ଚାଲିଲା ୧୮ ଏକ୍ସପ୍ରେସ୍‌ ଟ୍ରେନ୍‌ : ପୁରୀରୁ ସମସ୍ତ ଏକ୍ସପ୍ରେସ୍‌ ଟ୍ରେନ୍‌ ସେବା ଆରମ୍ଭ

ଭୁବନେଶ୍ୱର,୧୩।୫(ବ୍ୟୁରୋ)-ବାତ୍ୟା ପାଇଁ ବାତିଲ ହୋଇଥିବା ସମସ୍ତ ଏକ୍ସପ୍ରେସ୍‌ ଟ୍ରେନ୍‌ ପୁଣିଥରେ ଚଳାଚଳ ଆରମ୍ଭ କରିଛି। ରବିବାରଠାରୁ ଦେଶର ବିଭିନ୍ନ ପ୍ରାନ୍ତକୁ ମୋଟ ୧୮ ଏକ୍ସପ୍ରେସ୍‌ ଟ୍ରେନ୍‌ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଚଳାଚଳ ଆରମ୍ଭ କରିଛି। ଏହାମଧ୍ୟରୁ କେବଳ ପୁରୀରୁ ୧୫ ଏକ୍ସପ୍ରେସ୍‌ ରବିବାର ଯାତ୍ରା କରିଛି। ବାତ୍ୟା ‘ଫନୀ’ରେ ପୁରୀ ରେଳଷ୍ଟେଶନ ଏବଂ ରେଳପଥ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପୂର୍ବତଟ ରେଳପଥ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ଟ୍ରାକ୍‌ ମରାମତି କରାଯାଇ ଟ୍ରେନ୍‌ ଚଳାଚଳ ଆରମ୍ଭ କରାଯାଇଛି। ସେହିଭଳି ବାତ୍ୟା ପରେ ବାତିଲ ହୋଇଥିବା ଭୁବନେଶ୍ୱରରୁ ଦୁଇଟି ଏକ୍ସପ୍ରେସ୍‌ ଏବଂ ଖୋର୍ଦ୍ଧା ରୋଡ୍‌ରୁ ଗୋଟିଏ ଏକ୍ସପ୍ରେସ୍‌ ଟ୍ରେନ୍‌ ପୂର୍ବଭଳି ଚଳାଚଳ କରିଛି। ଏହାବ୍ୟତୀତ ପୁରୀ-ହାଓ୍ବଡା ଶତାବ୍ଦୀ ଏବଂ ପାରାଦୀପ-ବଡ଼ବିଲ ଇଣ୍ଟରସିଟି ଏକ୍ସପ୍ରେସ୍‌ ପୂର୍ବରୁ ବାତ୍ୟା ପାଇଁ ବାତିଲ କରାଯାଇଥିବା ବେଳେ ଏବେ ଏହା ସାଧାରଣ ଭାବେ ଚଳାଚଳ ଆରମ୍ଭ କରିଛି। ଏପଟେ ଟ୍ରେନ୍‌ ସେବା ଆରମ୍ଭ ହେବା ପରେ ବାତ୍ୟା ପରବର୍ତ୍ତୀ ସ୍ଥିତିରେ ପରିବର୍ତ୍ତନ ହେବା ନେଇ ଆଶା କରାଯାଉଛି। ବିଶେଷକରି ପର୍ଯ୍ୟଟନସ୍ଥଳ ପୁରୀ ପୁଣିଥରେ ସାଧାରଣ ଅବସ୍ଥାକୁ ଫେରିବ ବୋଲି ଆଶା କରାଯାଇଛି। ଜୁନ୍‌ ପ୍ରଥମ ସପ୍ତାହରୁ ପର୍ଯ୍ୟଟକଙ୍କ ପାଇଁ ପୁରୀ ଦ୍ୱାର ଖୋଲିବା ନେଇ ଓଡ଼ିଶା ପର୍ଯ୍ୟଟନ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ସ୍ବାଭାବିକ ଟ୍ରେନ୍‌ ସେବା ଏଥିରେ ସାହାଯ୍ୟ କରିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ସିଆଇଏସ୍‌ସିଇ ଫଳ

ଭୁବନେଶ୍ୱର, ୨୪।୭(ବ୍ୟୁରୋ): ଇଣ୍ଡିଆନ ସାର୍ଟିଫିକେଟ୍‌ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ଆଇସିଏସ୍‌ଇ) ଦଶମ ଓ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ୍‌(ଆଇଏସ୍‌ସି) ଦ୍ୱାଦଶ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇବ। ଏ...

କେନ୍ଦ୍ରୀୟ ରିଜର୍ଭ ପୋଲିସ ୬୪ ବାଟାଲିୟନ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ

ମୋହନଗିରି,୨୮।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମୋହନଗିରିଠାରେ ଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ ୬୪ ବାଟାଲିୟନ ପକ୍ଷରୁ ବୁଧବାର ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ...

ଓଡ଼ିଶାରେ ଏବେ ବି ୩୨% ଗରିବ ଅଛନ୍ତି; ୨୦୧୧ ପରଠାରୁ ଗରିବ ଆକଳନ ହୋଇନାହିଁ: ପଦ୍ମନାଭ ବେହେରା

ଭୁବନେଶ୍ୱର,୨୭।୬(ବ୍ୟୁରୋ): ରାଜ୍ୟରେ ଗରିବ ବଢ଼ିଛି ନା କମିଛି। ଗରିବ ମାପିବାର ମାନଦଣ୍ଡ କ’ଣ। ଏହାକୁ କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାର ସ୍ଥିର କରନ୍ତି। ଏବେ...

ନୂଆ ଶିକ୍ଷାବର୍ଷରେ ଶତପ୍ରତିଶତ ସିଲାବସ ପଢ଼ାଯିବ: ମନ୍ତ୍ରୀ

ଭୁବନେଶ୍ୱର,୧୬।୪(ବ୍ୟୁରୋ): ନୂଆ ଶିକ୍ଷା ବର୍ଷ ମେ’ ପହିଲାରୁ ଆରମ୍ଭ ହେବ । ଏଥିରେ ଶତ ପ୍ରତିଶତ କୋର୍ସ ପାଠପଢା ହେବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା...

୬୨୬ ଫୁଟ୍‌ରେ ହୀରାକୁଦର ଜଳସ୍ତର: ପୁଣି ଖୋଲିପାରେ ଅଧିକ ଗେଟ୍‌

ସମ୍ବଲପୁର,୧୬ା୮(ବ୍ୟୁରୋ): ଉପର ମୁଣ୍ଡରେ ଲଗାଣ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ମଙ୍ଗଳବାର ଜଳ ପ୍ରବେଶ ପରିମାଣ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୨୬ଟି ଗେଟ୍‌ରୁ...

ଏହି ସବୁ ଜିଲାରେ କାଳବୌଶାଖୀ ସମ୍ଭାବନା

ଭୁବନେଶ୍ୱର,୧୫।୪(ବ୍ୟୁରୋ): ରାଜ୍ୟରେ କେତେକ ସ୍ଥାନରେ କାଳବୌଶାଖୀ ହେବାର ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ରାୟଗଡା, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ ଓ...

ବହିଷ୍କୃତ ହେଲେ ଯୁବ ବିଜେଡି ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୯।୯(ବ୍ୟୁରୋ): ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ କଳ୍ପତରୁ ଓଝାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିରୁ ବହିଷ୍କୃତ କରିଛନ୍ତି।...

ଠେଲାପେଲା କରିବା ଯୋଗୁ ମହିଳାଙ୍କ ଗର୍ଭପାତ ହୋଇଥିବା ଅଭିଯୋଗ: ସୁନ୍ଦରଗଡ଼ ଏସ୍‌ପିଙ୍କ ନାଁରେ ମାମଲା

ସୁନ୍ଦରଗଡ଼, ୧୮।୮ (ଡି.ଏନ୍‌.ଏ): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅନ୍ତର୍ଗତ କନିକା ଗ୍ରାମରେ ଜୁଲାଇ ୪ରେ ଏକ ଦୁର୍ଘଟଣାକୁ କେନ୍ଦ୍ରକରି ଗ୍ରାମବାସୀ ଓ ପୋଲିସ ମଧ୍ୟରେ...

Advertisement
Archives

Model This Week