରେ ଗଞ୍ଜାମ ଜିଲାର ୯୮.୨୫ ପ୍ରତିଶତ ଛାତ୍ରୀଛାତ୍ର ପାସ୍‌ ହୋଇଛନ୍ତି। ଜିଲାର ୬୩୮ଟି ବିଦ୍ୟାଳୟର ୪୪୨୦୬ ଛାତ୍ରୀଛାତ୍ର…

ମାଟ୍ରିକ୍‌ ରେଜଲ୍ଟ ପ୍ରକାଶ, ତୁରନ୍ତ ଜାଣିବା ପାଇଁ ଏମିତି କରନ୍ତୁ ଚେକ୍‌…

କଟକ,୨ା୫: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଚଳିତବର୍ଷର ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ଶନିବାର ଅପରାହ୍ନରେ ପ୍ରକାଶ ପାଇଛି। ବୋର୍ଡ କାର୍ଯ୍ୟାଳୟରେ…

ସରକାରଙ୍କୁ କ୍ଲିନ୍‌ ଚିଟ୍‌ ଦେବାକୁ ଉଦ୍ୟମ କରୁଛି ଆର୍‌ଡିସି, ନ୍ୟାୟିକ ତଦନ୍ତ ଦାବି କରି କଂଗ୍ରେସ କହିଲା…

ପାଟଣା,୨ା୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳି ଗ୍ରାମ ଚତୁରୀ ସାହିର ଜିତୁ ମୁଣ୍ଡା ଗତ ସୋମବାର ମୃତ ଭଉଣୀ କଲାରା…

ନବୀନଙ୍କ ଚିଠି ଲେଖାକୁ ନେଇ କଟାକ୍ଷ କଲେ ଆଇନମନ୍ତ୍ରୀ, କହିଲେ ନବୀନ ହେଉଛନ୍ତି…

ଭୁବନେଶ୍ୱର,୨ା୫: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିବା ନେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଟାକ୍ଷ କରିଛନ୍ତି। ଦାନ ମାଝୀ…

ଶିକାର କରିବାକୁ ଘରୁ ଡାକିନେଲେ, ଜଙ୍ଗଲରେ ମୋ’ ସ୍ବାମୀଙ୍କୁ ଗୁଳିକରି ମାରିଥିବା ଅଭିଯୋଗ ଆଣି ସ୍ତ୍ରୀ କହିଲେ…

ତୁମୁଡ଼ିବନ୍ଧ,୨ା୫(ଦୀପକ କୁମାର ପରାସେଠ୍‌): ଶିକାର କରିବାକୁ ଯାଇ ଶବ ପଲଟିଲେ। ସାଥୀ ଶିକାରୀଙ୍କ ଗୁଳିରେ ଚାଲିଗଲା ଜୀବନ। ଘରୁ ଡାକି ନେଇ ଗୁଳିକରି ହତ୍ୟା କରିଛନ୍ତି ବୋଲି…

ଜିତୁ ମୁଣ୍ଡା ଘଟଣା: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ନବୀନ, ନିବେଦନ କରି କହିଲେ…

ଭୁବନେଶ୍ୱର,୨ା୫: କେନ୍ଦୁଝରର ଜିତୁ ମୁଣ୍ଡାଙ୍କ ଘଟଣାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ନବୀନରେ ଚିଠିରେ…

ନୃଶଂସ କାଣ୍ଡ: ପୁଅର ଶିଳପୁଆ ମାଡରେ ବାପର ମୃତ୍ୟୁ

ଆଠଗଡ,୨।୫(ସତ୍ୟ ପ୍ରସାଦ ରଥ): ଆଠଗଡ ଥାନା ଅନ୍ତର୍ଗତ ଜାଗିଆପଡା ଗ୍ରାମ ତଅଁଳା ସାହିରେ ଶନିବାର ସକାଳୁ ଘଟିଯାଇଛି ଅଘଟଣ।ନିଶାଶକ୍ତ ପୁଅ ବିଭୂତି ନାଏକ(୪୦)ର ଶିଳପୁଆ ମାଡରେ ବାପା…

ଆଜି ପ୍ରକାଶ ପାଇବ ମାଟ୍ରିକ ଫଳ: ଜାଣନ୍ତୁ କେମିତି ଚେକ୍‌ କରିବେ ଛାତ୍ରୀଛାତ୍ର

ଭୁବନେଶ୍ୱର,୨।୫: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଚଳିତବର୍ଷର ମାଟ୍ରିକ୍‌, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ଆଜି ପ୍ରକାଶ ପାଇବ। ବୋର୍ଡ ୱେବ୍‌ ସାଇଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri