ଚିନ୍ତା ବଢ଼ାଇଲେ ଆକ୍ରାନ୍ତ

ଢେଙ୍କାନାଳ ଅଫିସ, ୩୦।୬

କରୋନା ଆକ୍ରାନ୍ତ ଜଣେ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଢେଙ୍କାନାଳ ଜିଲା ପ୍ରଶାସନର ଚିନ୍ତା ବଢ଼ିଛି। ସମ୍ପୃକ୍ତ କର୍ମଚାରୀଜଣକ ସ୍ବାବ୍‌ ରିପୋର୍ଟ ଆସିବା ପୂର୍ବରୁ ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ସହରରେ ଥିବା ବିଭିନ୍ନ କ୍ଲିନିକ୍‌ ବୁଲିଥିଲେ। ରବିବାର ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାଙ୍କୁ ଚିକିତ୍ସା ପାଇଁ କଟକ ପଠାଇ ଦିଆଯାଇଛି। ସେହିପରି ସୋମବାର କଣ୍ଟାକ୍ଟ ଟ୍ରେସିଂ ପରେ କୁଞ୍ଜକାନ୍ତସ୍ଥିତ ଏକ ଘରୋଇ ପାଥୋଲାବ୍‌, ମହାବୀର ବଜାର ଓ ଜବାହାର ଚୌକସ୍ଥିତ ଦୁଇଟି ଔଷଧ ଦୋକାନ, ଗୁଡିଆନାଳୀ ନୂଆପୋଖରୀସ୍ଥିତ ଏକ ଘରୋଇ କ୍ଲିନିକ ସମେତ ଜିଲା ଚିକିତ୍ସାଳୟର ୩୬ନଂ. ପ୍ରକୋଷ୍ଠକୁ ସିଲ୍‌ କରାଯାଇଛି। ରୋଗୀ ବୁଲିଥିବା ସମସ୍ତ ସ୍ବାସ୍ଥ୍ୟସେବା ଅନୁଷ୍ଠାନକୁ ସାନିଟାଇଜ୍‌ କରାଯାଇଛି। ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର, ଘରୋଇ କ୍ଲିନିକର ଜଣେ ଡାକ୍ତରଙ୍କୁ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ତାଙ୍କ ପରିବାରର ୫ ସଦସ୍ୟଙ୍କ ସମେତ ଅନ୍ୟ ୨୩ଜଣଙ୍କୁ ପୌରସଂସ୍ଥା କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ପଠାଇ ଦିଆଯାଇଛି। ଏ ସଂକ୍ରାନ୍ତରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କୁହନ୍ତି, ବ୍ୟାଙ୍କ କର୍ମଚାରୀ ଜଣକ ବଡ଼ମ୍ବାରୁ ଆସି ଢେଙ୍କାନାଳ ଭାଗିରଥୀ ବିହାରସ୍ଥିତ ତାଙ୍କ ଭଉଣୀ ଘରେ ରହୁଥିଲେ। ଅସୁସ୍ଥ ଥିବାରୁ ସେ ବିଭିନ୍ନ ସ୍ଥାନକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଯାଇଥିଲେ। ରିପୋର୍ଟ ପଜିଟିଭ୍‌ ଆସିବା ପରେ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।
ଅନ୍ୟପଟେ ସହରରେ ହେଉଥିବା ଭିଡ଼ ନିୟନ୍ତ୍ରଣ, ପାଟ୍ରୋଲିଂ କଡ଼ାକଡ଼ି କରିବା, ସାମାଜିକ ଦୂରତ୍ୱ ସହ କୋଭିଡ୍‌ ନିୟମ କଡ଼ାକଡ଼ି ପାଳନ କରିବାକୁ ଜିଲା ଓକିଲ ସଂଘ ପକ୍ଷରୁ ଦାବି କରାଯାଇଛି। ଏ ନେଇ ସଂଘର ଅନ୍ତରୀଣ କମିଟି ଅଧ୍ୟକ୍ଷ ଓମ୍‌ ପ୍ରକାଶ ଶରଣଙ୍କ ନେତୃତ୍ୱରେ ଏକ ଦଳ ଜିଲାପାଳଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି।
୩ ପ୍ରବାସୀ ପଜିଟିଭ୍‌
ଢେଙ୍କାନାଳ ଜିଲାରୁ ସୋମବାର ଆଉ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତନ୍ମଧ୍ୟରେ କଙ୍କଡ଼ାହାଡ଼ ବ୍ଲକର କୋଇରାପାଳ ସଙ୍ଗରୋଧ କେନ୍ଦ୍ରରୁ ୨ ଏବଂ ଓଡ଼ାପଡ଼ା ବ୍ଲକ ଅଙ୍କରାନ୍ତିପୁର ସଙ୍ଗରୋଧ କେନ୍ଦ୍ରରୁ ଜଣେ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣ ଦିଲ୍ଲୀରୁ ଓ ଜଣେ ମହାରାଷ୍ଟ୍ରରୁ ଆସି ସଙ୍ଗରୋଧରେ ଥିଲେ। ଗତ ୨୬ ତାରିଖରେ ସେମାନଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଇଥିବାବେଳେ ୨୮ ତାରିଖରେ ରିପୋର୍ଟ ପଜିଟିଭ୍‌ ଆସିଛି। ଉକ୍ତ ଦୁଇ ସଙ୍ଗରୋଧ କେନ୍ଦ୍ରକୁ ବିଶୋଧନ କରାଯାଇଛି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୫ରେ ପହଞ୍ଚତ୍ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ମଦ ଦୋକାନକୁ ନେଇ ବଢୁଛି ଅସନ୍ତୋଷ, ଅନ୍ୟତ୍ର ସ୍ଥାନାନ୍ତର ଦାବି

କେନ୍ଦୁଝର,୧୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ ଛକରେ ଏକ ଠିପିବନ୍ଦ ମଦ ଦୋକାନ ପୁଣିଥରେ ଖୋଲିବାକୁ ନେଇ…

କନ୍ଧମାଳ ସମସ୍ୟା ନେଇ ‘ବିଚାର ମନ୍ଥନ’, ସରକାରଙ୍କ ନିକଟରେ ଦାବି ରଖିବାକୁ ନିଷ୍ପତ୍ତି

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ହନୁମାନ ମନ୍ଦିର ପ୍ରାଙ୍ଗଣସ୍ଥିତ ସଭାଗୃହରେ ସୋମବାର ‘ବିଚାର ମନ୍ଥନ’ ନାମରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲାର…

୧୭ରେ ମୋଦିଙ୍କ ଜନ୍ମଦିନ, ଆଶୀର୍ବାଦର ଦୀପ ଜାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର,୧୪।୯: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ‘ଆଶୀର୍ବାଦର ଦୀପ’ ଜାଳିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ନେରେଡି ବ୍ୟାରେଜ ବିବାଦ: ‘ବଂଶଧାରା ବଞ୍ଚାଅ, ଓଡ଼ିଶା ବଞ୍ଚାଅ’ ଦାବିରେ ନୀରବ ସତ୍ୟାଗ୍ରହ

ଗୁଣପୁର,୧୪ା୯(ସୁଜାତା ପାଢ଼ୀ): ବଂଶଧାରା ନଦୀ ତଳମୁଣ୍ଡରେ ପ୍ରସ୍ତାବିତ ନେରେଡି ବ୍ୟାରେଜ ପାଇଁ ଓଡ଼ିଶାର ୧୦୬ ଏକର ସରକାରୀ ଜମି ଆନ୍ଧ୍ରପ୍ରଦେଶକୁ ହସ୍ତାନ୍ତର ପ୍ରସଙ୍ଗକୁ ବିରୋଧ କରି ଦଣ୍ଡକାରଣ୍ୟ…

ମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ବଜାରକୁ ଆସିବ ଓମ୍‌ଫେଡ ଆଇସକ୍ରିମ୍ ଓ ପାଣି

ଭୁବନେଶ୍ବର,୧୪ା୯: ଓଡ଼ିଶାର ଲୋକପ୍ରିୟ ଦୁଗ୍ଧ କମ୍ପାନୀ ଓମ୍‌ଫେଡ୍‌ ଏଣିକି ଆଇସକ୍ରିମ୍ ଓ ପାଣି ମଧ୍ୟ ବଜାରକୁ ଆଣିବାକୁ ଯୋଜନା କରୁଛି । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?