ଚାଲିଛି ତାଲା ବନ୍ଦ, ଖୋଲା ଅଭିଯାନ: ଦ୍ୱନ୍ଦ୍ୱରେ ଘରୋଇ ଶିକ୍ଷାନୁଷ୍ଠାନ ଅଭିଭାବକ

ଭଞ୍ଜନଗର,୨୭।୬(ଡି.ଏନ.ଏ.)- ଘରୋଇ ଶିକ୍ଷାନୁଷ୍ଠାନଗୁଡିକ ଶିକ୍ଷା ଅଧିକାର ଆଇନ ଉଲ୍ଲଂଘନ କରି ବେନିୟମ ଭାବେ ଚଳାଇଥିବା ଦର୍ଶାଇ ପ୍ରଶାସନ ପକ୍ଷରୁ ଜଗନ୍ନାଥପ୍ରସାଦ, ଭଞ୍ଜନଗର, ବେଲଗୁଣ୍ଠା ସମେତ ପ୍ରମୁଖ ବ୍ଲକର କିଛି ଶିକ୍ଷାନୁଷ୍ଠାନକୁ ସୋମବାର ସିଲ୍‌ କରି ଦିଆଯାଇଥିଲା। କିନ୍ତୁ ଚଳିତମାସ ୩୦ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନନେବାପାଇଁ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଥିଲା। ଉକ୍ତ ନିର୍ଦ୍ଦେଶନାମା ଉପରେ ଚଢ଼ାଉରେ ସାମିଲ ଥିବା ଅଧିକାରୀମାନେ ଜାଣିନଥିଲେ। ତେଣୁ କିଛି ଘରୋଇ ଶିକ୍ଷାନୁଷ୍ଠାନକୁ ପ୍ରଶାସନ ପକ୍ଷରୁ ସିଲ୍‌ କରି ଦିଆଯାଇଥିଲା। ଏନେଇ ହୋହଲ୍ଲା ହେବାସହ ଚିଠିର ତର୍ଜମା ପରେ ବୁଧବାର ରାତିରେ ସିଲ୍‌ କରାଯାଇଥିବା ଶିକ୍ଷାନୁଷ୍ଠାନର ସିଲ୍‌ ପୁଣି ଖୋଲାଯାଇଥିଲା। ଫଳରେ ଗୁରୁବାର ତାଲା ପଡିଥିବା ଶିକ୍ଷାନୁଷ୍ଠାନ ଗୁଡିକ ଖୋଲିଛି। କିନ୍ତୁ ସବୁଦିନ ପାଇଁ ସ୍କୁଲ ଖୋଲିବ ନା ଆଗକୁ ପୁଣି କିଛି କାର୍ଯ୍ୟାନୁଷ୍ଠାନ ହେବ ସେନେଇ ସନ୍ଦେହ ଦୁରିଭୂତ ହୋଇନାହିଁ। ଅପରପକ୍ଷେ ପ୍ରଶାସନର ଏଭଳି ତାଲା ପକା ଏବଂ ଖୋଲା ଅଭିଯାନକୁ ନେଇ ଅଭିଭାବକମାନେ ଦ୍ୱନ୍ଦ୍ୱରେ ରହିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଶିକ୍ଷାବର୍ଷ ମଝିରେ ପ୍ରଶାସନର ଏଭଳି କଡା କାର୍ଯ୍ୟାନୁଷ୍ଠାନ ଯୋଜନାକୁ ନେଇ ସାଧାରଣରେ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରଶାସନ ଯଦି ଭବିଷ୍ୟତରେ ବେନିୟମ ଭାବେ ଚାଲୁଥିବା ଘରୋଇ ଶିକ୍ଷାନୁଷ୍ଠାନଗୁଡିକୁ ଶିକ୍ଷାବର୍ଷ ମଝିରେ ବନ୍ଦ କରିଦିଅନ୍ତି ତେବେ ସେଠାରେ ପଢୁଥିବା ଛାତ୍ରୀଛାତ୍ର କେଉଁଠି ପଢ଼ିବେ ସେନେଇ ମଧ୍ୟ ପ୍ରଶ୍ନବାଚୀ ଦେଖାଦେଇଛି। ସହରାଞ୍ଚଳ ସରକାରୀ ସ୍କୁଲ ଗୁଡିକରେ ହଠାତ୍‌ ହଜାର ହଜାର ଛାତ୍ରୀଛାତ୍ର ଘରୋଇ ସ୍କୁଲରୁ ଆସି ନାମ ଲେଖାଇବେ। ତେବେ ସେଥିପାଇଁ ଭିତ୍ତିଭୂମିର ଅଭାବ ରହିଛି। ତେଣୁ ପ୍ରଶାସନ ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାପାଇଁ ସାଧାରଣରେ ଦାବି ହୋଇଛି। ତାଲା ପକା ଓ ଖୋଲା ଅଭିଯାନ ମଧ୍ୟରେ କେତେଜଣ ଛାତ୍ରୀଛାତ୍ର ଘରୋଇ ଶିକ୍ଷାନୁଷ୍ଠାନରୁ ଯାଇ ସରକାରୀ ଶିକ୍ଷାନୁଷ୍ଠାନରେ ନାମ ଲେଖାଇଲେଣି। ଆଉ କେତେଜଣ ଅଭିଭାବକ ଘରୋଇ ଶିକ୍ଷାନୁଷ୍ଠାନରୁ ଟିସି ନେବା ଯୋଜନାରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ପରିବାରଲୋକେ କରୁଥିଲେ ନାପସନ୍ଦ, ପ୍ରେମିକଙ୍କୁ ପାଇବାକୁ ଅପହରଣ ନାଟକ ରଚିଥିଲେ ପ୍ରେମିକା, ଏବେ ପୋଲିସ…

ଫୁଲବାଣୀ, ୨ା୧(ରାକେଶ କୁମାର ରାଉତ)- କନ୍ଧମାଳ ଜିଲା ଗୋଛାପଡା ଥାନା ଅଞ୍ଚଳର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ କେତେ ଜଣ ଯୁବକ ତାଙ୍କ ଗାଁ ନିକଟରୁ...

ଡରିଗଲେ କି ଗୁଲୁଆ? ବଦଳିଲା ସ୍ବର, ବର୍ଷାଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କରି କହିଲେ…

ଭୁବନେଶ୍ୱର,୨।୧: ଦିନ ଥିଲା ମୋତେ କେହି ଖରାପ କହିଲେ ତୁମେ ବାହାରୁଥିଲ। ତୁମକୁ କିଏ ଖରାପ କହିଲେ ମୁଁ ବାହାରୁଥିଲି। ହେଲେ ଆଜି ତୁମେ ମୋର...

ପ୍ରଭାକର ସ୍ମାରକୀ ଭଲିବଲ୍‌ ଟୁର୍ନାମେଣ୍ଟ; ଫାଇନାଲକୁ ଗଲା ବ୍ରହ୍ମପୁର ପାଓ୍ବାର ସିକ୍ସ

ଦିଗପହଣ୍ଡି, ୨।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୫ମ ଦିବସ ଶୁକ୍ରବାର ପ୍ରଥମ...

ନୂଆବର୍ଷ ଦିନ ହୋଇଯାଇଥିଲେ ନିଖୋଜ, ସକାଳୁ ଗଛରେ ଝୁଲୁଥିଲା ମୃତଦେହ; କୋକସରା ପୋଲିସ…

କୋକସରା,୨।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧିନସ୍ଥ ଜୟନ୍ତପୁର ପଞ୍ଚାୟତ ରଏନଗୁଡା ଗ୍ରାମରୁ ଶୁକ୍ରବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର...

ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଅଜାଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍

ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ  ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...

ପ୍ଲାଷ୍ଟିକ ପଲିଥିନ ମୁକ୍ତ ହେବ ହୁମା ବଜାର: ଆହ୍ବାନ ଦେଲେ ବିଧାୟକ

ଗଞ୍ଜାମ,୨।୧(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତ କାର୍ଯ୍ୟାଳୟଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ...

ସହକାରୀ ପିପି ଭାବେ ନିଯୁକ୍ତି ହେଲେ ହୀରାଧର

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକର ଆଇନଜୀବୀ ହୀରାଧର ମାଳିଙ୍କୁ ଓଡ଼ିଶା ରାଜ୍ୟ ସରକାରର ଆଇନ ବିଭାଗର ବିଜ୍ଞପ୍ତି ଅନୁସାରେ ଚନ୍ଦାହାଣ୍ଡି ଜେମଏଫସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri