ଚିପ୍ସ ଓଭରଲୋଡିଂ ଗାଡ଼ି ଚଳାଚଳ ଅଣାୟତ୍ତ: ଅଘୋଷିତ ଚୁକ୍ତିକାରୀଙ୍କୁ ଛାଡ଼

ଯାଜପୁର ଅଫିସ, ୭|୯- ଯାଜପୁର ଜିଲା ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଅଧୀନରେ ଲଘୁ ଖଣିଜ ସମ୍ପଦର ପ୍ରାଚୂର୍ଯ୍ୟ ରହିଛି। ହେଲେ ପରିବେଶଗତ ଅନୁମତି ନ ଥାଇ କିମ୍ବା ପ୍ରଦୂଷଣ ନିୟନ୍ତ୍ରଣ ଆଇନକୁ ନ ମାନି କଳା ପଥର ଉତ୍ତୋଳନ ହେଉଥିବା ଖାଦାନଗୁଡିକରେ ୧୪୪ ଧାରା ଜାରି ହୋଇଛି। ଏଥିରେ ରାହାଡପୁରର ୩ଟି ଓ ଡଙ୍କାରୀର ୨ଟି ଖାଦାନ ରହିଛି। ତେବେ ଏହିସବୁ ପାହାଡ଼ ପାଦଦେଶରେ ମିତ୍ତଲ, ଏମଏମ ଇମ୍ଫ୍ରା, ବଜରଙ୍ଗୀ, ବିରଜା, ଉକତ୍ଳ ହାଇୱେ, ଭିକି ଷ୍ଟୋନ କ୍ରଶର, ଏମ୍‌ଆଇପିଏଲ, ସାଇ ଷ୍ଟୋନ ପ୍ରଭୃତି ମେଗା ଷ୍ଟୋନ କ୍ରଶର ଚାଲିଛି। ପାହାଡ଼ଗୁଡିକରୁ ବେଆଇନ ଭାବେ ପଥର ଉତ୍ତୋଳନ କରି କ୍ରଶରରେ ଚିପ୍ସ, ମେଟାଲ ଆଦି ତିଆରି କରି ବାହାରକୁ ଚାଲାଣ ହେଉଛି। ଏହି କ୍ରଶର ମାଲିକ ଓ ସମ୍ପୃକ୍ତ ପରିବହନ ସଂସ୍ଥା ସ୍ଥାନୀୟ ଆରଟିଓଙ୍କ ସହିତ ଅଘୋଷିତ ଚୁକ୍ତି କରି ବ୍ୟାପକ ଓଭରଲୋଡିଂ ଚଳାଚଳ କରୁଛନ୍ତି। ଫଳରେ ଜିଲା ଦେଇ ଯାଉଥିବା ୬ ନମ୍ବର, ୫୩ ନମ୍ବର ଓ ୨୦୦ ନମ୍ବର ଜାତୀୟ ରାଜପଥରେ ପ୍ରତ୍ୟହ ଦୁର୍ଘଟଣା ଘଟୁଥିବା ନଜିର ରହିଛି। ସମ୍ପ୍ରତି ଦୁର୍ଘଟଣା ରୋକିବାକୁ କେନ୍ଦ୍ର ସରକାର ବେଆଇନ ପରିବହନ ଉପରେ ଜୋରିମାନା ଅର୍ଥକୁ ବୃଦ୍ଧି କରିଥିବାବେଳେ ଚଣ୍ଡିଖୋଲ ଆରଟିଓ ଅଧୀନ ଅଞ୍ଚଳରେ ଏହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ହେଉଛି। ଯେଉଁମାନେ ଆରଟିଓଙ୍କ ସହିତ ମାସିକ ଚୁକ୍ତି କରିନାହାନ୍ତି ସେମାନଙ୍କୁ ଧରପଗଡ଼ କରୁଥିବାବେଳେ ମେଗା କ୍ରଶର ଓ ପ୍ରଭାବଶାଳୀ ପରିବହନ ସଂସ୍ଥା ଅନାୟାସରେ ଖସି ଯାଉଛନ୍ତି ବୋଲି ଅଭିଯୋଗ ହୋଇଛି।
ସାରା ରାଜ୍ୟରେ ଯାଜପୁର ଜିଲା ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ରାଜସ୍ବ ଆଦାୟ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି। ବାର୍ଷିକ ୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଏଠାରୁ ରାଜସ୍ବ ଆଦାୟ ହେଉଛି। ତେବେ ଅମାପ ସମ୍ବଳ ଯୋଗୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟଧାର୍ଯ୍ୟ ଏଠାରେ ସହଜରେ ପୂରଣ ହୋଇଯାଉଥିବାବେଳେ ବାକି ଅର୍ଥ ବିଭାଗୀୟ ଅଧିକାରୀଙ୍କ ପକେଟକୁ ଯାଉଛି। ଜଙ୍ଗଲ ଓ ପରିବେଶ ବିଭାଗ ବିନା ଅନୁମତିରେ ଶତାଧିକ ଗ୍ରାନାଇଟ ଖାଦାନ ଚାଲିଛି। ଏହାସହ ବେଆଇନ ଭାବେ ବିଭିନ୍ନ ପାଦଦେଶରେ ମେଗା ଓ ଛୋଟବଡ ଷ୍ଟୋନ କ୍ରଶର ପ୍ରତିଷ୍ଠା ହୋଇଛି। ଫଳରେ ଏଠାରୁ ପ୍ରତ୍ୟହ ବେଆଇନ ପରିବହନ ଜୋରସୋରରେ ଜାରି ରହିଛି। ସରକାରଙ୍କ ଧାର୍ଯ୍ୟ ମୁତାବକ ପରିବହନ ରାଜସ୍ବ ଆଦାୟ ଆଶାନୁରୂପକ ହୋଇଥିଲେ ହେଁ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ୨ଗୁଣରୁ ଅଧିକ ଓଭରଲୋଡିଂ ଗାଡି ଚଳାଚଳ କରୁଛି। ସଡ଼କ ସୁରକ୍ଷା ସୁପ୍ରିମକୋର୍ଟ କମିଟି ଦୁର୍ଘଟଣା ହ୍ରାସ ଦିଗରେ ଗୁରୁତ୍ୱାରୋପ କରିଛନ୍ତି। ପରିବହନ ସଚିବ ଓ ଯାଜପୁର ଜିଲାପାଳଙ୍କ ନିଷ୍ପତ୍ତିକ୍ରମେ ଯୁଗ୍ମ ଟ୍ରାଫିକ ପୋଲିସ ଗାଡିମୋଟର ଯାଞ୍ଚ କରିବାକୁ ନିଷ୍ପତ୍ତି ହୋଇଛି। ସରକାର ନୂଆ ମୋଟର ଯାନ ଆଇନ ଲାଗୁ କରିବା ପରେ ଏବେ ପରିବହନ ବିଭାଗ ପକ୍ଷରୁ ଚଢାଉ ଜୋରଦାର କରାାଇଛି। ଗୁରୁବାର ଚଣ୍ଡିଖୋଲ ଆରଟିଓଙ୍କ ନେତୃତ୍ୱରେ ୩ ଘଣ୍ଟାରେ ୨୦ଟି ଗାଡିରୁ ସର୍ବାଧିକ ୪ ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଥିଲା। ହେଲେ ଧର୍ମଶାଳା ତହସିଲ ଅନ୍ତର୍ଗତ ଶତାଧିକ ବେଆଇନ ଖାଦାନରେ ଚାଲିଥିବା ମେଗା କ୍ରଶରରୁ ଓଭରଲୋଡିଂ ଗୋଟିଏ ବି ଗାଡି ଉପରେ ଚଢାଉ ହୋଇ ପାରିନାହିଁ। ଏଥିରୁ ଚଣ୍ଡିଖୋଲ ଆରଟିଓ କର୍ମଚାରୀଙ୍କ ସ୍ବଚ୍ଛତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପଡୋଶୀ ଢେଙ୍କାନାଳ ଜିଲା ଡଙ୍କାରୀ ଓ ରାଇଗଡା ପାହାଡ ସମେତ ରାହାଡପୁର, ବାଜବାଟି, ବିଛାଖଣ୍ଡି, ବଳରାମପୁର ପ୍ରଭୃତି ପାହାଡରୁ ପ୍ରତ୍ୟହ କ୍ଷମତାଠାରୁ ଅଧିକ ଗ୍ରାନାଇଟ ପଥର ବୋଝେଇ ହାଇୱା, ଟ୍ରକ ଆଦି ଗାଡି ଚଳାଚଳ କରୁଛି। ଏହାବାଦ ଜିଲାର ୫୩ ଓ ୧୬ ନମ୍ବର ଜାତୀୟ ରାଜପଥ ଦେଇ ବେଆଇନ ଗାଡି ପରିବହନ ସୀମା ଲଂଘିଛି। ଅନ୍ୟପକ୍ଷେ ରାହାଡପୁର ପାହାଡ଼ ପାଦଦେଶରେ ଥିବା ଏକାଧିକ ମେଗା କ୍ରଶରର ପଥର ଗୁଣ୍ଡ ଯୋଗୁ ନିକଟରେ ଥିବା ରାଣୀବନ୍ଧ ଓ ପାଇକରାପୁର କ୍ଷୁଦ୍ରଜଳସେଚନ ପ୍ରକଳ୍ପ ପ୍ରଭାବିତ ହେଉଛି। ଏନେଇ ସ୍ଥାନୀୟ ଅଞ୍ଚଳବାସୀ ବାରମ୍ବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହେଉଥିଲେ ହେଁ କିଛି ସୁଫଳ ମିଳୁନାହିଁ। ଏ ସଂକ୍ରାନ୍ତରେ ଚଣ୍ଡିଖୋଲ ଆରଟିଓ ଲାଲମୋହନ ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି, ସମସ୍ତ ବେଆଇନ ପରିବହନ ଉପରେ ବିଭାଗ ସତର୍କ ଦୃଷ୍ଟି ଦେଇଛି। ସମସ୍ତ ଗାଡି ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଜରିମାନା ଆଦାୟ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମୂଳାପାଳ ଗ୍ରାମ ପଞ୍ଚାୟତ: ଆଲୋକୀକରଣ ଦୁର୍ନୀତିର ତଦନ୍ତ ଆରମ୍ଭ

କୋରେଇ,୧ା୯(ଡି.ଏନ.ଏ.)- କୋରେଇ ବ୍ଲକ ମୂଳାପାଳ ପଞ୍ଚାୟତରେ ଆଲୋକୀକରଣରେ ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ପ୍ରଥମେ ଧରିତ୍ରୀରେ ଖବର ପ୍ରକାଶ ପାଇବା...

ମାର୍ଚ୍ଚ ୨ରେ ସମବାୟ ସମିତିରେ ମୋ’ ସରକାର: ଯୋଡ଼ିହେବ ଏଆର୍‌ସିଏସ୍‌, ପ୍ୟାକ୍ସ, ଲ୍ୟାମ୍ପ୍ସ, ସିସିବି

ଯାଜପୁର ଅଫିସ,୧।୩: ଲୋକମାନେ ହେଉଛନ୍ତି ଗଣତନ୍ତ୍ରର ଆତ୍ମା। ଜନସାଧାରଣଙ୍କ ସେବା ପାଇଁ ସବୁ ସରକାରୀ ଅନୁଷ୍ଠାନ ସୃଷ୍ଟି କରାଯାଇଛି। ସବୁ ସରକାରୀ କର୍ମଚାରୀ ଲୋକଙ୍କ ପାଇସାରୁ...

କାଗଜପତ୍ରରେ ଚାଲିଛି ଧାନକିଣା:ଚାଉଳ ରିସାଇକ୍ଲିଂ କରିବାକୁ ସଜବାଜ

ଯାଜପୁର ଅଫିସ,୫ା୨- ଯାଜପୁର ଜିଲାରେ ମଙ୍ଗଳବାର ସୁଦ୍ଧା ୧୩୪ ପ୍ୟାକ୍ସ ଜରିଆରେ ୫,୯୩,୨୫୭ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି। ଏଥିରେ ୧୨ଜଣ ମିଲର୍ସ ଭାଗ ନେଇଛନ୍ତି...

ଟ୍ରେନ୍‌ରୁ ଖସି ପଡ଼ି କଟିଲା ଗୋଡ଼

ଧର୍ମଶାଳା,୫ା୧୦(ଡି.ଏନ୍‌.ଏ.): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଗଡ଼ମଧୁପୁର ଷ୍ଟେଶନ ନିକଟରେ ଶୁକ୍ରବାର ଟ୍ରେନ୍‌ରୁ ଖସିପଡି ଜଣେ ବ୍ୟକ୍ତିଙ୍କ ୨ ଗୋଡ କଟିଯାଇଛି। ସେ ହେଉଛନ୍ତି ଧର୍ମଶାଳା ବ୍ଲକ...

ଚିନ୍ତା ବଢ଼ାଇଲାଣି ଯାଜପୁର: ପୁଣି ଜଣେ ପଜିଟିଭ୍‌ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୯କୁ ବୃଦ୍ଧି

ଭୁବନେଶ୍ୱର,୬।୫(ବ୍ୟୁରୋ): ଯାଜପୁର ଜିଲାରେ ପୁଣି ଜଣେ କରୋନା ପଜିଟିଭ୍‌ ବୁଧବାର ଅପରାହ୍ନରେ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି। ସେହିଭଳି...

୨ଟି ମତରେ ଶ୍ୟାମ୍‌ ଷ୍ଟିଲ୍‌ ସାମଗ୍ରୀ: ଆପତ୍ତି ଉଠାଇଥିଲା ପ୍ରକଳ୍ପର ଅଥରିଟି ଇଞ୍ଜିନିୟର୍ସ

ଯାଜପୁର ଅଫିସ,୮।୬: ଯାଜପୁର, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲାରେ ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ (ଓଏମ୍‌ବିଏଡିସି) ପାଣ୍ଠିରେ କାର୍ଯ୍ୟକାରୀ ହେଉଥିବା ମେଗା ପାଇପ୍‌ ଜଳ...

ଜିନ୍ଦଲଙ୍କ ୮୯ତମ ଜୟନ୍ତୀ ପାଳିତ

କଳିଙ୍ଗନଗର,୭ା୮(ଡି.ଏନ୍‌.ଏ.): ଜିନ୍ଦଲ ଗ୍ରୁପ୍‌ର ପ୍ରତିଷ୍ଠାତା ଓ.ପି.ଜିନ୍ଦଲଙ୍କ ୮୯ତମ ଜନ୍ମ ଜୟନ୍ତୀ ଜିନ୍ଦଲ ଷ୍ଟେନଲେସ ଲିମିଟେଡ କଳିଙ୍ଗନଗରଠାରେ ବୁଧବାର ପାଳିତ ହୋଇଯାଇଛି। ଏହି ଅବସରରେ ଜିନ୍ଦଲ କମ୍ପାନୀର...

କରୋନା ଭାଇରସ୍‌ ସମ୍ପର୍କରେ ଛାତ୍ରୀଛାତ୍ରଙ୍କୁ ସଚେତନ ରହିବାକୁ ପରାମର୍ଶ

ସିଂହପୁର,୧୪।୩(ଡି.ଏନ୍‌.ଏ.): ଯାଜପୁର ଜିଲା ସିଂହପୁର ନିକଟବର୍ତ୍ତୀ ଅଙ୍ଗାଳୋ ଲଛମନ ବାଲାଜୀୟୁ ସ୍ନାତକ ମହାବିଦ୍ୟାଳୟ ପରିସରରେ କରୋନା ସଂକ୍ରମଣର ମୁକାବିଲା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଶନିବାର...

Coronavirus Update

Archives

Model This Week

Why Dharitri