ଚିଲିକାରେ ଗଣା ହେଲେ ଡଲଫିନ୍‌

ବ୍ରହ୍ମଗିରି,୨୦।୧(ଡି.ଏନ.ଏ): ଚଳିତବର୍ଷ ଚିଲିକାର ବାହ୍ୟନାଳି ଅଞ୍ଚଳରେ ରବିବାର ଡଲ୍‌ଫିନ ଗଣନା କରାଯାଇଛି। ବନ ବିଭାଗ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ଡବ୍ଲୁଡବ୍ଲୁଏଫ, ଓୟୁଏଟିର ଫରେଷ୍ଟ ବିଭାଗର ଛାତ୍ର, ଆଞ୍ଚଳିକ ମୋଟରବୋଟ ସଂଘର କର୍ମଚାରୀ, ସ୍ବେଚ୍ଛାସେବୀ ସଂଗଠନର ମିଳିତ ଉଦ୍ୟମରେ ଏହି ଗଣନା କାର୍ଯ୍ୟ କରାଯାଇଛି। ଚିଲିକାର ଏହି ଡଲଫିନ ଗଣନା ପାଇଁ ୧୮ଟି ଟିମ ଗଠନ କରାଯାଇ ୧୩୨ଜଣ ଗଣନକାରୀ ସାମିଲ ଥିଲେ। ବାଲୁଗାଁ ଡିଭିଜନରୁ ୧୦ଟି ଗଣନାକାରୀ ଦଳ ଓ ସାତପଡ଼ା ଡିଭିଜନରୁ ୮ଟି ଦଳ ବାହାରି ପାରାଲାଲ ଟ୍ରାନଜିକ୍ଟ ମେଥଡରେ ଗଣନା କରାଯାଇଛି। ଚିଲିକାରେ ପାଗ ପ୍ରତିବନ୍ଧକ ସାଜିଥିଲେ ମଧ୍ୟ ଗତବର୍ଷ ଅପେକ୍ଷା ଡଲଫିନଙ୍କ ସଂଖ୍ୟା ବୃଦ୍ଧି ହୋଇଥିତ୍ବା ଏହି ଗଣନାକାରୀ ଦଳ ସୂଚନା ଦେଇଛନ୍ତି। ୨୦୧୮ରେ ୧୬୩, ୨୦୧୯ରେ ଚିଲିକାରେ ଡଲଫିନ ସଂଖ୍ୟା ୧୫୦ ଥିବା ପ୍ରକାଶ ପାଇଥିଲା। ଏହି ଗଣନା କାର୍ଯ୍ୟରେ ଉପବନ ସଂରକ୍ଷକ ପ୍ରଦୀପ୍ତ ସାହୁ, ମିହିର ବିଶ୍ୱାଳ, ଏସିଏଫ ଶରତ କୁମାର ମିଶ୍ର, ବାଲୁଗାଁ ଡିଏଫ୍‌ଓ ଆଲୋକ ରଞ୍ଜନ ହୋତା ପ୍ରମୁଖ ସାମିଲ ଥିଲେ। ଏହି ଗଣନା ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଫଳାଫଳ ଅସ୍ପଷ୍ଟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ଦିନରେ୧୫୨୩ ଗ୍ରାହକ ଉଠାଇଛନ୍ତି ୬୭.୧୭ ଲକ୍ଷ ଟଙ୍କା

ବ୍ରହ୍ମପୁର ଅଫିସ,୧୬ା୫-ଚଳିତ ମାସ ପ୍ରଥମ ସପ୍ତାହରେ ଘଟିଥିବା ସାମୁଦ୍ରିକ ବାତ୍ୟା ଫନୀ ପୁରୀ ଜିଲାକୁ ବିଶେଷ ପ୍ରଭାବିତ କରିଛି । ଫଳରେ ବ୍ୟାଙ୍କ ସେବା ବିପର୍ଯ୍ୟସ୍ତ...

ଭୋଟର ତାଲିକା ସଂଶୋଧନ ଆରମ୍ଭ

ଯାଜପୁର ଅଫିସ,୨୦।୧୧: ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଯାଜପୁର ଜିଲାରେ ଆରମ୍ଭ ହୋଇଛି। ଚୂଡାନ୍ତ ସଂଶୋଧିତ ଭୋଟର ତାଲିକା ୨୦୨୧ ଜାନୁୟାରୀ ୧୫ରେ ସମସ୍ତ ଭୋଟଗ୍ରହଣ...

ଯୋଗାଣ ବିଭାଗର ଚଢ଼ାଉ, ୧୪ ସିଲିଣ୍ଡର ଜବତ

ଭଞ୍ଜନଗର,୯।୨(ଡି.ଏନ.ଏ)- ଭଞ୍ଜନଗର ଉପଖଣ୍ଡ ଯୋଗାଣ ବିଭାଗ ପକ୍ଷରୁ ରବିବାର ସକାଳେ ସହରର ବିଭିନ୍ନ ହୋଟେଲରେ ଚଢ଼ାଉ କରାଯାଇ ବେନିୟମ ଭାବେ ବ୍ୟବହାର ହେଉଥିବା ୧୪ଟି ରନ୍ଧନ...

ବଲାଙ୍ଗୀର ଘରୋଇ ବସ୍‌ଷ୍ଟାଣ୍ଡରେ କରୋନା ସଚେତନତା: ବସ୍‌ଯାତ୍ରୀଙ୍କୁ ହାତ ଧୋଇ ଚଢ଼ିବାକୁ ପରାମର୍ଶ

ବଲାଙ୍ଗୀର ଅଫିସ,୨୦।୩: ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏକ ଜନ ସଚେତନତା କାର୍ଯ୍ୟକ୍ରମ ବଲାଙ୍ଗୀର ଟାଉନ ଘରୋଇ ବସ୍‌ ଷ୍ଟାଣ୍ଡଠାରେ...

ଖାଦ୍ୟରେ ବିଛା ବାହାରିବା ଘଟଣା: ଅଙ୍ଗନୱାଡ଼ି କର୍ମୀ, ସହାୟିକାଙ୍କୁ କାରଣ ଦର୍ଶାଅ ନୋଟିସ

ଭୋଗରାଇ, ୧୬।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ମନ୍ଦାରସାହି ପଞ୍ଚାୟତ ହରିପୁର ଗ୍ରାମ ଅଙ୍ଗନୱାଡ଼ି କେନ୍ଦ୍ରରେ ଶିଶୁମାନଙ୍କୁ ଦିଆଯାଉଥିବା ଭାତରେ ମଲା ବିଛା ବାହାରିଥିବା ଅଭିଯୋଗ...

୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨ କରୋନା ପଜିଟିଭ୍‌

ଭୁବନେଶ୍ୱର,୧୫।୬(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୨ ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍‌ ବୟସର ପିଲା ଜଣେ ଜଣ ଅଛନ୍ତି।...

ମୃତଦେହରୁ ଆଖି ଗାଏବ: ଅନୁଗୋଳ ସିଡିଏମ୍‌ଓ ଅଫିସ ଆଗରେ ଧାରଣା

ଅନୁଗୋଳ ଅଫିସ, ୨୩।୭: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଶବାଗାରରେ ଥିବା ମୃତଦେହରୁ ଆଖି ଗାଏବ ହୋଇଯାଉଛି। ଗତ ୪ ଦିନ ମଧ୍ୟରେ ଏପରି ୨ଟି...

ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉଦ୍‌ଘାଟନର ୧୫ଦିନ ପରେ କାନ୍ଥରେ ଫାଟ

ସାଲେପୁର,୨୯।୯ (ଡି.ଏନ୍‌.ଏ.): ଉଦ୍‌ଘାଟନର ୧୫ ଦିନ ପରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର କାନ୍ଥରେ ଫାଟ ସୃଷ୍ଟି ହୋଇଛି। ବାଥରୁମ୍‌ରେ ଲାଗିଥିବା ଟ୍ୟାପ୍‌ରୁ ପାଣି ବାହାରୁ ନାହିଁ। ଇନଭର୍ଟର...

Advertisement
Archives

Model This Week