Posted inରାଜ୍ୟ

ଚିନିକଳ ଖୋଲିବା ପାଇଁ ତେଜିଲା ଆନ୍ଦୋଳନ: ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ; ୨୪ରେ ନୟାଗଡ଼ ବନ୍ଦ ଡାକରା

ନୟାଗଡ଼ ଅଫିସ,୧୭।୭-ଚିନିକଳ ଖୋଲିବା ଓ ପୁନରୁଦ୍ଧାର ଦାବିରେ ମଙ୍ଗଳବାର ଆନ୍ଦୋଳନ ଜୋରଦାର ହୋଇଛି। ଗାଁ ଗାଁ ବୁଲି ଚାଷୀମାନଙ୍କୁ ସଚେତନ କରାଇବା ପରେ ଚିନିକଳ ପୁନରୁଦ୍ଧାର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କମିଟି ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିନିକଳ ଖୋଲିବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି।
ଦର୍ଶାଯାଇଛି ଯେ, ନୟାଗଡ଼ ସମବାୟ ଚିନିକଳ ଜିଲାର ହଜାର ହଜାର ପାରମ୍ପରିକ ଆଖୁଚାଷୀଙ୍କର ଭାତହାଣ୍ଡି ସଦୃଶ୍ୟ। ଆନୁଷଙ୍ଗିକ ଭିତ୍ତିଭୂମି ଓ ଜନସାଧାରଣଙ୍କ ଆଗ୍ରହ ଯୋଗୁ ନୟାଗଡ଼ ବ୍ଲକ ପାଣିପୋଇଲା ଠାରେ ଚିନିକଳ ପ୍ରତିଷ୍ଠା ହୋଇଥିଲା। ଘରୋଇ ପରିଚାଳନା କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଏହା ହସ୍ତାନ୍ତର ହେବା ପରେ ପରିଚାଳନା କର୍ତ୍ତୃପକ୍ଷ ୨୦୧୪ ମସିହାରେ ଆଖୁଚାଷୀ ଓ କର୍ମଚାରୀଙ୍କ କୋଟି କୋଟି ଟଙ୍କା ବକେୟା ରଖି କାରଖାନାରେ ତାଲା ପକାଇ ଦେଇଛନ୍ତି। କାରଖାନା ଦୀର୍ଘ ୫ ବର୍ଷ ହେଲାଣି ବନ୍ଦ ହେବା ପରେ ଜିଲାରେ ଆଖୁଚାଷ ହ୍ରାସ ପାଇଛି। ଏଥିଯୋଗୁ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ମଧ୍ୟ ଦୋହଲି ଯାଇଛି। ବନ୍ଦ ହୋଇ ପଡ଼ିଥିବା ଯୋଗୁ କାରଖାନା ନଷ୍ଟ ହେବାରେ ଲାଗିଛି। ପରିଚାଳନା କମ୍ପାନୀଠାରୁ ଅନାଦେୟ ଋଣ ଆଦାୟ ନାମରେ ବ୍ୟାଙ୍କ୍‌ ଏହାର ଯନ୍ତ୍ରପାତି ଓ ଅସ୍ଥାବର ସମ୍ପତ୍ତି ନିଲାମ କରିବାର ମସୁଧା ମଧ୍ୟ ଚିନିକଳର ସ୍ଥିତି ସମ୍ପର୍କରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ ଚିନିକଳର ସ୍ଥାୟିତ୍ୱ , ଏହାର ସୁରକ୍ଷା ସୁନିଶ୍ଚିତ କରିବା ସହିତ ଆଗାମୀ ଦିନରେ ଚିନିକଳ କାର୍ଯ୍ୟକ୍ଷମ କରିବା ପାଇଁ ଦାବି କରିଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରାଯିବା ପରେ ଆସନ୍ତା ୨୪ ତାରିଖରେ କମିଟି ପକ୍ଷରୁ ନୟାଗଡ଼ ବନ୍ଦ ଡାକରା ଦିଆଯାଇଛି। ମଙ୍ଗଳବାର କମିଟିର ସଦସ୍ୟ ଓ ଚାଷୀମାନେ ପ୍ରଥମେ ଖଣ୍ଡପଡ଼ା ରୋଡଠାରେ ଏକତ୍ରିତ ହୋଇଥିଲେ। ଏହାପରେ ମଧ୍ୟାହ୍ନ ୧୨ଟାରେ ଶୋଭାଯାତ୍ରାରେ ଯାଇ ଚିନିକଳ ଖୋଲିବା ଦାବି କରି ପ୍ରଶାସନ ବିରୋଧରେ ନାରାବାଜି ଦେଇ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ପହଞ୍ଚତ୍ଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଶାସନ ବିରୋଧରେ ନାରାବାଜି ଦିଆଯିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜିଲାପାଳ ଅନୁପସ୍ଥିତ ଥିବାରୁ ଅପରାହ୍ନ ୨ଟାରେ ଉପଜିଲାପାଳ ଜିତେନ୍ଦ୍ର କୁମାର ସାହୁଙ୍କୁ କମିଟିର ସଦସ୍ୟମାନେ ଦାବିପତ୍ର ପ୍ରଦାନ କରିଥିଲେ। ଆବାହକ ବିଶ୍ୱନାଥ ମହାପାତ୍ରଙ୍କ ନେତୃତ୍ୱରେ ମନୋଜ କୁମାର ସାହୁ, ସନ୍ତୋଷ କୁମାର ପ୍ରଧାନ, ଗୋଲକ ବିହାରୀ ମୁଦୁଲି, ଯୋଗେନ୍ଦ୍ର କୁମାର ଖୁଣ୍ଟିଆ, ରଣଜିତ ଦଳବେହେରା, ମହେଶ୍ୱର ଦାଶଙ୍କ ସମତେ ଶତାଧିକ ସଦସ୍ୟ ଓ ଚାଷୀମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫେୟାରୱେଦର ରାସ୍ତା ଭୁଶୁଡିଲା

ଅତାବିରା, ୨୭।୨ (ଡି.ଏନ.ଏ) ବରଗଡ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଝାଉଁଯୋର ନଦୀରେ ନିର୍ମାଣ କରାଯାଇଥିବା ଫେୟାରୱେଦର ରାସ୍ତା ଅଦିନିଆ ବର୍ଷା ଯୋଗୁ ଉପରମୁଣ୍ଡରୁ ପାଣି...

ଛେଣ୍ଡିପଦାରେ ସଶସ୍ତ୍ର ଡକାୟତି: ଆଜବେଷ୍ଟ ଭାଙ୍ଗି ଘରେ ପଶି ଲକ୍ଷାଧିକ ଟଙ୍କା, ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ

ଛେଣ୍ଡିପଦା,୧।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ପୁରୁଣାଗଡ଼ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି। ୬ଜଣ ଦୁର୍ବୃତ୍ତ ଗ୍ରାମର ଶିବ ମନ୍ଦିର ସମ୍ମୁଖରେ...

୨୬ ପ୍ରକଳ୍ପର ଗ୍ରାଉଣ୍ଡ ବ୍ରେକିଂ, ଶୁଭାରମ୍ଭ: ୫୫୬୭.୫ କୋଟିର ପୁଞ୍ଜିନିବେଶ, ୯୧୬୮ ନିଯୁକ୍ତ

ଭୁବନେଶ୍ୱର, ୮।୩(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ୯ମ ପର୍ଯ୍ୟାୟ ଗ୍ରାଉଣ୍ଡ ବ୍ରେକିଂ କାର୍ଯ୍ୟକ୍ରମ ଜରିଆରେ ୨୬ଟି ପ୍ରକଳ୍ପ ଉଦ୍‌ଘାଟନ କରିଛନ୍ତି। ଏହା କାର୍ଯ୍ୟକାରୀ ହୋଇପାରିଲେ...

ନ୍ୟୁୟର୍କ ଫ୍ୟାଶନ ଓ୍ବିକ୍‌ରେ ଆଇଏନ୍‌ଆଇଏଫ୍‌ଡିର କମାଲ୍‌

ଭୁବନେଶ୍ୱର,୨୫।।୬(ବ୍ୟୁରୋ): ପ୍ରତିଷ୍ଠା ହେବାର ମାତ୍ର ଏକବର୍ଷ ମଧ୍ୟରେ ଲାକ୍‌ମୀ ଇଣ୍ଡିଆ ଫ୍ୟାଶନ ଓ୍ବିକ୍‌ ଏବଂ ନ୍ୟୁୟର୍କ ଫ୍ୟାଶନ ଓ୍ବିକ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ଫ୍ୟାଶନ ଇଭେଣ୍ଟରେ ଅଂଶଗ୍ରହଣ...

ସରକାରୀ ତଥ୍ୟକୁ ଭରସା କର

କଟକ ଅଫିସ୍‌,୧୧ା୪: କରୋନା ଭୂତାଣୁ ସଂକ୍ରମଣକୁ ନେଇ ଏବେ ସାରା ବିଶ୍ୱରେ ଭୟ ଦେଖାଦେଇଛି। ଏହି ଭୟ ଦେଖାଇ ଅନ୍‌ଲାଇନ୍‌ରେ ଠକେଇ ମଧ୍ୟ ଚାଲିଛି ।...

ଖେଲୋ ଇଣ୍ଡିଆ : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୪ ଖେଳାଳି ଭାଗନେବେ

ବ୍ରହ୍ମପୁର ଅଫିସ,୨୫ା୨- ଭୁବନେଶ୍ୱର କିଟ୍‌ ବିଶ୍ୱବିଦ୍ୟାଳୟରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା-୨୦୨୦ର ଶୁଭାରମ୍ଭ ହୋଇଛି। ମାର୍ଚ୍ଚ ୧ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଭାରୋତ୍ତଳନ ପ୍ରତିଯୋଗୀତାରେ ଭାଗନେବାକୁ...

ହେଲ୍ପ ଡେସ୍କରେ କାର୍ଯ୍ୟରତ ୨ କର୍ମଚାରୀ କରୋନା ପଜିଟିଭ୍‌: କୋରାପୁଟ ଜିଲା ଚିକିତ୍ସାଳୟ ୪୮ ଘଣ୍ଟା ବନ୍ଦ

ଜୟପୁର,୨୦ା୭(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁରସ୍ଥିତ ଜିଲା ଚିକିତ୍ସାଳୟର ୨ଜଣ ହେଲ୍ପ ଡେସ୍କରେ କାର୍ଯ୍ୟରତ ଅସ୍ଥାୟୀ ମହିଳା କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏ ନେଇ...

ନିର୍ମଳ ମିଶ୍ର ଷ୍ଟାଫ୍‌ ସିଲେକ୍ସନ କମିଶନ ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର,୨୪।୯(ବ୍ୟୁରୋ): ରାଜ୍ୟ ସରକାର ଆଇଏଏସ୍‌  ଅଫିସର ନିର୍ମଳ ଚନ୍ଦ୍ର ମିଶ୍ରଙ୍କୁ ଷ୍ଟାଫ୍‌ ସିଲେକ୍ସନ କମିଶନଙ୍କ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି। ସୋମବାର ଏ ନେଇ ବିଜ୍ଞପ୍ତି...

Play 250+ Trending Games
Archives

Model This Week

Why Dharitri