ଚିକିତ୍ସା ଲାଗି ଟଁକା ବାଧକ୍‌: ରକ୍ତ କର୍କଟ ରୋଗ୍‌ରେ ପୀଡ଼ିତ ଲକ୍ଷ୍ମୀପ୍ରିୟା

ରାଉରକେଲା ଅଫିସ,୨୫।୪: ଟଁକା ପଏସା ଅଭାବ ଥିଲେ ବି ଝି’କେ ପାଠ୍‌ ପଢ଼ାବାରେ କେହେନ୍‌ସି ପରକାର ଉନା ନାଇଁକରି। ତାକର ଗୁଟେନ ଉଦେଶ ଥିଲା ଝି’କେ ପାଠ୍‌ ପଢ଼େଇ ଉଚ୍‌ ଶିକ୍ଷିତ କରବାର। କୁଲି ମଜୁରି କରି ପରିବାର ଚଲବାର ସଂଗେ ଝି’ର ପାଠ୍‌ପଢ଼ା ଲାଗି ସବୁ ପୁରନ୍‌ କରୁଥିଲେ ସେ। ଛୋଟ ପରିବାର ହେଲେ ବି ସଭେ ହସ୍‌ଖୁସିରେ ଚଲୁଥିଲେ। ଯେତେ ଦୁଖ୍‌ ଆଏଲେ ବି କେହି ମାନ ଅଭିମାନ ନାଇଁ କରୁଥାଇ। ହେଲେ ଯେନ୍‌ ଦିନ୍‌ଠାନୁ ଝି’ କର୍କଟ ରୋଗ୍‌ରେ ପୀଡ଼ିତ ଅଛେ ବଲି ଜନାପଡ଼ଲା ଘରର ସବୁ ସୁଖ୍‌ ଶିଅଁାତି ଉଭି ଗଲା। କେହି ଭଲସେ ମୁଠେ ନାଇଁ ଖାଏବାର। ଝି’ କେନ୍‌ଥେଇ ଭଲ ହେବା ସେ ଚିନ୍‌ତାରେ ସଭେ ହରମେଶା ଘାରି ହେଉଛନ୍‌। ଏନ୍‌ତା ଗୁଟେ ଦୁଖଦ୍‌ ପରିସ୍ଥିତିର ସାମନା କରୁଛନ୍‌ ଏସ୍‌ଟିଆଇ ପାସର ଓୟାର ହାଉସ ବାସିନ୍‌ଦା ଦୁଃଶାସନ ଜେନା। ତାକର ଗୁଟେ ବଲି କଲେଜ ପଢ଼ୁଆ ଝି’ ଲକ୍ଷ୍ମୀପ୍ରିୟା(୧୯) କର୍କଟ ରୋଗ୍‌ରେ ପୀଡ଼ିତ ହେଇ ଟଁକା ପଏସା ଅଭାବୁ ଘରେ ପଡ଼ି ରହିଛନ୍‌। ଛେଣ୍ଡ ହୃଷୀକେଶ ରାୟ ମହାବିଦ୍ୟାଳୟରେ ଯୁକ୍ତ ୩ ପହେଲା ବଛର୍‌ର ଛାତ୍ରୀ ଲକ୍ଷ୍ମୀପ୍ରିୟା। ସେ କେଭେ ସପନ୍‌ରେ ବି ଭାବି ନାଇଁଥାଇ ଯେ ଜୀବନ୍‌ରେ ଏନ୍‌ତା ଗୁଟେ ଖରାପ୍‌ ସମିଆ ଦେଖ୍‌ବାକେ ପଡ଼ବା। ଗରିବ୍‌ ମା’ବାପ୍‌ର ବିକଲ ଚେହେରା ଦେଖି ଲକ୍ଷ୍ମୀପ୍ରିୟା ସହି ନାଇଁପାରବାର। ଚିକିତ୍ସା ଲାଗି ଏତେ ଟଁକା ଆଏବା କେନ୍‌ନୁ। କିଏ ଲମାବା ସାହାଯ୍‌ର ହାତ୍‌। କାହାକେ ଗୁହାରପାତ୍‌ କରବେ ମା’ବାପ୍‌। ଖଟେ ପଡ଼ି ଏନ୍‌ତା ସବୁ ଚିନ୍‌ତାରେ ଘାରି ହେଉଛନ୍‌ ଲକ୍ଷ୍ମୀପ୍ରିୟା। ଭୁବନେଶ୍ୱର ଏମ୍‌ସରେ ଗଲା ୨୦ ଦିନ୍‌ ଧରି ଚିକିତ୍ସା ହେଲା ଉତାରୁ ଏହେଦେ ଘରକେ ଫିରିଛନ୍‌ ଲକ୍ଷ୍ମୀପ୍ରିୟା। ଘରେ ଥିବାର ଗହନାଗାଁଠି ବିକାଭଂଗା ସଏଲାନ। ଏନ୍‌ତା କି ପରିବାର ଲୋକ୍‌ ଭିନେ ଭିନେ ଜାଗାରୁ ୩ ଲାଖ୍‌ ଟଁକା ଧାର ଉଧାର କରିସାଏଲେନ। ଏମ୍‌ସ କତୁରପକ୍ଷ ଲକ୍ଷ୍ମୀପ୍ରିୟାକୁଁ ଉନିଆ ନିକେ ପଠେଇଥିଲେ ବି ଟଁକା ପଏସା ଅଭାବୁ ସେ ଘରେ ପଡ଼ି ରହିଛନ୍‌। ଡାକ୍‌ତରକଁର କହେବାର ହିସାବେ ୨୦ରୁ ୩୦ ଲାଖ୍‌ ଟଁକା ନାଇଁ ହେଲେ ରୋଗ୍‌ ଭଲ ନାଇଁହୁଏ।  ଏନ୍‌ତାଥି ପରିବାର ମୁଡ଼େ ଅକାଲ ଚଡ଼କ ପଡ଼ିଛେ। ଇଆଡ଼େ ଲକ୍ଷ୍ମୀପ୍ରିୟାର ଦିହିପା ଦିନୁଦିନ୍‌କେ ବିଗିଡ଼ିବାରେ ଲାଗିଛେ। ମା’ବାପ୍‌ ଉପେ ଶୂଇନ୍‌ ହେଇ ଝି’ର ସବୁ ଦୁଖ୍‌ ଦରଦ୍‌ ଦେଖୁଛନ୍‌। ଯଦି ସରକାର ସାହାଯ୍‌ର ହାତ୍‌ ବଢ଼ାବେ ତ ଝି’ ଅକାଲ ମୁରତୁର ବରତି ଯିବା ବଲି ପରିବାର ଲୋକ୍‌ ଆର ତାକର ଲାଗେଲେସରମାନେ କହିଛନ୍‌। ଘଟନା ବାବ୍‌ଦେ ଖବର ପାଇ ସାମାଜିକ ସଂଗଠନ ଆଖି ଅନୁଷ୍ଠାନର ଅଧ୍ୟକ୍ଷ ଅବିନାଶ ଶୁକ୍ଳା ସୁନ୍ଦରଗଡ଼ ଜିଲାପାଳ ରଶ୍ମିତା ପଣ୍ଡାକୁଁ ଭେଟି ଲକ୍ଷ୍ମୀପ୍ରିୟାକୁଁ ଚିକିତ୍ସା ସାହାଯ୍‌ ଯୁଗେଇ ଦେବାକେ ନିବେଦନ କରିଥିଲେ। ଜିଲାପାଳ ପଣ୍ଡା ସଂଗେ ସଂଗେ ୩୦ ହଜାର ଟଁକା ସାହାଯ୍‌ ଦେଇଛନ୍‌। ଷ୍ଟିଲ ସିଟିରେ ବହୁତ ଧନୀ, ସହୁରୁଦ୍‌ ଲୋକ ବାସ କରୁଥିଲାବେଲେ ଲକ୍ଷ୍ମୀପ୍ରିୟାକଁର ଇ ଦୁରଦିନ୍‌ରେ ସାହାଯ୍‌ର ହାତ୍‌ ବଢ଼ାବାକେ ଶୁକ୍ଲା ସମକୁ ନିବେଦନ କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଖସିଲା ଜଳସ୍ତର: ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ସମସ୍ତ ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର,୫ା୧୦(ପ୍ରମୋଦ ବହିଦାର): ତିନିଦିନ ଧରି ହୀରାକୁଦ ଜଳଭଣ୍ଡାର ପୂଣ୍ଣଗର୍ଭା ରହିବା ପରେ ସୋମବାର ଜଳସ୍ତର ସାମାନ୍ୟ ହ୍ରାସ ପାଇଛି। ତେଣୁ ଆଜି ଜଳଭଣ୍ଡାରର ଖୋଲାଥିବା ଏକମାତ୍ର ସ୍ଲୁଇସ୍‌…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?