ଚାଷ ଛାଡ଼ିବା ନିଷ୍ପତ୍ତିରେ ଚାଷୀଙ୍କ ବାଇକ ରାଲି

ସରଣ୍ଡା,୯।୬(ଡି.ଏନ.ଏ)- କୃଷିକ୍ଷେତ୍ରରେ ଚାଷୀଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। କୃଷି ଶ୍ରମିକ ଅଭାବ ଯୋଗୁ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଅମଳ ପରେ ଧାନ ମଧ୍ୟ ଠିକ୍‌ଭାବେ ବିକ୍ରି ହେଉନାହିଁ। ସେହିପରି ଅମଳ ଧାନର ସହାୟକ ମୂଲ୍ୟ ଯଥେଷ୍ଟ କମ୍‌ ରହୁଥିବା ଯୋଗୁ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି । ଫଳରେ ଆସନ୍ତା ଖରିଫରୁ ଚାଷ କରିବେ ନାହିଁ ବୋଲି ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଚକୁଳିଫାର୍ମ, ଲରାସରା ଅଞ୍ଚଳର ଚାଷୀମାନେ ଏକ ବୈଠକରେ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ନେବା ପରେ ଚାଷୀମାନେ ମଙ୍ଗଳବାର ଏକ ବାଇକ୍‌ ରାଲିରେ ଚକୁଳିଫାର୍ମରୁ ଲରାସରା ଗ୍ରାମ ପର୍ଯ୍ୟନ୍ତ ଯାଇଥିଲେ । ଲରାସରା ସରପଞ୍ଚ ରଣଜିତ ସାହୁ, ସାଙ୍ଗାକାର ରାଓ, ଯଦୁମଣି ସାହୁ, ଚନ୍ଦ୍ରଶେଖର ଭୋଇ ପ୍ରମୁଖ ଚାଷୀ ଏଥିରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିନା ମାସ୍କରେ ବୁଲୁଥିବା ଲୋକଙ୍କଠାରୁ ୫୪, ୨୦୦ ଜରିମାନା ଆଦାୟ

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): କରୋନା ନେଇ ଗଞ୍ଜାମ ପୋଲିସ ପକ୍ଷରୁ ଏନ୍‌ଫୋର୍ସମେଣ୍ଟ ଜାରି ରହିଛି। ଏ ନେଇ ଗତ ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ଥାନା ପକ୍ଷରୁ ମାସ୍କ...

ଭୂଲିଗଲେ ସାମାଜିକ ଦୂରତା

ଖଇରା,୨୭।୪(ଡି.ଏନ.ଏ.)- ୩ଦିନର ଶଟଡାଉନ ପରେ ପ୍ରଶାସନର ନିର୍ଦ୍ଦେଶକ୍ରମେ ରବିବାର ୧୦ଟା ପରଠାରୁ ଏଥିରେ ସାମାନ୍ୟ କୋହଳ କରାଯାଇ କିଛି ନିର୍ଦ୍ଦିଷ୍ଟ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି।...

ଦଶହରା ପୂଜାକୁ ନେଇ ବଢ଼ିଲା ଦ୍ୱନ୍ଦ୍ୱ

କଟକ ଅଫିସ,୨୬ା୮: କରୋନା କଟକଣା ଯୋଗୁ ଚଳିତବର୍ଷ କଟକ ସହରରେ ପ୍ରସିଦ୍ଧ ଦୁର୍ଗାପୂଜା ହେବ କି ନାହିଁ, ତାହାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଭାଇଚାରାର ସହରରେ...

ପ୍ରସ୍ତାବରେ ଅଟକିଛି ବ୍ରହ୍ମପୁର ଟ୍ରକ୍‌ ଟର୍ମିନାଲ

ଛତ୍ରପୁର,୩୦ା୯(ଡି.ଏନ.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁର ଉପକଣ୍ଠରେ ଟ୍ରକ୍‌ ଟର୍ମିନାଲ ପ୍ରତିଷ୍ଠା ପାଇଁ ବହୁ ପୂର୍ବରୁ ଯୋଜନା ହୋଇଥିଲା। ଏଥିପାଇଁ ଚିହ୍ନଟ ଜମି ବାଣିଜ୍ୟ ଓ ପରିବହନ...

ନାରୀଙ୍କୁ ସମ୍ମାନ ପ୍ରଧାନ କର୍ତ୍ତବ୍ୟ ହେବା ଉଚିତ

ସୋନପୁର,୨୩।୨(ନି.ପ୍ର.) ଭାରତୀୟ ସାମ୍ବିଧାନିକ ବ୍ୟବସ୍ଥାରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମାନ ଅଧିକାର ଦିଆଯାଇଛି। ଯେଉଁଠି ଜାତି, ଧର୍ମ, ବର୍ଣ୍ଣ ବା ଲିଙ୍ଗର କୌଣସି ପ୍ରଭେଦ ନଥାଏ। କିନ୍ତୁ...

ପ୍ରାର୍ଥୀ ଚୟନକୁ ନେଇ ଅଙ୍କକଷା

ବ୍ରଜରାଜନଗର,୪ା୫ (ଡି.ଏନ.ଏ.): ବ୍ରଜରାଜନଗର ନିିର୍ବାଚନ ମଣ୍ଡଳୀ ପାଇଁ ନିିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେ ଏଠାକାର ଦଳୀୟ ରାଜନୀତି ସରଗରମ ହୋଇଉଠିିଛି। ତିନି ପ୍ରମୁଖ...

ନାବାଳିକା ବଳାତ୍କାରୀଙ୍କୁ ୧୦ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ,୩୦।୫: ବାଲେଶ୍ୱର ସ୍ବତନ୍ତ୍ର ପୋକ୍ସୋ କୋର୍ଟରେ ସୋମବାର ଏକ ନାବାଳିକା ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ଜଗଦୀଶ ପ୍ରସାଦ ମହାନ୍ତି ଏହାର...

୨ ବ୍ୟାଙ୍କରେ ରହିବ ମହାପ୍ରଭୁଙ୍କ ୨୮୭ କୋଟି ଟଙ୍କା

ପୁରୀ ଅଫିସ,୨୬ା୩: ଦୁଇଟି ବ୍ୟାଙ୍କରେ ରହିବ ମହାପ୍ରଭୁଙ୍କ ମହାପ୍ରଭୁଙ୍କ ଟଙ୍କା। ଗୁରୁବାର ଟେଣ୍ଡର ମାଧ୍ୟମରେ ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏବଂ ବ୍ୟାଙ୍କ ଅଫ ବରୋଦାକୁ...

Advertisement
Archives

Model This Week