ଚେତିଲା ଶକ୍ତିସୁଗାର, ପାର୍କିଂ ରାସ୍ତାରେ ବାଡ଼

ଢେଙ୍କାନାଳ ଅଫିସ, ୧୦।୫ – ଖୋର୍ଦ୍ଧାରୁ ସ୍ପିରିଟ୍‌ ନେବାକୁ ଆସି ଢେଙ୍କାନାଳ ଶକ୍ତିସୁଗାର କମ୍ପାନୀ ମୁଖ୍ୟଫାଟକ ସମ୍ମୁଖ ପାର୍କିଂ ଅଞ୍ଚଳରେ ଦେଢ଼ମାସ ହେଲା ରହିଥିବା ୩ ବିହାରୀ ଟ୍ୟାଙ୍କର ଚାଳକଙ୍କ ଅସ୍ବାଭାବିକ ମୃତ୍ୟୁ ପରେ କାରଖାନା କର୍ତ୍ତୃପକ୍ଷଙ୍କ ଚେତା ପଶିଛି। ଶନିବାର ଅପରାହ୍ନରେ କମ୍ପାନୀ ପକ୍ଷରୁ ୫୫ନଂ. ଜାତୀୟ ରାଜପଥକୁ ଲାଗିଥିବା ପାର୍କିଂ ଏରିଆରେ ଯାନବାହନ ପ୍ରବେଶ ନ କରିବା ଲାଗି ବାଉଁଶ ବାଡ ବନ୍ଧାଯାଇଛି। ଅନ୍ୟପଟେ ଲକ୍‌ଡାଉନ୍‌ ସମୟରେ ସ୍ପିରିଟ୍‌ ନେବା ପାଇଁ ଆସି ଟ୍ୟାଙ୍କରଗୁଡ଼ିକ କିପରି ପାର୍କିଂ ଅଞ୍ଚଳରେ ରହିଥିଲା ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଏ ସଂକ୍ରାନ୍ତରେ କମ୍ପାନୀର ଆଇନ ବିଭାଗ ଦାୟିତ୍ୱରେ ଥିବା ଅଧିକାରୀ ଅକ୍ଷୟ କୁମାର ଦାସ କୁହନ୍ତି, ଲକ୍‌ଡାଉନ୍‌ ସମୟରେ ଅଯଥାରେ ଗାଡିଗୁଡିକ ପାର୍କିଂ ଅଞ୍ଚଳରେ ଆସି ରହୁଛି। ଏହି ଘଟଣା ପରେ ପାର୍କିଂ ଏରିଆରେ ଯାନବାହନ ପ୍ରବେଶ ନ କରିବା ପାଇଁ ଅସ୍ଥାୟୀ ଭାବେ ବାଉଁଶ ବାଡ଼ ବନ୍ଧାଯାଇଛି। ଆଗାମୀ ଦିନରେ ଲୁହା ବାଡ଼ ଲଗାଯିବ ବୋଲି ସେ ସୂଚନା ଦେଇଛନ୍ତି।
ଅନ୍ୟପଟେ ମୃତ ଟ୍ୟାଙ୍କର ଚାଳକଙ୍କ ପରିବାର ସଦସ୍ୟ ଶନିବାର ଢେଙ୍କାନାଳରେ ପହଞ୍ଚତ୍ ଟାଉନ ଥାନା ପୋଲିସ, କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ମୃତକମାନେ ସମ୍ପର୍କରେ ୩ ଭାଇ ହୋଇଥିବାବେଳେ କଟକରେ ଚିକିତ୍ସାଧୀନ ଅବସ୍ଥାରେ ରୁବେଲ ଭାରତୀଙ୍କ ମୃତ୍ୟୁ ଘଟିଥିଲା। ତାଙ୍କର ଅନ୍ତିମ ସଂସ୍କାର କରିବାକୁ ପରିବାର ଲୋକେ କଟକ ଯାଇଥିବା ପୋଲିସ କହିଛି। ସେଠାରୁ ଫେରିବା ପରେ ରବିବାର ଜିଲା ଚିକିତ୍ସାଳୟ ଶବ ସଂରକ୍ଷଣ ଗୃହରେ ଥିବା ଦିଲୀପ ଭାରତୀ ଏବଂ ହରେରାମ ଭାରତୀଙ୍କ ମୃତଦେହ ହସ୍ତାନ୍ତର କରାଯିବ। ମୃତଦେହର ଶେଷକୃତ୍ୟ ଢେଙ୍କାନାଳରେ କରିବାକୁ ପରିବାର ଲୋକେ ଆଲୋଚନା କରୁଥିବା ଟାଉନ ଥାନାଧିକାରୀ ଜ୍ଞାନରଞ୍ଜନ ସାମଲ ସୂଚନା ଦେଇଛନ୍ତି। ଶବ ବ୍ୟବଚ୍ଛେଦର ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଫୁଡ୍‌ ପଏଜନିଂ ଯୋଗୁ ୩ଭାଇଙ୍କ ମୃତ୍ୟୁ ଘଟିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମେଘନାଦ ପାଚେରି ପାର୍ଶ୍ୱ ଉଚ୍ଛେଦର ୩ୟ ଦିନ: କଟାଗଲା ଶତାୟୁ ବରଗଛ

ପୁରୀ ଅଫିସ,୨୨ା୮: ଲଗାତର ତୃତୀୟ ଦିନରେ ପହଞ୍ଚତ୍ଛି ମେଘନାଦ ପାଚେରି ପାର୍ଶ୍ୱ ଉଚ୍ଛେଦ ପ୍ରକ୍ରିୟା। ବୁଧବାର ମଧ୍ୟ ଦିନତମାମ୍‌ ପ୍ରଶାସନ ପକ୍ଷରୁ ଅନେକ ନିର୍ମାଣ ଭଙ୍ଗାଯାଇଛି।...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଷୀଙ୍କ ଜୀବନଗଲା

ଦିଗପହଣ୍ଡି,୧୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଦଶିପୁର ଗ୍ରାମର ଜଣେ ଚାଷୀ ବୁଧବାର ପୂର୍ବାହ୍ନରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ...

ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା: ପ୍ରତାରଣା ଯୋଗୁ ଆତ୍ମହତ୍ୟା, ଜଣେ ଗିରଫ

ଜି.ଉଦୟଗିରି,୬ା୯(ଡି.ଏନ.ଏ.)- ଜି.ଉଦୟଗିରି ଥାନା ପେଟାଗୁଡ଼ା ଜଙ୍ଗଲରୁ ମଙ୍ଗଳବାର ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ବିବାହ ପ୍ରଲୋଭନ ଦେଖାଇ ୨ବର୍ଷ ଶାରିରୀକ ସମ୍ପର୍କ ରଖିବା ପରେ...

ବନ୍ଧୁକଧାରୀଙ୍କ ଉନ୍ମତ୍ତକାଣ୍ଡ : ଅଭିଯୁକ୍ତ ଅଧ୍ୟାପକ କୋର୍ଟଚାଲାଣ

ବ୍ରହ୍ମପୁର ଅଫିସ,୨୦ା୧୨- ଟାଉନ ଥାନା ଅନ୍ତର୍ଗତ ଧର୍ମନଗର ବଜାଜ ଫାଇନାନ୍ସ କମ୍ପାନୀ ସମ୍ମୁଖରେ ବୁଧବାର ସନ୍ଧ୍ୟାରେ ଜଣେ ଅଧ୍ୟାପକଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଥିଲା। ବନ୍ଧୁକ ଧରି...

ମହିଳାଙ୍କୁ ହତ୍ୟାକରି ୫ ଲକ୍ଷ ଟଙ୍କା ଲୁଟ୍‌

କେନ୍ଦ୍ରାପଡ଼ା ଅଫିସ/ପଟ୍ଟାମୁଣ୍ଡାଇ (ଡି.ଏନ୍‌.ଏ.),୧୮।୮: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅରଡପଲ୍ଲୀ ଗ୍ରାମରେ ସୋମବାର ଦୁର୍ବୃତ୍ତମାନେ ଜଣେ ମହିଳାଙ୍କୁ ହତ୍ୟା କରି ୫ଲକ୍ଷ ଟଙ୍କା ସହ ସୁନାରୁପା...

କମୁଛି ପରିବାର କଲ୍ୟାଣ ଅସ୍ତ୍ରୋପଚାର ସଂଖ୍ୟା: ଲକ୍ଷ୍ୟ ଥିଲା ୮ଶହ, ହୋଇଛନ୍ତି ୬୧

ବଅଁରପାଳ,୧୯।୬ (ଡି.ଏନ୍‌.ଏ.) – ପରିବାର କଲ୍ୟାଣ ଅସ୍ତ୍ରୋପଚାର ହେଲେ ମିଳିବ ଅନେକ ସୁବିଧା ସୁଯୋଗ। ପ୍ରୋତ୍ସାହନ ରାଶି ଆକାରରେ ନଗଦ ଅର୍ଥ ଦିଆଯିବ ସରକାରଙ୍କ ପକ୍ଷରୁ।...

ଚିକିତ୍ସା ଅବହେଳାରୁ ନାବାଳିକା ମୃତ୍ୟୁ ଅଭିଯୋଗ

ବାରିପଦା ଅଫିସ,୩ା୧୧- ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ (ପିଆର୍‌ଏମ୍‌) ମେଡିକାଲରେ ସୋମବାର ଜଣେ ନାବାଳିକାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଚିକିତ୍ସାରେ...

ବର୍ଷା ଅଭାବରୁ ପୁଣି ଜୀବନ ହାରିଲେ ଆଉ ଜଣେ ଚାଷୀ: ୪ ଦିନ ଭିତରେ ୨ ଜଣଙ୍କ ଆତ୍ମହତ୍ୟା

ବଲାଙ୍ଗୀର ଅଫିସ,୬।୯: ବଲାଙ୍ଗୀର ଜିଲାରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପାଟଣାଗଡ ବ୍ଲକ ଭାଲୁଜୁରି ଗାଁର ଚାଷୀ ଯୁଧିଷ୍ଠିର ଭୋଇ...

Advertisement


Archives

Model This Week