ଚାଲାଣ ବେଳେ ଓରକେଲ ପୋଲିସର ଚଢ଼ାଉ: ୮୪ ବସ୍ତା ଗଞ୍ଜେଇ ଜବତ, ୧୧ ଗିରଫ

କୋରୁକୋଣ୍ଡା,୨୧ା୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଓରକେଲ ଥାନା ସୋରଲୁକୋଣ୍ଡାଠାରୁ ଏମ୍‌ଭି ୫୧ ମୁଖ୍ୟ ରାସ୍ତାରୁ ସୋମବାର ରାତିରେ ପୋଲିସ ୮୪ଟି ବସ୍ତାରେ ଥିବା ୧,୬୯୨ କିଲୋ ୬୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ଘଟଣାରେ ସମ୍ପୃକ୍ତ ୧୧ଜଣଙ୍କୁ ଗିରଫ କରାଯାଇଛି। ତେବେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୪ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଉକ୍ତ ଗଞ୍ଜେଇ ଚିତ୍ରକୋଣ୍ଡା ଅଞ୍ଚଳର ପୁରୁଣାପାଣିଠାରୁ କୋଟପାଡ଼କୁ ନିଆଯାଉଥିବା ତଦନ୍ତକାରୀ ଅଧିକାରୀ କୃଷ୍ଣା କୁମାରୀ ପ୍ରଧାନ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଶ୍ରୀଧର ହରିଜନ, ହରିରାମ ଗଣ୍ଡ, ସଦାଶିବ ହରିଜନ, ଧନୁର୍ଜୟ ସାକ୍ରା, ପଦ୍ମନ ହରିଜନ, ମନବୋଲା ରନ୍ଧାରୀ, ସୋମନାଥ ଅମୈତ, ବଳରାମ ଗୌଡ଼, ବୁଟି ଅମୈତ, ପଦ୍ମନାଭ କୋଡ଼ି ଏବଂ ମଙ୍ଗଳା ଦିଶାରୀ। ଏମାନଙ୍କ ମଧ୍ୟରୁ କିଛି ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଜଗଦଲପୁରର ହୋଇଥିବା ବେଳେ ଅନ୍ୟମାନେ କୋରାପୁଟ ଏବଂ ନବରଙ୍ଗପୁରର ହୋଇଥିବା ପୋଲିସ ସୂଚନା ଦେଇଛି। ମଙ୍ଗଳବାର କେସ୍‌ (ନଂ.୧୩/୨୦)ରେ ମାମଲା ରୁଜୁ କରି ପୋଲିସ କୋର୍ଟଚାଲାଣ କରିଥିବା ଓରକେଲ ଥାନାଧିକାରୀ ଜଗଦୀଶ ବାରା ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, ବିଶେଷ ସୂତ୍ରରୁ ଖବର ପାଇ ଚିତ୍ରକୋଣ୍ଡା ଏସ୍‌ଡିପିଓ ସୁନାରାମ ହେମ୍ବ୍ରମଙ୍କ ନିର୍ଦ୍ଦେଶକ୍ରମେ ଥାନାଧିକାରୀ ଜଗଦୀଶ ବାରା ୧୨ ଜଣିଆ ଟିମ୍‌ ଗଠନ କରି ଉକ୍ତ ରାସ୍ତାରେ ଜଗି ରହିଥିଲେ। ରାତି ପ୍ରାୟ ୧୧ଟା ପରେ ପାଖାପାଖି ୪୩ ଜଣ ଭାରରେ ଗଞ୍ଜେଇ ବୋହି ନେଉଥିବା ଦେଖିଥିଲେ। ତେବେ ସେମାନଙ୍କୁ ଅଟକାଇବାରୁ ସମସ୍ତେ ନିଜ ଗଞ୍ଜେଇ ବସ୍ତାକୁ ଛାଡ଼ି ଲୁଚି ପଳାଇବାକୁ ଉଦ୍ୟମ କରିଥିଲେ। ସେମାନଙ୍କ ମଧ୍ୟରୁ ପୋଲିସ ମାତ୍ର ୧୧ ଜଣଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଆଉ ୩୨ ଜଣ ଲୁଚି ପଳାଇଥିବା ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଠମଲ୍ଲିକରେ ସମ୍ମାନର ଲଢ଼େଇ

ବଇଣ୍ଡା,୨୧।୩(ଡି.ଏନ.ଏ.): ଆଠମଲ୍ଲିକ ଏନ୍‌ଏସି ସ୍ଥାପନ ପରଠାରୁ ୪ଥର ପୌର ନିର୍ବାଚନ ହୋଇଛି। ସେଥିରୁ ୩ଥର କଂଗ୍ରେସ ଓ ଥରଟିଏ ବିଜେଡି ଏନ୍‌ଏସି ଦଖଲ କରିବାରେ ସଫଳ ହୋଇଛି।...

ଜାହାନିଆଁରେ ବାଲିଯାତ୍ରା: ଶ୍ରଦ୍ଧାଳୁଙ୍କ ଭିଡ଼

କାକଟପୁର, ୧୨।୧୧(ଡି.ଏନ୍‌.ଏ.): ମଙ୍ଗଳବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପୁରୀ ଜିଲା ଅସ୍ତରଙ୍ଗ ଉପକୂଳର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ସର୍ବଧର୍ମ ସମନ୍ବୟ ପୀଠ ଜାହାନିଆଁଠାରେ ଅନୁଷ୍ଠିତ ହେଉଛି...

ଅନୁକୂଳ ପାଣିପାଗ: ଖରିଫ ଚାଷ ପାଇଁ ଚାଷୀ ତତ୍ପର

ଉଲୁଣ୍ଡା, ୧ା୭(ଡି.ଏନ.ଏ.)  ରୋହିଣୀ ତାତେ, ମୃଗଶିରା ମାତେ, ଆରଦ୍ରା କରେ ଛନ୍‌ ଛନ୍‌, ଚାଷୀ ବଇଲା ଚଷାନୀଲୋ ଇ ବଛର କେନନ ରଖମା ଧାନ। ବିଶ୍ୱାସ...

କରୋନା ଭୟ: ମୃତଦେହ ଛୁଇଁଲେନି ଗ୍ରାମବାସୀ

ସିମୁଳିଆ, ୪ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଜାମୁଝାଡି ପଞ୍ଚାୟତ ଖଟନଗର ଅଞ୍ଚଳରେ ରବିବାର ଅପରାହ୍ନରେ ମୃତ୍ୟୁ ହୋଇଥିବା ଶ୍ରୀଧର ଦଳାଇ(୫୦) ନାମକ ବ୍ୟକ୍ତିଙ୍କ ମୃତଦେହକୁ କରୋନା...

ପାଓ୍ବାର ପ୍ଲାଣ୍ଟକୁ ଅଧିକ କୋଇଲା ଯୋଗାଣ ଉପରେ ଗୁରୁତ୍ୱ

ପାରାଦୀପ ୧୭ା୫(ସ୍ବ.ପ୍ର.):ଦେଶରେ ଏବେ ବିଦ୍ୟୁତ୍‌ ଉତ୍ପାଦନ ପାଇଁ କୋଇଲା ସଙ୍କଟ ଦେଖାଦେଇଛି। ବିଦେଶରୁ ଆମଦାନୀ ହେଉଥିବା ଥର୍ମାଲ କୋଲ ଶୀଘ୍ର ପାୱାର ପ୍ଲାଣ୍ଟରେ କିପରି ପହଞ୍ଚା...

ପରିବେଶ ସୁରକ୍ଷାର ବାର୍ତ୍ତା ଦେଇ ନବବର୍ଷକୁ ସ୍ବାଗତ

ବାରିପଦା ଅଫିସ,୨ା୧- ବାରିପଦା ଶହୀଦ ପଡ଼ିିଆଠାରେ ସାମାଜିକ ଅନୁଷ୍ଠାନ କ୍ଲବ ଫ୍ରେଣ୍ଡଶିପ ପକ୍ଷରୁ ମଙ୍ଗଳବାର ରାତିରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇ ନବବର୍ଷକୁ ସ୍ବାଗତ କରାଯାଇଛି।...

ରାତିରେ ଘରେ ଶୋଇଥିଲେ, ଏପଟେ ଲାଗିଗଲା ନିଆଁ

ଆରଡ଼ି,୧୩।୬(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଓଳଗ ପଞ୍ଚାୟତର ବୋଡକ ଗାଁରେ ୩ ଭାଇଙ୍କର ୪ ବଖରା ଘର ଶନିବାର ବିଳମ୍ବିତ ରାତିରେ ସଂପୂର୍ଣ୍ଣ...

ନାଗାବଳୀ ମଝିରେ ଫସିଲେ ଦୁଇ ପର୍ଯ୍ୟଟକ

ରାୟଗଡ଼ା ଅଫିସ,୧୭ା୭: ରାୟଗଡ଼ା ଜିଲା ନାଗାବଳୀ ନଦୀ ମଝିରେ ଦୁଇ ପର୍ଯ୍ୟଟକ ଫସି ରହିଛନ୍ତି। ନଦୀ ମଝିରେ ଏକ ପଥରେ ଉପରେ ଦୁହେଁ ଫସି ରହିଥିବା...

Advertisement
Archives

Model This Week