ଛତ୍ରପୁର ବ୍ଲକରେ ୪ କରୋନା ପଜିଟିଭ୍‌ ଚିହ୍ନଟ: ଘଡଘଡାପଲ୍ଲୀ, ନରେନ୍ଦ୍ରପୁରର ସାହି କଣ୍ଟେନମେଣ୍ଟ, ୮ ଗାଁ ବଫର ଜୋନ୍‌ ଘୋଷଣା କଲେ ଜିଲାପାଳ

ଛତ୍ରପୁର,୧୪।୬(ଡି.ଏନ୍‌.ଏ): ଗଞ୍ଜାମ ଜିଲାରେ ରବିବାର ୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଛତ୍ରପୁର ବ୍ଲକ ଅଧୀନ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଘଡଘଡାପଲ୍ଲୀ ଗାଁରେ ୩ ଜଣ ଓ ନରେନ୍ଦ୍ରପୁର ପଞ୍ଚାୟତର ନରେନ୍ଦ୍ରପୁର ଗାଁର ଜଣେ ଚିହ୍ନଟ ହୋଇଛନ୍ତି। ଏ ନେଇ ଗୋଟିଏ ଗାଁ ଓ ୨ ଟି ସାହିକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଘୋଷଣା କରିଛନ୍ତି। ସେଥିମଧ୍ୟରେ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଅଧୀନ ଘଡଘଡାପଲ୍ଲୀ ଗାଁ ଏବଂ ନରେନ୍ଦ୍ରପୁର ପଞ୍ଚାୟତ ଅଧୀନ ନରେନ୍ଦ୍ରପୁର ଗାଁର ଷ୍ଟେଶନ ରୋଡ୍‌ ଓ ଗୋପିନାଥ ସାହି ରହିଛି। ଏଥିସହ ଉକ୍ତ ଅଞ୍ଚଳ ନିକଟ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଅଧୀନ କାଳିଆବାଲି, ଜାଜ୍ଞଶାଳ ଓ ଚମାଖଣ୍ଡି ଛକ ଏବଂ ନରେନ୍ଦ୍ରପୁର, ରଘୁନାଥପୁର ଓ ଜଗନ୍ନାଥପୁର ଏବଂ ରଙ୍ଗେଇଲୁଣ୍ଡା ବ୍ଲକ ଅଧିନ ଲୁହାଝର ପଞ୍ଚାୟତର ଟାଟା କଲୋନୀ ଓ ବଡକୁଶସ୍ଥଳୀ ଗାଁକୁ ବଫର୍‌ ଜୋନ୍‌ ଭାବେ ଜିଲାପାଳ ଘୋଷଣା କରିଛନ୍ତି । କଣ୍ଟେନମେଣ୍ଟ ଜୋନ୍‌ରେ ଥିବା ଲୋକ ବାହାରକୁ ଏବଂ ଅନ୍ୟ ଅଞ୍ଚଳର ଲୋକ ଉକ୍ତ ଜୋନ୍‌ ଅଞ୍ଚଳକୁ ଯିବା ଆସିବା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ବଫର ଜୋନ୍‌ରେ ଥିବା ଲୋକ କେବଳ ଜରୁରୀକାଳୀନ ସେବା ପାଇଁ ଯିବା ଆସିବା କରିପାରିବେ ବୋଲି ଜିଲାପାଳଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବାଣ ବିସ୍ଫୋରଣରେ ଯୁବକ ମୃତ୍ୟୁ ଘଟଣା: ପୋଲିସ ଅଧିକାରୀ ଦେଲେ ଏତଲା, ତଦନ୍ତ କରୁଛି…

ଦିଗପହଣ୍ଡି, ୨୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମରେ ଘଟିଥିବା ଭୟାବହ ବାଣ ବିସ୍ଫୋରଣ ଘଟଣାରେ ପୋଲିସ ପକ୍ଷରୁ ମାମଲା ରୁଜୁ…

ମେସି, ରୋନାଲ୍ଡୋଙ୍କ କ୍ଲବରେ ସାମିଲ ହେଲେ ଏହି ମହାନ ଗୋଲକିପର, ଜାଣନ୍ତୁ…

ମେକ୍ସିକୋ ସିଟି,୨୫ା୬: ମେକ୍ସିକୋର ଭେଟେରାନ ଗୋଲକିପର ଗୁଇଲେର୍ମୋ ଓଚୋଆ ଫିଫା ବିଶ୍ୱକପ୍‌ ଇତିହାସରେ ତୃତୀୟ ଖେଳାଳି ଭାବେ ଷଷ୍ଠ ବିଶ୍ୱକପ୍‌ ଖେଳିଛନ୍ତି। ତାଙ୍କ ଭଳି ଚଳିତ ସଂସ୍କରଣରେ…

ପ୍ରେମ ସାଜିଲା କାଳ: ପଶ୍ଚିମବଙ୍ଗ ପ୍ରେମିକାଙ୍କୁ ଓଡ଼ିଶା ଆଣି ହତ୍ୟା କରିଥିଲେ ଝାଡ଼ଖଣ୍ଡର ପ୍ରେମିକ, ସିନ୍ ରିକ୍ରିଏସନ କରି…

ହାଟଡିହୀ,୨୫l୬(ଶୁଭକାନ୍ତ ନାୟକ): ପ୍ରେମର କରୁଣ ପରିଣତି। ପ୍ରେମ ପାଇଁ ଚାଲିଗଲା ଜଣେ ଯୁବତୀଙ୍କ ଜୀବନ। ସମ୍ପର୍କର ମଧୁରତା ଶେଷରେ ମୃତ୍ୟୁର କାରଣ ସାଜିଛି, ଯାହା ହାଟଡିହୀ ଅଞ୍ଚଳରେ…

LPG ଯୋଗାଣ ଉପରେ ଥିବା ସମସ୍ତ କଟକଣା ହଟିଲା, କମର୍ସିଆଲ ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୫।୬: କେନ୍ଦ୍ର ସରକାର ଶିଳ୍ପ ଏବଂ ବାଣିଜ୍ୟିକ ଏଲପିଜି ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ଘୋଷଣା କରିଛନ୍ତି। ସରକାର ଅଣ-ଘରୋଇ ପ୍ୟାକ ହୋଇଥିବା ଏଲପିଜି ଯୋଗାଣ ଉପରେ…

Oil-LPG Crisis: ତୈଳ ପରିବହନ ଖର୍ଚ୍ଚ ନଅ ଗୁଣ ବୃଦ୍ଧି ପାଇଛି; ଦେଶ ଏକ ନୂତନ ସଙ୍କଟର ସମ୍ମୁଖୀନ ହେଉଛି

ନୂଆଦିଲ୍ଲୀ,୨୫।୬: ଉପସାଗରୀୟ ଅଞ୍ଚଳରେ ଉତ୍ତେଜନା ହ୍ରାସ କରିବାର ରିପୋର୍ଟ ମଧ୍ୟରେ, ଏକ ନୂତନ ସମସ୍ୟା ଦେଖାଦେଇଛି। ଯୁଦ୍ଧବିରତି ପରେ ହର୍ମୁଜ ପ୍ରଣାଳୀ ଦେଇ ଜାହାଜଗୁଡ଼ିକର ଗତି ଦ୍ରୁତ…

କାନାଡ଼ାକୁ ହରାଇ ଗ୍ରୁପ୍‌-ବି’ ଶୀଷର୍ର୍ରେ ସୁଇଜରଲାଣ୍ଡ

ଭାଙ୍କୋଭର,୨୫ା୬: ରୁବେନ ଭର୍ଗାସ ଓ ଜୋହାନ ମାଜାମ୍ବିଙ୍କ ଗୋଲ ବଳରେ ସୁଇଜରଲାଣ୍ଡ ୨-୧ ଗୋଲରେ କାନାଡାକୁ ପରାସ୍ତ କରିଛି। ଏହି ବିଜୟ ସହ ସୁଇଜରଲାଣ୍ଡ ଗ୍ରୁପ୍‌-ବି’ ଟପ୍ପର…

VIDEO: କିଏ ଏହି ଅଭିନେତ୍ରୀ, ଯାହାଙ୍କୁ ରାତାରାତି ଫେମଶ କରିଦେଲା FIFA ଓ୍ବାର୍ଲଡ କପ

ନୂଆଦିଲ୍ଲୀ,୨୫।୬: ୨୦୨୬ ଫିଫା ବିଶ୍ୱକପରେ ଖେଳାଳିମାନେ ପଡ଼ିଆରେ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରୁଥିବା ବେଳେ, ଷ୍ଟାଣ୍ଡରେ କିଛି ପ୍ରଶଂସକ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଦର୍ଶକଙ୍କ ମଧ୍ୟରେ,…

ଆୟରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଶ୍ରେୟସ ଆୟର ପୋଷ୍ଟ କଲେ ଦ୍ୱିତୀୟ ଜନ୍ମର ତାରିଖ, ବଢ଼ିଲା ଚର୍ଚ୍ଚା                                                          

ନୂଆଦିଲ୍ଲୀ,୨୫।୬: ଭାରତୀୟ ଟି-୨୦ କ୍ରିକେଟ ଦଳର ନୂଆ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଜୁନ ୨୬ ରେ ଭାରତୀୟ ଦଳ ଆୟରଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri