ଚୁପ୍‌ ରହିବାର ଆଦେଶ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ଲୋକେ କହନ୍ତି ଯେ ଦେଶର ଜାହାଜ ହେଉଛି ଏକମାତ୍ର ଜାହାଜ ଯାହା ସବା ଉପରୁ ଲିକ୍‌ କରେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ଏପରି ଲିକ୍‌ ହେଉଥିବା ବା ଏହାର ବରିଷ୍ଠ ବାବୁମାନେ ଚାଲୁ ରହିଥିବା ତଦନ୍ତ ବିଷୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଗଣମାଧ୍ୟମକୁ ପ୍ରକାଶ କରିଦେଉଥିବା ଘଟଣାରେ ଉଦ୍‌ବେଗ ପ୍ରକାଶ କରି ନିର୍ଦ୍ଦେଶାଳୟ ପକ୍ଷରୁ ଏହାର ମୁଖ୍ୟ କାର୍ଯ୍ୟାଳୟରେ ବାବୁମାନଙ୍କୁ ଚୁପ୍‌ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଇଡି ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ର ତାଙ୍କର ଅଫିସରମାନଙ୍କୁ ଗଣମାଧ୍ୟମ ସହ ଅବାଞ୍ଛିତ କଥାବାର୍ତ୍ତା ନ କରିବା ଓ କୌଣସି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ ନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ବିଫଳ ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସତର୍କ କରାଇ ଦେଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ ମିଶ୍ର ଏକ ସର୍କୁଲାର ଜାରି କରିଛନ୍ତି ଯେଉଁଥିରେ ଲେଖା ଅଛି: ଚାଲୁ ରହିଥିବା କିଛି ତଦନ୍ତ କାର୍ଯ୍ୟ ସମ୍ବନ୍ଧରେ କେତେକ ତଥ୍ୟ ଗଣମାଧ୍ୟମରେ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି। ଏହାଫଳରେ ତଦନ୍ତ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହେଉଛି। ଗତବର୍ଷ ଏ ନେଇ ଏକ ସର୍କୁଲାର ଜାରି କରାଯାଇଥିଲା, ଯାହାକୁ କେହି ମାନିବାର ଦେଖାଯାଉ ନାହିଁ। ତେଣୁ ଏଣିକି ଯଦି କେହି ଗଣମାଧ୍ୟମ ଆଗରେ ତଥ୍ୟ ପ୍ରକାଶ କରନ୍ତି, ତେବେ ତାଙ୍କ ବିରୋଧରେ ଶାସ୍ତିମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଇଡି ମୁଖ୍ୟାଳୟ ଅର୍ଥ ତୋସରପାତ, ହାଓ୍ବଲା କାରବାର ସମ୍ବନ୍ଧିତ ହାଇ-ପ୍ରୋଫାଇଲ ମାମଲାର ତଦନ୍ତ କରିବା ସହ ଦେଶରେ ରହିଥିବା ଇଡିର ଆଞ୍ଚଳିକ କାର୍ଯ୍ୟାଳୟଗୁଡ଼ିକ ଦ୍ୱାରା ପରିଚାଳିତ ତଦନ୍ତ କାର୍ଯ୍ୟର ଦେଖାରଖା କରୁଛି। ଏହା ଉପରେ ଗଣମାଧ୍ୟମର ଆଗ୍ରହ ରହିବା ସ୍ବାଭାବିକ। କିନ୍ତୁ ଗଣମାଧ୍ୟମକୁ ତଥ୍ୟ ପ୍ରକାଶ ନ କରିବା ଲାଗି ଇଡିର ପୂର୍ବ ନିର୍ଦ୍ଦେଶନାମା କେହି ପାଳନ କରୁ ନ ଥିବା ଦେଖାଯାଉଛି। ଏଣିକି ଯଦି କେହି ନିର୍ଦ୍ଦେଶନାମା ପାଳନରେ ବିଫଳ ହୁଅନ୍ତି, ତେବେ ତାଙ୍କ ବିରୋଧରେ ଶାସ୍ତିମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମିଶ୍ର ଚେତାଇଦେଇଛନ୍ତି।
ଗ୍ରୀଷ୍ମ ଡରରେ ପଳାୟନ
ଉତ୍ତରାଖଣ୍ଡର ବନ ଅଧିକାରୀମାନଙ୍କ ପାଇଁ ଗ୍ରୀଷ୍ମଋତୁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥାଏ। କାରଣ ଏହି ଋତୁରେ ଶୁଷ୍କ ପାର୍ବତ୍ୟାଞ୍ଚଳ ଜଙ୍ଗଲରେ ନିଆଁ ଲାଗି ଧନଜୀବନ ହାନି ଘଟିଥାଏ। ଚଳିତବର୍ଷ ରାଜ୍ୟର ପ୍ରାୟ ସବୁ ଜିଲାରେ ୯୦୦ ହେକ୍ଟରରୁ ଅଧିକ ଜଙ୍ଗଲରେ ନିଆଁ ଲାଗିଛି। ତେଣୁ ଶହ ଶହ ହେକ୍ଟର ଜଙ୍ଗଲ ଜଳୁଥିବା ବେଳେ ଭାରତୀୟ ବନସେବାର ଅନେକ ବରିଷ୍ଠ ବାବୁ ଯଥା ମୁଖ୍ୟ ବନ ସଂରକ୍ଷକ ବିବେକ ପାଣ୍ଡେ, ବନ ସଂରକ୍ଷକ ପରାଗ ମଧୁକର ଧକଟେ ଓ ବନଖଣ୍ଡ ଅଧିକାରୀ ନୀତୀଶ ମଣି ତ୍ରିପାଠୀ ଷ୍ଟଡି ଟୁର୍‌ରେ ଦୁଇ ସପ୍ତାହ ପାଇଁ ଇଂଲଣ୍ଡ ଓ ପୋଲାଣ୍ଡ ଯିବା ଘଟଣାକୁ ନେଇ ଅନେକେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଯାହା ଜଣାଯାଏ ନଂଧୌର ବନ୍ୟପ୍ରାଣୀ ଅଭୟାରଣ୍ୟରେ ବାଘଙ୍କ ପାଦଚିହ୍ନ ଉପରେ ଅଧ୍ୟୟନ ସମ୍ପର୍କରେ ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନ ଓ ଲଣ୍ଡନର ପ୍ରାଣୀବିଜ୍ଞାନ ସୋସାଇଟି ମଧ୍ୟରେ ହେଉଥିବା ଏକ ମିଳିତ କାର୍ଯ୍ୟକ୍ରମରେ ଏହି ବାବୁମାନେ ଅଂଶଗ୍ରହଣ କରିବେ। ସେମାନଙ୍କ ଅନୁପସ୍ଥିତିରେ ମୁଖ୍ୟ ବନ ସଂରକ୍ଷକ ଜୟ ରାଜ କିଂକର୍ତ୍ତବ୍ୟବିମୂଢ଼ ହୋଇ ବନବାସୀ ଓ କୃଷକମାନଙ୍କୁ ନିୟମିତଭାବେ ଜଙ୍ଗଲର ଦେଖାରଖା କରିବା ପାଇଁ ପରାମର୍ଶ ଦେଇଛନ୍ତି। ନିଶ୍ଚିତ ଭାବେ ଜଙ୍ଗଲ ଜଳୁଥିବା ସମୟରେ ବରିଷ୍ଠ ବାବୁମାନେ ବିଦେଶ ଯାତ୍ରା କରି ଶୀତଳତା ଉପଭୋଗ କରିବା ଏକ ଉତ୍ତମ ଯୋଜନା ନୁହେଁ।
ଉଚ୍ଚ ପଦବୀରେ ନୂଆ ମୁହଁ
ମୋଦି ୨.୦ ସରକାରର ପ୍ରଥମ ନିଷ୍ପତ୍ତି ସ୍ବରୂପ ବରିଷ୍ଠ ସୁରକ୍ଷା, ପ୍ରତିରକ୍ଷା ଓ ଅମଲାତାନ୍ତ୍ରିକ ଗୁରୁତ୍ୱପୂର୍ଣ୍ଣ ପଦବୀଗୁଡ଼ିକରେ ନୂତନ ନିଯୁକ୍ତି ପ୍ରଦାନ କରାଯିବ, ଯେଉଁ ପଦବୀଗୁଡ଼ିକରେ ବର୍ତ୍ତମାନ ରହିଥିବା ବାବୁମାନେ କିଛି ସପ୍ତାହ ଭିତରେ ଅବସର ନେବାକୁ ଯାଉଛନ୍ତି। କ୍ୟାବିନେଟ୍‌ ସଚିବ ପି.କେ. ସିହ୍ନା ତାଙ୍କର ଦୁଇବର୍ଷିଆ ବର୍ଦ୍ଧିତ କାର୍ଯ୍ୟକାଳ ଶେଷରେ ଆସନ୍ତା ଜୁନ୍‌ ୧୨ ତାରିଖରେ ଅବସର ନେବାକୁ ଯାଉଥିବାରୁ ସରକାରଙ୍କୁ ତାଙ୍କର ଉତ୍ତରାଧିକାରୀ ବାଛିବାକୁ ପଡ଼ିବ। ଜନରବ ଶୁଣିବାକୁ ମିଳୁଛି ଯେ, ସ୍ବରାଷ୍ଟ୍ର ସଚିବ ଥିବା ୧୯୮୨ ବ୍ୟାଚ୍‌ ଉତ୍ତରପ୍ରଦେଶ କ୍ୟାଡର ବାବୁ ରାଜୀବ ଗୌବା ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ଲାଗି ଦୌଡ଼ରେ ସବା ଆଗରେ ଅଛନ୍ତି। ସେହିପରି ଚଳିତ ମାସ ଶେଷ ସୁଦ୍ଧା ପ୍ରତିରକ୍ଷା ସଚିବ ସଞ୍ଜୟ ମିତ୍ର ଅବସର ନେବାକୁ ଯାଉଥିବାରୁ ସରକାରଙ୍କୁ ତାଙ୍କ ସ୍ଥାନରେ ଜଣେ ନୂଆ ବାବୁଙ୍କୁ ନିଯୁକ୍ତି ଦେବାକୁ ପଡ଼ିବ। ସୂଚନା ଅନୁସାରେ ଏହି ପଦବୀ ଲାଗି ତିନିଜଣ ବିହାର କ୍ୟାଡର ଅଫିସର ଯଥା ପରିବେଶ ସଚିବ ସି.କେ. ମିଶ୍ର, ଶିଳ୍ପ ସଚିବ ରମେଶ ଅଭିଷେକ ଓ ଗ୍ରାମ୍ୟ ଉନ୍ନୟନ ସଚିବ ଅମରଜିତ୍‌ ସିହ୍ନା ପ୍ରମୁଖ ଦାବିଦାର ଅଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ନୃପେନ୍ଦ୍ର ମିଶ୍ରଙ୍କ କାର୍ଯ୍ୟକାଳକୁ ନବୀକରଣ କରାଯିବ କି ନା ସେ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଉଛି। ଯଦି ସ୍ବଳ୍ପ ଅବଧି ପାଇଁ ନୃପେନ୍ଦ୍ର ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଏ, ତେବେ ଅତିରିକ୍ତ ପ୍ରମୁଖ ସଚିବ ପି.କେ. ମିଶ୍ରଙ୍କୁ ତାଙ୍କ ସ୍ଥାନକୁ ପଦୋନ୍ନତି ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି। ପୁଣି ଗୁଜବ ଶୁଣିବାକୁ ମିଳୁଛି ଯେ, ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅମିତାଭ କାନ୍ତଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପୁଣି ଅଣାଯାଇପାରେ। ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ଓ୍ବିଙ୍ଗ୍‌ (ର) ଓ ତଦନ୍ତ ବ୍ୟୁରୋ (ଆଇବି)ରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଇପାରେ। ବର୍ତ୍ତମାନର ର ସଚିବ ଅନିଲ କୁମାର ଧସମାନା ଓ ଆଇବି ନିର୍ଦ୍ଦେଶକ ରାଜୀବ ଜୈନଙ୍କୁ ଡିସେମ୍ବର ୨୦୧୮ରେ ଛଅମାସିଆ ସମ୍ପ୍ରସାରଣ ଦିଆଯାଇଥିଲା।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri