ଚାଇନା କହିଲା ସ୍ଥିତି ନିୟନ୍ତ୍ରଣାଧୀନ

ବେଜିଂ,୨୮ା୫: ଭାରତ-ଚାଇନା ସୀମାରେ ସ୍ଥିତି ସ୍ଥିର ଓ ନିୟନ୍ତ୍ରଣାଧୀନ ରହିଛି। ଆଲୋଚନା ଓ ବିଚାରବିମର୍ଶ ଜରିଆରେ ସମସ୍ୟାର ସମାଧାନ ପାଇଁ ଉଭୟ ଦେଶ ଉପଯୁକ୍ତ ବ୍ୟବସ୍ଥା ଆପଣାଇଥିବା ବୁଧବାର ବେଜିଂ ପକ୍ଷରୁ କୁହାଯାଇଛି। ଭାରତ ଓ ଚାଇନା ସେନା ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ମୁହଁାମୁହିଁ ହେବା ପରେ ଚାଇନା ପକ୍ଷରୁ ଏଭଳି ମନ୍ତବ୍ୟ ଆସିଛି। ପଡ଼ୋଶୀ ଦେଶର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିଆନ୍‌ କହିଛନ୍ତି, ସୀମା ବିବାଦକୁ ନେଇ ଚାଇନାର ଆଭିମୁଖ୍ୟ ସ୍ପଷ୍ଟ। ଅଣାନୁଷ୍ଠାନିକ ବୈଠକରେ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ହୋଇଥିବା ସହମତି ଓ ଦୁଇ ପଡ଼ୋଶୀଙ୍କ ଭିତରେ ହୋଇଥିବା ଚୁକ୍ତିନାମାକୁ ନେଇ ଆମେ କାର୍ଯ୍ୟ କରୁଛୁ। ପ୍ରକାଶ ଯେ, ଏହାର ଦିନକ ପୂର୍ବରୁ ଚାଇନା ରାଷ୍ଟ୍ରପତି ଜିନ୍‌ପିଙ୍ଗ୍‌ ନିଜ ଦେଶର ଭୂଖଣ୍ଡ ଓ ସାର୍ବଭୌମତ୍ୱର ସୁରକ୍ଷା ସକାଶେ ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ର ମଝିରେ ନିଆଁ…

ମେକ୍ସିକୋ ସିଟି,୩।୭: ଲାଟିନ୍‌ ଆମେରିକା ଦେଶ ମେକ୍ସିକୋରେ ସମୁଦ୍ର ମଝିରେ ହଠାତ୍‌ ଭୟଙ୍କର ନିଆଁ ଦେଖିଯାଇଛି। ସମୁଦ୍ର ମଝିରେ ନିଆଁ ଜଳୁଥିବାର ଫଟୋ ଏବଂ ଭିଡ଼ିଓ...

ଆମେରିକାର ସିକ୍ରେଟ୍‌ ଅପରେଶନକୁ କଡ଼ା ନିନ୍ଦା କଲେ ତାଲିବାନ ସରକାର

କାବୁଲ,୨।୮: ଆଫଗାନିସ୍ତାନର କାବୁଲରେ ଆମେରିକାର ଡ୍ରୋନ ଷ୍ଟ୍ରାଇକରେ ଅଲ-କାଏଦା ମୁଖ୍ୟ ଅଲ ଜାୱାହିରି ନିହତ ହୋଇଛନ୍ତି। ଏନେଇ ଆମେରିକା ରାଷ୍ଟ୍ରପତି ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।...

ପୁଣିଥରେ ଗଣମାଧ୍ୟମକୁ ମାର୍ଜିତ କରିଛି ତାଲିବାନ, ନିଷେଧାଦେଶ ଜାରି

କାବୁଲ, ୧୧ ।୧୨: ଆଫଗାନିସ୍ତାନ ମିଡିଆ କର୍ମଚାରୀଙ୍କ ସପକ୍ଷରେ ରଣନୀତି ବାଣ୍ଟିବା ପରିବର୍ତ୍ତେ ଦେଶର ଗଣତନ୍ତ୍ରକୁ ପୁଣିଥରେ ଏଥିରୁ ବଞ୍ଚିତ କରିଛି । ଖାମା ପ୍ରେସ...

ଜାତୀୟ ପରିଚୟ ସଙ୍କଟରେ ପଡ଼ିଛି ଆମେରିକା, ଶିକ୍ଷା ବିଭାଗ ହେଉ ରଦ୍ଦ: ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ରାମସ୍ବାମୀ…

ଓ୍ବାଶିଂଟନ,୫।୩ : ଆମେରିକାର ରିପବ୍ଲିକାନ ପାର୍ଟିରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପାଇଁ ଉଦ୍ୟମ କରୁଥିବା ମୂଳ ଭାରତୀୟ ବିବେକ ରାମସ୍ବାମୀ କହିଛନ୍ତି ଯେ ଆମେରିକା ଜାତୀୟ...

କ୍ଷମତା ଦଖଲ ଷଡ଼ଯନ୍ତ୍ର ରଚୁଛନ୍ତି ଟ୍ରମ୍ପ୍‌ !

ଓ୍ବାଶିଂଟନ,୧୨।୧୧: ଆମେରିକା ନିର୍ବାଚନ ଫଳାଫଳକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି। ସମ୍ପ୍ରତି ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍‌ରେ ଟ୍ରମ୍ପ୍‌ କେତେକ ପରିବର୍ତ୍ତନ କରିଛନ୍ତି।...

ଘରେ ବସି ମାସକୁ ଦରମା ଲକ୍ଷେ: ୩ ବର୍ଷରେ ମିଳିବ ୩୮ ଲକ୍ଷ

ବର୍ଲିନ୍‌, ୨୯।୮: କରୋନା ମହାମାରୀ ସମୟରେ ପୁଣି ଘରେ ବସି ମାସକୁ ଲକ୍ଷେ ଟଙ୍କା ଦରମା ମିଳିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ।...

ନଓ୍ବାଜଙ୍କ ପରେ ତାଙ୍କ ଝିଅ ବି ହସ୍ପିଟାଲରେ ଭର୍ତ୍ତି

ଲାହୋର,୨୪।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ପରେ ତାଙ୍କ ଝିଅ ମରିୟମ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନୱାଜଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସୋମବାର...

ଥରିଲା ନ୍ୟୁଜିଲାଣ୍ଡ: ସୁନାମୀ ଭୟରେ ଆତଙ୍କିତ ଲୋକେ

ଓ୍ବିଲିଂଟନ୍‌୧୬।୬: ନ୍ୟୁଜିଲାଣ୍ଡର ଉତ୍ତରପୂର୍ବ ଅଞ୍ଚଳରେ ରବିବାର ଭୂକମ୍ପ ଅନୁଭୁତ ହୋଇଛି। ସ୍ଥାନୀୟ ସମୟ ସକାଳ ୧୦ଟା ୫୫ରେ ଏହା ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା...

Advertisement
Archives

Model This Week