ଚିଲିକାରେ ଗଣା ହେଲେ ଡଲଫିନ୍‌

ବ୍ରହ୍ମଗିରି,୨୦।୧(ଡି.ଏନ.ଏ): ଚଳିତବର୍ଷ ଚିଲିକାର ବାହ୍ୟନାଳି ଅଞ୍ଚଳରେ ରବିବାର ଡଲ୍‌ଫିନ ଗଣନା କରାଯାଇଛି। ବନ ବିଭାଗ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ଡବ୍ଲୁଡବ୍ଲୁଏଫ, ଓୟୁଏଟିର ଫରେଷ୍ଟ ବିଭାଗର ଛାତ୍ର, ଆଞ୍ଚଳିକ ମୋଟରବୋଟ ସଂଘର କର୍ମଚାରୀ, ସ୍ବେଚ୍ଛାସେବୀ ସଂଗଠନର ମିଳିତ ଉଦ୍ୟମରେ ଏହି ଗଣନା କାର୍ଯ୍ୟ କରାଯାଇଛି। ଚିଲିକାର ଏହି ଡଲଫିନ ଗଣନା ପାଇଁ ୧୮ଟି ଟିମ ଗଠନ କରାଯାଇ ୧୩୨ଜଣ ଗଣନକାରୀ ସାମିଲ ଥିଲେ। ବାଲୁଗାଁ ଡିଭିଜନରୁ ୧୦ଟି ଗଣନାକାରୀ ଦଳ ଓ ସାତପଡ଼ା ଡିଭିଜନରୁ ୮ଟି ଦଳ ବାହାରି ପାରାଲାଲ ଟ୍ରାନଜିକ୍ଟ ମେଥଡରେ ଗଣନା କରାଯାଇଛି। ଚିଲିକାରେ ପାଗ ପ୍ରତିବନ୍ଧକ ସାଜିଥିଲେ ମଧ୍ୟ ଗତବର୍ଷ ଅପେକ୍ଷା ଡଲଫିନଙ୍କ ସଂଖ୍ୟା ବୃଦ୍ଧି ହୋଇଥିତ୍ବା ଏହି ଗଣନାକାରୀ ଦଳ ସୂଚନା ଦେଇଛନ୍ତି। ୨୦୧୮ରେ ୧୬୩, ୨୦୧୯ରେ ଚିଲିକାରେ ଡଲଫିନ ସଂଖ୍ୟା ୧୫୦ ଥିବା ପ୍ରକାଶ ପାଇଥିଲା। ଏହି ଗଣନା କାର୍ଯ୍ୟରେ ଉପବନ ସଂରକ୍ଷକ ପ୍ରଦୀପ୍ତ ସାହୁ, ମିହିର ବିଶ୍ୱାଳ, ଏସିଏଫ ଶରତ କୁମାର ମିଶ୍ର, ବାଲୁଗାଁ ଡିଏଫ୍‌ଓ ଆଲୋକ ରଞ୍ଜନ ହୋତା ପ୍ରମୁଖ ସାମିଲ ଥିଲେ। ଏହି ଗଣନା ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଫଳାଫଳ ଅସ୍ପଷ୍ଟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ରୋହୀ ଟିଏମସି ଏମପିଙ୍କୁ ସର୍ବଦଳୀୟ ବୈଠକ ପାଇଁ ନିମନ୍ତ୍ରଣ କରାଯିବାକୁ ନେଇ ବିରୋଧୀ କ୍ଷୁବ୍ଧ

ନୂଆଦିଲ୍ଲୀ,୧୯।୭: ସଂସଦୀୟ ଅଧିବେଶନ ପୂର୍ବରୁ ଡକାଯାଇଥିବା ସର୍ବଦଳୀୟ ବୈଠକରେ ଏକ ବିବାଦ ସୃଷ୍ଟି ହୋଇଥିଲା ଯେତେବେଳେ ବିଦ୍ରୋହୀ ତୃଣମୂଳ କଂଗ୍ରେସ (TMC) ଏମପିମାନଙ୍କୁ ମଧ୍ୟ ଯୋଗଦେବାକୁ ନିମନ୍ତ୍ରଣ…

ଜଗନ୍ନାଥପ୍ରସାଦ NAC ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ୧୨ ଓ୍ବାର୍ଡରେ ହେବ ବିଭକ୍ତ, ଆସନ ସଂରକ୍ଷଣ ନେଇ…

ଜଗନ୍ନାଥପ୍ରସାଦ,୧୯ା୭(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଅଞ୍ଚଳକୁ ନେଇ ନବଗଠିତ ବିଜ୍ଞାପିତ ଅଞ୍ଚଳ ପରିଷଦ(NAC)ର ଓ୍ବାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ନେଇ ଅଧିସୂଚନା…

ଫେସବୁକ ଡାଉନ: ଲଗଇନ ଠାରୁ ୱେବସାଇଟ ପର୍ଯ୍ୟନ୍ତ ସେବା ଠପ

ନୂଆଦିଲ୍ଲୀ,୧୯।୭: ଯଦି ଆଜି ସକାଳ ଠାରୁ ଆପଣଙ୍କର ଫେସବୁକ ଠିକ ଭାବରେ କାମ କରୁନାହିଁ, ତେବେ ଆପଣ ଏକା ନୁହଁନ୍ତି। ସାରା ବିଶ୍ୱରେ ହଜାର ହଜାର ଉପଭୋକ୍ତା…

ଗାଁକୁ ଆସି ପାରିଲାନି ଜନନୀ ଏକ୍ସପ୍ରେସ୍‌, ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ୨ କିଲୋମିଟର ବୋହିଲେ ଗ୍ରାମବାସୀ

ଭବାନୀପାଟଣା/ଥୁଆମୂଳ ରାମପୁର,୧୯ା୭(ଉତ୍ତମ କୁମାର ଦାଶ/ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଦୁର୍ଗମ ଥୁଆମୂଳ ରାମପୁର ବ୍ଲକରେ ରାସ୍ତା ସମସ୍ୟା ପୁଣିଥରେ ସାଧାରଣ ଲୋକଙ୍କ ଦୁର୍ଦ୍ଦଶାକୁ ସାମ୍ନାକୁ ଆଣିଛି। ପ୍ରସବ…

ଆମେରିକା ସହିତ ସମସ୍ତ ଚୁକ୍ତିନାମା ବାତିଲ ଘୋଷଣା କରିଛି ଇରାନ, କହିଛି MOUର ଅଧ୍ୟାୟ ଏବେ ସମ୍ପୂର୍ଣ୍ଣ ବନ୍ଦ

ତେହରାନ,୧୯।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତି ଚୁକ୍ତିନାମା ଶନିବାର ସମ୍ପୂର୍ଣ୍ଣ ଭାବରେ ବାତିଲ ହୋଇଗଲା। ପାକିସ୍ତାନ ଦ୍ୱାରା ମଧ୍ୟସ୍ଥତା କରାଯାଇଥିବା ଏହି ଚୁକ୍ତିନାମା – ଇସଲାମାବାଦ…

‘ଡୋନାଲ୍ଡ ଟ୍ରମ୍ପ ଜଣେ ମହାନ ଶୈତାନ,’ ମୋଜତାବା ଖାମେନେଇ କହିଲେ – ‘ତାଙ୍କ ଦସ୍ତଖତ ସମ୍ପୂର୍ଣ୍ଣ ମୂଲ୍ୟହୀନ’

ତେହରାନ,୧୯।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ମୋଜତାବା ଖାମେନେଇ ଶନିବାର ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ବଡ଼ ଆକ୍ରମଣ ଆରମ୍ଭ କରି ତାଙ୍କୁ ‘ମହାନ ଶୈତାନ’ ବୋଲି ଆଖ୍ୟା…

ପାକିସ୍ତାନର ପୋଲ୍‌ ଖୋଲିଲେ ନିଆଜି! ଅପରେଶନ ସିନ୍ଦୂରକୁ ନେଇ ବଡ଼ଦାବି କଲେଣି ଇମ୍ରାନଙ୍କ ଭଉଣୀ

ଇସଲାମାବାଦ,୧୯।୭: ‘ଅପରେଶନ ସିନ୍ଦୂର’ ସମୟରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା। ଭାରତୀୟ କ୍ଷେପଣାସ୍ତ୍ର ସାମ୍ନାରେ ପାକିସ୍ତାନୀ ସେନା ଆତ୍ମସମର୍ପଣ କରିବାକୁ ବସିଥିଲା। ଏହି ପରିପ୍ରେକ୍ଷୀରେ, ପୂର୍ବତନ ପାକିସ୍ତାନୀ…

ଇରାନ ଆମେରିକା ସହିତ ପୁଣିଥରେ ଯୁଦ୍ଧ ଆରମ୍ଭ କରିବାରୁ କ୍ଷୁବ୍ଧ ହେଲା ପାକିସ୍ତାନ, ବିଶେଷଜ୍ଞ କହିଲେ -‘ଏହା ଶକ୍ତି ନୁହେଁ ବରଂ…’

ଇସଲାମାବାଦ,୧୯।୭: ଆମେରିକା ସହିତ ବଢୁଥିବା ଉତ୍ତେଜନା ମଧ୍ୟରେ, ଇରାନ ଇସଲାମାବାଦ ବୁଝାମଣାପତ୍ର ଅନୁଯାୟୀ ସମସ୍ତ ଦାୟିତ୍ୱକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖିଛି। ପାକିସ୍ତାନ ମଧ୍ୟ ଏହି ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri