ଚାଷୀଙ୍କୁ ମିଳୁନି ଫସଲ ବୀମା ଟଙ୍କା

ବାଲେଶ୍ୱର ଅଫିସ,୧୫।୮- ବାଲେଶ୍ୱର ଜିଲା ରେମୁଣା ବ୍ଲକ ଦୁର୍ଗାଦେବୀ ସେବା ସମବାୟ ସଂଘର ୪୫୮ ଜଣ ଚାଷୀଙ୍କୁ ମିଳୁନି ଫସଲ ବୀମା ଟଙ୍କ। ସଂଘର ସଭାପତିଙ୍କ ସମେତ ଚାଷୀମାନେ ଏ ନେଇ ଜିଲାପାଳ, ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ସମିତିର ସମ୍ପାଦକ ଏବଂ ଅନ୍ୟ ଅଧିକାରୀଙ୍କୁ ଲିଖିତ ଭାବେ ବାରମ୍ବାର ଜଣାଇବା ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ବୁଧବାର ପୂର୍ବାହ୍ନରେ ସେମାନେ ପୁନଶ୍ଚ ନୂତନ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରାଇ ଏଥିରେ ତୁରନ୍ତ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି।
ବୀମା ସହାୟତା ପାଇ ନ ଥିବା ଚାଷୀ ଦର୍ଶାଇଛନ୍ତି ଯେ, ୪୫୮ ଜଣ ଚାଷୀ ଦୁର୍ଗାଦେବୀ ସେବା ସମବାୟ ସଂଘ ମାଧ୍ୟମରେ ବାଲେଶ୍ୱର-ଭଦ୍ରକ କୋ-ଅପରେଟିଭ୍‌ ବ୍ୟାଙ୍କ ରେମୁଣା ଶାଖାରୁ ଋଣ ନେଣଦେଣ କରି ଆସୁଛନ୍ତି। ଏଥିଲାଗି ସେମାନଙ୍କୁ ବୀମାଭୁକ୍ତ କରାଯାଉଛି। ୨୦୧୮-୧୯ରେ ଉକ୍ତ ଅଞ୍ଚଳରେ ଫସଲ ନଷ୍ଟ ହେବା କାରଣରୁ ବୀମା କମ୍ପାନୀ ବାଲେଶ୍ୱର-ଭଦ୍ରକ କୋ-ଅପରେଟିଭ୍‌ ବ୍ୟାଙ୍କରେ ଏବାବଦ ଟଙ୍କା ଜମା କରିଛନ୍ତି। ପରେ ଏହି ଅର୍ଥ ରେମୁଣା ଶାଖାକୁ ସ୍ଥାନାନ୍ତର କରାଯାଇଥିବା କୁହାଯାଉଛି। ଏହାସତ୍ତ୍ୱେ ବିଭିନ୍ନ ଆଳ ଦେଖାଇ ଚାଷୀଙ୍କୁ ବୀମା ରାଶି ଦିଆଯାଉ ନାହିଁ ବୋଲି ଦୁର୍ଗାଦେବୀ ସେବା ସମବାୟ ସଂଘ ସଭାପତି ଶଶୀ ଧର ଦ୍ୱିବେଦୀ କହିଛନ୍ତି। ୨୦୧୬ରେ କୃଷି ବିଭାଗ ଫସଲ ବୀମା ଯୋଜନାର ପ୍ରିନ୍ସପାଲ ସେକ୍ରେଟାରୀ ମନୋଜ ଆହୁଜାଙ୍କ ନିର୍ଦ୍ଦେଶ ଅନୁସାରେ ଠିକ୍‌ ଭାବେ ନେଣଦେଣ କରୁଥିବା ଚାଷୀଙ୍କ ବୀମା ଟଙ୍କା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରାଯିବ ବୋଲି କୁହାଯାଇଥିଲା। ଏ ସମ୍ପର୍କରେ ଜିଲା କୃଷି ଉପନିର୍ଦ୍ଦେଶକ କୈଳାସ ପରିଡ଼ା ବ୍ୟାଙ୍କଗୁଡ଼ିକୁ ସୂଚନା ଦେଇଛନ୍ତି। କିନ୍ତୁ ରେମୁଣା ବ୍ୟାଙ୍କ ଶାଖାରେ ଏହି ନୀତିନିୟମ ପାଳନ କରାଯାଉ ନ ଥିବାରୁ ସରପଞ୍ଚ କବିତା ଦେ, ଚାଷୀ ଉଦୟ କୁମାର ଦେ, ସୁଦର୍ଶନ ବେହେରା, ଚେମା ପ୍ରଧାନ, ଗୋବିନ୍ଦ ଚନ୍ଦ୍ର ମାଝି, ସତ୍ୟରଞ୍ଜନ ବେହେରା, ବୈକୁଣ୍ଠ ସାହୁ, ଉର୍ମିଳା ଦେହୁରୀ ପ୍ରମୁଖ ଜିଲାପାଳଙ୍କୁ ସାକ୍ଷାତ କରବା ଅବସରରେ ଅଭିଯୋଗ କରି ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ସମିତିର ସମ୍ପାଦକ ଅଜିତ୍‌ ପଟ୍ଟନାୟକଙ୍କୁ ପଚାରିବାରୁ କହିଛନ୍ତି, ରେମୁଣା ଶାଖା ବ୍ୟାଙ୍କର ସମସ୍ୟା ସମ୍ପର୍କରେ ସେ ଅବଗତ ଅଛନ୍ତି। ଯଥାଶୀଘ୍ର ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ। ଜିଲାପାଳ ଚକ୍ରବର୍ତ୍ତୀ ଅନୁରୂପ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତ। ତେବେ ଚାଷୀମାନଙ୍କ ବୀମା ଟଙ୍କାକୁ ପୁନର୍ବାର ଋଣ ଆକାରରେ ପ୍ରଦାନ କରାଯାଇପାରିବ ନାହଁି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରସାମ୍ୟ ହରାଇ ସାଲୁର୍ ଘାଟରେ ଓଲଟିଲା ଚାଉଳ ଟ୍ରକ୍, ୮ ଘଣ୍ଟା ଜାତୀୟ ରାଜପଥ ଜାମ୍

ପଟ୍ଟାଙ୍ଗି,୭।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ସୀମାକୁ ଲାଗି ରହିଥିବା ପଡୋଶୀ ଆନ୍ଧ୍ର ସୀମା ଭିତରେ ସାଲୁର୍ ଘାଟିରେ ଦୁର୍ଘଟଣା । ଏକ ଟ୍ରକ୍…

ରାତିଅଧରେ ବଡ ବ୍ଲାଷ୍ଟ, ହୁତୁ ହୁତୁ ଜଳିଲା ରେଲୱେ ଗ୍ରୀଡ୍

ବଣାଇଁ,୭।୪(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ଚାନ୍ଦିପୋଷ ଥାନା ପଛ ପଟେ ଥିବା ରେଲୱେ ଷ୍ଟେସନ ଗ୍ରୀଡ଼ରେ ଅଗ୍ନିକାଣ୍ଡ ହୋଇଛି । ସୋମବାର ରାତି ପ୍ରାୟ ୧୧ଟାରେ ହଠାତ…

ରେଳବାଇର ଅଣଦେଖା: ଉପଭୋକ୍ତା ସଂଘର ଆନ୍ଦୋଳନ ଚେତାବନୀ

ବରଗଡ଼,୬ା୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଓ ବଲାଙ୍ଗୀର ଜିଲା ରେଳ ଉପଭୋକ୍ତା ସଂଘର ମିଳିତ କାର୍ଯ୍ୟାନୁଷ୍ଠାନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାଋ ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ସଭାକକ୍ଷରେ…

ଏହି ଜିଲାରୁ ପୁରାତନ ମଧ୍ୟପ୍ରସ୍ତର ଯୁଗୀୟ ମାନବ ସଭ୍ୟତା ଠାବ

ସୁନ୍ଦରଗଡ, ୭ା୪(ଜୟ ନାରାୟଣ ମେଣ୍ଡୁଳି):ଓଡ଼ିଶାର ଦେବଗଡ଼ ଜିଲାରୁ ପ୍ରଥମ ପୁରାତନ ମଧ୍ୟ ପ୍ରସ୍ତର ଯୁଗୀୟ ମାନବ ସଭ୍ୟତାର (ପାଲେଓଲିଥିକ) ସନ୍ଧାନ ମିଳିଛି। ସୁନ୍ଦରଗଡ଼ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ…

୫,୯୬୭ ଡାକ୍ତର ପଦ ଖାଲି, ଡିଗ୍ରୀଧାରୀଙ୍କୁ ମିଳୁନି ଚାକିରି: ଓପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର/କଟକ, ୭।୪(ରବିନାରାୟଣ ଜେନା/ଶିଳ୍ପା ପ୍ରିୟଦର୍ଶିନୀ)ନିକଟରେ ବିଧାନସଭାର ବଜେଟ ଅଧିବେଶନ କାଳରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ, ଡବ୍ଲ୍ୟୁଏଚ୍‌ଓ ମାନଦଣ୍ଡ ଅନୁଯାୟୀ ଆବଶ୍ୟକ ଡାକ୍ତର…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri