ଚିନ୍ତାରେ ଡାକ୍ତର: ସୁସ୍ଥ ହେବା ପରେ ବି ପୁଣିଥରେ କରୋନାରେ ଆକ୍ରାନ୍ତ ହେଉଛନ୍ତି ଲୋକେ !

ରୋମ,୧୯।୩: ଚାଇନା ପରେ ଏବେ ଇଟାଲିରେ କରୋନା ସଂକ୍ରମଣରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଏବେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ରହିଛି ୩୫୭୧୩। ସେହିପରି ଇଟାଲିରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ହଜାର ପାର କରିଗଲାଣି। ଏହାକୁ ଦେଖି ଏବେ ଇଟାଲି ସରକାର ଚିନ୍ତାରେ ପଡିଯାଇଛନ୍ତି। କେବଳ ଏତିକି ନୁହେଁ ଏବେ ଇଟାଲିରେ ଦେଖାଯାଇଥିବା ଆଉ ଏକ ସମସ୍ୟା ସାରା ବିଶ୍ୱ ପାଇଁ ଚିନ୍ତା ବଢାଇବ ବୋଲି କୁହାଯାଉଛି। ଇଟାଲିରେ ଯେଉଁମାନେ କରୋନା ସଂକ୍ରମଣ ପରେ ସୁସ୍ଥ ହୋଇଯାଇଥିଲେ ସେମାନେ ପୁଣିଥରେ ସଂକ୍ରମିତ ହେଉଥିବା ଦେଖାଦେଇଛି। ଯାହା ସେଠାକାର ଡାକ୍ତରଙ୍କୁ ଚିନ୍ତାରେ ପକାଇ ଦେଇଛି। ଯଦି ଏପରି ରୋଗୀଙ୍କ ସଂଖ୍ୟା ବଢିଲା ତେବେ ଏହା ବିଶ୍ୱପାଇଁ ଆଉ ଏକ ଚିନ୍ତାର କାରଣ ହେବ ବୋଲି ଆଲୋଚନା ହେଉଛି। ଦି ସନ୍‌ର ରିପୋର୍ଟ ଅନୁଯାୟୀ, ଇଟାଲିର ଟ୍ୟୁରିନ ସହରରେ ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତି କରୋନାରେ ପୀଡ଼ିତ ହୋଇ ସୁସ୍ଥ ହେବା ପରେ ପୁଣିଥରେ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଛି। ବ୍ୟକ୍ତି ଜଣକ ଆଇସୋଲେଶନରେ ରହିବା ସହ ଚିକିତ୍ସିତ ହେଉଥିଲେ। ଏହାପରେ ତାଙ୍କର ରିପୋର୍ଟ ନେଗେଟିଭ୍‌ ଆସିଲା ଅର୍ଥାତ୍‌ ସେ ଠିକ୍‌ ହୋଇଯାଇଥିଲେ। ହେଲେ ହସ୍ପିଟାଲରୁ ଡିସ୍‌ଚାର୍ଜ ହେବାର ଗୋଟିଏ ଦିନ ପୂର୍ବରୁ ପୁଣି ତାଙ୍କ ରିପୋର୍ଟ ପଜିଟିଭ ଆସିବାରୁ ଡାକ୍ତର ଏବେ ଚିନ୍ତାରେ ପଡିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇଡେନ୍‌ଙ୍କ ନିର୍ବାଚନୀ ପ୍ରତିଶ୍ରୁତି: କ୍ଷମତାକୁ ଆସିଲେ କୋଟିଏରୁ ଅଧିକ ପ୍ରବାସୀଙ୍କୁ ମିଳିବ ନାଗରିକତ୍ୱ

ଓ୍ବାଶିଂଟନ, ୧୫।୧୦: ନଭେମ୍ବର ୩ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଭୋଟରଙ୍କ ହାତେଇବା ପାଇଁ ଡେମୋକ୍ରାର୍ଟିକ୍‌ ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଜୋ...

ବିଲ୍‌ ଗେଟ୍ସଙ୍କ ଭାରତୀୟ ଏଜେଣ୍ଡାର ପର୍ଦ୍ଦାଫାଶ

ଓ୍ବାଶିଂଟନ,୨୧ା୪: ଆମେରିକାର ବିଶିଷ୍ଟ ବ୍ୟବସାୟୀ ଓ୍ବିଲିୟମ୍‌ ବିଲ୍‌ ଗେଟ୍ସଙ୍କ ଭାରତୀୟ ଏଜେଣ୍ଡାର ପର୍ଦ୍ଦାଫାଶ ହୋଇଛି। ଭାରତରେ ଭାକ୍‌ସିନ ବେପାର କରିବା ପାଇଁ ଗେଟ୍ସଙ୍କୁ କିପରି ନିଶା...

ଏଲ୍‌ଏସିରେ ଚାଇନା ୬୦ ହଜାରରୁ ଅଧିକ ସୈନ୍ୟ ମୁତୟନ କରିଛି: ପୋମ୍ପିଓ

ଓ୍ବାଶିଂଟନ, ୧୦।୧୦: ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଆମେରିକା ପକ୍ଷରୁ ଚାଇନା ଟାର୍ଗେଟ୍‌ କରାଯାଇଛି। ଆମେରିକା ସେକ୍ରେଟାରୀ ଅଫ୍‌ ଷ୍ଟେଟ୍‌...

ଏମିତି ଦେଶ ଯେଉଁଠି ଏପରି କଲେ ହୁଏ ମୃତ୍ୟୁ…

ପଶ୍ଚିମ ଆଫ୍ରିକାର ରହିଛି ଏକ ଛୋଟ ଦେଶ ବେନିନ୍‌। ଏଠାରୁ ହଁି କଳାଯାଦୁର ଆରମ୍ଭ ହୋଇଥିଲା ବୋଲି ଲୋକେ କୁହନ୍ତି । ଏଠାରେ ବାସ କରନ୍ତି...

ୟୁରୋ କପ୍‌ ବଢାଇଦେଲା

ବ୍ରିଟେନ,୧୭।୭: ଜାନୁଆୟୀ ପରଠାରୁ ବ୍ରିଟେନରେ କରୋନା ସଂକ୍ରମଣ ହାର କମିବାରେ ଲାଗିଥିଲା। କିନ୍ତୁ ଏବେ ଉପରମୁହାଁ ହୋଇଛି କରୋନା ସଂକ୍ରମଣ ହାର। ଶନିବାର ଦେଶରେ ୫୦...

ଗ୍ଲୋବାଲ ଓ୍ବାର୍ମିଂର ପ୍ରଭାବ: ଅଣ୍ଟାର୍କଟିକାରେ ଧ୍ୱଂସ ହେବାରେ ଲାଗିଛି ପେଙ୍ଗୁଇନ୍‌ ଆଶ୍ରୟ ସ୍ଥଳ

ଓ୍ବାଶିଂଟନ,୨୭।୪: ଗ୍ଲୋବାଲ ଓ୍ବାର୍ମିଂର ପ୍ରଭାବରେ ଜଳଜୀବ ପ୍ରଜାତି ସମେତ ପେଙ୍ଗୁଇନ୍‌ ବଂଶ ଏବେ ବିଳୁପ୍ତି ଦ୍ୱାରା ଦେଶରେ ପହଞ୍ଚିଛି। ଇତିମଧ୍ୟରେ କେତେକ ପ୍ରଜାତିର ଜଳଜୀବ ଏବଂ...

ସୈନ୍ୟ ବାହିନୀ ଗାଡ଼ି ଉପରକୁ ଗୁଳିମାଡ଼: ୨ ମୃତ

କାବୁଲ,୨।୧୨: ଆଫଗାନୀସ୍ତାନ କାବୁଲରେ ଏକ ସୈନ୍ୟ ବାହିନୀ ଗାଡ଼ି ଉପରକୁ ଜଣେ ଅଜଣା ବନ୍ଧୁକଧାରୀ ଆଖିବୁଜା ଗୁଳି ମାଡ଼ କରିଛନ୍ତି। ଏଥିରେ ୨ ଜଣଙ୍କ ମୃତ୍ୟୁ...

ଚାଇନାକୁ ଦାୟିତ୍ୱ ଦେଲା ଡବ୍ଲ୍ୟୁଏଚ୍‌ଓ

ଜେନେଭା, ୪।୧୧:କରୋନା ମହାମାରୀ ସାରା ବିଶ୍ୱକୁ କାୟା ମେଲାଇ ଏବେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ କରିଥିବାବେଳେ ଏହି ଭୂତାଣୁର ଉତ୍ସ ସନ୍ଧାନ କରିବାରେ ବିଶ୍ୱ...

Advertisement


Archives

Model This Week