ଚିନ୍ତା ବଢାଇଲା ଚାଇନା ଜେଲରେ କରୋନା ଭାଇରସ

ବେଜିଂ,୨୧।୨: କରୋନା ଭାଇରସ ଏବେ ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟି ଯାଇଥିବା ବେଳେ ଏଥିରେ ଅଧିକ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି ଚାଇନା। ଏବେସୁଦ୍ଧା ଏଠାରେ କରୋନା ଭାଇରସ ସଂକ୍ରମଣରେ ୨୧ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୭୪ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ ହୋଇଛନ୍ତି। ଏହା ଚାଇନା ପାଇଁ ଯେତିକି ଚିନ୍ତାର ବିଷୟ ତା’ଠାରୁ ଅଧିକ ଚିନ୍ତାର ବିଷୟ ପାଲଟିଛି କରୋନା ଭାଇରସର ଜେଲ୍‌ ପ୍ରବେଶ। ମିଳିଥିବା ସୂଚନା ଅନୁଯାୟୀ, ଏବେ କରୋନା ଭାଇରସରେ ଜେଲରେ ପ୍ରାୟ ୬୦୦ଜଣ ସଂକ୍ରମିତ ହୋଇ ସାରିଲେଣି। ଏହା ଜଣାପଡିବା ପରେ ଜେଲର କେତେଜଣ ଅଧିକାରୀଙ୍କୁ ବହିଷ୍କାର କରାଯାଇଥିବା କୁହାଯାଉଛି। ତେବେ ହୁବଇର ରାଜଧାନୀ ଉହାନରେ ଥିବା ମହିଳା ଜେଲରେ ଅଧିକ ସଂଖ୍ୟାରେ କରୋନା ଭାଇରସ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ବୋଲି କୁହାଯାଉଛି। ‘ହୁବଇ ଡେଲି’ର ସୂଚନା ଅନୁଯାୟୀ, ଜେଲ ଓ୍ବାଡର୍ନ ଜେଲରେ କରୋନା ଭାଇରସ ସଂକ୍ରମଣକୁ ରୋକିବାରେ ବିଫଳ ହୋଇଥିବାରୁ ତାଙ୍କୁ ବହିଷ୍କାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ୁଛି ଅଟ୍ଟାଳିକା ଭାର, ଦବୁଛି ମାନ୍‌ହାଟ୍ଟନ୍‌

ନ୍ୟୁୟର୍କ, ୧୯।୫: ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ନଭଶ୍ଚୁମ୍ବି ଅଟ୍ଟାଳିକା ପାଇଁ ନ୍ୟୁୟର୍କ ଖୁବ୍‌ ଖ୍ୟାତ। କିନ୍ତୁ ଯେଉଁ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଦେଶ ବିଦେଶରୁ...

ଅମୀର ଶେଖଙ୍କ ପାଇଁ କାର ଚଳାଇ ଟ୍ରୋଲ ହେଲେ ଇମ୍ରାନ: ଲୋକେ କହିଲେ, ସବୁଠାରୁ ଦାମୀ ଡ୍ରାଇଭର

ଇସ୍‌ଲାମାବାଦ,୨୪।୬: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପୁଣି ଥରେ ସୋସିଆଲ ମିଡିଆରେ ସମାଲୋଚନାର ଶୀକାର ହୋଇଛନ୍ତି। ଇମ୍ରାନ ଖାଁ କତରର ଅମୀର ଶେଖ ତମିମ ବିନ...

ଶାହରୁଖ ଖାନଙ୍କ ପାଇଁ ତରଳିଲା ପାକିସ୍ତାନୀଙ୍କ ହୃଦୟ

ଇସଲାମାବାଦ,୨୬।୧୦:ବଲିଉଡର ପ୍ରସିଦ୍ଧ ଅଭିନେତା ଶାହରୁଖ ଖାନଙ୍କ ପ୍ରଶଂସକମାନେ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଅଛନ୍ତି। ଡ୍ରଗ୍ସ ମାମଲାରେ ତାଙ୍କ ପୁଅ ଆର୍ୟନ ଖାନ ଆଜିକାଲି...

୩ ବର୍ଷ ଜେଲରେ ରହିବା ପରେ ମୁକ୍ତ ହେଲେ ସାଉଦି ଯୁବରାଣୀ

ରିୟାଧ,୯।୧: ୩ ବର୍ଷ ହେଲା ଜେଲ୍‌ରେ ଥିବା ସାଉଦି ଯୁବରାଣୀ ଓ ତାଙ୍କ ଝିଅଙ୍କୁ ସାଉଦି ସରକାର ମୁକ୍ତ କରିଛି। ଏନେଇ ଏକ ମାନବାଧିକାର ସଂଗଠନ...

ଲିସିଚାଂସ୍କ ସହରକୁ କବଜା କଲା ରୁଷିଆ, ୨୦୦୦ ୟୁକ୍ରେନ ସେନାଙ୍କୁ ବି ଘେରିଲା

କ୍ୱିଭ/ମସ୍କୋ, ୨୫ ।୬: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ୪ ମାସ ପୂରଣ ହୋଇଥିଲେ ବି ଏବେବି ରୁଷିଆ ପକ୍ଷରୁ ଲାଗାତାର ଭାବେ ୟୁକ୍ରେନ ଉପରେ ଆକ୍ରମଣ ଜାରି...

ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ୯୬ ମିନିଟ୍‌ ପର୍ଯ୍ୟନ୍ତ ବାଜିବ ଘଣ୍ଟି

ଲଣ୍ଡନ,୧୯ା୯: ବ୍ରିଟେନର ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ସୋମବାର ଓ୍ବେଷ୍ଟମିନ୍‌ଷ୍ଟର ଆବେରେ ପୂର୍ଣ୍ଣ ରାଜ୍ୟ ସମ୍ମାନରେ ଅନ୍ତିମ ସଂସ୍କାର ହେବ। ରାଣୀଙ୍କ ଅନ୍ତିମ ସଂସ୍କାର ଲଣ୍ଡନ ସମୟ...

ଭାରତୀୟ ବଂଶୋଦ୍ଭବଙ୍କୁ ଆଜି ଫାଶୀ ଦେବ ସିଙ୍ଗାପୁର

ସିଙ୍ଗାପୁର,୨୬ା୪ : ନିଶା ଚୋରା କାରବାର ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିବା ଭାରତୀୟ ବଂଶୋଦ୍ଭବ ଟାଙ୍ଗାରାଜୁ ସୁପିଆଙ୍କୁ ସିଙ୍ଗାପୁର ସରକାର ବୁଧବାର ଫାଶୀ ଦେବାକୁ ଯାଉଛି। ମୃତ୍ୟୁଦଣ୍ଡକୁ...

ଅଜଣା ବ୍ୟକ୍ତିଙ୍କ ଗୁଳିରେ ୩୮ ନିହତ

ବାମାକୋ,୧୯।୬: କେନ୍ଦ୍ରୀୟ ମାଲିରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ଅଜଣା ବ୍ୟକ୍ତିଙ୍କ ଗୁଳିରେ ୩୮ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଗଙ୍ଗାଫାନି...

Advertisement
Archives

Model This Week