Posted inଖେଳ

ଚେନ୍ନାଇନ ସହ ଡ୍ର’ ରଖିଲା ଓଡ଼ିଶା

ଚେନ୍ନାଇ, ୨୯।୧୧ (ପି.ଟି.)- ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ରେ ଗୁରୁବାର ନବାଗତ ଓଡ଼ିଶା ଏଫ୍‌ସି ଓ ଚେନ୍ନାଇନ ଏଫ୍‌ସି ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ୨-୨ ଗୋଲରେ ଡ୍ର’ରେ ଶେଷ ହୋଇଛି। ସ୍ଥାନୀୟ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲାର ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ୱିତୀୟାର୍ଦ୍ଧରେ ହିଁ ଉଭୟ ଦଳ ୨ଟି ଲେଖାଏ ଗୋଲସ୍କୋର କରିଥିଲେ। ଘରୋଇ ଦଳର ନେରିଜୁସ ଭାଲସ୍କି ଡବଲ୍‌ ଗୋଲ୍‌ସ୍କୋର କରିଥିଲେ ମଧ୍ୟ ଚେନ୍ନାଇନକୁ ଜିତାଇପାରି ନ ଥିଲେ।
ତଥା ମ୍ୟାଚ୍‌ର ୫୧ତମ ମିନିଟ୍‌ରେ ଚେନ୍ନାଇନ ପକ୍ଷରୁ ଭାଲସ୍କି ପ୍ରଥମ ଗୋଲସ୍କୋର କରି ଦଳକୁ ୧-୦ ଗୋଲରେ ଅଗ୍ରଣୀ କରାଇଥିଲେ। ତେବେ ଏହି ଖୁସି ବେଶି ସମୟ ପର୍ଯ୍ୟନ୍ତ ରହି ନ ଥିଲା। ଏହାର ୩ ମିନିଟ୍‌ ପରେ ଓଡ଼ିଶା ଏଫ୍‌ସି ଗୋଲ ଶୁଝାଇବାରେ ସଫଳ ହୋଇଥିଲା। ମଧ୍ୟକ୍ରମ ଖେଳାଳି ନନ୍ଦ କୁମାରଙ୍କ କ୍ରସ ପାସ୍‌କୁ ଜିସ୍କୋ ହର୍ନାଣ୍ଡିଜ ଫ୍ଲିକ୍‌ କରି ଚେନ୍ନାଇନ ଗୋଲପୋଷ୍ଟକୁ ବଲ୍‌ ପଠାଇ ଦେଇଥିଲେ। ଫଳରେ ମ୍ୟାଚ୍‌ ୧-୧ ବରାବରସ୍ଥିତିକୁ ଆସିଥିଲା। ଏହାପରେ ୭୧ତମ ମିନିଟ୍‌ରେ ଚେନ୍ନାଇନର ଭାଲସ୍କି ବ୍ୟକ୍ତିଗତ ତଥା ଦଳ ପାଇଁ ୨ୟ ଗୋଲ କରିଥିଲେ। ଏଥର ମଧ୍ୟ ଓଡ଼ିଶା ଖେଳାଳି ପ୍ରତ୍ୟାବର୍ତ୍ତନ କରି ୧୧ ମିନିଟ୍‌ ପରେ ଗୋଲ ଶୁଝାଇ ଦେଇଥିଲେ। ଆଡ୍ରିଆନେ ସାନ୍ତାସଙ୍କ ଗୋଲବଳରେ ମ୍ୟାଚ୍‌କୁ ଓଡ଼ିଶା ୨-୨ସ୍ତରକୁ ଆଣିଥିଲା। ଏହାପରେ କୌଣସି ଗୋଲ ନ ହେବାରୁ ଉଭୟ ଦଳ ଏକ ପଏଣ୍ଟ ଲେଖାଏ ଭାଗ କରିଥିଲେ। ଓଡ଼ିଶା ଏଫ୍‌ସି ୬ଷ୍ଠ ମ୍ୟାଚ୍‌ରୁ ଗୋଟିଏ ବିଜୟ, ୨ ପରାଜୟ ଓ ୩ ଡ୍ର ସହ ୬ ପଏଣ୍ଟ ପାଇ ଟେବୁଲ ତାଲିକାର ୬ଷ୍ଠ ସ୍ଥାନରେ ରହିଛି। ଅପରପକ୍ଷରେ ଚେନ୍ନାଇନ ୬ ମ୍ୟାଚ୍‌ରୁ ୫ ପଏଣ୍ଟ ପାଇ ୧୦ ଦଳୀୟ ଟେବୁଲ ତାଲିକାର ୮ମ ସ୍ଥାନକୁ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତଙ୍କ ବିବାଦୀୟ ଆଚରଣ: ଅନୁଷ୍କାଙ୍କ ବିରୋଧରେ ଦିଆଯାଇଥିବା ବକ୍ତବ୍ୟକୁ…

ନୂଆଦିଲ୍ଲୀ,୨୭।୧: ୨୦୧୮ରେ ଇଂଲଣ୍ଡ ଗସ୍ତରେ ଯାଇଥିଲା ଭାରତୀୟ ଟିମ୍‌। ସେତେବେଳେ ବିବାଦରେ ଫସିଥିଲେ ଅଭିନେତ୍ରୀ  ଅନୁଷ୍କା ଶର୍ମା। ଟିମ୍‌ ଇଣ୍ଡିଆ ଏବଂ ସପୋର୍ଟ ଷ୍ଟାଫ୍‌ ଲଣ୍ଡନରେ...

ଐତିହାସିକ ଟେଷ୍ଟରେ ଟସ୍‌ ଜିତିଲା ବାଂଲାଦେଶ, ପ୍ରଥମେ ବ୍ୟାଟିଂ ନିଷ୍ପତି

କୋଲକାତା,୨୨।୧୧: ଶୁକ୍ରବାରଠାରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ପ୍ରଥମ ଦିବାରାତ୍ର ଟେଷ୍ଟ ଆରମ୍ଭ ହୋଇଛି। କୋଲକାତାର ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ବାଂଲାଦେଶ...

ସେହ୍ବାଗଙ୍କ ଉପରେ ଭରସା କରୁ ନ ଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଖେଳାଳି ବୀରେନ୍ଦ୍ର ସେହ୍ବାଗ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ଥିଲେ। ଦିନିକିଆ କ୍ରିକେଟ ହେଉ କିମ୍ବା ଟେଷ୍ଟ କ୍ରିକେଟ, ସେହ୍ବାଗ...

ଅଲିମ୍ପିକ୍ସରେ ସବୁଠୁ ବଡ଼ ଦଳ ଚାଇନା

ବେଜିଂ,୧୫।୭: ଟୋକିଓ ଅଲିମ୍ପିକ୍ସକୁ ଚାଇନା ସର୍ବବୃହତ୍‌ ଦଳ ପଠାଇବ। ୪୩୧ଜଣ ଆଥ୍‌ଲେଟଙ୍କୁ ନେଇ ଗଠିତ ଏହି ଦଳକୁ ମିଳିଛି ଅଲିମ୍ପିକ୍ସର ସବୁଠାରୁ ବଡ଼ ଦଳର ମାନ୍ୟତା।...

କୋପା ଆମେରିକା: ଆର୍ଜେଣ୍ଟିନାକୁ ବ୍ରୋଞ୍ଜ

ରିଓ ଡେ ଜାନିରୋ,୭।୭(ଏଏଫ୍‌ପି)- ଚଳିତ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟର ପ୍ଲେ ଅଫ୍‌ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ଚିଲିକୁ ହରାଇ ବ୍ରୋଞ୍ଜ ପଦକ ହାସଲ...

ବିମାନମନ୍ଦରରେ ଝିଅକୁ ଛାତିରେ ଜାବୁଡି ଧରିଲେ ଅନୁଷ୍କା

ଭାରତ ଏବଂ ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ପାଇଁ ଭାରତୀୟ କ୍ରିକେଟ ଦଳ ପୁଣେରେ ପହଞ୍ଚିଛି। ସିରିଜର ପ୍ରଥମ ମ୍ୟାଚ ମାର୍ଚ୍ଚ ୨୩ରେ...

ଶେଷ ମ୍ୟାଚ୍‌ ଖେଳିଲେ ୮୫ ବର୍ଷୀୟ କ୍ରିକେଟର୍‌

ଲଣ୍ଡନ, ୯।୯- ଦୀର୍ଘ ୬୦ ବର୍ଷର କ୍ରିକେଟ୍‌ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ୮୫ ବର୍ଷୀୟ ଓ୍ବେଷ୍ଟଇଣ୍ଡିଜ ଦ୍ରୁତ ବୋଲର ସେସିଲ ରାଇଟ୍‌। ଡାହାଣହାତୀ ଦ୍ରୁତ ବୋଲର...

୧୪୪ ବର୍ଷ ଟେଷ୍ଟ ଇତିହାସରେ ପ୍ରଥମ ବଲ୍‌ରେ ଛକା ମାରିଛନ୍ତି କେବଳ ଏହି କ୍ରିକେଟର, ଏବେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ତାଲିକାରେ ନାମ

ନୂଆଦିଲ୍ଲୀ,୧୬।୬: କ୍ରିକେଟର ତିନି ଫର୍ମାଟ ମଧ୍ୟରୁ ଟେଷ୍ଟ କ୍ରିକେଟ ସବୁଠାରୁ ଲମ୍ବା। ଏହା ଖେଳାଳିଙ୍କ ଧୌର୍ଯ୍ୟର ପରୀକ୍ଷା ନେଇଥାଏ। ପାଞ୍ଚ ଦିନ ଧରି ଚାଲୁଥିବା ଏହି...

Advertisement
Archives

Model This Week