Posted inଖେଳ

ଚାମ୍ପିୟନଙ୍କ ସ୍ବାଗତ ପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଉତ୍ସବ

ଢାକା,୧୦।୨(ପି.ଟି.)- ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲରେ ଭାରତକୁ ୩ ଉଇକେଟରେ ହରାଇ ବାଂଲାଦେଶ ଚାମ୍ପିୟନ ହୋଇଛି। ଯେକୌଣସି ସ୍ତରରେ ବାଂଲାଦେଶ ପାଇଁ ଏହା ପ୍ରଥମ ଆଇସିସି ଟାଇଟଲ। ଚାମ୍ପିୟନ ଦଳକୁ ସ୍ବାଗତ କରିବା ପାଇଁ ବାଂଲାଦେଶ ସରକାର ଏକ ଗଣ ଉତ୍ସବର ଆୟୋଜନ କରୁଛି। ସୁହରାଓ୍ବର୍ଡି ଉଦ୍ୟାନ ନିକଟସ୍ଥ ରାସ୍ତା, ଟ୍ରାନ୍ସପୋର୍ଟ ଓ ବ୍ରିଜରେ ଏହି ଉତ୍ସବ ପାଳନ ହେବ ବୋଲି ମନ୍ତ୍ରୀ ଓବାଇଦୁଲ କ୍ୱାଆଦେର କହିଛନ୍ତି। ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ନେତୃତ୍ୱରେ ବସିଥିବା କ୍ୟାବିନେଟ୍‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆଇସିସି ଇଭେଣ୍ଟରେ ଏହା ବାଂଲାଦେଶ ଦଳ ପାଇଁ ସର୍ବାଧିକ ସଫଳତା। ରବିବର ଅନୁଷ୍ଠିତ ଲୋ ସ୍କୋରିଂ ଫାଇନାଲରେ ବାଂଲାଦେଶ ପ୍ରଥମେ ଟିମ୍‌ ଇଣ୍ଡିଆକୁ ୧୭୭ ରନ୍‌ରେ ଅଲଆଉଟ୍‌ କରିଥିଲା। ପରେ ଡିଏଲଏସ୍‌ ନିୟମରେ ଧାର୍ଯ୍ୟ ୧୭୦ ରନ୍‌ର ବିଜୟଲକ୍ଷ୍ୟକୁ ଦଳ ୪୨.୧ ଓଭରରେ ହାସଲ କରିନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସମ୍ପର୍କୀୟ ଭଉଣୀଙ୍କୁ ପ୍ରେମ କରି ବସିଥିଲେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌

ଭାରତୀୟ ଦଳର ପୂର୍ବତନ ବିସ୍ଫୋରକ ବ୍ୟଟ୍ସମ୍ୟାନ ବୀରେନ୍ଦ୍ର ସେହ୍ବାଗ ଆଜି ୪୨ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୮ ଅକ୍ଟୋବର ୨୦ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। କ୍ରିକେଟ୍‌ରେ...

ଏଆଇଏଫ୍‌ଏଫ୍‌ ବିରୋଧରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି

ନୂଆଦିଲ୍ଲୀ, ୯ା୭ (ପି.ଟି.)-ଭାରତୀୟ ଫୁଟ୍‌ବଲ ଏବେ ସଙ୍କଟରେ, ଯେଉଁଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପର ଆବଶ୍ୟକ ପଡ଼ିଛି। ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌)ର କାର୍ଯ୍ୟଶୈଳୀରେ ଅସନ୍ତୋଷ...

କରୋନାରେ ଆକ୍ରାନ୍ତ ଚେଲସି ଖେଳାଳି

ଲଣ୍ଡନ,୧୩।୩- ପ୍ରିମିୟର ଲିଗ୍‌ କ୍ଲବ ଚେଲସି ଦଳର ଖେଳାଳି ହଡସନ ଓଡୋଇ କରୋନା ଭାଇରସରେ ଆକ୍ରାନ୍ତ ଥିବା ରିପୋର୍ଟରୁ ଜଣାପଡ଼ିଛି। ଭାଇରସର ସଂସ୍ପର୍ଷରେ ଆସିବାରେ ଓଡୋଇ...

ହୁଡାଙ୍କ ଛକାରେ ପୋଲିସକର୍ମୀ ଆହତ

କୋଲକତା,୨୬।୫: ଆଇପିଏଲ ୨୦୨୨ରେ ଖେଳାଯାଇଥିବା ଏଲିମିନେଟର ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲ୍‌ଏସ୍‌ଜି) ୧୪ ରନ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ଠାରୁ ପରାସ୍ତ ହୋଇ ଚଳିତ...

ଦୁଇଥର ଡିଫେଣ୍ଡିଂ ଚାମ୍ପିୟନଙ୍କୁ ହରାଇଲେ ଓପେଲ୍‌କା

ଓ୍ବାଶିଂଟନ,୨୫।୭(ଏଏଫ୍‌ପି)- ଆମେରିକୀୟ ରିଲି ଓପେଲ୍‌କା ଆଟଲାଣ୍ଟ ଓପନର ଦ୍ୱିତୀୟ ରାଉଣ୍ଡରେ ଜନ ଇସ୍ନରଙ୍କୁ ୭-୬(୭/୨), ୬-୭(୫/୭), ୭-୬(୭/୫) ସେଟ୍‌ରେ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି। ପରାଜୟ...

ଏକଦା ସଚିନଙ୍କ ପାଖରେ ବସିବା ପାଇଁ ମନା କରିଦେଇଥିଲେ ଯୁବରାଜ, କାରଣ ଜାଣିଲେ ହେବେ..

ଭାରତୀୟ କ୍ରିକେଟ୍‌ ଟିମ୍‌ର ଦିଗ୍ଗଜ ଖେଳାଳି ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ ଏବଂ ସୌରଭ ଗାଙ୍ଗୁଲୀଙ୍କ ଦବ୍‌ଦବା ଦେଖିବାକୁ ମିଳୁଥିବା ବେଳେ ଯୁବରାଜ ସିଂହ ଦଳରେ...

ପାକିସ୍ତାନୀ କ୍ରିକେଟରଙ୍କ ନାମରେ ସାଙ୍ଘାତିକ ଅଭିଯୋଗ

କରାଚୀ, ୨୧।୧୨ : ପାକିସ୍ତାନ ଟେଷ୍ଟ ଲେଗ୍‌ ସ୍ପିନର ୟାସିର ଶାହା ଓ ତାଙ୍କର ଜଣେ ସାଙ୍ଗଙ୍କ ବିରୋଧରେ ନାବାଳିକାଙ୍କୁ ଅପହରଣ, ଯୌନ ନିର୍ଯାତନା ଏବଂ...

ସାଇନା, ପ୍ରଣୟ ପଜିଟିଭ, ପରେ ନେଗେଟିଭ

ବ୍ୟାଙ୍କକ୍‌, ୧୩ା୧ (ପି.ଟି.)-ଭାରତର ଟପ୍‌ ବ୍ୟାଡ୍‌ମିଣ୍ଟନ ଖେଳାଳି ସାଇନା ନେହ୍ବାଲ ଓ ଏଚଏସ୍‌ ପ୍ରଣୟଙ୍କର ମଙ୍ଗଳବାର ହୋଇଥିବା କୋଭିଡ୍‌ ଟେଷ୍ଟରେ ଫଳାଫଳ ନେଗେଟିଭ ଆସିଛି। ଫଳରେ...

Advertisement
Archives

Model This Week