ଚିତ୍ର, ସ୍ଥାପତ୍ୟ କରୁଛି ସଚେତନ

ଭୁବନେଶ୍ୱର, ୧୫ା୪(ବ୍ୟୁରୋ): ଘରୁ ବାହାରକୁ ବାହାରିଲେ ବିପଦ। ‘ଘରେ ରୁହ… ସୁରକ୍ଷିତ ରୁହ’ର ବାର୍ତ୍ତା ଦେଇ ସଚେତନ କରୁଛି ଚିତ୍ର ଓ ସ୍ଥାପତ୍ୟ। ରାଜ୍ୟର ସର୍ବାଧିକ କରୋନା ଆକ୍ରାନ୍ତ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବାରୁ ସହରବାସୀଙ୍କୁ ଏନେଇ ସଚେତନ କରିବାକୁ ଏଭଳି ଅଭିନବ ଉପାୟ ଆପଣାଇଛନ୍ତି କେତେଜଣ ଯୁବ ଚିତ୍ରଶିଳ୍ପୀ। ଷ୍ଟ୍ରିଟ୍‌ ପେଣ୍ଟିଂ ଓ ଥ୍ରୀଡି ପେଣ୍ଟିଂ ମାଧ୍ୟମରେ ରାଜଧାନୀର ରାଜରାସ୍ତାକୁ ଚିତ୍ରିତ କରି ଲୋକଙ୍କୁ ଘରେ ରହିବାକୁ ଅନୁରୋଧ କରୁଛନ୍ତି। ଓଡ଼ିଶା ପ୍ରୋଗେସିଭ୍‌ ଆର୍ଟିଷ୍ଟ ଆସୋସିଏଶନ ପକ୍ଷରୁ ମଙ୍ଗଳବାରଠାରୁ ଏଭଳି ନିଆରା ପ୍ରୟାସ ଆରମ୍ଭ ହୋଇଛି। ସାରା ବିଶ୍ୱ ଏବେ କରୋନା ମୁକାବିଲା କରିବାକୁ ଏକାଠି ହୋଇଥିବାବେଳେ ଏଥିରେ ହାତ ମିଳାଇଛନ୍ତି ଶିଳ୍ପୀ ଓ କଳାକାର। କ୍ଷୁଦ୍ର ଚଳଚ୍ଚିତ୍ର, ଗୀତ, ଅଭିନୟ ଓ ଚିତ୍ରକଳା ଭଳି କଳାର ବିଭିନ୍ନ ମାଧ୍ୟମରେ ଏମାନେ ଲୋକଙ୍କ ନିକଟରେ ପହଞ୍ଚୁଛନ୍ତି। ସେହିଭଳି ଭିନ୍ନସ୍ବାଦର ସ୍ଥାପତ୍ୟକଳା ଓ ଚିତ୍ରକଳା କରୁଥିବା ଚିତ୍ରଶିଳ୍ପୀମାନେ ଏବେ କରୋନା ସଚେତନତା ପାଇଁ ଆଗେଇ ଆସିଛନ୍ତି। ଶିଳ୍ପୀ ପ୍ରିୟରଞ୍ଜନ ‘କରୋନା’ ଥିମ୍‌କୁ ନେଇ ସ୍ବତନ୍ତ୍ର ସ୍ଥାପତ୍ୟକଳା ପ୍ରସ୍ତୁତ କରିଛନ୍ତି। ପ୍ଲାଷ୍ଟର ଅଫ୍‌ ପ୍ୟାରିସ୍‌କୁ ବ୍ୟବହାର କରି ତିଆରି ହୋଇଥିବା ସ୍ଥାପତ୍ୟକଳାରେ ୱେଦରକୋଟ୍‌ ଏସିଆନ୍‌ ଆପେକ୍ସ ରଙ୍ଗ କରୋନା ଭାଇରସ୍‌ର ଭ୍ରମ ସୃଷ୍ଟି କରୁଛି। ବାହାରେ ବିନା କାରଣରେ ବୁଲୁଥିବା ଅମାନିଆଙ୍କୁ ସଚେତନ କରିବା ପାଇଁ ସେ ଏଭଳି ପଦକ୍ଷେପ ନେଇଛନ୍ତି। ଏହାର ଉଚ୍ଚତା ୭ଫୁଟ୍‌ ଏବଂ ଓସାର ରହିଛି ୫ଫୁଟ୍‌। କ୍ୟାପିଟାଲ ଥାନା ସମ୍ମୁଖରେ ଏହି କରୋନା ସ୍ଥାପତ୍ୟକୁ ରଖାଯାଇଛି। ଏହାସହ ରାସ୍ତା ଉପରେ ସଚେତନତା ବାର୍ତ୍ତା ସହ କରୋନା ଚିତ୍ର ରହିଥିବାବେଳେ ଶିଳ୍ପୀ ପ୍ରିୟରଞ୍ଜନଙ୍କୁ ଶ୍ରୀକୃଷ୍ଣ ବେହେରା, ସୁଦୀପ୍‌ ବାରିକ୍‌, ବିଭୂତି ମହାରଣା ପ୍ରମୁଖ ସହଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri