ଚେନ୍ନାଇରେ ଠିକା ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଶବବାହକ ଗାଡ଼ି ଅଟକ

ଚାନ୍ଦବାଲି, ୨୫।୪ (ଡି.ଏନ.ଏ.) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଭୂଇଁବୃତି ପଞ୍ଚାୟତ ନୂଆଗଁାର ଜଳଧର ଦାସ(୫୨) ଚେନ୍ନାଇରେ ଏଲ୍‌ ଆଣ୍ଡ୍‌ ଟି କମ୍ପାନୀରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଗତ ୨୦ ତାରିଖରେ କମ୍ପାନୀ ପରିସରରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ବୁଧବାର ମୃତଦେହ ନେଇ ଏହି ଗଁାକୁ ଆସିଥିବା ଶବବାହକ ଗାଡ଼ିକୁ ଜଳଧରଙ୍କ ପରିବାର ଲୋକଙ୍କ ସହ ଗଁା ଲୋକେ ଅଟକ ରଖିଥିଲେ।

ସୂଚନା ଅନୁସାରେ, କମ୍ପାନୀ ଓ ଠିକାଦାରଙ୍କ ସହଯୋଗରେ ଜଳଧରଙ୍କ ମୃତଦେହ ଏକ ଆମ୍ବୁଲାନ୍ସ ଯୋଗେ ଚେନ୍ନାଇରୁ ତାଙ୍କ ଗଁାକୁ ଅଣାଯାଇଥିଲା। ବୁଧବାର ସକାଳେ ଗଁାରେ ଆମ୍ବୁଲାନ୍ସ ପହଞ୍ଚିବା ପରେ ଜଳଧରଙ୍କୁ ହତ୍ୟା କରାଯାଇଛି ବୋଲି ଗ୍ରାମବାସୀ ଓ ପରିବାର ଲୋକେ ଅଭିଯୋଗ କରିଥିଲେ। କମ୍ପାନୀ ପକ୍ଷରୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ସେମାନେ ଦାବି କରିଥିଲେ। ଫଳରେ ଆମ୍ବୁଲାନ୍ସ ଅଟକି ରହିଥିଲା। ଆମ୍ବୁଲାନ୍ସ ଡ୍ରାଇଭର ଓ ମୃତଦେହ ନେଇ ଆସିଥିବା ଠିକାଦରଙ୍କ ଜଣେ କର୍ମଚାରୀଙ୍କୁ ଗଁା ଲୋକେ ଗାଡ଼ି ସହ ଅଟକ ରଖିଥିଲେ। ଶବ ଦାହ ନ କରି କମ୍ପାନୀର ଠିକାଦାର ଗଁାକୁ ଆସିବାକୁ ସେମାନେ ଅଡ଼ି ବସିଥିଲେ। ଖବର ପାଇ ଚାନ୍ଦବାଲି ଥାନାଧିକାରୀ ତାପସ କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀ ଓ ମୃତକଙ୍କ ପରିବାର ଲୋକଙ୍କୁ ବୁଝାଶୁଝା କରିଥିଲେ। ଏହା ଏକ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଓ ବୀମା କମ୍ପାନୀ ପକ୍ଷରୁ କ୍ଷତିପୂରଣ ମିଳିବ ବୋଲି କୁହାଯିବା ପରେ ଅପରାହ୍ନରେ ଲୋକେ ଆମ୍ବୁଲାନ୍ସକୁ ଛାଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ୍, ସିସିଟିଭିରେ କଏଦ ହେଲା ଘଟଣା

ବସ୍ତା, ୪।୭ (ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା  ବସ୍ତା ଥାନା ଅନ୍ତର୍ଗତ ଦରଡାସ୍ଥିତ ଏକ ପେଟ୍ରୋଲ ପମ୍ପରୁ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ…

ପେଟ୍ରୋଲ ପମ୍ପରେ ବନ୍ଧୁକ ଦେଖାଇ ଲୁଟ୍‌

ବାଲେଶ୍ୱର, ୪।୭( ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଗାନ୍ଧୀ ଛକ – ବାଲିଆପାଳ ରାସ୍ତାର ଦରଡା ପେଟ୍ରୋଲ ପମ୍ପରୁ ଶୁକ୍ରବାର ବିଳମ୍ୱିତ ରାତିରେ…

ଋଣ ଟଙ୍କା ଦେଉନ, ଆତ୍ମହତ୍ୟା କରିବି: ବିଷ ବୋତଲ ଧରି ବ୍ୟାଙ୍କ ମ୍ୟାନଜର୍‌ଙ୍କ ଆଗରେ…

ଭୋଗରାଇ,୪ା୭(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ୍‌ ଚନ୍ଦନେଶ୍ୱର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ସମ୍ମୁଖରେ ଶୁକ୍ରବାର ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବ୍ୟାଙ୍କ ମ୍ୟାନେଜର…

କରିଥିଲେ ପ୍ରେମ ବିବାହ: ଦୁର୍ଘଟଣାରେ ଗୁରୁତର ହେଲେ ସ୍ବାମୀ, ଶେଷରେ ଝିଅର ହତ୍ୟା ଅଭିଯୋଗ…

ବାଲେଶ୍ୱର,୩।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ଚାନ୍ଦିପୁର ଥାନା ଅନ୍ତର୍ଗତ ସାହଦା ଗ୍ରାମର ମନିଷ କୁମାର ସାହୁଙ୍କ ପତ୍ନୀ ମମତା ସାହୁ (୨୧) ଗୁରୁବାର ରାତିରେ ଘରେ ଫାଶୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri