ଚାକିରି ପାଇଁ ରୋଗକୁ ଖାତିର ନାହିଁ

ବାଲେଶ୍ୱର ଅଫିସ, ୧।୪: କରୋନା ଭୂତାଣୁ ସଂକ୍ରମଣ ମୁକାବିଲା କରିବା ଲାଗି ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ବାରମ୍ବାର ଗଣମାଧ୍ୟମରେ ସୂଚନା ଦିଆଯାଉଛି। ସାମାଜିକ ଦୂରତ୍ୱ ହିଁ ସଂକ୍ରମଣଠାରୁ ଦୂରେଇ ରହିବାର ଉପଯୁକ୍ତ ମାଧ୍ୟମ ବୋଲି କୁହାଯାଉଛି। ଏହାସତ୍ତ୍ୱେ ବି ଲୋକଙ୍କ ମଧ୍ୟରେ ଚେତା ପଶୁନାହିଁ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ବାଲେଶ୍ୱର ଜିଲା ସ୍କୁଲ ପରିସରରେ।
ରାଜ୍ୟ ସରକାର ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ସାମୟିକ ଭାବେ ନିଯୁକ୍ତି ଦେବା ଲାଗି ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେବା ପରେ ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ ଓ ହସ୍‌ପିଟାଲ କର୍ତ୍ତୃପକ୍ଷ ୨୭ ତାରିଖରେ ୨୪ ଷ୍ଟାଫନର୍ସ, ୧୨ ଫାର୍ମାସିଷ୍ଟ, ୧୪ ଲ୍ୟାବ୍‌ ଟେକ୍ନୋସିଆନ, ୮ ରେଡ଼ିଓଗ୍ରାଫର, ୧୧୬ ଏଏନ୍‌ଏମ୍‌ ଏବଂ ୧୪୦ ପୁରୁଷ ସ୍ବାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଗତ ୩୦ ତାରିଖରୁ ଜିଲା ସ୍କୁଲ ପରିସରରେ ସାକ୍ଷାତକାର ଚାଲୁ ରହିଛି। ବୁଧବାର ପୂର୍ବାହ୍ନ ୯ଟା ବେଳେ ହଠାତ୍‌ ଜିଲା ସ୍କୁଲ ପରିସରରେ ଗହଳି ଆରମ୍ଭ ହୋଇଯାଇଥିଲା। ୧୧୬ ସ୍ବାସ୍ଥ୍ୟକର୍ମୀ ପଦବୀ ପାଇଁ ୧ହଜାରରୁ ଊର୍ଦ୍ଧ୍ୱ ପ୍ରାର୍ଥୀ ସେମାନଙ୍କର ସେମାନଙ୍କର ଯୋଗ୍ୟତା ପ୍ରମାଣପତ୍ର ଧରି ଅଭିଭାବକଙ୍କ ସହିତ ପହଞ୍ଚିଥିଲେ। ସେମାନେ ଖୁନ୍ଦାଖୁନ୍ଦି ହୋଇ ଧାଡିରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। କେବଳ ଚାକିରି ଖଣ୍ଡକ ପାଇଁ ସେମାନେ ଦୂରତ୍ୱକୁ ମଧ୍ୟ ଧ୍ୟାନ ଦେଇ ନ ଥିଲେ। ସାମାଜିକ ଦୂରତାକୁ ବଜାୟ ରଖିବାକୁ ସିକ୍ୟୁରିଟି ବାରମ୍ବାର କହିବା ପରେ ମଧ୍ୟ ସେମାନେ କୌଣସି ପ୍ରତିକ୍ରିୟା ନ ଦେଇ ଭିଡ଼ା ଭିଡ଼ି ହୋଇ ଧାଡ଼ିରେ ଛିଡ଼ା ହୋଇଥିଲେ। ସେଠାରେ ଗଣମାଧ୍ୟମ ପ୍ରତିନିଧି ପହଞ୍ଚତ୍ବା ପରେ ଘଟଣାସ୍ଥଳରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପହଞ୍ଚିଥିଲେ। ପ୍ରାର୍ଥୀମାନଙ୍କୁ ଜିଲା ସ୍କୁଲରେ ଥିବା କ୍ଲାସରୁମ୍‌ରେ ବସିବା ପାଇଁ କହିଥିଲେ। ପରେ ପୋଲିସ ପ୍ରଶାସନ ପକ୍ଷରୁ ଡିଏସ୍‌ପି ଉମେଶ ପଣ୍ଡା ଏକ ଟିମ୍‌ ସହ ପହଞ୍ଚି ସେମାନଙ୍କ ଅଭିଭାବକମାନଙ୍କୁ ମଧ୍ୟ ରୁମ୍‌ ଭିତରେ ସାମାଜିକ ଦୂରତା ରଖି ବସିବାକୁ ଅନୁରୋଧ କରିଥିଲେ। ଏତେ ସଂଖ୍ୟାରେ ପ୍ରାର୍ଥୀମାନଙ୍କୁ ସାକ୍ଷାତ୍‌କାରକୁ ଡକାଇ ଚିକିତ୍ସା ବିଭାଗ ତରଫରୁ ଠିକ୍‌ ବ୍ୟବସ୍ଥା ମଧ୍ୟ କରାଯାଇ ନ ଥିବାର ଦେଖାଯାଇଥିଲା। ସାମାଜିକ ଦୂରତା ବଜାୟ ରଖିବା ପାଇଁ ଚିହ୍ନ ଦେବା, ସାର୍ଟିଫିକେଟ୍‌ ଯାଞ୍ଚ କରିବା ପାଇଁ ଅଧିକ କାଉଣ୍ଟର ଖୋଲାଯାଇ ନ ଥିବାରୁ ଅଧିକ ଗହଳି ହୋଇଥିଲା। ପରେ ଏସବୁ ବ୍ୟବସ୍ଥା କରାଯାଇଥିଲା। କରୋନା ଭୂତାଣୁ ସଂକ୍ରମଣର ଭୟ ଏବଂ ପ୍ରବଳ ରୌଦ୍ରତାପକୁ ଖାତିର ନ କରି ଏଏନ୍‌ଏମ୍‌ ପାସ୍‌ କରିଥିବା ଛାତ୍ରୀମାନେ ପ୍ରାୟ ୨ଟା ସମୟରେ ନିଜର ସାର୍ଟିଫିକେଟ୍‌ ଯାଞ୍ଚ କରି ଘରକୁ ଫେରିଥିଲେ।
ଅନ୍ୟପକ୍ଷରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବାନାର୍ଜୀ ପ୍ରସାଦ ଛୋଟରାୟ କହନ୍ତି, ଦୁଇଦିନ ଇଣ୍ଟରଭ୍ୟୁରେ କୌଣସି ତ୍ରୁଟି ନ ଥିଲା। ଆଜି ଅଧିକ ପ୍ରାର୍ଥୀ ଆସିଛନ୍ତି। ଏହାକୁ ଦୃଷ୍ଟିରେ ରଖି ସଙ୍ଗେ ସଙ୍ଗେ ସାର୍ଟିଫିକେଟ୍‌ ଯାଞ୍ଚ ପାଇଁ ଅଧିକ କାଉଣ୍ଟର ଖୋଲାଯିବା ସହ ପ୍ରାର୍ଥୀମାନଙ୍କୁ ବସାଇବା ପାଇଁ ଅଧିକ କ୍ଲାସରୁମ୍‌ର ବ୍ୟବସ୍ଥା କରାଯାଇଥିଲା। ପରେ ପୋଲିସ ଏବଂ କର୍ମୀମାନଙ୍କ ଦ୍ୱାରା ସାମାଜିକ ଦୂରତା ରକ୍ଷା କରାଯିବା ପାଇଁ ଚେଷ୍ଟା କରାଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?