ଚିକେନ ଡାଇବେଟିସ୍‌

ମାନେକା ଗାନ୍ଧୀ

ଚିକେନ ଖାଇବା ଯୋଗୁ ଉପୁଜୁଥିବା ଶହେ ସମସ୍ୟା ସମ୍ପର୍କରେ ମୁଁ ଅବଶ୍ୟ ଆଗରୁ ଏହି ସ୍ତମ୍ଭରେ ଦର୍ଶାଇଛି। କିନ୍ତୁ ସମ୍ପ୍ରତି ଏପରି କିଛି ସମସ୍ୟା ଦେଖିବାକୁ ମିଳୁଛି ଯାହାକୁ ନେଇ ବାସ୍ତବରେ କୁକୁଡା ଶିଳ୍ପବାଲାଙ୍କର ମୁଣ୍ଡବ୍ୟଥା ଆରମ୍ଭ ହୋଇଛି। ସେମାନେ ଏହି ସମସ୍ୟାକୁ ‘ଉଡେନ୍‌ ବ୍ରେଷ୍ଟ୍‌ ସିଣ୍ଡ୍ରୋମ୍‌’ ବା ‘ଚୁଇ ଚିକେନ’ ଭାବେ ନାମିତ କରିଛନ୍ତି। ଏଥିରେ ଅଧିକ ସଂଖ୍ୟାରେ ବ୍ରେଷ୍ଟ ଫିଲେଟ କଠିନ ତନ୍ତୁ ଦ୍ୱାରା ଯୁକ୍ତ ହେବାର ଦେଖାଯାଏ। ଏହି ଆକ୍ରାନ୍ତ ମାଂସ ଟାଣ, ଅଠାଳିଆ, ରବର ଭଳି ହୋଇଥିବା, ବେଶି ଚୋବେଇବାକୁ ପଡ଼ୁଥିବା ଏବଂ ପାଟିକୁ ଭଲ ଲାଗୁ ନ ଥିବା ଏକ ଅନୁଧ୍ୟାନ ସମୟରେ ଖାଉଟିମାନେ ମତ ପ୍ରକାଶ କରିଥିବା ଜଣାପଡିଛି।
ଆପଣ ଚିକେନ୍‌ ଖାଇବାବେଳେ ଏହାର ମାଂସ କଠିନ ଓ ଚର୍ବଣୀୟ ଥିଲା କି? ରୋଷେୟା ଏହାକୁ ଭଲ କରି ରାନ୍ଧି ନ ଥିଲା ବୋଲି ଆପଣ ଅଭିଯୋଗ କରିଥିଲେ କି? ହେଲେ ଏ କ୍ଷେତ୍ରରେ ରୋଷେୟା କିଛି ବି କରିପାରିବେ ନାହିଁ। ବାସ୍ତବରେ ଯେଉଁ ପରିବେଶରେ କୁକୁଡା ବଢିଛି ପ୍ରକୃତ ସମସ୍ୟା ରହିଛି ସେଇଠି। ଯେଉଁ ଟେକ୍‌ନିକ୍‌ରେ କୁକୁଡା ଚାଷ କରାଯାଉଛି, ସେମାନଙ୍କୁ ଖାଇବାକୁ ଦିଆଯାଉଛି ଏବଂ ବ୍ୟବସାୟିକ ଦୃଷ୍ଟିରୁ ଯେଉଁ ହାରରେ କୁକୁଡା ଉପତ୍ାଦନ କରାଯାଉଛି ତାହା ମାଂସକୁ ପ୍ରଭାବିତ କରିଛି। କଠିନ ଓ ଚୁଇ ଚିକେନର କାରଣ ସମ୍ପର୍କରେ ଡେଲାଓ୍ବାରେ ବିଶ୍ୱବିଦ୍ୟାଳୟ ଅଧୀନ କଲେଜ ଅଫ୍‌ ଏଗ୍ରିକଲ୍‌ଚର ଆଣ୍ଡ୍‌ ନ୍ୟାଚୁରାଲ ରିସୋର୍ସେସ୍‌ର ଗବେଷକମାନେ ସାଇଣ୍ଟିଫିକ ରିପୋର୍ଟସ୍‌ ଜର୍ନାଲରେ ପ୍ରକାଶ କରିଛନ୍ତି। ସେମାନେ ଜାଣିବାକୁ ପାଇଛନ୍ତି ଯେ, ଚର୍ବିର ବିପାକରେ ଲିପୋପ୍ରୋଟିନ୍‌ ଲିପେଜ୍‌ ନାମକ ଏକ ଏଞ୍ଜାଇମ୍‌ ବା ତ୍ୱରକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ବ୍ରଏଲର କୁକୁଡାଙ୍କ କ୍ଷେତ୍ରରେ ଏ ପ୍ରକାର ଏଞ୍ଜାଇମ୍‌ର ହ୍ରାସବୃଦ୍ଧି ବା ଅସ୍ଥିରତା ଉଡେନ୍‌ ବ୍ରେଷ୍ଟ ସିଣ୍ଡ୍ରୋମ୍‌ର କାରଣ ପାଲଟିଥାଏ। କୁକୁଡା ଉଦ୍ୟୋଗରେ ଏହି ସମସ୍ୟା ଏବେ ଲକ୍ଷ ଲକ୍ଷ କୁକୁଡାଙ୍କଠାରେ ଲକ୍ଷ୍ୟ କରାଯାଉଛି। ଏହି ଶିଳ୍ପ କୁକୁଡାଙ୍କୁ ଦେଉଥିତ୍ବା ଯନ୍ତ୍ରଣା ସମ୍ବନ୍ଧରେ ଆଦୌ ଚିନ୍ତିତ ନୁହେଁ, ସେମାନେ କେବଳ ଏଇଥିପାଇଁ ଚିନ୍ତିତ ଯେ ଉକ୍ତ ସମସ୍ୟା ଯୋଗୁ କୁକୁଡ଼ାଗୁଡ଼ିକ ବଜାରରେ ବିକ୍ରି ପାଇଁ ଅନୁପଯୁକ୍ତ ହୋଇପଡ଼ୁଛି। ମାଂସ ପାଇଁ ବ୍ରଏଲର କୁକୁଡାଙ୍କର ବଳପୂର୍ବକ ବଂଶ ବୃଦ୍ଧି କରାଯାଉଥିବା ଯୋଗୁ ସେମାନଙ୍କ ଜିନ୍‌ରେ ଅନିୟମିତତା ପ୍ରକାଶ ପାଉଛି। ଏହି ରୋଗ ଯୋଗୁ କୁକୁଡାଙ୍କ ମାଂସପେଶୀର ତନ୍ତୁରେ ଚର୍ବି ଜମାଟ ବାନ୍ଧୁୁଛି। ମାଂସକୁ ଧରିଲେ ତାହା ଅଧିକ ଟାଣ ଲାଗୁଛି ଏବଂ ବହୁ ସମୟରେ ଏହା ଇଷତ୍‌ ହଳଦିଆ ପଡିଯିବା ସହ ତା’ର ଗୁଣବତ୍ତା ଖରାପ ରହୁଛି। ଦୁଇଟି ଉପାୟରେ ଏହି ସମସ୍ୟାର ସମାଧାନ ହୋଇପାରିବ। ପ୍ରଥମଟି ହେଉଛି, ଏହି ଅବସ୍ଥା ଆରମ୍ଭରୁ କୁକୁଡ଼ାଙ୍କୁ ମାରିଦେଲେ କମ୍‌ ସମୟରେ ସମସ୍ୟାର ସମାଧାନ ହୋଇଯିବ, କିନ୍ତୁ ଏଥିପାଇଁ ବହୁ କ୍ଷତି ସହିବାକୁ ପଡିବ। ଦ୍ୱିତୀୟଟି ହେଉଛି, ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଅଧିକ ଔଷଧ ପ୍ରୟୋଗ କରିବା, ଯେଉଁମାନେ କି ଛୋଟ ପିଞ୍ଜରାରେ ଦୂଷିତ ପରିବେଶରେ ରହି ରୋଗଗ୍ରସ୍ତ ହେବା ଯୋଗୁ ନାନା ପ୍ରକାର ଆଣ୍ଟିବାୟୋଟିକ୍ସ ଓ ଆଣ୍ଟିଫଙ୍ଗାଲ ଆଦି ଔଷଧ ମାଧ୍ୟମରେ ହିଁ ଆଜିଯାଏ ବଞ୍ଚିରହିଛନ୍ତି।
ଜିନ୍ସ ନାମକ ଜର୍ନାଲରେ ପ୍ରକାଶିତ ଏକ ଗବେଷଣାମତ୍କ ନିବନ୍ଧରେ ବୈଜ୍ଞାନିକମାନେ ଦର୍ଶାଇଛନ୍ତି ଯେ, ଉଡେନ୍‌ ବ୍ରେଷ୍ଟ୍‌ ସିଣ୍ଡ୍ରୋମ୍‌ ଏବଂ ମଣିଷଙ୍କ ଡାଇବେଟିକ୍‌ ସମସ୍ୟା ବିଶେଷତଃ ଡାଇବେଟିକ୍‌ କାର୍ଡିଓମାୟୋପ୍ୟାଥି ମଧ୍ୟରେ ସାମଞ୍ଜସ୍ୟ ରହିଛି। ଡାଇବେଟିକ୍‌ କାର୍ଡିଓମାୟୋପ୍ୟାଥି ରୋଗ ହୃଦୟ ମାଂସପେଶୀର ଅଣୁକୁ ପରିବର୍ତ୍ତନ କରିଥାଏ। କୁକୁଡା ଶିଳ୍ପ ସହ ଜଡିତ ବୈଜ୍ଞାନିକମାନେ କୁକୁଡାଗୁଡିକୁ ବିକ୍ରି କରିବା ଯାଏ ଆଣ୍ଟିଡାଇବେଟିକ୍‌ ମେଡିସିନ ଦେଇ ବଞ୍ଚାଇ ରଖିବା ଲାଗି ପରାମର୍ଶ ଦେଉଛନ୍ତି। ଅର୍ଥାତ୍‌, ଫାର୍ମରେ ବ୍ରଏଲର କୁକୁଡ଼ାଙ୍କୁ କୃତ୍ରିମ ଉପାୟରେ ବଢ଼ାଇବା ପାଇଁ ବ୍ୟବହାର କରାଯାଉଥିବା ଅନ୍ୟ କେତେକ ଔଷଧ ବ୍ୟତୀତ ଆମେ ଆଉ ଗୋଟିଏ ଔଷଧ ଅଧିକ ଉପଯୋଗ କରୁଛୁ। ଯଦି ଆପଣଙ୍କର ଡାଇବେଟିସ୍‌ ନ ଥିବ ତେବେ କିଏ ଜାଣେ କୁକୁଡାରେ ଥିବା ଏହି ଓ୍ୟଷଧଗୁଡିକ ଆପଣଙ୍କ ଶରୀରରେ ଯେ ପ୍ରଭାବ ନ ପକାଇବ?
ଲିପୋପ୍ରୋଟିନ୍‌ ଲିପେଜ୍‌ ଏକ ଜଗୁଆଳି ଭାବେ କାର୍ଯ୍ୟ କରେ। ତନ୍ତୁ ମଧ୍ୟକୁ କେତେ ଫ୍ୟାଟ୍‌ ପ୍ରବେଶ କରିବ ତାକୁ ନିୟନ୍ତ୍ରିତ କରିଥାଏ ଏହି ଏଞ୍ଜାଇମ୍‌। ପିଢି ପିଢି ଧରି କୁକୁଡାର ଜିନ୍‌ ଉପରେ ଭୀଷଣ ଚାପ ପଡ଼ିବା ଯୋଗୁ ଯେତେେବେଳେ ଏହି ଏଞ୍ଜାଇମ୍‌ ଆନୁବଂଶିକ ସ୍ତରରେ ବର୍ଷ ବର୍ଷ ଧରି ପ୍ରଭାବିତ ହୁଏ ସେତେବେଳେ କୁକୁଡ଼ାର ବ୍ରେଷ୍ଟ ମସଲ୍‌ସ ଏବଂ ଏଣ୍ଡେଥିଏକାଲ ମସଲ୍‌ସରେ ଅତ୍ୟଧିକ ଫ୍ୟାଟ୍‌ ଜମାଟ ବାନ୍ଧିଥାଏ। ଏହାଦ୍ୱାରା ପ୍ରାରମ୍ଭିକ ପର୍ଯ୍ୟାୟରେ ବ୍ରେଷ୍ଟ୍‌ ତନ୍ତୁର ଶିରାରେ ପ୍ରଦାହ ସୃଷ୍ଟି ହୁଏ ଏବଂ ପ୍ରଭାବିତ ଶିରାର ଚାରିପାଖରେ ଚର୍ବି ଜମା ହୋଇଯାଏ। ଅଧିକ ଥର ଏପରି ହେଲେ ମାଂସପେଶୀର କୋଷ ନଷ୍ଟ ହୋଇଯାଏ ଏବଂ ସେହି ସ୍ଥାନରେ ଫାଇବ୍ରସ ଏବଂ ଫ୍ୟାଟି ଟିସ୍ୟୁ ସୃଷ୍ଟି ହୋଇଥାଏ। ଏହି ସମସ୍ୟା ଜଙ୍ଗଲୀ କୁକୁଡା କିମ୍ବା ପ୍ରାକୃତିକ ପରିବେଶରେ ସ୍ବାଭାବିକ ଧୀରଗତିରେ ବଢୁଥିବା କୁକୁଡ଼ାଙ୍କଠାରେ ଦେଖାଯାଏ ନାହିଁ। କିନ୍ତୁ କୁକୁଡା ଫାର୍ମରେ ବଢୁଥିବା କୁକୁଡ଼ାଙ୍କଠାରେ ଏହା ଶୀଘ୍ର ପ୍ରକାଶ ପାଏ।
ଶୀଘ୍ର ବଢୁଥିବା କୁକୁଡାଙ୍କଠାରେ ଲକ୍ଷେ ସମସ୍ୟା ରହିଛି। ଯଦି ଦୁଇ ବର୍ଷର ପିଲାଟିକୁ ୬ଫୁଟ ଉଚ୍ଚତା ଯାଏ ବଢାଇ ଜଣେ ମଲ୍ଲଯୋଦ୍ଧାର ଛାତି ଓ ମାଂସପେଶୀ ଭଳି କରିବାକୁ ଚାହିଁବ ତେବେ ଏଭଳି ଚାପରେ ତା’ ଶରୀରର ପତନ ହିଁ ଘଟିିବ। ୧୯୨୦ରେ କୁକୁଡାର ଆକାର ଯାହା ଥିଲା ଏବେ କୁକୁଡ଼ାପାଳନ ଉଦ୍ୟୋଗ ତା’ଠାରୁ ତିନିଗୁୁଣ ଆକାରରେ ବଡ କୁକୁଡ଼ା ବିକାଶ କରିଛି। ନ୍ୟାଶ୍‌ନାଲ ଚିକେନ କାଉନ୍‌ସିଲ ମୁତାବକ, ସେତେବେଳେ କୁକୁଡାର ହାରାହାରି ଓଜନ ଥିଲା ୨.୫ ପାଉଣ୍ଡ ଓ ଏବେ ଏହା ପହଞ୍ଚିଛି ୬-୧୦ ପାଉଣ୍ଡରେ। କିଛି ଦଶନ୍ଧି ତଳେ ଗୋଟିଏ କୁକୁଡ଼ାର ସମ୍ପୂର୍ଣ୍ଣ ଓଜନ ଯାହା ଥିଲା ଏବେ ବ୍ରଏଲର କୁକୁଡାଠାରେ ସୃଷ୍ଟି ହେଉଥିବା ବ୍ରେଷ୍ଟ ତନ୍ତୁର ଓଜନ ତାହାଠାରୁ ଅଧିକ। ତୁମ ଶରୀର ତୁଳନାରେ ତୁମ ହାର୍ଟର ଓଜନ ଅଧିକ ହେବା କଥା ଥରେ ଚିନ୍ତା କରନ୍ତୁ ତ!
ଶୀଘ୍ର ବଢି ବଡ ହେବା ଭଳି କୁକୁଡାର ବ୍ରିଡିଂ ସହ ଉଡେନ୍‌ ବ୍ରେଷ୍ଟ୍‌ ସମସ୍ୟା ସୃଷ୍ଟି ହେବାର ସମ୍ବନ୍ଧ ରହିଛି ବୋଲି କହିଛନ୍ତି ଇଟାଲୀସ୍ଥ ୟୁନିଭର୍ସିଟି ଅଫ୍‌ ବୋଲୋନ୍ୟାର ଖାଦ୍ୟ ଗବେଷକ ମାସିମିଲିୟାନୋ ପେଟ୍ରାକି। ଏହି ମାଂସପେଶୀ ସମସ୍ୟା ଉପରେ ଅନୁଧ୍ୟାନ କରୁଥିବା ଅବର୍ନ ୟୁନିଭର୍ସିଟିର ଇମେରିଟସ୍‌ ଅଫ୍‌ ପୋଲ୍‌ଟ୍ରି ସାଇନ୍ସର ପ୍ରାଧ୍ୟାପକ ସାକିଟ ଏଫ୍‌ ବିଲ୍‌ଗିଲି କହିଛନ୍ତି, ଏତେ ଶୀଘ୍ର ବଢି କୁକୁଡା ଅଧିକ ଓଜନରେ ପହଞ୍ଚିଯାଉଛନ୍ତି ଯେ, ତାହା ତାଙ୍କର ଅନ୍ତିମ ଓଜନ ବୋଲି କୁହାଯାଇ ନ ପାରେ। ଅର୍ଥାତ୍‌ ଶୀଘ୍ର ବିକ୍ରି କରି ଦିଆ ନ ଗଲେ ସେମାନଙ୍କ ଓଜନ ଆହୁରି ବଢ଼ିବ। ୧୯୩୦ରେ ଏକ ବ୍ରଏଲର କୁକୁଡାର ଓଜନ ୧ ପାଉଣ୍ଡ ହେବା ଲାଗି ୫୦ ଦିନ ଲାଗୁଥିଲା। କିନ୍ତୁ ଏବେ ୭.୭ ଦିନରେ ଏହି ଓଜନରେ ପହଞ୍ଚିଯାଉଛି କୁକୁଡାଟିଏ। ୧୯୬୫ରେ ବଜାରକୁ ଆସୁଥିବା ୩.୫ ପାଉଣ୍ଡ ଓଜନର କୁକୁଡାକୁ ଏହି ଓଜନ ପାଇଁ ୬୫ ଦିନ ଲାଗୁଥିଲା। ଏଗ୍ରି ଷ୍ଟାଟ୍‌ସ ଇଙ୍କ୍‌. ମୁତାବକ ୨୦୧୫ରେ ୪୮ ଦିନରେ କୁକୁଡ଼ାଙ୍କ ହାରାହାରି ଓଜନ ଥିଲା ୬.୨ ପାଉଣ୍ଡ। ଅନେକ କମ୍ପାନୀ ଏବେ କୁକୁଡାକୁୁ ୧୦ ପାଉଣ୍ଡ କିମ୍ବା ଏହାଠାରୁ ଅଧିକ ଓଜନ ଯାଏ ବଢାଇପାରୁଛନ୍ତି।
ଡାଇବେଟିସ ଯେମିତି ତା’ ଲକ୍ଷଣ ପ୍ରକାଶ କରେନାହିଁ, ଠିକ୍‌ ସେମିତି ଓଜନିଆ କୁକୁଡାଙ୍କଠାରେ ପ୍ରକାଶ ପାଉଥିବା ଉଡେନ୍‌ ବ୍ରେଷ୍ଟ୍‌ ସମସ୍ୟାକୁ ତାଙ୍କ ଜୀବିତାବସ୍ଥାରେ ଠାବ କରିବା କଷ୍ଟକର। କୁକୁଡା ମରିିଯିବା ପରେ କିମ୍ବା ତାକୁ ବନ୍ଧନମୁକ୍ତ କରିବା ପରେ ଏହା ଜଣାପଡେ। ଲିପୋପ୍ରୋଟିନ୍‌ ଲିପେଜ୍‌ ଅଭାବ ଯୋଗୁ ବି ମଣିଷ ଶରୀରରେ ଫ୍ୟାଟ୍‌ ବିପାକର ସାଧାରଣ ପ୍ରକ୍ରିୟାରେ ବାଧା ଉପୁଜେ। ଫଳରେ ଏକ ନିର୍ଦ୍ଦିଷ୍ଟ ପ୍ରକାର ଫ୍ୟାଟ୍‌ ବୃଦ୍ଧି ପାଇଥାଏ। ଏଥିପାଇଁ ଅତ୍ୟଧିକ ଟ୍ରାଇଗ୍ଲିସେରାଇଡ୍‌ ସୃଷ୍ଟି ହେବା ଦ୍ୱାରା ପାକସ୍ଥଳୀରେ ଯନ୍ତ୍ରଣା ଦେଖାଦିଏ। ତ୍ୱଚାର ନିମ୍ନଭାଗରେ ଚର୍ବି ଜମାଟ ବାନ୍ଧେ ଯାହା ଅଗ୍ନ୍ୟାଶୟ ଓ ଯକୃତରେ ସମସ୍ୟା ଉପୁଜାଏ। ଫଳରେ ଡାଇବେଟିସ୍‌ ଦେଖାଦିଏ। ଏହି ଅବସ୍ଥାରେ ପ୍ରଥମ ଲକ୍ଷଣ ସ୍ବରୂପ ପେଟରେ ଯନ୍ତ୍ରଣା ହୁଏ। ଅଗ୍ନ୍ୟାଶୟର ଫୁଲାକୁ ଆଧାର କରି ଏହି ଯନ୍ତ୍ରଣା ମଧ୍ୟମରୁ ଭୀଷଣ ହୋଇଥାଏ। ଆକ୍ରାନ୍ତ ବ୍ୟକ୍ତିଙ୍କ ଯକୃତ ଓ ପ୍ଲୀହା ଆକାର ବଢିଯିବାର ସମ୍ଭାବନା ଥାଏ। ଫ୍ୟାଟ୍‌ ସ୍ତର ଶରୀରରେ ଯେତେ ଅଧିତ୍କ ରହିବ ଯକୃତ ଓ ପ୍ଳୀହାର ଆକାର ସେତେ ବଡ ହେବ। ଜନସଂଖ୍ୟାର ପ୍ରାୟ ଅଧା ବ୍ୟକ୍ତିିଙ୍କ ତ୍ୱଚା ତଳେ ହଳଦିଆ ରଙ୍ଗର ଫ୍ୟାଟ୍‌ ଜମାଟ ବାନ୍ଧିବା ମଧ୍ୟ ଲକ୍ଷ୍ୟ କରାଯାଏ। ଏହାକୁ ଇରପ୍‌ଟିଭ ଜାନ୍ଥୋମା କୁହାଯାଏ। ଫ୍ୟାଟ୍‌ ସ୍ତର ଅତ୍ୟଧିକ ହୋଇଗଲେ ଟିସ୍ୟୁରେ ଥିତ୍ବା ରକ୍ତ ବାହିକାରେ ଫ୍ୟାଟ୍‌ ଜମାଟ ବାନ୍ଧିଥାଏ। ଫ୍ୟାଟ୍‌ ବୃଦ୍ଧି ଯୋଗୁ ବିଷାଦ ଓ ସ୍ମରଣ ଶକ୍ତି ହ୍ରାସ ସହ ମଧ୍ୟମ ଧରଣର ଡିମେନ୍‌ସିଆ ଆଦି ସ୍ନାୟୁଗତ ସମସ୍ୟା ପ୍ରକାଶ ପାଏ।
କୁକୁଡାମାଂସ ପ୍ରକ୍ରିୟାକରଣ ଉଦ୍ୟୋଗ ଏବେ ବ୍ରେଷ୍ଟ୍‌ ମିଟ୍‌ ପରୀକ୍ଷା ପାଇଁ ଲୋକଙ୍କୁ ନିଯୁକ୍ତି ଦେଇଛି। ଯଦି ଏହାକୁ ଚୋବାଇବାକୁ ପଡୁଥାଏ ତେବେ କିମା ଏବଂ ଚିକେନ କବାବ ଲାଗି ଏହାକୁ ବିକ୍ରି କରାଯିବ। କିନ୍ତୁ ଏହି ପ୍ରକ୍ରିୟାକୃତ ଉତ୍ପାଦରେ ବି ଆପଣ ଏକା ପ୍ରକାର ରୋଗକୁ ଆମନ୍ତ୍ରଣ କରିବେ। ଉଡେନ ବ୍ରେଷ୍ଟ୍‌ ସିଣ୍ଡ୍ରୋମ୍‌ର ଅନ୍ୟନାମ ଚିକେନ ଡାଇବେଟିସ୍‌ କହିଲେ ଭୁଲ୍‌ ହେବ ନାହିଁ।

ଇମେଲ: gandhim@nic.in


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri