ଚେନ୍ନାଇରେ ଠିକା ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଶବବାହକ ଗାଡ଼ି ଅଟକ

ଚାନ୍ଦବାଲି, ୨୫।୪ (ଡି.ଏନ.ଏ.) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଭୂଇଁବୃତି ପଞ୍ଚାୟତ ନୂଆଗଁାର ଜଳଧର ଦାସ(୫୨) ଚେନ୍ନାଇରେ ଏଲ୍‌ ଆଣ୍ଡ୍‌ ଟି କମ୍ପାନୀରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଗତ ୨୦ ତାରିଖରେ କମ୍ପାନୀ ପରିସରରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ବୁଧବାର ମୃତଦେହ ନେଇ ଏହି ଗଁାକୁ ଆସିଥିବା ଶବବାହକ ଗାଡ଼ିକୁ ଜଳଧରଙ୍କ ପରିବାର ଲୋକଙ୍କ ସହ ଗଁା ଲୋକେ ଅଟକ ରଖିଥିଲେ।

ସୂଚନା ଅନୁସାରେ, କମ୍ପାନୀ ଓ ଠିକାଦାରଙ୍କ ସହଯୋଗରେ ଜଳଧରଙ୍କ ମୃତଦେହ ଏକ ଆମ୍ବୁଲାନ୍ସ ଯୋଗେ ଚେନ୍ନାଇରୁ ତାଙ୍କ ଗଁାକୁ ଅଣାଯାଇଥିଲା। ବୁଧବାର ସକାଳେ ଗଁାରେ ଆମ୍ବୁଲାନ୍ସ ପହଞ୍ଚିବା ପରେ ଜଳଧରଙ୍କୁ ହତ୍ୟା କରାଯାଇଛି ବୋଲି ଗ୍ରାମବାସୀ ଓ ପରିବାର ଲୋକେ ଅଭିଯୋଗ କରିଥିଲେ। କମ୍ପାନୀ ପକ୍ଷରୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ସେମାନେ ଦାବି କରିଥିଲେ। ଫଳରେ ଆମ୍ବୁଲାନ୍ସ ଅଟକି ରହିଥିଲା। ଆମ୍ବୁଲାନ୍ସ ଡ୍ରାଇଭର ଓ ମୃତଦେହ ନେଇ ଆସିଥିବା ଠିକାଦରଙ୍କ ଜଣେ କର୍ମଚାରୀଙ୍କୁ ଗଁା ଲୋକେ ଗାଡ଼ି ସହ ଅଟକ ରଖିଥିଲେ। ଶବ ଦାହ ନ କରି କମ୍ପାନୀର ଠିକାଦାର ଗଁାକୁ ଆସିବାକୁ ସେମାନେ ଅଡ଼ି ବସିଥିଲେ। ଖବର ପାଇ ଚାନ୍ଦବାଲି ଥାନାଧିକାରୀ ତାପସ କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀ ଓ ମୃତକଙ୍କ ପରିବାର ଲୋକଙ୍କୁ ବୁଝାଶୁଝା କରିଥିଲେ। ଏହା ଏକ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଓ ବୀମା କମ୍ପାନୀ ପକ୍ଷରୁ କ୍ଷତିପୂରଣ ମିଳିବ ବୋଲି କୁହାଯିବା ପରେ ଅପରାହ୍ନରେ ଲୋକେ ଆମ୍ବୁଲାନ୍ସକୁ ଛାଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ କେନ୍ଦ୍ରରେ ଟଳିପଡିଲେ ବୃଦ୍ଧା

ସଜନାଗଡ,୨୨।୨(ଡି.ଏନ.ଏ.):ବାଲେଶ୍ୱର ଜିଲା ନୀଳଗିରି ନିର୍ବାଚନ ମଣ୍ଡଳୀ ବରହମପୁର ପଞ୍ଚାୟତରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନବେଳେ ଏକ ଅଘଟଣ ଘଟିଛି। ଜଣେ ବୃଦ୍ଧା ମଙ୍ଗଳବାର...

ଭୋଟ ପରେ ଅଙ୍କ କଷୁଛନ୍ତି ନେତା ଓ କର୍ମୀ

ହାଟଡ଼ିହି,୨୫ା୪(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ଭୋଟଗ୍ରହଣ ପରେ ନେତା ଓ କର୍ମୀମାନେ ଏବେ ଅଙ୍କ କଷୁଛନ୍ତି। କେଉଁ ବୁଥ୍‌ରୁ କେତେ ଭୋଟ ମିଳିବ...

ଲକ୍ଷାଧିକ ଟଙ୍କାର ଚୋରା ଶାଳ ଚୌକାଠ ସହ ପିକ୍‌ଅପ ଜବତ

ପାଟଣା,୧୧।୭(ସ୍ବ.ପ୍ର.) : କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ସଦର ବ୍ଲକ ଡୁମୁରିଆରୁ ବୁଧବାର ବିଳମ୍ବିତ ରାତିରେ ଏକ ପିକଅପ୍‌ ଭ୍ୟାନ ଯୋଗେ ୧୩୧ ଖଣ୍ଡ...

କାଳ ବୈଶାଖୀରେ ଭାଙ୍ଗିଲା ଘର

ଚମ୍ପୁଆ,୨୯ା୫(ଡି.ଏନ.ଏ.): କାଳ ବୈଶାଖୀ ତାଣ୍ଡବ ଯୋଗୁଁ ବାସୁଦେବପୁର ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି। ବର୍ଷା ସହ ପ୍ରବଳ ବେଗରେ ପବନ ହେବାରୁ ଗ୍ରାମର ତ୍ରିବନ...

ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ପ୍ରତିବାଦ ଦିବସ

ଜଳେଶ୍ୱର, ୨।୬(ସ୍ବ.ପ୍ର.)-ଜଳେଶ୍ୱର ବ୍ଲକ ଚୈତନ୍ୟସାହୁ ଛକରେ ସୋମବାର ୧୨ଦଫା ଦାବିରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ପ୍ରତିବାଦ କରାଯାଇଛି। ମହିଳାମାନେ ଏବେ କାମ...

ଜିଏସ୍‌ଟି ଠକେଇ ଅଭିଯୋଗ: ଫର୍ନିଚର ଶୋ’ରୁମ୍‌ରେ ଚଢ଼ାଉ

ବାଲେଶ୍ୱର ଅଫିସ,୧୮।୧୧: ଜିଏସ୍‌ଟି (ଗୁଡ୍‌ ସର୍ଭିସ୍‌ ଟ୍ୟାକ୍ସ) ଠକେଇ ଅଭିଯୋଗରେ ଏନଫୋର୍ସମେଣ୍ଟ ଟିମ୍‌ ପକ୍ଷରୁ ବୁଧବାର ବାଲେଶ୍ୱର ଜିଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ସହରର ସିନେମା...

ଟଙ୍କା ନ ଦେବାରୁ ମା’ଙ୍କୁ ଘରୁ ତଡ଼ିଦେଲେ

ବାଲେଶ୍ୱର ଅଫିସ,୨୨ା୫: ସାମାନ୍ୟ ଟଙ୍କା ପାଇଁ ଜନ୍ମଦାତ୍ରୀ ମା’ଙ୍କୁ ଦୁଇପୁଅ ଘରୁ ତଟିଦେବା ଚର୍ଚ୍ଚାର ବିଷୟ ହୋଇଛି। ବାଲେଶ୍ୱର ଜିଲା ବସ୍ତା ବ୍ଲକ ସିଂଲା ଥାନା...

ରାଇବଣିଆରେ ହାତୀପଲଙ୍କ ଉତ୍ପାତ

ଜଳେଶ୍ୱର, ୧।୨(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା ଅଧୀନ ଶ୍ୟାମନଗର, କାଳିକ, ସର୍ଦ୍ଦାରବନ୍ଧ, କଳମା, ଖୁଆଡ଼ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଗତ ୭ଦିନ ଧରି...

Advertisement
Archives

Model This Week