ଛଟେଇ ଆରମ୍ଭ କଲେଣି ଠିକା ସଂସ୍ଥା

ଝାରସୁଗୁଡା ଅଫିସ,୯ା୫: ଝାରସୁଗୁଡାରେ ଏବେ ଠିକା ସଂସ୍ଥାଗୁଡିକ ଛଟେଇ ଆରମ୍ଭ କଲେଣି। ଫଳରେ ବାହାର ଅଞ୍ଚଳରୁ ଆସୁଥିବା ଶ୍ରମିକ ଏବେ ଘର ମୁହାଁ ହେଲେଣି। ଝାରସୁଗୁଡା ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶନିବାର ଛଟେଇ ହୋଇଥିବା ଶ୍ରମିକ ଘରକୁ ଯିବା ପାଇଁ ବସ୍‌ ଅପେକ୍ଷାରେ ଥିଲେ। ସୂଚନା ମୁତାବକ ଝାରସୁଗୁଡା ସହରରେ ଥିବା ଏକ ପ୍ରତିଷ୍ଠିତ କମ୍ପାନୀ ଅଧୀନରେ ବିଭିନ୍ନ ଠିକା ସଂସ୍ଥା ଜରିଆରେ ଶ୍ରମିକମାନେ କାମ କରିଥାନ୍ତି। ତେବେ ଏହି କମ୍ପାନୀଗୁଡ଼ିକ କାମ ବନ୍ଦ କରିଥିବାରୁ ଠିକା ସଂସ୍ଥାଗୁଡିକ ମଧ୍ୟ ଶ୍ରମିକଙ୍କୁ ଛଟେଇ କରି ନିଜ ନିଜ ଘରକୁ ଯିବା ପାଇଁ ପରାମର୍ଶ ଦେଉଛନ୍ତି। ଲକ୍‌ ଡାଉନ୍‌ ଯୋଗୁ କୌଣସି କାମ ନ ପାଇ ଶ୍ରମିକମାନେ ଉପାୟ ଶୂନ୍ୟ ହୋଇ ବସିଛନ୍ତି। ଜିଲାପାଳଙ୍କ କାଯର୍ର୍‌ୟାଳୟ ପରସରରେ ୩୦ରୁ ୪୦ ଶ୍ରମିକ ବସ୍‌ ଅପେକ୍ଷାରେ ଥିଲେ। ସେମାନଙ୍କ ଘର ଝାଡ଼ଖଣ୍ଡରେ ହୋଇଥିବା ବେଳେ ଠିକା ସଂସ୍ଥା ସେମାନଙ୍କୁ ଘରକୁ ଯିବା ପାଇଁ କୌଣସି ବ୍ୟବସ୍ଥା କରି ନ ଥିଲା। ଫଳରେ ଏହି ଶ୍ରମିକମାନେ ନିଜ ଉଦ୍ୟମରେ ତାଙ୍କ ଅଞ୍ଚଳର ନିର୍ବାଚିତ ପ୍ରତିନିଧିଙ୍କୁ ଯୋଗଯୋଗ କରି ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ। ପରେ ସେଠାରୁ ଦୁଇଟି ବସ ଏଠାକୁ ଆସି ପହଞ୍ଚିଛି। ଏହି ବସ୍‌ରେ ଶନିବାର ରାତିରେ ସେମାନେ ଝାଡ଼ଖଣ୍ଡ ଯିବେ। ତେବେ କେବଳ ଗୋଟିଏ କିମ୍ବା ଦୁଇଟି ଠିକା ସଂସ୍ଥା ନୁହନ୍ତି ବହୁ ଠିକା ସଂସ୍ଥା ନିଜ ନିଜ କାର୍ଯ୍ୟ ବନ୍ଦ କରିବା ଆରମ୍ଭ କଲେଣି। ଫଳରେ ଶ୍ରମିକମାନେ କାମ ପାଇ ଘର ବାହୁଡୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝାରସୁଗୁଡାରେ ୪ ଶହ ଛୁଇଁଲା କରୋନା ଆକ୍ରାନ୍ତ ସଂଖ୍ୟା

ଝାରସୁଗୁଡା ଅଫିସ,୧୦।୮: ଝାରସୁଗୁଡା ଜିଲାରୁ ସୋମବାର ୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଶହରେ ପହଞ୍ଚିଛି।...

୩୧ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ଝାରସୁଗୁଡ଼ା କରୋନା ଆକ୍ରାନ୍ତ

ଝାରସୁଗୁଡ଼ା ଅଫିସ,୩୦ା୪: ଝାରସୁଗୁଡ଼ା ଜିଲାରେ ବୁଧବାର ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେ ଝାରସୁଗୁଡ଼ା ଜିଲାର ହୋଇଥିବା ବେଳେ ପଶ୍ଚିମବଙ୍ଗ ରାଜ୍ୟ ପୁରୁଲିଆ ଜିଲାରେ...

ସେଣ୍ଟ୍‌ ଡେଭିଡ ଚର୍ଚ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

ଝାରସୁଗୁଡା ଅଫିସ,୧୪।୪: କରୋନା ମୁକାବିଲା ପାଇଁ ଝାରସୁଗୁଡ଼ାସ୍ଥିତ ସେଣ୍ଟ୍‌ ଡେଭିଡ ସିଏନ୍‌ଆଇ ଚର୍ଚ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା...

ଚଢ଼ା ଦରରେ ସାମଗ୍ରୀ ବିକି ୨୭ ବ୍ୟବସାୟୀ ଗିରଫ

ଝାରସୁଗୁଡା ଅଫିସ,୧ା୪-ଝାରସୁଗୁଡା ସହର ଶୁକର ବଜାର ଡେଲି ମାର୍କେଟରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଚଢ଼ା ଦରରେ ବିକ୍ରୟ କରୁଥିବା ଅଭିଯୋଗ ହେବା ପରେ ପ୍ରଶାସନ ବୁଧବାର...

ଝାରସୁଗୁଡାରେ ମତଦାନ ଆରମ୍ଭ

ଝାରସୁଗୁଡା ଅଫିସ,୧୦।୫: ଝାରସୁଗୁଡା ବିଧାନସଭା ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ଏହା ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏ ଚାଲିବ। ୨୫୩ ବୁଥ୍‌ରେ ମତଦାନ...

ଖଣିଜ ଉତ୍ତୋଳନ ଅନିୟମିତତା ମାମଲା:୧୫ଖଣି ଲିଜ୍‌ଧାରୀଙ୍କୁ ଝଟକା

ଯୋଡ଼ା,୧୭।୫(ଡି.ଏନ.ଏ.):ଖଣିଜ ପଦାର୍ଥ ଉତ୍ତୋଳନରେ ହୋଇଥିବା ଅନିୟମିତତା ମାମଲାରେ ମାଲା ରାୟଙ୍କ ସମେତ ୧୫ଖଣି ଲିଜ୍‌ଧାରୀଙ୍କୁ କେନ୍ଦ୍ର ଖଣି ମନ୍ତ୍ରଣାଳୟ ପକ୍ଷରୁ ଝଟକା ଲାଗିଛି। କ୍ଷତିପୂରଣ ଦାଖଲ...

ଝାରସୁଗୁଡା ବିମାନବନ୍ଦରରୁ ଉଡିଲା ବିମାନ

ଝାରସୁଗୁଡା ଅଫିସ,୨୫ା୫-ଝାରସୁଗୁଡାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ବିମାନ ଚଳାଚଳ ଆରମ୍ଭ ହୋଇଛି। ସୋମବାର ଏହି ବିମାନବନ୍ଦରରୁ ନୂଆଦିଲ୍ଲୀ ଓ ହାଇଦ୍ରାବାଦକୁ ବିମାନ ଚଳାଚଳ କରିଛି।...

ଝାରସୁଗୁଡା ଜିଲାରେ ମାଟ୍ରିକ ପାସହାର ୯୩.୭୩%

ଝାରସୁଗୁଡା ଅଫିସ,୬।୭: ଚଳିତବର୍ଷ ରାଜ୍ୟରେ ମାଟ୍ରିକ ପରୀକ୍ଷା ଫଳ ବୁଧବାର ବିଧିବଦ୍ଧ ଭାବେ ପ୍ରକାଶ ପାଇଛି। ଏଥିମଧ୍ୟରେ ଝାରସୁଗୁଡା ଜିଲାରେ ପାସହାର ୯୩.୭୩ ପ୍ରତିଶତ ହୋଇଛି...

Advertisement
Archives

Model This Week