ଚେନ୍‌ ଛିଣ୍ଡାଇ ଟ୍ରକ୍‌ ଭାଙ୍ଗିଲା ନରହନ୍ତା ଦନ୍ତା: କପିଳାସ ପଠାଇ ପାରିଲାନି ବନ ବିଭାଗ

ତାଳଚେର,୨୧।୧(ନି.ପ୍ର.): ଅନୁଗୋଳ ବନଖଣ୍ଡ ତାଳଚେର ରେଞ୍ଜ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ନରହନ୍ତା ଦନ୍ତାକୁ କପିଳାସ ଚିଡ଼ିଆଖାନା ପଠାଇବାକୁ ବନ ବିଭାଗ ସଫଳ ହୋଇପାରି ନାହିଁ। ହାତୀକୁ କପିଳାସ ନେବା ପାଇଁ ଟ୍ରକ୍‌ରେ ଚଢ଼ାଯାଇଥିଲେ ମଧ୍ୟ ସେ ଚେନ୍‌ ଛିଣ୍ଡାଇ ଉକ୍ତ ଟ୍ରକ୍‌ଟିକୁ ଭାଙ୍ଗି ଦେଇଛି । ହାତୀକୁ ନେବା ପାଇଁ ବର୍ତ୍ତମାନ ଅନିଶ୍ଚିତତା ଦେଖାଦେଇଛି। ତେବେ ପୁଣି ଦନ୍ତାକୁ ନିସ୍ତେଜକ ଦିଆଯିବ କି ନାହିଁ ସେ ନେଇ ଆଲୋଚନା ଚାଲିଛି।
ସୂଚନାଯୋଗ୍ୟ, ମଙ୍ଗଳବାର ଅପରାହ୍ନ ୨ଟା ୩୦ମିନିଟ୍‌ରେ ଟ୍ରାଙ୍କୁଲାଇଜର ଦ୍ୱାରା ଦନ୍ତାକୁ ପ୍ରଥମେ ନିସ୍ତେଜକ ଓ ପୁନର୍ବାର ଅପରାହ୍ନ ୩ଟାରେ ଦ୍ୱିତୀୟ ନିସ୍ତେଜକ ଦିଆଯାଇଥିଲା। ତେବେ ଦନ୍ତା ନିସ୍ତେଜ ହେବାପରେ ତାହାର ଗୋଡ଼ ଲୁହା ଚେନ୍‌ରେ ବନ୍ଧାଯାଇ ରାତି ୧୦ଟା ମଧ୍ୟରେ ଟ୍ରକ୍‌ରେ ଢେଙ୍କାନାଳ କପିଳାସ ଚିଡ଼ିଆଖାନା ପଠାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଢି ବଢି ଚାଲିଛି କରୋନା,ରାଜ୍ୟରେ ୧୮୯୭ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୬।୧(ବ୍ୟୁରୋ): ରାଜ୍ୟରେ ଗୁରୁବାର ୧୮୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୫୮ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ...

ବଡ଼ତ୍ରିବିଡ଼ାରେ ଜବରଦଖଲ ଉଚ୍ଛେଦ

କଣିହାଁ,୧୧।୧୨(ଡି.ଏନ.ଏ.): କଣିହାଁ  ବ୍ଲକ ବଡ଼ତ୍ରିବିଡ଼ା ଗ୍ରାମରେ କଣିହାଁ  ତହସିଲ ତରଫରୁ ଶନିବାର ଜବରଦଖଲ ଉଚ୍ଛେଦ କରାଯାଇଛି। ପୋଲିସ ଫୋର୍ସ ସହିତ କଣିହାଁ ତହସିଲଦାର ପତିତପାବନ ଦେବତା,...

କରୋନାରେ ଚାଲିଗଲା ଜଣଙ୍କ ଜୀବନ

ଭୁବନେଶ୍ୱର,୨୩।୮(ବ୍ୟୁରୋ):ରାଜ୍ୟରେ କରୋନା ସଂକ୍ରମଣରେ ଗତ ୨୪ ଘଣ୍ଟାରେ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା...

ରାତିରେ ଆସୁଛି ନେଇଯାଉଛି ବାଛୁରୀଙ୍କ ଜୀବନ, ଗାଁରେ କୋକୁଆ ଭୟ

ପାପଡ଼ାହାଣ୍ଡି/ମଇଦଲପୁର,୮।୨: ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଗାଦବାକତରା ଅଞ୍ଚଳରେ କଲରାପତରିଆ ବାଘ ଆତଙ୍କ ଦେଖାଦେଇଛି। ୨ ଦିନ ମଧ୍ୟରେ ଗ୍ରାମର ୩ ଜଣଙ୍କ ଗୁହାଳରୁ ୩ଟି...

କାର୍ଯ୍ୟଦିବସରେ ପୋଷ୍ଟ ଅଫିସ ବନ୍ଦ, ନିରାଶରେ ଫେରିଲେ ଲୋକେ

ହାଟଡିହୀ,୨୬।୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହାଟଡିହୀ ସବ୍‌ ପୋଷ୍ଟ ଅଫିସ ବୁଧବାର ବନ୍ଦ ରହିଛି। ଫଳରେ ବିଭିନ୍ନ କାର୍ଯ୍ୟରେ ଆସିଥିବା ଲୋକେ ନିରାଶ ହୋଇ...

ଟାଟା ପ୍ରକଳ୍ପରେ ଶ୍ରମିକ ଅଶାନ୍ତି ପ୍ରସଙ୍ଗ ତ୍ରିପାକ୍ଷିକ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ

ଛତ୍ରପୁର,୨୯।୬(ଡି.ଏନ.ଏ.)-ଟାଟା ପ୍ରକଳ୍ପରେ ଶ୍ରମିକ ଅଶାନ୍ତି ଶନିବାର ଥମିଛି। ତ୍ରିପାକ୍ଷିକ ଆଲୋଚନା ବୈଠକ ପରେ ବିସ୍ଥାପିତ ତଥା ଟାଟା ପ୍ରକଳ୍ପରେ ଏହାର ସହଯୋଗୀ ସଂସ୍ଥା ଟିଏସ୍‌ ଆଲଏଜ୍‌ରେ...

ନିର୍ବାଚନରେ ବେଆଇନ କାର୍ଯ୍ୟ: ୨ ଶିକ୍ଷକ ନିଲମ୍ବିତ

ଫୁଲବାଣୀ ଅଫିସ, ୧୧ା୪: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ଗ୍ରହଣ କେନ୍ଦ୍ରରେ ବେଆଇନ କାର୍ଯ୍ୟ କରିବା ୨ ଶିକ୍ଷକଙ୍କୁ ମହଙ୍ଗା ପଡିଛି ା ଜିଲା ନିର୍ବାଚନ...

ମାଡି ଚାଲିଛି କରୋନା: ରାଜ୍ୟରେ ଆଜି ୧୨,୨୩୮ ସଂକ୍ରମିତ ଚିହ୍ନଟ: ସୁନ୍ଦରଗଡରୁ ସର୍ବାଧିକ

ଭୁବନେଶ୍ୱର,୭।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ଶୁକ୍ରବାର ରାଜ୍ୟରେ ୧୨,୨୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬,୯୧୪ ଜଣ...

Advertisement
Archives

Model This Week